Jump to content

ଶବ୍ଦ

ଉଇକିଅଭିଧାନ‌ରୁ
  • ଧ୍ଵନି; ରବ; ଶ୍ରବଣେନ୍ଦ୍ରିୟଗ୍ରାହ୍ୟ ବିଷୟ
  • ଅର୍ଥବୋଧକ ଧ୍ଵନି
  • ଖ୍ୟାତି; ଯଶଃ
  • ବିଭକ୍ତି ରହିତ ନାମ
  • ବିଶେଷ୍ୟ
  • ଅର୍ଥ ବାଚକ ଏକ ବା ଏକାଧିକ ଅକ୍ଷର
  • ବାକ୍ୟର ଅଙ୍ଗ
  • ବର୍ଣ୍ଣ; ଅକ୍ଷର
  • ନାମ
  • କଣ୍ଠାଦି ନିଃସୃତ ଧ୍ଵନି
  • ବେଦ; ଶ୍ରୁତି
  • ଓଁ
  • ଜଡ଼ ପଦାର୍ଥର ଗୁଣବିଶେଷ, ଯଦ୍ଦ୍ଵାରା ଏହା ଶ୍ରବଣେନ୍ଦ୍ରିୟଦ୍ଵାରା ଅନୁଭୁତ ହୁଏଶବ୍ଦ(ଧାତୁ) —

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]

ଧ୍ୱନି କରିବା —To make a sound.



ଶବ୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -(ଶବ୍ଦଧାତୁ+ଭାବ. ଅ)

[ସମ୍ପାଦନା]
୧. ଧ୍ୱନି; ରବ; ଶ୍ରବଣେନ୍ଦ୍ରିୟ— ଗ୍ରାହ୍ୟ ବିଷୟ —୧. Noise; sound; a matter which can be perceived by the ear.

[ସବ୍ଦର ପର୍ଯ୍ୟାୟ—ନିନାଦ, ନିନଦ, ଧ୍ୱନି, ଧ୍ୱାନ ରତ, ସ୍ୱନ, ସ୍ୱାନ, ନିର୍ଘୋଷ, ନିହ୍ରାଦ, ନାଦ, ନିସ୍କାନ, ନିସ୍ୱନ, ଆରବ, ଆରାବ, ସରାବ, ବିରାବ, ସଂରବ, ରାବ, ଘୋଷ] ===

୨. (+କରମ. ଅ)—ଅର୍ଥବୋଧକ ଧ୍ୱନି— —୨. A sound denoting a meaning.

[ଦ୍ରଷ୍ଟବ୍ୟ —ଏକ ବା ଅଧିକ ବର୍ଣ୍ଣର ସଂଯୋଗରେ କଣ୍ଠଓ ତାଳୁ ଆଦିଦ୍ୱାରା ଉତ୍ପନ୍ନ ସ୍ୱତନ୍ତ୍ର ବ୍ୟକ୍ତ ଓ ପାର୍ଥିକ ଧ୍ୱନିଂ; ଯାହା ଶୁଣିବା ବ୍ୟକ୍ତିର ମନରେ ବିଶିଷ୍ଟ ପଦାର୍ଥ ବା ବ୍ୟକ୍ତିଆଦିର ବୋଧହୁଏ, ତାହାକୁ ଶବ୍ଦ ବୋଲାଯାଏ]

୩. ଖ୍ୟାତି; ଯଶଃ — ୩. Renown; fame.
୪. (ବ୍ୟାକରଣ) ବିଭକ୍ତି ରହିତ ନାମ —୪. (Grammer) A crude name; a root word without inflection.

[ଦ୍ରଷ୍ଟବ୍ୟ —ଶବ୍ଦ—(ବ୍ୟାକରଣ ପରିଭାଷା) ଏହା ବ୍ୟାକରଣର ଆଦ୍ୟ ପଦାର୍ଥ ପ୍ରତି ପ୍ରଯୋଜ୍ୟ ଶବ୍ଦ ବାକ୍ୟର ଅଙ୍ଗ; ବାକ୍ୟ ଶବ୍ଦର ସରୀର ଏତତ୍ୱ୍ୟତୀତ 'ଦର୍ଶନ' ଶାସ୍ତ୍ରରେ 'ଶବ୍ଦ' ଅପ୍ତବଚନ ଅର୍ଥରେ ବ୍ୟବହୃତ ହୋଇଥାଏ ଶାସ୍ତ୍ରରୁ ବା ଗୁରୁଙ୍କଠାରୁ ଯେଉଁ ଜ୍ଞାନ ଆମ୍ୱେମାନେ ପାଉଁ ତାହା ଶବ୍ଦ ନାମରେ ପ୍ରକାଶିତ କେତେକ ଦାର୍ଶନିକଙ୍କ ମତରେ ଜ୍ଞାନ ତିନି ପ୍ରକାରରେ ଉଦିତ ହୁଏ ଯଥା, ପ୍ରତ୍ୟକ୍ଷ (Perception), ଯୁକ୍ତି (inference) ଏବଂ ଶବ୍ଦ (authority); ତୁଳନା କର—'ଆପ୍ତୋପଦେଶ'— ଲକ୍ସ ଜ୍ଞାନ ବିଶୁଦ୍ଧ ଅଟେ; ଏଣୁ ସର୍ବୋଚ୍ଚସ୍ଥାନୀୟ ଅନ୍ୟ ପ୍ରକାର ଜ୍ଞାନରେ ଭ୍ରମ ରହି ପାରେ କିନ୍ତୁ ଋଷି ଓ ମହା ପୁରୁଷଙ୍କ ଭ୍ରମ ଘଟିବା ସମ୍ଭବ ୟୋଗ୍ୟ ନୁହେଁ ମହା— ପୁରୁଷମାନେ ପ୍ରତ୍ୟକ୍ଷ ବା ଯୁକ୍ତି ବଳରେ ଏହି ଜ୍ଞାନର ଅଧିକାରୀହୁଅନ୍ତି ତୁଳନା କର "ସଂ (ଶବ୍ଦ)ଦ୍ୱିବିଧୋ ଦୃଷ୍ଟା ଦୃଷ୍ଟାର୍ଥତ୍ୱାତ୍" —ନ୍ୟାୟଦର୍ଶନ

ଆମ୍ଭମାନଙ୍କ ଧର୍ମଶାସ୍ତ୍ର ସାଧାରଣତଃ ଦୁଇଭାଗରେ ବିଭକ୍ତ ହୋଇଥାଏ, ଶ୍ରୁତି ଓ ସ୍ମୃତି ଶ୍ରୁତି ପ୍ରଥମ ସ୍ଥାନୀୟ; ସ୍ମୃତି ଦ୍ୱିତୀୟ ସ୍ଥାନୀୟ ବିଭିନ୍ନ ବେଦରେ ଯେଉଁ ଜ୍ଞାନ ନିବିଦ୍ଧ ରହିଅଛି ତାହା ଶ୍ରୁତି, ତାହା 'ଶବ୍ଦ' ଆଖ୍ୟାରେ ମଧ୍ୟ ଅଖ୍ୟାତ 'ଶବ୍ଦ' ପ୍ରମାଣ କରେ ନାହିଁ'; 'ଶବ୍ଦ' ନିଜେ ନିଜର ପ୍ରମାଣ ଅଟେ)

[ପ୍ରୋଫେସର୍ ବିପିନବିହାରୀ ରାୟ]

[ଦ୍ରଷ୍ଟବ୍ୟ —ଧାତୁ ଆଦି ସଙ୍ଗେ ଊପସର୍ଗ, ଉପପଦ ବା ପ୍ରତ୍ୟୟାଦି ଯୁକ୍ତ କରାଯାଇଶବ୍ଦ ଉତ୍ପନନ କରାଯାଏ ଓ ଉକ୍ତ ମୌଳିକ ଶବ୍ଦ ଭିନ୍ନ ଭିନ୍ନ ବିଭକ୍ତି, ଲିଙ୍ଗ, ବଚନ ଓ କାରକରେ ଭିନ୍ନ ଭିନ୍ନ ରୂପ ଧାରଣ କରେ ଯଥା— ଓ ଧାତୁ+ତୃନ୍ ପ୍ରତ୍ୟୟ=ଦାତୃନ୍ ଶବ୍ଦ ଏହାର ପ୍ରଥମା ବିଭକ୍ତି ଏକ ବଚନ ପୁଂଲିଙ୍ଗ—ଦାତା, ବହୁବଚନ ଦାତାରଃ; ସ୍ତ୍ରୀଲିଙ୍ଗ ଏକବଚନ ଦାତ୍ରୀ ଇତ୍ୟାଦି ଏହି— ପରି ରାଜନ୍ ଶବ୍ଦରୁ ରାଜା, ମାତୃ ଶବ୍ଦରୁ ମାତା, ଗୁଣବତ୍ ଶବ୍ଦରୁ ଗୁଣବାନ୍ ହୁଏ ମୂଳଶବ୍ଦରେ ବିଭକ୍ତିଯୁକ୍ତ ହେଲେ ତହା ପଦ ହୁଏ ପୂର୍ବୋକ୍ତ ଦାତା, ଦାତ୍ରୀ ଓ ରାଜା ପ୍ରଭୃତି ଗୋଟିଏ ଗୋଟିଏ ପଦ]

୫. (ବ୍ୟାକରଣ) ବିଶେଷ୍ୟ —୫. (grammer) Noun.
୬. ଅର୍ଥ ବାଚକ ଏକ ବା ଏକାଧିକ ଅକ୍ଷର —୬. One or more letters conveying a meaning.
୭. ବାକ୍ୟର ଅଙ୍ଗ —୭. The components of a sentence; word.
୮. ବର୍ଣ୍ଣ; ଅକ୍ଷର —୮. Letter; alphabet.
୯. ନାମ —୯. Name.
୧. କଣ୍ଠାଦି ନିଃସୃତ ଧ୍ୱନି —୧୦. Note; voice; tone.
୧୧. ବେଦ; ଶ୍ରୁତି —୧୧. The Bedas.
୧୨. ଓଁ (ହିନ୍ଦୀ - ଶ) —୧୨. The sound Oñ.
୧୩. (ବିଜ୍ଞାନ) ଜଡ଼ ପଦାର୍ଥର ଗୁଣବିଶେଷ, ଯଦ୍ଦ୍ୱାରା ଏହା ଶ୍ରବଣେନ୍ଦ୍ରିୟଦ୍ୱାରା ଅନୁଭୂତ ହୁଏ —୧୩. One of the attri butes of matter by which it is per ceptible to the sense of hearing and becomes known.

[ଦ୍ରଷ୍ଟବ୍ୟ —ଦୁଇଟି ପଦାର୍ଥ ପର— ସ୍ପରକୁ ଆଗାତ କରିବାଦ୍ୱାରା ବାୟୁମଣ୍ଡଳରେ ଯେଉଁ କମ୍ପନ ଜାତ ହୁଏ, ତାହାହିଁ ଶବ୍ଦ ଉକ୍ତକମ୍ପନ ଲହରୀରୂପରେ ବାୟୁଦ୍ୱାରା ଗତି ପ୍ରାପ୍ତ ହୋଇ କର୍ଣ୍ଣକୁହରେ ମଧ୍ୟରେ ଥିବା ଖୁବ୍ ପତଳା ଚମଡ଼ା ଜାଲିରେ ବଜିଲେ ଉକ୍ତ ଚମଡ଼ା ଜାଲି କମ୍ପିଉଠେ ଓ କର୍ଣ୍ଣଧାରୀ ପ୍ରାଣୀ ସେହି କମ୍ପନକୁ ଶବ୍ଦରୂପରେ ଅନୁଭବ କରେ ଅର୍ଥବାଚକ ଶବ୍ଦକୁ ପଦ ବୋଲାଯାଏ

ଗୁଡ଼ିଏ ଶବ୍ଦର ସମଷ୍ଟି ବାକ୍ୟ ଅଟେ ଭାଷାରେ ଥିବା ଅକ୍ଷରମାନ ମନୁଷ୍ୟ କଣ୍ଠର ଉଚ୍ଚାରିତ ଗୋଟିଏ ଶବ୍ଦ ବା ଧ୍ୱନି ଅଟେ ଶବ୍ଦ ପ୍ରଥମେ ମନୁଷ୍ୟର ହୃଦୟରୁ କଣ୍ଠ ବାଟେ ବହିର୍ଗତ ହୁଏ ଓ ତାହା ପାଟି ବାଟେ ଆସିବା ସମୟରେ ପାଟିର ଭିନ୍ନ ଭିନ୍ନ ସ୍ଥାନକୁ ସ୍ପର୍ଶ କରି ଭିନ୍ନ ଭିନ୍ନ ରୂପ ଧାରଣ କରି ଭିନ୍ନ ଭିନ୍ନ ସ୍ୱର ବା ବ୍ୟଞ୍ଜନବର୍ଣ୍ଣ ସୃଷ୍ଟି କରେ ବିଜ୍ଞାନର ମତ ଏହି ଯେ, ଜଡ଼ପଦାର୍ଥର ପାଞ୍ଚଗୋଟି ଇନ୍ଦ୍ରିୟ— ଗ୍ରାହ୍ୟ ଗୁଣ ଥିବାରୁ ମନୁଷ୍ୟ ପଞ୍ଚେନ୍ଦ୍ରିୟଦ୍ୱାରା ଉକ୍ତ ପଦାର୍ଥର ଅସ୍ତିତ୍ୱକୁ ଅନୁଭବ କରି ଜଡ଼ପଦାର୍ଥ ସମ୍ୱନ୍ଧରେ ଜ୍ଞାନଲାଭ କରେ ଯଥା ===

ଦର୍ଶନେନ୍ଦ୍ରିୟଦ୍ୱାରା ଗ୍ରାହ୍ୟ—ରୂପ (ସୁନ୍ଦର ବା ଅସୁନ୍ଦର), ରସେନ୍ଦ୍ରିୟଦ୍ୱାରା—ରସ (ମିଠା, ଖଟା), ଘ୍ରାଣେନ୍ଦ୍ରିୟଦ୍ୱାରା —ଗନ୍ଧ (ସୁଗନ୍ଧ, ଦୁର୍ଗନ୍ଧ), ସ୍ପର୍ଶନ୍ଦ୍ରିୟଦ୍ୱାରା—ସ୍ପର୍ଶ (କୋମଳ, କର୍କଶ), ଶ୍ରବଣେନ୍ଦ୍ରିୟଦ୍ୱରା—ଶବ୍ଦ (ଉଚ୍ଚ ବା ଅନୁଚ୍ଚ, କଠୋର ବା କୋମଳ)

ଶବ୍ଦତରଙ୍ଗ ବାୟୁଦ୍ୱାରା ଚାଳିତ ହୋଇ ଦୂରକୁ ନୀତ ହୁଏ ଏଥିପାଇଁ ବାୟୁକୁ ଶବ୍ଦବାହ ବୋଲାଯାଏ ପରୀକ୍ଷାଦ୍ୱାରା ଦେଖାୟାଏ ଯେ, ବାୟୁ ନ ଥିବା ଶୂନ୍ୟ ସ୍ଥାନରେ ଶବ୍ଦତରଙ୍ଗଚଳି ପାରେ ନାହିଁ ଓ ବାୟୁ ଶୂନ୍ୟ ସ୍ଥାନରେ ଜାତ ହେବା ଶବ୍ଦ ଅନ୍ୟତ୍ର ଗମନ କରି ପାରେ ନାହିଁ ଶବ୍ଦର ଗତି ଘଣ୍ଟାକେ ୭୨: ମାଇଲ ଅଟେ ଆଲୋକର ଗତି ଶବ୍ଦର ଗତି ଅପେକ୍ଷା ଶୀଘ୍ରତର ଏଥିପାଇଁ ଏକ ସ୍ଥାନରେ ଆଲୋକ ଓ ଶବ୍ଦ ଯୁଗପତ୍ ଉତ୍ପନ୍ନ ହେଲେ ଦୂରରୁ ପ୍ରଥମେ ଆଲୋକ ଦେଖାଯାଏ ଓ ତହାର କିଛିକ୍ଷଣ ପରେ ଉକ୍ତ ଶବ୍ଦ ଶୁଣାଯାଏ

ବାୟୁ ଉପରେ ବା କୌଣସି ପଦାର୍ଥ ଉପରେ ଆଘାତ ପଡ଼ିବାରୁ ଯେଉଁ କମ୍ଫ ବାୟୁରେ ଉତ୍ପନ୍ନ ହୋଇ କାନ ପର୍ଯ୍ୟନ୍ତ ଯାଏ ଓ କାନ ଭିତରେ ଏକ ବିଶେଷ ପ୍ରକାର କ୍ଷୋଭ ଉତ୍ପନ୍ନ କରେ ତାହା ଶବ୍ଦ ବା ଧ୍ୱନି ପ୍ରାୟ ସବୁ ପଦାର୍ଥରେ ଆଘାତ କରି କିମ୍ୱା ପଦାର୍ଥର ଶୀଘ୍ର ଶୀଘ୍ର ଗତି ଉତ୍ପନ୍ନ କରି ଶବ୍ଦ ଉତ୍ପାଦିତ କରାଯାଏ ଯଦି କୌଣସି ପଦର୍ଥ ଉପରେ ଅନ୍ୟ କୌଣସି ପଦାର୍ଥ ପଡ଼େ ବା ପଦାର୍ଥର ବାରମ୍ୱାର ଗତି ଉତ୍ପନ୍ନ କରାଯାଏ ତେବେ ବାୟୁରେ ଏକ— ପ୍ରକାର କମ୍ପନ ଉପସ୍ଥିତ ହୁଏ ଉକ୍ତ କମ୍ପନ ଚାରିଆଡ଼କୁ ବିସ୍ତୃତ ହୁଏ ଓ କାନରେ ବାଜିଲେ ତାହା ଅନୁଭୂତ ହୁଏ ବାୟୁ ଶବ୍ଦବାହକ ଅଟେ ଓ ଅନେକ ପ୍ରକାର ଗାସ୍, ଜଳ ଓ ଅନେକ ପତଳା ଓ ଦୃଢ଼ ପଦାର୍ଥ ଶବ୍ଦବାହକ ଅଟେ ଆଲୋକ ପରି ଶବ୍ଦର ପରିବର୍ତ୍ତନ ହୁଏ, ଅର୍ଥାତ୍ ଶବ୍ଦ ଗତି କରିବା ବେଳେ ମାର୍ଗରେ ବାଧା ପାଇ ଫେରି ଆସେ ଏହାକୁ ପ୍ରତିଧ୍ୱନି ବୋଲାଯାଏ ଯଦି ଏକପ୍ରକାର ବହୁ ଶବ୍ଦ ଲଗା ଲଗି ହୋଇ ବା ଧାରାକ୍ରମେ ଜନ୍ମେ ତେବେ ତହିଁରୁ 'ସ୍ୱର' ବା 'ସୁର୍' ଉତ୍ପନ୍ନ ହୁଏ ଶବ୍ଦର ୨ଟି ମୁଖ୍ୟ— ଭେଦ ଅଛି ବର୍ଣ୍ଣାତ୍ମକ ଓ ଧ୍ୱନ୍ୟାତ୍ମକ କଣ୍ଠ ଓ ତାଳୁ ଆଦିର ସହାୟତାରେ ଉତ୍ପନ୍ନ ଶବ୍ଦ ଧ୍ୱନି; ଏହା ବ୍ୟକ୍ତି ଓ ଅବ୍ୟକ୍ତ ଯାହା ଶୁଣିବାକୁ ସ୍ପଷ୍ଟ ଓ ଅର୍ଥ ଯୁକ୍ତ ତାହା ବ୍ୟକ୍ତ ଓ ଯାହା ଅସ୍ପଷ୍ଟ ଓ ଅର୍ଥହୀନ ତାହା ଅବ୍ୟକ୍ତ ବର୍ଣ୍ଣାତ୍ମକ ଛଡ଼ା ଅନ୍ୟ ପ୍ରକାର ଶବ୍ଦ ଧ୍ୱନ୍ୟାତ୍ମକ ଅଟେ ମୀମାଂସାକାର ଶବ୍ଦକୁ ନିତ୍ୟ ଓ ସଂଖ୍ୟାକାର ଶବ୍ଦକୁ ଆକାଶର ଗୁଣ ବୋଲି କହିଅଛନ୍ତି—ହିନ୍ଦୀ - ଶ]