ଶରଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବଧ; ହିଂସା
  • ରକ୍ଷଣ
  • ରକ୍ଷା
  • ଆଶ୍ରୟ
  • ଗୃହ
  • ରକ୍ଷକ
  • ଆଶ୍ରୟ ନେବା ସ୍ଥାନ
  • ବିଶ୍ରାମ ସ୍ଥାନ
  • ବିବାହର ତ୍ରିହୁତ ଡିଭିଜନର ସାହାବାଦ୍ ଜିଲ୍ଲାର ଉତ୍ତରରେ ଥିବା ଶାରଣ ନାମକ ଜିଲ୍ଲା
  • ଜଳ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଆଶ୍ରୟସ୍ଥଳ ବ୍ୟକ୍ତି; ଆଶ୍ରୟ ଦାତା
  • ଶରଣାଗତ ବ୍ୟକ୍ତି; ଆଶ୍ରିତ ଲୋକ
  • ଗତି
  • ଜୟଦେବଙ୍କ ସମସାମୟିକ ଜନୈକ ସଂସ୍କୃତ କାବ୍ୟରଚୟିତାଶରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -(ଶୃ ଧାତୁ=ହିଂସା କରିବା+ଭାବ. ଅନ)[ସମ୍ପାଦନା]

୧. ବଧ; ହିଂସା —୧. Killing; injuring (Apte).
୨. ରକ୍ଷଣ —୨. Protecting.
୩. ରକ୍ଷା —୩. Shaving; protection.
୪. ଆଶ୍ରୟ —୪. Refuge; shelter; protection.
୫. ଗୃହ —୫. House.
୬. ରକ୍ଷକ —୬. Protector.
୭. ଆଶ୍ରୟ ନେବା ସ୍ଥାନ — ୭. A place of refuge; asylum; sanctuary (Apte).
୮. ବିଶ୍ରାମ ସ୍ଥାନ —୮. Lair; resting place (Apte).
୯. ବିହାରର ତ୍ରିହୁତ ଡ଼ିଭିଜନର ସାହାବାଦ ଜିଲ୍ଲାର ଉତ୍ତରରେ ଥିବା ଶାରଣ ନାମକ ଜିଲ୍ଲା (ହିନ୍ଦୀ - ଶ) —୯. District Ṡāran in Bihar.
୧. ଜଳ —୧୦. Water. (M.W.)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଆଶ୍ରୟସ୍ଥଳ ବ୍ୟକ୍ତି; ଆଶ୍ରୟ ଦାତା —୧. One who gives shelter.

[ଉ—ପଦ୍ମଚରଣ ମୋର ଶରଣ ରଙ୍ଗ କାରଣ ହେବି—ଭଞ୍ଜ. ପ୍ରେମସୁଧାନିଧି]


୨. ଶରଣାଗତ ବ୍ୟକ୍ତି; ଆଶ୍ରିତ ଲୋକ —୨. A person who has come for refuge.

[ଉ—ଶରଣ ସମ୍ଭାଳ; ଆଶ୍ରୟ ମୋତେ ଦିଅ ଗରରେ —ରାଧାନାଥ, ଚନ୍ଦ୍ରଭାଗା]

ଅନୁବାଦ[ସମ୍ପାଦନା]

୩. [[ (ଜ୍ୟୋତିଷ) ଉତ୍ତରାଷାଢ଼ା ନକ୍ଷତ୍ରଠାରୁ ୫ଟି ନକ୍ଷତ୍ର ପର୍ଯ୍ୟନ୍ତ ପଡ଼ିବା ତିଥି; ଶରଣ ପଞ୍ତକ (ଦେଖ) - [ଦ୍ରଷ୍ଟବ୍ୟ —ଏହି ୫ଦିନ ଭୂମି ଖନନ, ତୃଣ କାଷ୍ଠାଦି ଚେଦନ ନିଷିଦ୍ଧ] —୩. The period of five days beginning from Uttārāshāṟḍ̠ẖā during which digging of earth and cutting of straw is prohibited.

[ଦ୍ରଷ୍ଟବ୍ୟ —ଧନୁ—ମୀନ ଦ୍ୱୟୋର୍ମଧ୍ୟେ ଯଦି ଗଚ୍ଛତି ଚନ୍ଦ୍ରମା, ନ ଛେଦ୍ୟଂ ତୃଣକାଷ୍ଠଂ ଚ ନ ପାତ୍ରା ଦକ୍ଷିଣେ ପିଚ ଶରଣ ପଞ୍ଚକ ସମ୍ୱନ୍ଧରେ ଏହିଭଳି ଗୋଟିଏ ଜ୍ୟୋତିଷ ବିଚନ ଆମ ଦେଶରେ ଚଳେ]

୪. ଗତି — ୪. Motion.

(ଉ—ବଳାହଂସକ ନାଦେ ଗତି ବଢ଼ାଇବି ଶୁଣାଇ ବଳାତକାରେ ମନ୍ଦ ଶରଣେ ଗଜହଂସ ଜଣାଇ—ଭଞ୍ଜ ବୈଦେହୀଶବିଲାସ)

୫. (ନାମ) ଜୟଦେବଙ୍କ ସମସାମୟିକ ଜନୈକ ସଂସ୍କୃତ କାବ୍ୟରଚୟିତା — ୫. Name of a poet of Jayadeba's time.

[ଦ୍ରଷ୍ଟବ୍ୟ —ଗୀତଗୋବନ୍ଦ ପ୍ରଥମ ସର୍ଗର ଚତୁର୍ଥ ଶ୍ଲୋକରେ ଉମାପତି ଧର, ଶରଣ, ଆଚାର୍ଯ୍ୟ ଗୋବର୍ଦ୍ଧନ, କବିରାଜ ଧୋୟୀ ଓ ଜୟଦେବ କବିଙ୍କ ନାମ ଉଲ୍ଲେଖ ଅଛି ଦୁର୍ବୋଧ ସନ୍ଦର୍ଭର ଦ୍ରୁବ ରଚନା ନିମନ୍ତେ ଶରଣ କବିଙ୍କୁ ପ୍ରଶଂସା କରା ଯାଇଅଛି]