ଶାଗ

ଉଇକିଅଭିଧାନ‌ରୁ

ଶାଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂ ଶାକ)[ସମ୍ପାଦନା]

୧. ଶାକ (ଦେଖ) - —୧. Ṡāka (See)
୨. (ଜୟପୁର) ବ୍ୟଞ୍ଜନ; ତିଅଣ —୨. Curry.

[ଦ୍ରଷ୍ଟବ୍ୟ —ସାଧାରଣତଃ କେତେକ ବୃକ୍ଷ ଓ ଗୁଳ୍ମ ଏବଂ ଲତା— ମାନଙ୍କର କୋମଳ ପତ୍ର, ଯାହାକୁ ଅଗ୍ନି ଉତ୍ତୋପରେ ପାକ କରି ଅନ୍ନାଦି ସଙ୍ଗରେ ଖିଆଯାଏ, ତାକୁ ଶାଗ ବୋଲାଯାଏ ହିନ୍ଦୀରେ ସବୁପ୍ରକାରର ପରିବା ଓ ପରିବାର ତିଅଣକୁ ଶାଗ ବୋଲାଯାଏ ଅନେକ ପ୍ରକାରର ଗୁଳ ଶାଗରୂପେ ବ୍ୟବହୃତ ହୁଏ ଯଥା—

କୃଷିଦ୍ୱାରା ଉତ୍ପନ୍ନ: ===

୧. ଲେଉଟିଆ—ଏହା ତିନି ପ୍ରକାର—(ସଂସ୍କୃତ - ତଣ୍ଡୁଳୀୟ) (କ) ସାଧାରଣ (ଖ) କାଣି (ଗ) କଣ୍ଟା
୨. କୋଶଳା— ଏହା ପାଞ୍ଚପ୍ରକାର—(କ) ଲଟା, (ଖ) ଡେଙ୍ଗା, (ଗ) ଚେକା, (ଘ) ଧଳା, (ଙ) ନାଲି
୩. ଖଡ଼ା ବା ମାରିଷ—ଏହା ଚାରି ପ୍ରକାର—(କ) ଖାରି ବା ଖାରିଆ ବା ଗୋବରିଆ, (ଖ) ମିଠା, (ଗ) ନାଲି, (ଘ) କଣ୍ଟାମାରିଷ
୪. ପୁରୁଣି— ଏହା ତିନି ପ୍ରକାର—(ସଂ ପୁନର୍ନବା) (କ) ଶେତ ବା ଛେତ, (ଖ) ନାଲି, (ଗ) ନେଳି
୫. ପାଳଙ୍ଗ—ଏହା ତିନି ପ୍ରକାର—(ସଂସ୍କୃତ - ପାଲଙ୍କ୍ୟା; ବଂ—ପାଲମ୍) (କ) ମିଠା, (ଖ) ଖଟା, (ସଂ ଚୁକ୍ରା) (ଗ) ଜଳବେତ ବା ନଇବେତ, (ଜଳ ବେତସ)
୬. ପିଡ଼ଙ୍ଗ—(ସଂ ପୃକ୍କା)
୭. ବଥୁଆ—ଏହା ଦୁଇ ପ୍ରକାର—(ସଂ ବାସ୍ତୁକ, ଶାକରାଟ୍) (କ) ଧଳା, (ଖ) ନାଲି ବା ଟାଙ୍ଗୀ (ସଂ ରକ୍ତ ବା ଗୌଡ଼ ବାସ୍ତୁକ)
୮. ବିଲାତୀ ମଦରଙ୍ଗା
୯. ଚାକୁଣ୍ଡା (ସଂ ଚକ୍ରମର୍ଦ୍ଦ)—ଏହା ଦୁଇ ପ୍ରକାର—(କ) ସାଧାରଣ, (ଖ) ଭାର୍କୁଣ୍ଡା
୧. କୋବି—ଏହା ତିନି ପ୍ରକାର—(କ) ବନ୍ଧା (ଏହାର ପତ୍ର ଖାଦ୍ୟ), (ଖ) ଫୁଲ (ଏହାର ଫୁଲ ଖାଦ୍ୟ), (ଗ) ଉଲ୍ (ଏହାର ମୂଳ ଖାଦ୍ୟ)
୧୧. ପୋଇ (ସଂସ୍କୃତ - ପୋତକୀ, ଉପୋଦକୀ)

ବିନା କୃଷିରେ ପଡ଼ିଆରେ ଜାତ: ===

୧. କନାଶିରି ବା କାନିଶିରି
୨. ବାଲୁବାଲୁଆ
୩. ଲାଜକୋ(କୁ)ଳି (ସଂସ୍କୃତ - ଲଜ୍ଜାକୁଳା; ବଂ—ଲଜ୍ଜାଳ୍ୱ)
୪. ଗୟସ
୫. ପିତାଶାଗ (ସଂ ଗ୍ରୀଷ୍ମ ସୁନ୍ଦରକ, ବଙ୍ଗାଳୀ - ଗୀମେଶାକ୍)
୬. ନାଳନାଳୁଆ
୭. ମୁଠିଶାଗ (ବଂ—ଗିମା)
୮. ଆମଳିତି (ସଂସ୍କୃତ - ଅମ୍ଳଲୋଣିକା, ଚାଙ୍ଗେରୀ)
୯. ଲୁଣ ଶାଗ (ବଂ—ନୁନା, ସଂସ୍କୃତ - ଲୋଣୀ) ଏହା (କ) ସାଧାରଣ ଓ (ଖ) ବଡ଼ ଲୁଣୀ ଭେଦରେ ଦୁଇ ପ୍ରକାର)

ପାଣିରେ ଓ ପାଣି କୂଳରେ ଜାତ: ===

୧. କଳମ ବା କଳମ୍ୱ [ସଂ କଳମ୍ୱୀ, ବଙ୍ଗାଳୀ - କଲମୀ]
୨. ସୁନୁସୁନିଆ [ସଂସ୍କୃତ - ସୁନିଷଣ୍ଡ, ବଙ୍ଗାଳୀ - ସୁସ୍ନି]
୩. ହିଡ଼ି— ମିଚା ବା ହିଡ଼ିହିଡ଼େ଼ଇ ବା ହିଡ଼ିମିଚି ବା ହିରିହିରେଇ [ସଂସ୍କୃତ - ହିଲମୋଚିକା, ବଂ ହିଂଚା]
୪. ମଦରଙ୍ଗା [ସଂସ୍କୃତ - ଶାଳିଞ୍ଚ, ବଙ୍ଗାଳୀ - ଶାଲିଞ୍ଚ ବା ଶାଞ୍ଚେଶାକ]
୫. କୋଇଲେଖା [ସଂସ୍କୃତ - କୋକିଳାକ୍ଷ]

ଗୁଳ୍ମ ଓ ଲତା, ଯାହାର କୋମଳ ପତ୍ର, ଡଙ୍କ ଓ ଫୁଲ ଓ ଡାଙ୍ଗ ଶାଗରୂପେ ବ୍ୟବହୃତ ହୁଏ: ===

୧. ମୂଳା [ସଂସ୍କୃତ - ମୂଳକ]
୨. ଗେଙ୍ଗୁଟି [ସଂସ୍କୃତ - ଙ୍ଘଣ୍ଟା କର୍ଣ୍ଣ; ବଙ୍ଗାଳୀ - ଘେଁଟୁ]
୩. ବୋଇତି କଖାରୁ
୪. କନ୍ଦମୂଳ
୫. ପର୍ବତ କାଉଁରିଆ
୬. ସୋରିଷ [ସଂସ୍କୃତ - ସର୍ଷପ]
୭. ଲାଉ [ସଂସ୍କୃତ - ଅଲାବୁ]
୮. ଧନିଆ [ସଂ ଧନ୍ୟାକ]
୯. ନଳିତା [ସଂସ୍କୃତ - ପଟ୍ଟଶାତ]
୧. ଯୁଆଣୀ [ସଂସ୍କୃତ - ଯବାନୀ]
୧୧. କଲରା [ସଂସ୍କୃତ - କାରବେଲ୍ଲ]
୧୨. ଲଙ୍କାମରିଚ
୧୩. ପୋଟଳ [ସଂସ୍କୃତ - ପଟୋଳ]
୧୪. ବିଲାତୀ ଆଳୁ
୧୫. କଇଞ୍ଚି କାକୁଡ଼ି [ସଂସ୍କୃତ - ବିମ୍ୱ]
୧୬. ପୁଦିନା ବା ପୋଦନା [ସଂ ରୋଚନୀ]
୧୭. ବୁଟ [ସଂସ୍କୃତ - ଚଣକ]
୧୮. ଚଣା [ସଂ ଚଣକ]
୧୯. ମଟର [ସଂସ୍କୃତ - କଳାୟ ଶାକ]
୨. ସାରୁ [ସଂ କଚୁ]

ବଡ଼ ଗଛ, ଯହିଁର କୋମଳ ପତ୍ର ଓ କଢ଼ ଶାଗରୂପେ ବ୍ୟବହୃତଃ ===

୧. ନିମ୍ୱ [ସଂସ୍କୃତ - ନିମ୍ୱ]
୨. ବରଡ଼ା [ଗଡ଼ଜାତରେ]
୩. ଶଜନା [ସଂ ଶୋଭାଞ୍ଜନ]
୪. ଝୁମ୍ପୁଡ଼ି,
୫. ମୂଷଳିଆ [ଗଡ଼ଜାତରେ]
୬. ଧନିଚା,
୭. ଭଦ— ଭଦଳିଆ

ଯେଉଁ ବନ୍ୟ ଗୁଳ୍ମାଦିର ପତ୍ର ଶାକରୂପେ ବ୍ୟବହୃତ ହୁଏ, ତାହାର ନାମ ଜଣା ନ ଥିଲେ କିମ୍ୱା ନାନା ଜାତୀୟ ଗୁଳ୍ମର ପତ୍ରକୁ ମିଶାଇ ଶାଗରୂପେ ବ୍ୟବହୃତ ହେଲେ ତାହାକୁ ଅନାମନା ବା ଅନାବନା ଶାଗ କହନ୍ତି ଏହା ଛଡ଼ା ସାଧାରଣ ଲୋକେ ଅନ୍ୟାନ୍ୟ ବୃକ୍ଷ ଗୁଳ୍ମାଦିର ପତ୍ରକୁ ଶାଗ ରୂପେ ବ୍ୟବହାର କରନ୍ତି ଓ ଦୁର୍ଭକ୍ଷ ସମୟରେ ଅନ୍ନାଭାବ— ଗ୍ରସ୍ତ ଗରିବ ଲୋକେ ପଡ଼ିଆରେ ଜନ୍ମୁଥିବା ନାନା ଗୁଳ୍ମର ପତ୍ରାଦିକୁ ଶାଗରୂପେ ଖାଆନ୍ତି