ଶାସ୍ତ୍ର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବେଦ ତନ୍ତ୍ର, ସ୍ମୃତି, ପୁରାଣାଦି ଧର୍ମଗ୍ରନ୍ଥ; ଦେବତା ବା ମୁନିପ୍ରଣୀତ ଗ୍ରନ୍ଥ
  • ବିଜ୍ଞାନ; କୌଣସି ବିଶିଷ୍ଟ ବିଷୟ ବା ପଦର୍ଥ ସମ୍ବନ୍ଧେ ଧାରାବାହିକରୂପେ ସଂଗୃହିତ ଜ୍ଞାନ
  • ଶାସନ
  • ଆଜ୍ଞାଶାସ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଶାସ୍ ଧାତୁ=ଶାସନ କରିବା+କରଣ ତ୍ର)[ସମ୍ପାଦନା]

୧. ବେଦ ତନ୍ତ୍ର; ସ୍ମୃତି ପୁରାଣାଦି ଧର୍ମଗ୍ରନ୍ଥ; ଦେବତା ବା ମୁନିପ୍ରଣୀତ ଗ୍ରନ୍ଥ —୧. Book of revelations scripture, sacred lore; books of divine authority.

[ଦ୍ରଷ୍ଟବ୍ୟ —ଯାହା ସତ୍ୟବିଦ୍ୟା ପ୍ରତିପାଦନ କରେ ଓ ଯଦ୍ଦ୍ୱାରା ମନୁଷ୍ୟର ସତ୍ୟାସତ୍ୟ, ଧର୍ମାଧର୍ମ, ନ୍ୟାୟାନ୍ୟାୟ, ବିଧେୟବିଧେୟ କର୍ମର ଶିକ୍ଷାଲାଭ ହୁଏ ତାହା ଶାସ୍ତ୍ର ଶାସ୍ତ୍ରଦ୍ୱାରା ଜନସମାଜ ଶିକ୍ଷାପ୍ରାପ୍ତ ହୋଇ ନିୟମରେ ଚଳନ୍ତି ସାଧାରଣତଃ ହିନ୍ଦୁଶାସ୍ତ୍ର ତିନି ଭାଗରେ ବିଭକ୍ତି ଯଥା ===

ଶ୍ରୁତି=ବେଦ; ସ୍ମୃତି=ଧର୍ମଶାସ୍ତ୍ରାଦି; ପୁରାଣ— ଦେବତାଦିଙ୍କର ଓ ସୃଷ୍ଟିସ୍ଥିତି ପ୍ରଳୟାଦିର ବୃତ୍ତାନ୍ତ ବେଦମୂଳକକ ଶାସ୍ତ୍ରମାନଙ୍କ ସଂଖ୍ୟା ୧୮:ଟି ===

ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଜ୍ୟୋତିଷ, ଛନ୍ଦ ଋଗ୍ ବେଦ, ଯଜୁର୍ବେଦ, ସାମବେଦ, ଅର୍ଥର୍ବବେଦ, ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବବେଦ, ଅର୍ଥଶାସ୍ତ୍ର ଏହି ୧୮: ଶାସ୍ତ୍ରକୁ ୧୮: ବିଦ୍ୟା ବୋଲାଯାଏ ହିନ୍ଦୁମାନଙ୍କର ସବୁ ଧର୍ମ ପୁସ୍ତକ ଶାସ୍ତ୍ର ସଂଜ୍ଞାର ଅନ୍ତର୍ଭୁକ୍ତ]

୨. ବିଜ୍ଞାନ; କୌଣସି ବିଶିଷ୍ଟ ବିଷୟ ବା ପଦାର୍ଥ ସମ୍ୱନ୍ଧେ ଧାରାବାହିକ ସଂଗୃହୀତ ଜ୍ଞାନ (ଯଥା—ପ୍ରାଣିଶାସ୍ତ୍ର, ଅର୍ଥଶାସ୍ତ୍ର, ବନସ୍ପତିଶାସ୍ତ୍ର) —୨. Science.
୩. (+ଭାବ.
ତ୍ର) ଶାସନ —୩. Rule; governance.

୪. ଆଜ୍ଞା — ୪. Command.