ଶିଶୁ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଅତି ଅଳ୍ପବୟସ୍କ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜୀବଶାବକ; ଜନ୍ତୁଙ୍କର ଛୁଆ
  • ଆଠ ବର୍ଷରୁ ନିମ୍ନବୟସ୍କ ବାଳକବାଳିକା
  • ଦୁଧଖିଆ ପିଲା, ଯାହାର ଅନ୍ନପ୍ରାଶନ ହୋଇ ନାଥାଏ
  • କୁମାର; କାର୍ତ୍ତିକେୟ
  • ଡିମ୍ବ; ଅଣ୍ତା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସାରବାନ୍ କଠିନ କାଷ୍ଠବିଶିଷ୍ଟ ପାର୍ବତ୍ୟ ବୃକ୍ଷବିଶେଷ
  • କରଣ ବୈଷ୍ଣବମାନଙ୍କର ବଂଶୋପାଧିବିଶେଷଶିଶୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିଶ୍ ଧାତୁ=ଗମନ କରିବା+କର୍ତ୍ତୃ ଉ)[ସମ୍ପାଦନା]

୧. ଜୀବଶାବକ; ଜନ୍ତୁଙ୍କର ଛୁଆ; —୧. The young of animals.

[ଦ୍ରଷ୍ଟବ୍ୟ —ବ୍ରହ୍ମପୁରାଣ ଓ ମନୁସଂହିତା ମତରେ ତନ୍ତ୍ର ଠାରୁ ୮ ବର୍ଷ ବୟସ୍କ ବାଳକକୁ ଶିଶୁ ବୋଲାଯାଏ ଏମାନଙ୍କର ଭକ୍ଷ୍ୟାରକ୍ଷ୍ୟ, ବାଚ୍ୟାବାଚ୍ୟ ପ୍ରଭୃତି କିଛି ନାହିଁ ୪ ବର୍ଷ ଠାରୁ ୮ ବର୍ଷ ପର୍ଯ୍ୟନ୍ତ ଶିଶୁର ପ୍ରତିନିଧିରୂପେ ମାତାପିତା ପ୍ରଭୃତି ଗୁରୁଜନ ତା ପାଇଁ ବ୍ରତାଦି ପାଳନ କରିବେ ମନୁରେ ଅଛି ଯେ, ତା ଶିଶୁ ୪ ମାସ ପର୍ଯ୍ୟନ୍ତ ସୁତିକାଗୃହରେରହିବ ୪ମାସ ପୂରିଲେ ସୂର୍ଯ୍ୟଦେଶ ନ ପାଇଁ ସୂତିକାଗାରରୁ ଏହାର ନିଷ୍କ୍ରାମଣ କରାଇବ ମହାନିର୍ବାଣନ୍ତ୍ରରେ ଅଛି ଯେ, ଶିଶୁକୁ ତ୍ୟାଗ କରି ପ୍ରବ୍ରଜ୍ୟା ଅବଲମ୍ୱନ କରିବା ନାହିଁ— (ବିଶ୍ୱକୋଷ)]

୨. ଆଠ (ମତାନ୍ତରରେ ୧୬: ) ବର୍ଷରୁ ନିମ୍ନ ବୟସ୍କ କାଳକବାଳିକା —୨. Child below ୮ years.
୩. ଦୁଧଖିଆ ପିଲା, ଯାହାର ଅନ୍ନପ୍ରାଶନ ହୋଇ. ନଥାଏ —୩. A child not yet weaned from its mother; infant.
୪. (କୁମାର; କାର୍ତ୍ତିକେୟବିଶ୍ୱକୋଷ) —୪. Kārttikeya.
୫. ଡ଼ିମ୍ୱ; ଅଣ୍ଡା —୫. Egg.

ଅନୁବାଦ[ସମ୍ପାଦନା]

ବିଶେଷଣ -[ସମ୍ପାଦନା]

ଅତି ଅଳ୍ପବୟସ୍କ —Of tender age.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଶିଂଶପା)—ସାରବାନ୍ କଠିନ କାଷ୍ଠବିଶିଷ୍ଟ ପାର୍ବତ୍ୟ ବୃକ୍ଷବିଶେଷ — ୧. A timber terr; the black wood; Sissoo tree; Dalbergia Sissoo.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁତିକ୍ତ କଷାୟ ରସ, ଭଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ଗର୍ଭପାତକ, ଓ ଶୋଷ ମେଦ, କୁଷ୍ଠ, ଶ୍ୱତ୍ର, ବି, କୃମି, ବସ୍ତିବେଦନା, ବ୍ରଣ, ଦାହ, ରକ୍ତଦୋଷ ଓ କଫନାଶକ ଶ୍ୱେତ, ପୀତ, କୃଷ୍ଣ— ଭେଦରେ ଶିଶୁଗଛ ୩ ପ୍ରକାର ସମସ୍ତଙ୍କ ଗୁଣ ପ୍ରାୟ ସମାନ ଦ୍ରବ୍ୟଗୁଣ କଳ୍ପଦ୍ରମର ବର୍ଣ୍ଣନାନୁସାରେ ଶ୍ୱେତ, ଶ୍ୟାମଳ ଓ କପିଳବର୍ଣ୍ଣଭେଦରେ ଶିଶୁ ଗଛ ୩ ପ୍ରକାର

ଏହି ଶିମ୍ୱାଦିବର୍ଗର ଉଚ୍ଚ ତରୁବିଶେଷ; ପତ୍ର ଏକୋତ୍ତର; ପର୍ଣ୍ଣ ଅଣ୍ଡାକାର; ବର୍ଷକୁ ବର୍ଷ ଗଛରୁ ପୁରୁଣା ପତ୍ର ଝଡ଼ି ପୁଣି ନୂଆ ପତ୍ର କଅଁଳେ; ଖରାଦିନେ ଫୁଲ ଧରେ; ଏହାର ଛୁଇଁ ଲମ୍ୱ ଓ ପ୍ରତ୍ୟେକ ଛୁଇଁରେ ୧ ଠାରୁ ୩ ପର୍ଯ୍ୟନ୍ତ ମଞ୍ଜିଥାଏ ଗଡ଼ଜାତର ପାର୍ବତ୍ୟପ୍ରଦେଶରେ ଶିଶୁ ଗଛ ପ୍ରଚୁର ପରିମାଣରେ ଜନ୍ମେ ମୃତ୍ତିକାବହୁଳ ପ୍ରଦେଶରେ ଯେଉଁ ଶିଶୁ ଗଛ ଜନ୍ମେ ତାହା ପାହାଡ଼ିଆ ଶିଶୁ କାଠ ପରି ଟାଣୁଆ ନୁହେସାଧାରଣତଃ ଶିଶୁକାଠ କଳା ଓ ନାଲି ରଙ୍ଗର ଦେଖାଯାଏ ଏ କାଠ ଏପରି ଭାରୀ ଯେ, ପାଣିରେ ବୁଡ଼ିଯାଏ ସବୁ କାଠ ମଧ୍ୟରେ ଏହା ଖୁବ୍ କଠିନ ଏଥିରେ ଖଟ, ପଲଙ୍କ, ଆଲମାରୀ, ଆଦି ତିଆରି ହୁଏ ଏ କାଠରୁ ଏକପ୍ରକାର ତେଲ ବାହାରେ ଏହା ଜଳାଯାଏ ଏବଂ ଔଷଧରେ ବ୍ୟବହୃତ ହୁଏ ଶିଶୁ ଗଛ ବଢ଼ିବା ସମୟରେ ଭୂମିରୁ ମାଟି ଓ ପଥର ଇତ୍ୟାଦି ଟାଣି ନେଇଥାଏ ଓ ତାହା କାଠ ଚିରିବା ସମୟରେ କାଠ ଭିତରୁ ବାହାରେ କପିଳ ବର୍ଣ୍ଣର ଶିଶୁକାଠ ତିକ୍ତରସ, ଶୀତବୀର୍ଯ୍ୟ, ଶ୍ରାନ୍ତି, ନିବାରକ, ଓ ବାତ, ପୀତ୍ତ, ଜ୍ୱର ହିକ୍କା ଓ ବମନ ରୋଗରେ ଉପକାର]

୨. କରଣ ବୈଷ୍ଣବମାନଙ୍କର ବଂଶୋପାଧିବିଶେଷ — ୨. A family title of Karaṇa B&aline;i̱pshṇabas

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାର ବାଲିପାଟଣା ଗ୍ରାମରେ ଏହି ଉପାଧି— ଧାରୀ କରଣ ବୈଷ୍ଣବ ଅଛନ୍ତି]