ଶୌଚ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଶୁଦ୍ଧି
  • ଯଥାଶାସ୍ତ୍ର ଦେହଶୁଦ୍ଧି
  • ଶୁଚିତା; ପବିତ୍ରତା
  • ଶାସ୍ତ୍ରବିହିତ ଆଚାରଦ୍ଵାରା ଦେହକୁ ଓ ମନକୁ ପବିତ୍ର ରଖିବା
  • ନିର୍ମଳତା
  • କୁଟୁମ୍ବରେ ମୃତ୍ୟୁ ବା ଜନ୍ମ ଘଟିଲେ ନିର୍ଦ୍ଦିଷ୍ଟ ଦିବସରେ ଶୁଦ୍ଧିକ୍ରିୟା
  • ଛଅଞ୍ଚି ହେବା; ଝାଡା ଫେରିଲା ପରେ ପାଣି ସାରିବା; ମଳତ୍ୟାଗାନ୍ତ ଜଳଦ୍ଵାରା ଗୁଦାଦିର ପ୍ରକ୍ଷାଳନଶୌଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଅଶୌଚ—ବିପରୀତ)

ସଂସ୍କୃତ - ବି—(ଶୁଚି=ପବିତ୍ର+ଭାବାର୍ଥେ. ଅ)[ସମ୍ପାଦନା]

୧. ଶୁଦ୍ଧି — ୧. Purification.
୨. ଯଥାଶାସ୍ତ୍ର ଦେହଶୁଦ୍ଧି — ୨. Purification of the body according to the injunctions of the Ṡāstras.
୩. ଶୁଚିତା; ପବିତ୍ରତା —୩. Purity.
୪. ଶାସ୍ତ୍ରବିହିତ ଆଚାରଦ୍ୱାରା ଦେହକୁ ଓ ମନକୁ ପବିତ୍ର ରଖିବା —୪. Keeping the body and the mind clean by following Ṡāstric injunctions.

[ଦ୍ରଷ୍ଟବ୍ୟ —ଅଭକ୍ଷ୍ୟ ବସ୍ତୁର ପରିହାର, ଅନିନ୍ଦିତ ବ୍ୟକ୍ତିର ସଂସର୍ଗ ଓ ସ୍ୱଧର୍ମରେ ଅବସ୍ଥାନ କରିବାକୁ ଶୌଚ ବୋଲାଯାଏ (ଏକାଦଶୀ ତତ୍ତ୍ୱ) ଯେତେ ପ୍ରକାର ଶୌଚ ଅଛି, ତନ୍ମଧ୍ୟରେ ଅର୍ଥଶୌଚ ପ୍ରଧାନ ଅର୍ଥାର୍ଜନ ବିଷୟରେ ଅଶାସ୍ତ୍ରୀୟ ଉପାୟ ଅବଲମ୍ୱନ ନକରି ଶାସ୍ତ୍ରସଙ୍ଗତ ଉପାୟରେ ଯେ ଅର୍ଥାର୍ଜନ କରନ୍ତି ଓ ତାହା ରକ୍ଷା କରନ୍ତି ତାଙ୍କୁ ଅର୍ଥଶୁଚି ବୋଲାଯାଏ ଶୌଚ ପାଞ୍ଚ ପ୍ରକାର—ସତ୍ୟ— ଶୌଚ, ମନଃଶୌଚ, ଇନ୍ଦ୍ରିୟନିଗ୍ରହ, ସର୍ବଭୂତରେ ଦୟା ଓ ଦେହଶୌଚ ବିଦ୍ୱାନ୍ ମାନଙ୍କର କ୍ଷମାହିଁ ଶୌଚ; ଅକାର୍ଯ୍ୟ— କାରୀମାନେ ଦାନ ଦ୍ୱାରା, ପ୍ରଚ୍ଛନ୍ନପାପୀ ଜପଦ୍ୱାରା, ବେଦବିଦ୍ ବ୍ରାହ୍ମଣ ତପସ୍ୟା ଦ୍ୱାରା, ପରପୁରୁଷାଭିଳାଷ ହେତୁ ଦୁଷିତ— ମନାଃ ସ୍ତ୍ରୀ ରଜସ୍ୱଳା ହେବାଦ୍ୱାରା, ମଳବହା ନଦୀ ସ୍ରୋତ ଦ୍ୱାରା, ଦ୍ୱିଜୋତ୍ତମ ପ୍ରବ୍ରଜ୍ୟାଦ୍ୱାରା, ମନଃ ସତ୍ୟ ଦ୍ୱାରା, ଜୀବାତ୍ମା ବିଦ୍ୟା ଓ ତପସ୍ୟାଦ୍ୱାରା ଓ ବୁଦ୍ଧି ଜ୍ଞାନଦ୍ୱାରା ଶୌଚ ଲାଭ କରନ୍ତି ଏମାନଙ୍କୁ ଶାରୀରିକ ଶୌଚ ବୋଲାଯାଏ ମୃତ୍ତିକା ଓ ଜଳାଦିଦ୍ୱାରା ଶରୀରିକ ଶୁଦ୍ଧିକୁ ବାହ୍ୟ ଶୌଚ ଓ ଇନ୍ଦ୍ରିୟାଦି ସଞ୍ଜମଦ୍ୱାରା ମନଃଶୁଦ୍ଧିକୁ ଆଭ୍ୟନ୍ତର ଶୌଚ ବୋଲାଯାଏ—(ବିଶ୍ୱକୋଷ)]

୫.
ନିର୍ମଳତା —୫. Cleanliness.

୬. କୁଟୁମ୍ଭରେ ମୃତ୍ୟୁ ବା ଜନ୍ମ ଘଟିଲେ ନିର୍ଦ୍ଦିଷ୍ଟ ଦିବସରେ ଶୁଦ୍ଧକ୍ରିୟା —୬. Purificatory rite performed after a deatrh or birth amongst kinsmen.
୭. ଛଅଞ୍ଚି ହେବା; ଝାଡ଼ା ଫେରିଲା ପରେ ପାଣି ସାରିବା; ମଳତ୍ୟାଗାନ୍ତ ଜଳଦ୍ୱାରା ଗୃଦାଦିର ପ୍ରକ୍ଷାଳନ —୭. Cleanising and washing the private parts etc after answering a call of nature; ablution after evacuation.