ଶ୍ରୁତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବେଦ
  • କିଂବଦନ୍ତୀ; ପୁରୂଷାନୁକ୍ରମେ ମୁହେଁ ମୁହେଁ ଚଳି ଆସୁଥିବା ପ୍ରବାଦ; ବାର୍ତ୍ତା; ପୁରୂଷ ପରମ୍ପରାଗତ ପ୍ରବଚନ
  • ଶ୍ରୁତୀନ୍ଦ୍ରିୟ ଗ୍ରାହ୍ୟ ଶବ୍ଦ; ବାଚକ ଶବ୍ଦ ବାଧ୍ଵନି; ଶ୍ରବଣଯୋଗ୍ୟ ନାଦ
  • ସୂକ୍ଷ୍ମସ୍ଵର; ସ୍ଵରର ଅବୟବ ବିଶେଷ
  • ଶ୍ରବଣେନ୍ଦ୍ରିୟ; କର୍ଣ୍ଣ; କାନ
  • ଶ୍ରବଣ; ଶୁଣିବା
  • ଉଡା ଖବର; ବାର୍ତ୍ତା
  • ଶ୍ରବଣା ନକ୍ଷତ୍ର

ବିଶେଷ୍ୟ (ବୈଦେଶିକ)[ସମ୍ପାଦନା]

  • ସୁରୁତି
  • ଶ୍ରୁତି ଖେଳଶ୍ରୁତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବି—(ଶ୍ରୁ ଧାତୁ+କର୍ମ. ତି)[ସମ୍ପାଦନା]

୧. ବେଦ — ୧. The Bedas.

[ଦ୍ରଷ୍ଟବ୍ୟ —ଲିଖନ ପଦ୍ଧତି ସୃଷ୍ଟିହେବା— ପୂର୍ବରୁ ବେଦ ଶିଷ୍ୟାନୁଶିଷ୍ୟ କ୍ରମେ ଶ୍ରୁତିପରମ୍ପରାରେ ପ୍ରଚାରିତ ହେଉଥିଲା ବୋଲି ବେଦର ଗୋଟିଏ ନାମ ଶ୍ରୁତି]

୨. କିଂବଦନ୍ତୀ; ପୁରୁଷାନୁକ୍ରମେ ମୁହେଁ ମୁହେଁ ଚଳି ଆସୁଥିବା ପ୍ରବାଦ; ବାର୍ତ୍ତା; ପୁରୁଷା ପରମ୍ପରାଗତ ପ୍ରବଚନ — ୨. Tradition; story which has been handed down from generation to generation.
୩. ଶ୍ରୁତୀନ୍ଦ୍ରିୟ ଗ୍ରାହ୍ୟ ଶବ୍ଦ; ବାଚକ ଶବ୍ଦ ବା ଧ୍ୱନି; ଶ୍ରବଣ— ଯୋଗ୍ୟ ନାଦ —୩. An audible sound; an expressive or significant sound; an expression which can be heard.
୪. (ସଙ୍ଗୀତ) ସୂକ୍ଷ୍ମସ୍ୱର; ସ୍ୱରର ଅବୟବ ବିଶେଷ — ୪. (Music) A delicate tone; a constituent part of a musical note.

[ଦ୍ରଷ୍ଟବ୍ୟ —ସଙ୍ଗୀତରେ ଏକ ସ୍ୱରରୁ ସ୍ୱରାନ୍ତର ପ୍ରକାଶ କରିବା ସମୟରେ ଦୁଇ ଗୋଟି ସ୍ୱର ମଧ୍ୟରେ ଯେଉଁ ସୂକ୍ଷ୍ମ ସ୍ୱରାଂଶ ସକଳ ଶ୍ରୁତ ହୁଏ ତାହାକୁ ଶ୍ରୁତି ବୋଲାଯାଏ ସଙ୍ଗୀତ ଶାସ୍ତ୍ର ମତରେ ଏହା ୨୨: ଗୋଟି (ବଙ୍ଗଳାରେ ଏହାକୁ 'ସୁରତ୍' ବା 'ସୋରତ୍' ବୋଲାଯାଏ) ଯଥା—ନାନ୍ଦୀ, ଚାଳନିକା, ରସା, ସୁମୁଖୀ, ଚିତ୍ରା, ବିଚିତ୍ରା, ଘନା, ମାତଙ୍ଗୀ, ସରସା, ଅମୃତା, ମଧୁକରୀ, ମୈତ୍ରୀ, ଶିବା, ମାଧବୀ, ବାଳା, ଶାର୍ଙ୍ଗରବୀ, କଳା, କଳରବା, ମାଳା, ବିଶାଳା, ଜୟା, ମାତ୍ରା

ସଙ୍ଗୀତରେ ସ୍ୱର ୭ ଗୋଟି; ଯଥା—ସାରିଗାମାପାଧାନି; ଏହି ପ୍ରତ୍ୟେକ ସ୍ରରର ଭିନ୍ନ ଭିନ୍ନ ଶ୍ରୁତି ନିର୍ଦ୍ଦିଷ୍ଟ ହୋଇଅଛି; (ଅର୍ଥାତ୍ ଭିନ୍ନ ଭିନ୍ନ ଶ୍ରୁତି ସଂଯୋଗରୁ ଭିନ୍ନ ଭିନ୍ନ ସ୍ୱର ଉତ୍ପନ୍ନ ହୋଇଅଛି)

'ସା' ବା ଷଡ଼ଜର ଶ୍ରୁତି—ନାନ୍ଦୀ, ବିଶାଳା, ସୁମୁଖୀ, ବିଚିତ୍ରା


'ରି' ବା ଋଷଭର—ଚିତ୍ରା, ଘନା, ଚାଳନିକା

'ଗା' ବା ଗାନ୍ଧାରର—ବାଳା, ସରସା

'ମା' ବା ମଧ୍ୟମର—ମାତଙ୍ଗୀ, ମାଧବୀ, ମୈତ୍ରୀ, ଶିବା

'ପା' ବା ପଞ୍ଚମର—କଳା, କଳରବା, ମାଳା, ଶାର୍ଙ୍ଗରବୀ

'ଧା' ବା ଧୈବତର—ଜୟା, ଅମୃତା, ରସା

'ନି' ବା ନିଷାଦର—ମାତ୍ରା, ମଧୁକରୀ]

୫. (+କରଣ ତି) ଶ୍ରବଣେନ୍ଦ୍ରିୟ; କର୍ଣ୍ଣ; କାନ —୫. Ear.

(ଉ—କୋମଳତର ମୋହନ; କୁଞ୍ଜକୁକ୍ଷିରୁ ନିଃସ୍ୱନ ଆସି ଚୁମ୍ୱିଦେଲା ମୋ ଶ୍ରୁତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ. କ. ଗୀତ)

୬. (+ଭାବ. ତି) ଶ୍ରବଣ; ଶୁଣିବା —୬. Act of hearing.
୭. (+କର୍ମ. ତି) ଉଡ଼ା ଖବର; ବାର୍ତ୍ତା —୭. Rumour; a verbal report; a report carried by word of mouth from one person to another.
୮. ଶ୍ରବଣା ନକ୍ଷତ୍ର —୮. The ୨୨nd asterism.

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

[[]] ୧ ସୁରୂତି ]] ୨ (ଦେଖ) - —୧. Suruti ୨. (See)

୨. ଶ୍ରୁତି ଖେଳ (ଦେଖ) - —୨. Ṡrutikheḻa. (See)