ଷଷ୍ଠୀ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • କାତ୍ୟାୟନୀ; ଦୁର୍ଗା
  • ଷୋଡ଼ଶ ମାତୃକାନ୍ତର୍ଗତ ମାତୃକା ବିଶେଷ; ଷଠି ଦୁଛେଇଁ; ଷଷ୍ଠି ଦେବୀ
  • ବିଶେଷ୍ୟ ଓ ବିଶେଷଣର ବିଭକ୍ତି ବିଶେଷ; ସମ୍ବନ୍ଧ ପଦ ଯୁକ୍ତ ବିଭକ୍ତି
  • ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥିଷଷ୍ଠୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଷଷ୍ଠ+ଈ)[ସମ୍ପାଦନା]

୧. କାତ୍ୟାୟନୀ; ଦୁର୍ଗା — ୧. Goddess Durgā.
୨. (ପ୍ରକୃତି ବା ଦୁର୍ଗାଙ୍କର ଷଷ୍ଠାଂଶରୂପା ଥିବାରୁ ଏହି ନାମ) ଷୋଡଶ ମାତୃକାନ୍ତର୍ଗତ ମାତୃକା ବିଶେଷ; ଷଠି ଦୁଛେଇଁ; ଷଷ୍ଠୀ ଦେବୀ —୨. The Goddess protecting infants.

[ଦ୍ରଷ୍ଟବ୍ୟ —ଏ ଦୁର୍ଗା ବା ପ୍ରକୃତିଙ୍କ ଷଷ୍ଠୀ କଳା ଓ ସ୍କନ୍ଦ ଭାର୍ଯ୍ୟା; ଏ ଷୋଡଶ ମାତୃକାଙ୍କ ମଧ୍ୟରେ ପ୍ରଧାନ ଦେବୀ ଅଟନ୍ତି ଏହାଙ୍କର ଅନ୍ୟ ନାମ ଦେବସେନା ଏହାଙ୍କ ପ୍ରସାଦରେ ପୁତ୍ରପୌତ୍ରାଦି ଲାଭ ହୁଏ ଏ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ ପିଲା ଜନ୍ମର 'ଷଠି' ଓ 'ଏକୋଇଶା' ଦିନ ଏହାଙ୍କ ପୂଜା କରାଯାଏ ଅପୁତ୍ର ବ୍ୟକ୍ତି ଏକବର୍ଷ ଷଷ୍ଠାଦେବୀଙ୍କ ସ୍ତବ ଶ୍ରବଣ କଲେ ପୁତ୍ରଲାଭ କରେ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ ସନ୍ତାନବତୀ ରମଣୀମାନଙ୍କର ପ୍ରତିମାସର ଶୁକ୍ଳ ଷଷ୍ଠୀରେ ନିଜ ନିଜର ସନ୍ତାନଙ୍କ ମଙ୍ଗଳାର୍ଥ ଷଷ୍ଠୀ ବ୍ରତ କରିବା ବିଧେୟ (ଷଷ୍ଠୀ ୪ର୍ଥ ଅର୍ଥ ତଳେ ଟୀକା ଦେଖ)

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀ ରୂପ ଧାରଣ କରନ୍ତି ଏବଂ ଶିଶୁମାନଙ୍କ ରକ୍ଷିକାରୂପେ ମାତୃରୂପା, ଦୟାରୂପା, ରକ୍ଷଣରୂପା, ବୃଦ୍ଧ— ରୂପା ଓ ଯୋଗିନୀରୂପା ହୁଅନ୍ତି

ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିବସରେ କାନ୍ଥରେ ଏହାଙ୍କର ରୂପ ଗଢାଯାଇ ବା ପିତୁଳା ସ୍ଥାପିତ ହୋଇ ପୂଜା କରାଯାଏ ଏ ସୁପୁତ୍ରଦା, ସୁଖଦା କଥିତ ଅଛି ଯେ, ଶିଶୁ— ମାନଙ୍କୁ ସର୍ବଦା ଏ ଜଗିଥାଆନ୍ତି ଓ ଶିଶୁ ଶୋଇ ପଡ଼ିଲେ ତାକୁ ଉଠାଇ ଦିଅନ୍ତି ଓ ଶିଶୁ ଶୋଇଲା ବେଳେ ତାକୁ ସ୍ୱପ୍ନ ଦେଖାଇ ହସାନ୍ତି ଓ କାନ୍ଦନ୍ତି ପ୍ରତି ଶୁକ୍ଳ ଷଷ୍ଠୀରେ ଓ ବିଶେଷତଃ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ (ଷଠୀ ଓଷାରେ) ଏହାଙ୍କର ପୂଜା ହୁଏ ଏହାଙ୍କୁ ଶାଳଗ୍ରାମ ଶିଳାରେ, ଘଟରେ, ବଟମୂଳରେ ପୂଜା କରାଯାଏ ଓ କାନ୍ଥରେ ମାଟିରେ ପିତୁଳା ସ୍ଥାପନ କରି ପୂଜା କରାଯାଏ ଏହାଙ୍କ ଧ୍ୟାନରେ ଏ 'ଶ୍ୱେତଚମ୍ପକବର୍ଣ୍ଣାଭା' ରତ୍ନଭୂଷଣ ଭୁଷିତା ଓ ପବିତ୍ର ରୂପା ବୋଲି ବର୍ଣ୍ଣିତ ହୋଇଅଛନ୍ତି

ତିଥିକୃତ୍ୟତତ୍ତ୍ୱରେ ଜ୍ୟୈଷ୍ଠ ମାସ ଶୁକ୍ଲ ଷଷ୍ଠୀ ବା ଆରଣ୍ୟ ଷଷ୍ଠୀରେ ବର୍ଣ୍ଣିତ ଧ୍ୟାନରେ ଏହାଙ୍କୁ ଦ୍ୱିଭୁଜା, ଯୁବତୀ, ବରାଭୟହସ୍ତା, ଗୌରବର୍ଣ୍ଣା, ବିନ୍ଧ୍ୟବାସିନୀ, ଦିବ୍ୟ ବସ୍ତ୍ର ପରିହିତା, ପୀନୋନ୍ନତପୟୋଧରା ରୂପେ କଳ୍ପନା କରାଯାଇ ଅଛି ଏ ଦିନ ସ୍ତ୍ରୀମାନେ ତାଳବୃନ୍ତ ଓ ଅନ୍ୟ୍ୟାନ୍ୟ ପୂଜା ଦ୍ରବ୍ୟ ସହ ବନକୁ ଯାଇ ସେଠାରେ ଆରଣ୍ୟ ଷଷ୍ଠୀ ଦେବୀଙ୍କ ପୂଜା, ତଦୁପାଖ୍ୟାନ ଶ୍ରବଣ ଓ ଫଳ ମୁଳାଦି ସେବନ କରିବେ ଏ ବ୍ରତ କଲେ ସନ୍ତାନ ସନ୍ତତି ଦୀର୍ଘାୟୁଃ ଓ ଐଶ୍ଚର୍ଯ୍ୟଶାଳୀ ହୁଅନ୍ତି ପୁତ୍ରର ବା କନ୍ୟାର ଜନ୍ମର ୬ଷ୍ଠ ଦିନ ରାତ୍ରିରେ ସ୍ମୃତିକା ଗୃହରେ ଷଷ୍ଠୀଦେବୀଙ୍କର ଯେଉଁ ପୂଜା ହୁଏ ତାକୁ ସୂତିକା ଷଷ୍ଠୀ ପୂଜା ବୋଲାଯାଏ ସେ ଦିନ ସନ୍ତାନକୁ ଗୋଟିଏ ବ୍ୟଜନ ଉପରେ ବିଛାଯାଇ ଥିବା ଲୁଗା ଉପରେ ଶୁଆଇ ଷଷ୍ଠୀଦେବୀଙ୍କ ଚରଣରେ ପିଲାଙ୍କୁ ସମର୍ପଣ କରାଯାଏ ଷଷ୍ଠୀଦେବୀଙ୍କ ବାହନ କୃଷ୍ଣ ମାର୍ଜାର ଓ ଆବାସ ଅଶ୍ୱତ୍ଥ ବୃକ୍ଷ—ବିଶ୍ୱକୋଷ

ଏହାଙ୍କର ଅଷ୍ଟାକ୍ଷର ମନ୍ତ୍ର 'ନୌଁ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ୱାହା' ବ୍ରହ୍ମବୈକର୍ତ୍ତ ପୁରାଣ ପ୍ରକୃତିଖଣ୍ଡ ୧ମ ଓ ୪ଶ ଅଧ୍ୟାୟରେ ଏହାଙ୍କର ପୂଜା ବିଧି ଓ ସ୍ତୋତ୍ର ଆଦି ବର୍ଣ୍ଣିତ ହୋଇଅଛି]

୩. (ବ୍ୟାକରଣ) ବିଶେଷ୍ୟ ଓ ବିଶେଷଣର ବିଭକ୍ତି ବିଶେଷ; ସମ୍ୱନ୍ଧ ପଦ ଯୁକ୍ତ ବିଭକ୍ତି — ୩. (grammar) The ୬th case (genitive) of a noun or adjective.

[ଦ୍ରଷ୍ଟବ୍ୟ —ଏହାର ଚିହ୍ନ 'ର' ବ୍ୟାକରଣରେ ଷଷ୍ଠୀ ନାନା ପ୍ରକାର, ତନ୍ମଧ୍ୟରୁ କେତେ ଗୋଟି ଉଦାହରଣ ଏଠାରେ ଦିଆ ଯାଉଅଛି

କ ସମ୍ୱନ୍ଧେ ଷଷ୍ଠୀ—ଯଥା—ମୋ ପୁସ୍ତକ; କିଏ କହୁଥାଏ କାହାର କଥା, କାଣିକି ଲାଗିଛି ଦିଅର ଚିନ୍ତା

ଖ କର୍ତ୍ତା ସ୍ଥଳରେ ଷଷ୍ଠୀ, ଯଥା—ମୋ ଖାଇବା, ମୋ କାନ୍ଦଣା, ପିଲାଙ୍କ ଖେଳ

ଗ ଉଭୟ ପ୍ରାପ୍ତିରେ କର୍ମରେ ଷଷ୍ଠୀ (ଯେଉଁଠାରେ କର୍ତ୍ତା ଓ କର୍ମ ଉଭୟ ସ୍ଥାନରେ ଷଷ୍ଠୀ ହୋଇ ପାରେ, ଯଥା—ଶିଶୁର ଦୁଗ୍ଧପାନ କିମ୍ୱା ଶିଶୁଦ୍ୱାରା ଦୁଗ୍ଧର ପାନକ୍ରିୟା

ଘ ବର୍ତ୍ତମାନ କାଳ ବିହିତ ତ, କ୍ତ ଆଦି ପ୍ରତ୍ୟୟ ପ୍ରୟୋଗେ ୩ୟା ସ୍ଥଳରେ ଷଷ୍ଠୀ, ଯଥା—ମହାତ୍ମା ଗାନ୍ଧୀ ବର୍ତ୍ତମାନ ସଭ୍ୟ—ଜଗତରେ ସମସ୍ତଙ୍କର ବରିତ ଅଟନ୍ତି; ଏ ପୁସ୍ତକ ମୋର ପାଠ୍ୟ


ଙ କର୍ମ ସ୍ଥଳରେ ଷଷ୍ଠୀ; ଯଥା—ଗୁରୁଙ୍କ ସେବା; ରୋଗୀରଚର୍ଯ୍ୟା

ଚ ନିମିତ୍ତାର୍ଥ ଶବ୍ଦ ଯୋଗେ ୬ଷ୍ଠୀ, ଯଥା— ତାହାଙ୍କ ଲାଗି ମୁଁ ଯୋଗୀ ହୋଇଯିବି; ତାଙ୍କ ପାଇଁ ସିନା ମୁଁ ଏଠାକୁ ଆସିଛି

ଛ ହେତ୍ୱର୍ଥ ଶବ୍ଦ ଯୋଗେ ୬ଷ୍ଠୀ, ଯଥା— ତାଙ୍କ ହେତୁ ମୁଁ ଜଗତରେ ବିଖ୍ୟାତ ହେଲି

ଜ ତୁଲ୍ୟାର୍ଥ ଶବ୍ଦ ଯୋଗେ ୬ଷ୍ଠୀ, ଯଥା—ସେ ତାଙ୍କ ତୁଲ୍ୟ ବଳବାନ୍

ଝ ଦିଗ ବା ଅବସ୍ଥିତିବାଚକ ଆଗ ପଛ ଆଦି ପ୍ରୟୋଗ ସ୍ଥଳରେ, ଯଥା—ମନ୍ଦିରର ଉତ୍ତରରେ, ତାଙ୍କ ସମ୍ମୁଖରେ, ରଜାଙ୍କ ପଛରେ ଲୋକେ ଯାଉଛନ୍ତି

ଞ୍ଜ ବିବକ୍ଷାରେ ୬ଷ୍ଠୀ (କର୍ତ୍ତାର ବୋଲିବା ଇଚ୍ଛାନୁସାରେ ଅନ୍ୟ ବିଭକ୍ତି ସ୍ଥଳରେ ମଧ୍ୟ ଷଷ୍ଠୀ ହୁଏ) ଯଥା—ତାର ମୋର ଏକାଠେଇଁ ଗଲୁଁ; ମୁରଲି ! ତୋର ଶରଣ ଗଲିରେ (ସଙ୍ଗୀତ); ସେ ଦିନର ତିନିଥର ଖାଉଛି; ମେଘ ମନ୍ଦ୍ର ଆବର ଧ୍ୱନିଲା ଆକାଶର—ମଧୁସୂଦନ. ନଦୀ ପ୍ରତି

ଟ ଅଭେଦେ ଷଷ୍ଠୀ, ଯଥା—ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ; ଧଳିର ଏ ମର କଳେବର—ମଧୁସୂଦନ ଜୀବନଚିନ୍ତା

ଠ ବିଶେଷଣ ଷଷ୍ଠୀ, ଯଥା—ସନ୍ତାପର ସିଂହାସନ ହେଲା ସିନା ଲାଭ—ରାଧାନାଥ. ମହାଯାତ୍ରା

୪. ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥି —୪. The day of a lunar fortnight.

[ଦ୍ରଷ୍ଟବ୍ୟ —ଏହା ଶୁକ୍ଳ ଓ କୃଷ୍ଣ ଭେଦରେ ଦୁଇ ପ୍ରକାର ଶୁକ୍ଳପକ୍ଷରେ ଶୁକ୍ଳା ଷଷ୍ଠୀ ବା ଶୁକ୍ଳ ଷଷ୍ଠୀ ଓ କୃଷ୍ଣ ପକ୍ଷରେ କୃଷ୍ଣା ଷଷ୍ଠୀ ବା କୃଷ୍ଣ ଷଷ୍ଠୀ

ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ

ସ୍କନ୍ଦପୁରାଣରେ ପ୍ରତି ମାସର ଶୁକ୍ଳପକ୍ଷର ଷଷ୍ଠୀମାନଙ୍କର ଭିନ୍ନ ଭିନ୍ନ ନାମ ଅଛି ଯଥା— ବୈଶାଖ ମାସର (ଶୁକ୍ଳ)—ଚାନ୍ଦନୀ ଷଷ୍ଠୀ

ଜ୍ୟୈଷ୍ଠ (ଶୁକ୍ଳ)—ଆରଣ୍ୟ ଷଷ୍ଠ ବା ଶୀତଳ ଷଷ୍ଠୀ (ଶିବପାର୍ବତୀଙ୍କ ବିବାହ ଉତ୍ସବ ବା ଦେବ ବିଭା); ବଙ୍ଗଦେଶରେ ଏ ଷଷ୍ଠୀର ନାମ 'ଜାମାଇ ଷଷ୍ଠୀ'

ଆଷାଢ଼ (ଶୁକ୍ଳ)—କାର୍ଦ୍ଦମୀ ଷଷ୍ଠୀ

ଶ୍ରାବଣ (ଶୁକ୍ଳ)—ଲୁଣ୍ଠନା ଷଷ୍ଠୀ

ଭାଦ୍ର (ଶୁକ୍ଳ)—ଚପେଟା ଷଷ୍ଠୀ, ମନ୍ଥନ ଷଷ୍ଠୀ, ଷଷ୍ଠୀ ଦେବୀଙ୍କପୂଜା (ଷଠୀ ଓଷା)

ଆଶ୍ୱିନ—(କୃଷ୍ଣ)—ଘାଟ ଷଷ୍ଠୀ (ଗଜ ପୂଜା)

ଆଶ୍ୱିନ (ଶୁକ୍ଳ)—ଦୁର୍ଗା ଷଷ୍ଠୀ (ଦୁର୍ଗାଙ୍କର ଶାରକୀୟା ମହାପୂଜାର ଅଧିବାସ)

କାର୍ତ୍ତିକ (ଶୁକ୍ଳ)—ନାଡ଼ୀ ଷଷ୍ଠୀ (ସ୍କନ୍ଦ ପୂଜା)

ମାର୍ଗଶିର (ଶୁକ୍ଳ)—ମୂଳକ ଷଷ୍ଠୀ; ପ୍ରାବରଣ ବା ଓଢ଼ଣ ଷଷ୍ଠୀ; ଗୃହ ଷଷ୍ଠୀ

ପୁଷ (ଶୁକ୍ଳ)—ଅନ୍ନ ଷଷ୍ଠୀ [ଲକ୍ଷ୍ମୀ ପୂଜା]

ମାଘ [ଶୁକ୍ଳ]—ଶୀତଳା ଷଷ୍ଠୀ

ଫଗୁଣ [ଶୁକ୍ଳ]—ଗୋ ଷଷ୍ଠୀ

ଚୈତ୍ର [ଶୁକ୍ଳ]—ଅଶୋକ ଷଷ୍ଠୀ, ବାସନ୍ତୀ ଷଷ୍ଠୀ ବା ସ୍କନ୍ଦ ଷଷ୍ଠୀ (କାର୍ତ୍ତିକେୟ ପୂଜା ଓ ଉପବାସ)

ମତାନ୍ତରେ ଫାଲ୍ଗୁନ କୃଷ୍ଣ ଷଷ୍ଠୀକୁ ସ୍କନ୍ଦ ଷଷ୍ଠୀ ବୋଲାଯାଏ ଷଷ୍ଠରେ ଦେହରେ ତୈଳ ଲଗାଇବା ନିଷିଦ୍ଧ; ଷଷ୍ଠୀରେ ଯାତ୍ରା କଲେ ଲୋକ ବ୍ୟାଧିଯୁକ୍ତ ହୁଏ ଷଷ୍ଠୀ ତିଥିରେ ଜାତ ବ୍ୟକ୍ତି ବିଦ୍ୱାନ୍, ବରିଷ୍ଠ, ଚତୁର, ସୁକୀର୍ତ୍ତି, ପ୍ରଲମ୍ୱାହୁ, ବ୍ରଣକୀର୍ଣ୍ଣ ଗାତ୍ର, ସତ୍ୟପ୍ରତିଷ୍ଠ, ଧନ— ପୁତ୍ରଯୁକ୍ତ ଓ ଚିରାୟୁ ହୁଅନ୍ତି