ସଖା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବୟସ୍ୟ
  • ମିତ୍ର
  • ସୁହୃତ୍
  • ସହଚରସଖା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଖୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ସଖୀ ଶବ୍ଦ ୧ମା. ୧ବ; ସ=ସମାନ+ଖ୍ୟା ଧାତୁ=କହିବା+କର୍ମ. ଇ; ଯାହାଙ୍କୁ ଲୋକେ ସମାନ ବୋଲି କହନ୍ତି)[ସମ୍ପାଦନା]

୧. ବୟସ୍ୟ —୧. A friend of the same age.
୨. ମିତ୍ର —୨. Friend.

(ଉ—ସଖାଗଣେ ଡାକି ଦିନେ ନୃପତନୟ, ପୁଚ୍ଛେ ସୁଲୋଚନା ଲଭିବାର ଉପାୟ ଗୋଲୋକ. ଇନ୍ଦୁରେଖା)

[ଦ୍ରଷ୍ଟବ୍ୟ —ବନ୍ଧୁ, ସୁହୃତ୍, ମିତ୍ର ଓ ସଖା ମଧ୍ୟରେ ପ୍ରଭେଦ ନିମ୍ନ ଉକ୍ତିରେ ବ୍ୟକ୍ତ ହୋଇଅଛି: ===

ଅତ୍ୟାଗସହନୋ ବନ୍ଧୁଃ, ସଦୈବାନୁସତଃ ସୁହୃତ୍ ଏକତ୍ରିୟଂ ଭବେନ୍ମିତ୍ରଂ, ସମପ୍ରାଣଃ ସଖା ମତଃ

ଅର୍ଥାତ୍ ଯେ ମିତ୍ରର ବିଚ୍ଛେଦ ସହି ନ ପାରନ୍ତି, ସେ ବନ୍ଧୁ; ଯେ ସର୍ବଦା ଅନୁମତ ବା ଏକମତ ଥାଆନ୍ତି, ସେ ସୁହୃତ୍; ଯାହାଙ୍କ କାର୍ଯ୍ୟକଳାପ ମିତ୍ରଙ୍କ କାର୍ଯ୍ୟକଳାପ ସଙ୍ଗେ ସମାନ, ସେ ମିତ୍ର ଏବଂ ଯେ ମିତ୍ରଙ୍କୁ ସ୍ୱୀୟ ପ୍ରାଣତୁଲ୍ୟ ମଣନ୍ତି, ସେ ସଖା]

୩. ସୁହୃତ୍ —୩. Bosomfriend.
୪. ସହଚର —୪. Companion.