ସତୀ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ବିଦ୍ୟମାନା
  • ସତଭାବନା; ଉତ୍ତମା; ସଚରିତ୍ରା
  • ସାଧ୍ଵୀ; ପବିତ୍ରତା

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଯେଉଁ ସ୍ତ୍ରୀ ସ୍ଵାମୀଙ୍କ ସଙ୍ଗେ ଚିତାନତରେ ନିଜ ଦେହକୁ ଝାସ ଦିଏ'; ସ୍ଵାମୀଙ୍କ ସହମୃତା ସ୍ତ୍ରୀ
  • ସାଧ୍ଵୀ ସ୍ତ୍ରୀ; ପତିଗତପ୍ରାଣା ସ୍ତ୍ରୀ; ପତିବ୍ରତା ସ୍ତ୍ରୀ
  • ଦାନ
  • ଅବସାନ
  • ସୌରାଷ୍ଟ୍ର ମୃତ୍ତିକା
  • ଚକ୍ଷୁରକ୍ଷର ସଂସ୍କୃତ ଛନ୍ଦୋବିଶେଷ
  • ସାବିତ୍ରୀ
  • ଉମା; ପାର୍ବତୀ; ଦୂର୍ଗା; ଦକ୍ଷକନ୍ୟା; ମହାଦେବଙ୍କ ପତ୍ନୀ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଯେଉଁ ସ୍ତ୍ରୀ ସ୍ଵାମୀଙ୍କ ମୃତ୍ୟୁ ପୂର୍ବରୁ ମୃତା ହୁଅନ୍ତି
  • ସତ୍ୟବାଦିନୀ ସ୍ତ୍ରୀ

ବିଶେଷଣ (ଦେଶଜ)[ସମ୍ପାଦନା]

  • ସତ୍ୟବାଦିନୀସତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ—[ଅସ୍ ଧାତୁ+କର୍ତ୍ତୃ. ଅତ୍ (ଶତୃ)+ସ୍ତ୍ରୀ ଈ; ସତ୍ ଶବ୍ଦର ପୁଂଲିଙ୍ଗ ସନ୍; ସ୍ତ୍ରୀଲିଙ୍ଗ ସତୀ][ସମ୍ପାଦନା]

୧. ବିଦ୍ୟମାନା —୧. Existent (female).
୨. ସତ୍ସ୍ୱଭାବା; ଉତ୍ତମା; ସଚ୍ଚରିତ୍ରା —୨. Good (woman); virtuous
୩. ସାଧ୍ୱୀ; ପତିବ୍ରତା — ୩. Chaste (woman).

ବି—[ଷୋ. ଧାତୁ=ନାଶ କରିବା+କର୍ତ୍ତୃ. ଅତ୍ (ଶତୃ) +ଈ; ଯାହାକୁ ଦର୍ଶନ କରିବା ମାତ୍ରେ ପାପ ନାଶ ହୁଏ][ସମ୍ପାଦନା]

୧. ଯେଉଁ ସ୍ତ୍ରୀ ସ୍ୱାମୀଙ୍କ ସଙ୍ଗେ ଚିତାନଳରେ ନିଜ ଦେହକୁ ଝାସ ଦିଏ; ସ୍ୱାମୀଙ୍କ ସହମୃତା ସ୍ତ୍ରୀ —୧. A woman who burns herself on her husband'a funeral pyre.

[ଦ୍ରଷ୍ଟବ୍ୟ —ଇଂରେଜ ଗଭର୍ଣ୍ଣମେଣ୍ଟ ହିନ୍ଦୁମାନଙ୍କ ସତୀଦାହ ପ୍ରଥା ଉଠାଇ ଦେବା କାଳରୁ ଯେଉଁ ସ୍ତ୍ରୀମାନେ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ମରନ୍ତି କିମ୍ୱା ସ୍ୱାମୀଙ୍କ ମୃତ୍ୟୁର ଅବ୍ୟବହିତ ପରେ ଅତ୍ମହତ୍ୟା କରନ୍ତି ତାଙ୍କୁ ସାଧାରଣତଃ ସ୍ତ୍ରୀମାନେ ସତୀ ବୋଲି କହନ୍ତି]

୨. ସାଧ୍ୱୀ ସ୍ତ୍ରୀ; ପତିଗତପ୍ରାଣା ସ୍ତ୍ରୀ; ପତିବ୍ରତା ସ୍ତ୍ରୀ — ୨. A chaste woman; a woman devoted to the loving service of her husband; a woman who has consecrated or offered her body and soul to her husband (even unto death).
୩. ଦାନ —୩. Gift.
୪. ଅବସାନ —୪. Extinction; end.
୫. ସୌରାଷ୍ଟ୍ର ମୃତ୍ତିକା —୫. A kind of coloured earth.
୬. ଚତୁରକ୍ଷର ସଂସ୍କୃତ ଛନ୍ଦୋବିଶେଷ —୬. Name of a sanskrit metre of ୪ syllables.
୭. (ନାମ) ସାବିତ୍ରୀ (ସତ୍ୟବାନଙ୍କ ସ୍ତ୍ରୀ) —୭. Sābitrī; the wife of Satyabān.
୮. (ନାମ) ଉମା; ପାର୍ବତୀ; ଦୁର୍ଗା; ଦକ୍ଷକନ୍ୟା; ମହାଦେବଙ୍କ ପତ୍ନୀ —୮. The daughter of Daksha and wife of Ṡiba.

[ଦ୍ରଷ୍ଟବ୍ୟ —ଏ ଦକ୍ଷପ୍ରଜାପତିଙ୍କ କନ୍ୟା ଥାଇ ମହାଦେବଙ୍କ ବିବାହ କରିଥିଲେ; କିନ୍ତୁ ମହାଦେବ ପ୍ରଣାମାଦିଦ୍ୱାରା ଦକ୍ଷଙ୍କୁ ସମ୍ମାନ ପ୍ରଦର୍ଶନ ନ କରିବାରୁ ଦକ୍ଷ ତାଙ୍କ ଉପରେ ବିରକ୍ତ ହୋଇ ତାଙ୍କୁ ଅପମାନ ଦେବା ପାଇଁ ଏକ ଯଜ୍ଞ ଆରମ୍ଭ କଲେ; ସେହି ଯଜ୍ଞକୁ ଦକ୍ଷ ତ୍ରିଲୋକର ଅନ୍ୟ ସମସ୍ତଙ୍କୁ ନିମନ୍ତ୍ରଣ କଲେ, ମାତ୍ର ଶିବଙ୍କୁ ନିମନ୍ତ୍ରଣ କଲେ ନାହିଁ ନିମନ୍ତ୍ରଣ କରିବାର ଭାର ନାରଦ ମୁନିଙ୍କ ଉପରେ ଥିଲା ସେ ଗୋପନରେ କୈଳାସକୁ ଯାଇ ଏ ଯଜ୍ଞର ସମ୍ୱାଦ ସତୀଙ୍କୁ ଦେଲେ ସତୀ ଅନିମନ୍ତ୍ରିତା ହୋଇ ସୁଦ୍ଧା ପିତୃଯଜ୍ଞ ଦେଖିବାକୁ ଯାଇ ପିତୃଗୃହରେ ଦକ୍ଷଙ୍କ ମୁଖରୁ ସ୍ୱାମୀଙ୍କ ନିନ୍ଦା ଶୁଣି ତାହା ସହି ନପାରି ଯଜ୍ଞ କୁଣ୍ଡରେ ଝାସ ଦେଇ ପ୍ରାଣତ୍ୟାଗ କଲେ ସତୀଙ୍କ ସଙ୍ଗେ ଯାଇଥିବା ନନ୍ଦୀ ସତୀଙ୍କ ମୃତ୍ୟୁସମ୍ୱାଦ ଘେନି କୈଳାସରେ ପହଞ୍ଚିବାରୁ ମହାଦେବ ସତୀଙ୍କ ବିୟୋଗବର୍ତ୍ତା ଶୁଣି କ୍ରୋଧ ଓ ଜିଘାଂସାରେ ଉନ୍ମତ୍ତ ହୋଇ ସ୍ୱୀୟ ଜଟା ଛେଦନ ପୂର୍ବକ ତହିଁରୁ ବୀରଭଦ୍ର ନାମକ ଭୈରବକୁ ସୃଷ୍ଟି କରି ସ୍ୱଗଣ ସମରିବ୍ୟାହାରରେ ଦକ୍ଷଗୃହରେ ପହଞ୍ଚିଲେ ଶିବାନୁଚର— ମାନେ ନାନା ଅତ୍ୟାଚାର କରି ଦକ୍ଷଯଜ୍ଞକୁ ନଷ୍ଟ କଲେ ଓ ଦକ୍ଷଙ୍କୁ ବଧ କଲେ ପରେ ବ୍ରହ୍ମାଙ୍କ ଅନୁରୋଧରେ ଦକ୍ଷଙ୍କ ଗଣ୍ଡିରେ ଛିନ୍ନ ମସ୍ତକ ପରିବର୍ତ୍ତରେ ଗୋଟିଏ ଛାଗ ମୁଣ୍ଡ ଯୋଜନ କରି ମହାଦେବ ଦକ୍ଷଙ୍କୁ ଜିଆଁଇଲେ ମହାଦେବ ସତୀଙ୍କ ମୃତ ଦେହକୁ ତ୍ରିଶୂଳ ଉପରେ ଧାରଣ କରି ବ୍ରହ୍ମାଣ୍ଡଯାକ ବୁଲିଲେ ଏହି ଦେଖି ବିଷ୍ଣୁ ସୁଦର୍ଶନ ଚକ୍ର ପେଷି ଉକ୍ତ ସତୀଙ୍କ ଶବକୁ ଖଣ୍ଡ ଖଣ୍ଡ କଲେ ଓ ଉକ୍ତ ଶବର ଭିନ୍ନ ଭିନ୍ନ ଅଙ୍ଗ ଯେଉଁ ଯେଉଁଠାରେ ପଡ଼ିଲା, ସେହି ସେହି ସ୍ଥାନମାନ ଗୋଟିଏ ଲେଖାଏଁ ପୀଠ ଓ ଉପପୀଠରେ ପରିଣତ ହେଲା ଉକ୍ତ ପୀଠମାନେ ହିନ୍ଦୁ— ମାନଙ୍କର ମହାତୀର୍ଥ ରୂପେ ଅଦ୍ୟାବଧି ଭାରତର ଭିନ୍ନ ଭିନ୍ନ ସ୍ଥାନରେ ବିରାଜିତ ଅଛି (ପୀଠ ତଳେ ନୋଟ୍ ଦେଖ) ଅତଃପର ସତୀ ପରଜନ୍ମରେ ହିମାଳୟଙ୍କ ସ୍ତ୍ରୀ ମେନାଙ୍କ ଗର୍ଭରୁ ପାର୍ବତୀ ରୂପରେ ଜନ୍ମ ଗର୍ହଣ କରି କଠୋର ତପଃ— ସାଧନ ପୂର୍ବକ ପୁଣି ଶିବଙ୍କୁ ସ୍ୱାମୀ ରୂପେ ପାଇଲେ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ସତ୍ୟବାଦିନୀ (ସ୍ତ୍ରୀ) — Truthful (woman).

ବିଶେଷ୍ୟ -[ସମ୍ପାଦନା]

୧. ଯେଉଁ ସ୍ତ୍ରୀର ସ୍ୱାମୀଙ୍କ ମୃତ୍ୟ୍ୟୁ ପୂର୍ବରୁ ମୃତ ହୁଅନ୍ତି —୧. A woman who
predeceases her husband.

୨. ସତ୍ୟବାଦିନୀ ସ୍ତ୍ରୀ —୨. A truthful woman.