ସତ୍ୟ

ଉଇକିଅଭିଧାନ‌ରୁ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ପ୍ରକୃତ; ଯଥାର୍ଥ
  • ଯାହା ଭ୍ରମାତ୍ମକ ନୁହେଁ; ଠିକ୍
  • ନିତ୍ୟ; ଅବିନାଶୀ
  • ଯାହା ମିଥ୍ୟା ନୁହେଁ
  • ନିଃସନ୍ଦେହ; ନିଶ୍ଚିତ

ବିଶେଷଣ[ସମ୍ପାଦନା]

  • ଯଥାର୍ଥରେ
  • ପ୍ରକୃତରେ
  • ନିଶ୍ଚେ

ବିଶେଷ୍ୟ[ସମ୍ପାଦନା]

  • ନିତ୍ୟତା; ଅନଶ୍ଵରତା
  • ଯଥାର୍ଥ୍ୟ
  • ଯଥାର୍ଥ୍ୟ କଥନ; ଅମିଥ୍ୟା; ପ୍ରକୃତ ଘଟନାର ବର୍ଣ୍ଣନା
  • ପବିତ୍ରତା
  • ପୁଣ୍ୟ
  • ଯଥାର୍ଥ ଜ୍ଞାନ
  • ବିଜ୍ଞାନ
  • ସିଦ୍ଧାନ୍ତ
  • ବୈଜ୍ଞାନିକ ବା ପ୍ରାକୃତିକ ଅପରିବର୍ତ୍ତନୀୟ ନିୟମ
  • ଧର୍ମତଃ ପ୍ରତିଜ୍ଞା; ଶପଥ
  • ସତ୍ୟଯୁଗ; କୃତଯୁଗ; ସୃଷ୍ଟିର ୪ଯୁଗ ମଧ୍ୟରୁ ପ୍ରଥମ ଯୁଗ
  • ବ୍ରହ୍ମଲୋକ; ସପ୍ତଲୋକର ବା ସପ୍ତ ଭୁବନର ଉଚ୍ଚତମ ଲୋକ
  • ବିଷ୍ଣୁ
  • ଶ୍ରୀରାମଚନ୍ଦ୍ର
  • ଅଶ୍ଵତ୍ଥ ବୃକ୍ଷ
  • ନାନ୍ଦୀମୁଖ ଶ୍ରାଦ୍ଧରେ ଅର୍ଚ୍ଚିତ ଦେବତା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ତଥ୍ୟ; ବିଜ୍ଞାନ ବା ଦର୍ଶନାଦି ଶାସ୍ତ୍ରମତେ ଅପରିବର୍ତ୍ତନୀୟ; ସ୍ଵତଃସିଦ୍ଧ; ସ୍ଵକାର୍ଯ୍ୟସତ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷଣ - (ସତ୍ୟ+ଯ)[ସମ୍ପାଦନା]

ପ୍ରକୃତ; ଯଥାର୍ଥ — ୧. Actual.

୨. ଯାହା ଭ୍ରମାତ୍ମକ ନୁହେଁ; ଠିକ୍ — ୨. Right.
୩. ଯାହା ମିଧ୍ୟା ନୁହେ —୩. True.
୪. ନିତ୍ୟ; ଅବିନାଶୀ —୪. Permanent; indestructible.
୫. ନିଃସନ୍ଦେହ; ନିଶ୍ଚିତ — ୫. Certain; sure.

କ୍ରି.ବିଶେଷଣ - (ସଂସ୍କୃତ - ସତ୍ୟଂ)[ସମ୍ପାଦନା]

୧. ଯଥାର୍ଥରେ —୧. Really.
୨. ପ୍ରକୃତରେ — ୨. Actually.
୩. ନିଶ୍ଚେ —୩. Certainly; verily.

ବିଶେଷ୍ୟ -[ସମ୍ପାଦନା]

୧. ନିତ୍ୟତା; ଅନଶ୍ୱରତା —୧. Permanece; indestructibility.
୨. ଯାଥାର୍ଥ୍ୟ — ୨. Reality.
୩. ଯଥାର୍ଥ କଥନ; ଅମିଥ୍ୟା; ପ୍ରକୃତ ଘଟନାର ବର୍ଣ୍ଣନା —୩. Speaking what is true; truth.
୪. ପବିତ୍ରତା —୪. Purity.
୫. ପୁଣ୍ୟ — ୫. Virtue.
୬. ଯଥାର୍ଥ ଜ୍ଞାନ —୬. True knowledge.
୭. ବିଜ୍ଞାନ —୭. Science; scientific knowledge.
୮. ସିଦ୍ଧାନ୍ତ —୮. Conclusion; resolution.
୯. ବୈଜ୍ଞାନିକ ବା ପ୍ରାକୃତିକ ଅପରି— ବର୍ତ୍ତନୀୟ ନିୟମ —୯. Natural or scientific rules or maxims or truths; axiomatic truths; scientific maxims.
୧. ଧର୍ମତଃ ପ୍ରତିଜ୍ଞା; ଶପଥ —୧୦. Vow; solemn declaration.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ମତରେ ସତ୍ୟ କହିବାଠାରୁ ଓ ସତ୍ୟ— ପାଳନ ବା ପ୍ରତିଜ୍ଞାପାଳନଠାରୁ ବଳି ଆଉ ଧର୍ମ ସଂସାରରେ ନାହିଁ ଶାସ୍ତ୍ରରେ ଅଛି, ସତ୍ୟଠାରୁ ବଳି ଧର୍ମ ନାହିଁ, ମିଥ୍ୟା ବା ଅନତଠାରୁ ବଳି ପାତକ ନାହିଁ; ମାତାଙ୍କଠାରୁ ବଳି ବନ୍ଧୁ ନାହିଁ, ମନ୍ତ୍ରଦାତାଙ୍କଠାରୁ ବଳି ଗୁରୁ ନାହାନ୍ତି; ଯେ ସତ୍ୟ କହେ ଓ ସତ୍ୟ ପାଳନ କରେ ସେ ସମସ୍ତ ଧର୍ମ— କାର୍ଯ୍ୟର ଫଳ ପାଏ; ସତ୍ୟ ଯୋଗୁଁ ଏ ସୃଷ୍ଟି ଚଳୁଅଛି ସତ୍ୟରକ୍ଷା ବା ପ୍ରତିଜ୍ଞା ପାଳନହିଁ ମନୁଷ୍ୟର ପାଣାନ୍ତେ ମଧ୍ୟ ବର୍ତ୍ତବ୍ୟ; ଯେ ମିଥ୍ୟା କହେ ଓ ପ୍ରତିଜ୍ଞା ଭଙ୍ଗ କରେ ତାଠାରୁ ବଳି ପାତକୀ ଏ ବ୍ରହ୍ମାଣ୍ଡରେ ନାହିଁ; ମହାପୁରୁଷ— ମାନେ ପ୍ରାଣାନ୍ତେ ସୁଦ୍ଧା ମିଥ୍ୟା କହନ୍ତି ନାହିଁ କିମ୍ୱା ସତ୍ୟ (ପ୍ରତିଜ୍ଞା) ଲଘଂନ୍ତ ନାହିଁ]

୧୧. ସତ୍ୟଯୁଗ; କୃତଯୁଗ; ସୃଷ୍ଟିର ୪ ଯୁଗ ମଧ୍ୟରୁ ପ୍ରଥମ ଯୁଗ —୧୧. The first of the four ages of the creation according to the Hindu mythology.

[ଦ୍ରଷ୍ଟବ୍ୟ —ଏହାର କାଳ ୧ କୋଟି ୭ ଲକ୍ଷ ୨୮: ହଜାର ବର୍ଷ; ମତାନ୍ତରରେ ୧୭: ଲକ୍ଷ ୨୮: ହଜାର ବର୍ଷ

ସୃଷ୍ଟିର ପ୍ରଥମରେ ସତ୍ୟଯୁଗ ଆରମ୍ଭ ହୁଏ ତତ୍ପରେ କ୍ରେତା, ଦ୍ୱାପର ଓ କଳିଯୁଗ ଭୋଗ ହେଲାପରେ ପୁଣି ସତ୍ୟଯୁଗ ଆରମ୍ଭ ହୁଏ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ଦିନ ସତ୍ୟଯୁଗର ଉତ୍ପତ୍ତି ଏ ଯୁଗର ପରିମାଣ ୧୭: ଲକ୍ଷ ୨୮: ହଜାର ବର୍ଷ; ମନୁଷ୍ୟମାନଙ୍କ ପରମାୟୂ ଲକ୍ଷେ ବର୍ଷ; ମନୁଷ୍ୟ ଉଚ୍ଚରେ ୨୧: ହାତ ବଢ଼ନ୍ତି; ମଜ୍ଜାଗତ ପ୍ରାଣ; ଇଛାମୃତ୍ୟୁ; ବ୍ୟବହାରପାତ୍ର ସୁବର୍ଣ୍ଣ; ସାମବେଦର ଅଧିକାର; ତୀର୍ଥନାମ ପୁଷ୍କର; ଲୋକେ ସତ୍ୟଧର୍ମରତ ଓ ତୀର୍ଥାଶ୍ରୟ ସତ୍ୟ— ଯୁଗରେ ୬ ଜଣ ଚକ୍ରବର୍ତ୍ତୀ ରାଜତ୍ୱ କରିଥିଲେ—ବଳି; ବେଣୁ, ମାନ୍ଧାତା, ପୁରୁରବାଃ, ଧୁନ୍ଦୁମାର, କାର୍ତ୍ତବୀର୍ଯ୍ୟାର୍ଜୁନ, ତାରକବ୍ରହ୍ମନାମ—ନାରାୟଣପରାବେଦାଃ ନାରାୟଣ ପରା— କ୍ଷରାଃ ନାରାୟଣ ପରାମୁକ୍ତି ର୍ନାରାୟଣ ପରା ଗତିଃ ପଞ୍ଜକୋଦ୍ଧୃତ ବଚନ)

୧୨. ବ୍ରହ୍ମଲୋକ; ସପ୍ତଲୋକର ବା ସପ୍ତ ଭୁବନର ଉଚ୍ଚତମ ଲୋକ —୧୨. The highest of the ୭ upper worlds of the Hindu muthology.

[ଦ୍ରଷ୍ଟବ୍ୟ —ଏହି ଲୋକରେ ବିଷ୍ଣୁ ଓ ବ୍ରହ୍ମା ବାସ କରନ୍ତି ଯେଉଁ— ମାନେ ମୃତ୍ୟୁପରେ ନିଜ ନିଜର ପୁଣ୍ୟଫଳରେ ସତ୍ୟଲୋକର ପହଞ୍ଚନ୍ତି ସେମାନେ ଆଉ ସଂସାରରେ ପୁନର୍ଜନ୍ମ ଲାଭ କରନ୍ତି

ନାହିଁ] 

୧୩. (ସହସ୍ର ନାମ) ବିଷ୍ଣୁ —୧୩. A name of Bishṇu.
୧୪. (ଶବ୍ଦରତ୍ନାବଳୀ) ଶ୍ରୀରାମଚନ୍ଦ୍ର —୧୪. A name of Rāmachandra.
୧୫. (ରାଜନର୍ଘଣ୍ଟ) ଅଶ୍ୱତ୍ଥ ବୃକ୍ଷ —୧୫. The religious fig tree.
୧୬. ନାନ୍ଦୀମୁଖ ଶ୍ରାଦ୍ଧରେ ଅଚ୍ଚତ ଦେବତା —୧୬. The Deity invoked in the Nāndīmukha Srāddha.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତଥ୍ୟ; ବିଜ୍ଞାନ ବା ଦର୍ଶନାଦି ଶାସ୍ତ୍ରମତେ ଅପରିବର୍ତ୍ତନୀୟ ବିଷୟ; ସ୍ୱତଃସିଦ୍ଧ, ସ୍ୱକାର୍ଯ୍ୟ — Scientific; philosoplical or religious truths; axioms; axiomatic truths.