ସିନ୍ଧୁ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ସମୁଦ୍ର; ସାଗର
  • ବମଥୁ; ବମନ
  • ଦେଶ ବିଶେଷ; ସିନ୍ଧୁ ପ୍ରଦେଶ
  • ନଦ ବିଶେଷ; ସିନ୍ଧୁ ନଦ
  • ଗଜ ମଦ
  • ସିନ୍ଦୁବାର ବୃକ୍ଷ; ବେଗୁନିଆ ଗଛ; ନିର୍ଗୁଣ୍ତୀ
  • ଶ୍ଵେତ ଟଙ୍କଣ
  • ରାଗ ବିଶେଷ; କୌଶିକ ରାଗର ପୁତ୍ର; ସିନ୍ଧୁ ରାଗ
  • ନଦୀ
  • ହସ୍ତୀ
  • ଦଶରଥଙ୍କ ବାଣରେ ନିହତ ଅନ୍ଧମୁନିଙ୍କ ଏକମତ୍ର ପୁତ୍ର
  • କୌଣସି ଗୁଣର ବା ପଦାର୍ଥର ଆଧାର
  • ଚାରି ସଂଖ୍ୟା
  • ସାତ ସଂଖ୍ୟା
  • ବରୁଣ ଦେବତା
  • ସିନ୍ଧୁ ପ୍ରଦେଶବାସୀ ବ୍ୟକ୍ତି
  • ଓଷ୍ଠର ଆର୍ଦ୍ରତ
  • ହାତୀର ଶୁଣ୍ଢରୁ ବୋହିବା ପାଣି
  • ଗନ୍ଧର୍ବମାନଙ୍କ ରାଜବିଶେଷ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ବ୍ୟକ୍ତିଙ୍କ ନାମ
  • କୃପାସିନ୍ଧୁ, କରୁଣାସିନ୍ଧୁ ଆଦିଙ୍କ ଡାକ ନାମ