ଧର୍ମ
- କର୍ତ୍ତବ୍ୟ କର୍ମ
- ସଦନୁଷ୍ଠାନ; ସତକର୍ମ
- ଭାଗ୍ୟ
- ଶୁଭାଦୃଷ୍ଟ
- ପୁଣ୍ୟ
- ଶ୍ରେୟଃ; ମଙ୍ଗଳ
- ସ୍ଵକୃତ
- ମହାଦେବଙ୍କ ବୃଷ
- ନ୍ୟାୟ
- ସ୍ଵାଭାବିକ ଅବସ୍ଥା
- ସ୍ଵଭାବ; ପ୍ରକୃତି
- ଗୁଣ
- ଆଚରଣ; ଆଚାର; ବ୍ୟବହାର
- ଶାସ୍ତ୍ରବିହିତ ଆଚାର
- ଯଥାଯୋଗ୍ୟ ବ୍ୟବହାର
- ଯଜ୍ଞ; ବେଦବିହିତ କର୍ମ
- ସାମ୍ପ୍ରଦାୟିକ ଈଶ୍ଵରବିଶ୍ଵାସ; ଉପାସନାପଦ୍ଧତି
- ଦେଶରୀତି; ଆଇନ୍
- ଧନୁ
- ଯମ
- ସୋମପାୟୀ ଯାଜ୍ଞିକ
- ନ୍ୟାୟାନୁଗତ ବିଚାର
- ସତସଙ୍ଗ
- ସ୍ତ୍ରୀର ସତୀତ୍ଵ
- ଯୋଗ୍ୟତା
- ଲଗ୍ନର ନବମ ସ୍ଥାନ
- ବିଷ୍ଣୁଙ୍କ ନାମ
- ସଦୃଶ୍ୟ
- ଆତ୍ମା ବା ଜୀବ
- ଭାବ
- ଯୁଧିଷ୍ଠିର
- ସୂର୍ଯ୍ୟ
- ଉପନିଷଦ୍
- ପାପ ପୁଣ୍ୟର ବିଚାରକ ଈଶ୍ଵର
- ଅହିଂସା
- ଉପମାନ ଓ ଉପମେୟରେ ଥିବା ସାଧାରଣ ଗୁଣ
- ସମାଜର ସ୍ଥିତି ଓ ମଙ୍ଗଳପାଇଁ ଅନୁଷ୍ଠିତ କର୍ମମାନ
- ନ୍ୟାୟବୁଦ୍ଧି; ବିବେକ; ଉଚିତ ଓ ଅନୁଚିତ ବିଷୟର ବିଚାରକ ଚିତ୍ତବୃତ୍ତ
- ବୌଦ୍ଧମାନଙ୍କର ତିନି ଉପାସ୍ୟ ଦ୍ରବ୍ୟ ମଧ୍ୟରୁ ଏକ
==ବିଶେଷ୍ୟ (ଦେଶଜ)==
- ଧର୍ମଦେବତା; ନିରଞ୍ଜନ; ପରଂବ୍ରହ୍ମ; ଈଶ୍ଵର; ଅଣାକାର
- ସୂର୍ଯ୍ୟଦେବତା
- ନ୍ୟାୟ; ଆଇନର ସ୍ଥୁଳବିଚାରବହିର୍ଭୁତ ନ୍ୟାୟ; ଆଇନ୍ କାନୁନର ଦଫା ଅନୁସାରେ ନ ଫାବିଲେ ମଧ୍ୟ ଈଶ୍ଵରଙ୍କ ଦୃଷ୍ଟିରେ ଯାହା ଉଚିତ
- କୌଣସି ଆଚର୍ଯ୍ୟ ବା ମହତ୍ମାଙ୍କଦ୍ଵାରା ପ୍ରବର୍ତ୍ତିତ ଈଶ୍ଵର, ପରଲୋକ ଓ କର୍ତ୍ତବ୍ୟ ଆଦି ସମ୍ବନ୍ଧେ ବିଶ୍ଵାସ ଓ ବିଶିଷ୍ଟ ଉପାସନା ପ୍ରଣାଳୀ
==ବିଶେଷଣ (ଦେଶଜ)==
- ଧର୍ମ ବା ଈଶ୍ଵର ବା ଦେବତା ବା ମହପ୍ରସାଦକୁ ସାକ୍ଷ୍ୟ ରଖି ଦୁଇ ଜଣଙ୍କ ମଧ୍ୟରେ ଯେଉଁ ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା, ଭଗିନୀ ଆଦି ସମ୍ବନ୍ଧ ସ୍ଥାପନ କରାଯାଏଧର୍ମ
ଉଚ୍ଚାରଣ
[ସମ୍ପାଦନା](ଧର୍ମ୍ମ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ=ପୋଷଣ କରିବା+କର୍ତ୍ତୃ. ମ; ଯାହା ସଂସାରକୁ ବା ଲୋକମାନଙ୍କୁ ଧାରଣ କରେ ବା ପୋଷଣ କରେ)
[ସମ୍ପାଦନା]- ୧. କର୍ତ୍ତବ୍ୟ କର୍ମ — Duty.
- ୨. ସଦନୁଷ୍ଠାନ; ସତ୍କର୍ମ — ୨. A good act; meritorious deed.
- ୩. ଭାଗ୍ୟ —୩. Fortune; luck.
- ୪. ଶୁଭାଦୃଷ୍ଟ —Good fortune.
- ୫. ପୁଣ୍ୟ —୫. Virtue; piety.
- ୬. ଶ୍ରେୟଃ; ମଙ୍ଗଳ —୬. Walfare.
- ୭. ସ୍ୱକୃତ —୭. Virtue acquired by good actions.
- ୮. ମହାଦେବଙ୍କ ବୃଷ —୮. Ṡibas' bull.
- ୯. ନ୍ୟାୟ —୯. Justice; right; righteousness.
- ୧. ସ୍ୱାଭାବିକ ଅବସ୍ଥା —୧୦. Natural condition.
- ୧୧. ସ୍ୱଭାବ; ପ୍ରକୃତି —୧୧. Nature; property of a thing; natural disposition; characteristic.
- ୧୨. ଗୁଣ —୧୨. Quality. attribute.
- ୧୩. ଆଚରଣ; ଆଚାର; ବ୍ୟବହାର — ୧୩. Conduct; practice.
ଆପଦେ ଧର୍ମ ପ୍ରାଣୀଙ୍କର ଏ ସର୍ବ କହି ମୁନିବର ଜଗନ୍ନାଥ. ଭାଗବତ
- ୧୪. ଶାସ୍ତ୍ରବିହିତ ଆଚାର —୧୪. Act or conduct approved by the scriptures.
[ ଦ୍ର—ହିନ୍ଦୁ ଧର୍ମଶାସ୍ତ୍ରମାନଙ୍କର ପ୍ରତ୍ୟେକ ମନୁଷ୍ୟର ଓ ବିଭିନ୍ନ ବର୍ଣ୍ଣାଶ୍ରମୀମାନଙ୍କର ସାଧାରଣ କର୍ତ୍ତବ୍ୟ ଓ ବର୍ଣ୍ଣାଶ୍ରମ ଧର୍ମ ବର୍ଣ୍ଣିତ ହୋଇଅଛି ]
- ୧୫. ଯଥାଯୋଗ୍ୟ ବ୍ୟବହାର —୧୫. Proper or seasonable conduct;; suitable; suitable conduct.
- ୧୬. ଯଜ୍ଞ; ବେଦବିହିତ କର୍ମ — ୧୬. Sacrifice; vedic rites.
- ୧୭. ସାମ୍ପ୍ରଦାୟିକ ଈଶ୍ୱରବିଶ୍ୱାସ; ଉପାସନାପଦ୍ଧତି — ୧୭. Faith; tenet of a religion.
- ୧୮. ଦେଶରୀତ; ଆଇନ୍ — ୧୮. Law. usage; custom.
- ୧୯. ଧନୁ —୧୯. Bow.
- ୨. (ମନୁଷ୍ୟକୁ ଦଣ୍ଡ ଓ ପୁରସ୍କାର ଦେବାର କର୍ତ୍ତା) ଯମ — ୨୦. J̄ama; the Hindu God of death.
- ୨୧. ସୋମପାୟୀ ଯାଜ୍ଞିକ —୨୧. One who drinks the juice of the Soma creeper in the course of performing a vedic sacrifice.
- ୨୨. ନ୍ୟୟାନୁଗତ ବିଚାର —୨୨. Just consideration.
- ୨୩. ସତ୍ସଙ୍ଗ —୨୩. Good company.
- ୨୪. ସ୍ତ୍ରୀର ସତୀତ୍ୱ —୨୪. Chastity of a woman.
- ୨୫. ଯୋଗ୍ୟତା —୨୫. Merit; desert.
- ୨୬. (ଫଳିତ ଜ୍ୟୋତିଷ) ଲଗ୍ନର ନବମ ସ୍ଥାନ — ୨୬. (Astrology) The ୯th place counted from one's Lagna or natal planet.
- ୨୭. ବିଷ୍ଣୁଙ୍କ ନାମ — ୨୭. One of the names of Bishṇu.
- ୨୮. ସାଦୃଶ୍ୟ (ପ୍ରକୃତିବାଦ) —୨୮. Similarity.
- ୨୯. ଆତ୍ମା ବା ଜୀବ —୨୯. The Living Soul.
- ୩. ଭାବ —୩୦. Idea.
- ୩୧. ଯୁଧିଷ୍ଠିର —୩୧. A name of Judhishṭhira.
- ୩୨. ସୂର୍ଯ୍ୟ —୩୨. The sun.
- ୩୩. ଉପନିଷଦ୍ —୩୩. The Upanishads.
- ୩୪. ପାପ ପୁଣ୍ୟର ବିଚାରକ ଈଶ୍ୱର — ୩୪. God, who judges of the piety and sin of the created beings.
- ୩୫. ଅହିଂସା —୩୫. Inoffensiveness; aversion to slaughter.
- ୩୬. (ଅଳଙ୍କାର ଶାସ୍ତ୍ରୀ) ଉପମାନ ଓ ଉପମେୟରେ ଥିବା ସାଧାରଣ ଗୁଣ (ହିନ୍ଦୀ - ଶବ୍ଦସାଗର) —୩୬. (Rhetoric) The attribute which is Common to an object and the thing to which it is compared in a metaphor or Simile.
- ୩୭. ସମାଜର ସ୍ଥିତି ଓ ମଙ୍ଗଳପାଇଁ ଅନୁଷ୍ଠିତ କର୍ମମାନ — ୩୭. Acts conducing to the welfare and preservation of the society; acts conducing to the greatest good of the greatest number in society.
- ୩୮. ନ୍ୟାୟବୁଦ୍ଧି; ବିବେକ; ଉଚିତ ଓ ଅନୁଚିତ ବିଷୟର ବିଚାରକ ଚିତ୍ତବୃତ୍ତି (ହିନ୍ଦୀ - ଶବ୍ଦସାଗର) — ୩୮. Conscience.
- ୩୯. ବୌଦ୍ଧମାନଙ୍କର ତିନି ଉପାସ୍ୟ ଦ୍ରବ୍ୟ ମଧ୍ୟରୁ ଏକ — ୩୯. One of the Buddhistic Trinity.
[ ଦ୍ର—୧ ବୌଦ୍ଧମାନଙ୍କର ଉପାସ୍ୟ ବସ୍ତୁ ତିନୋଟି ୧, ବୁଦ୍ଧ, ୨, ସଂଘ ଓ ୩, ଧର୍ମ
- ୨. ପ୍ରାୟ ସବୁ ଧର୍ମରେ ଈଶ୍ୱରବିଶ୍ୱାସ. ଈଶ୍ୱପାଜ୍ଞାପାଳନ, ଲୋକୋପକାର, ଅହିଂସା, ଇନ୍ଦ୍ରିୟ ସଂଯମ, ସତ୍ୟବାଦିତା, ପର— ଲୋକରେ ସୂବିଶ୍ୱାସ ଚିତ ହୋଇଅଛି ସବୁ ଧର୍ମର ମୂଳରେ ଈଶ୍ୱରଭକ୍ତି ରହିଅଛି ବୌଦ୍ଧମାନେ 'ଈଶ୍ୱର'ଙ୍କୁ ସାକ୍ଷାତ୍ ସମ୍ୱନ୍ଧରେ ସ୍ୱୀକାର ନ କଲେ ମଧ୍ୟ ସୋମାଙ୍କ ନିର୍ବାଣ ବା ମୋକ୍ଷ' ହିନ୍ଦୁ— ମାନଙ୍କର 'ମୁକ୍ରି' ସଙ୍ଗେ ସମାନ ନାସ୍ତିକମାନ ଈଶ୍ୱରଙ୍କୁ ମାନନ୍ତି ନାହିଁ; କିନ୍ତୁ ସେମାନଙ୍କ ସଂଖ୍ୟା ସବୁ ଯୁଗରେ ଏତେ କମ୍ ଯେ ତାହା କେବେହେଁ ଗୋଟିଏ ସ୍ୱତନ୍ତ୍ର ଧର୍ମ ରୂପେ ପ୍ରତିଷ୍ଠିତ ହୋଇ ପାରି ନାହିଁ ଶ୍ରୁତି (ବେଦ); ସ୍ମୃତି (ମନୁଆଦିଙ୍କର ରଚିତ ଶାସ୍ତ୍ର) ଓ ପୁରାଣ (ବୈଦିକଯୁଗ ପରେ ରଚିତ ଶାସ୍ତ୍ର) ମାନଙ୍କରେ ନିର୍ଦ୍ଦିଷ୍ଟ ଉପଦେଶମାନ ସାଧାରଣତଃ 'ଧର୍ମ' ନାମରେ ଅଭିହିତ ହୁଏ ଏଥିରେ ଈଶ୍ୱରୋପୋସନା. ପରେଲୋକ ଓ ଇହଲୋକର ମଙ୍ଗଳକର କର୍ମ. ସାମାଜିକ ଓ ବୈଜ୍ଞାନିକ ନିୟମମାନ, ଧନବିଭାଗ ଓ ଉତ୍ତରାଧି— କାରିତ୍ୱ ଆଦି ନାନା ବିଷୟ ଅଛି ଅନେକ ସମୟରେ ଏହି ଭିନ୍ନ ଭିନ୍ନ ଉପଦେଶମାନଙ୍କ ମଧ୍ୟର ବୈପରୀତ୍ୟ ବା ବୈଷମ୍ୟ ଦୃଷ୍ଟ ହୁଏ ଏଥିପାଇଁ ଋଷିମାନେ କହି ଯାଇ ଅଛିନ୍ତି ଯେ ଶ୍ରତି, ସ୍ମୃତି, ପୁରାଣ ମଧ୍ୟରେ ଅସାମଞ୍ଜସ୍ୟ ଦେଖାଗଲେ ଆଦୌ ଶ୍ରୁତିବାକ୍ୟ ପାଳନୀୟ
କେହି କେହି କହିଛନ୍ତି 'ମହାଜନ' ବା ମହାପୁରୁଷ ମାନେ ଯେଉଁ ବାଟରେ ଯାଇଅଛନ୍ତି ଓ ଯାହା ବହୁକାଳକୁ ଦେଶାଚାରୁ ଦେଶାଚାର ବା ଲୌକିକା— ଚାରରୂପେ ଚଳି ଆସିଅଛି ତାହାହିଁ ପାଳନୀୟ ଧର୍ମ ଶବ୍ଦର ଅର୍ଥ ବିଷୟ ମଧ୍ୟରେ ନାନା ମୁନିଙ୍କ ନାନା ମତ ଅଭିଧାନ ମତରେ ସତ୍ସଙ୍ଗହିଁ ଧର୍ମ; ମହାଭାରତ ମତରେ ଧର୍ମର ଲକ୍ଷଣ 'ଅହିଂସା' ପୁରାଣରେ ଲେଖାଅଛି ଯେ ଯଦ୍ଦ୍ୱାରା ଲୋକ ସ୍ଥିତି ବିହିତ ହୁଏ ତାହାକୁ ଧର୍ମ କୁହାଯାଏ ଦୀପିକା ମତରେ ପୁରୁଷର ବିହିତ କ୍ରିୟା ସାଧ୍ୟ ଗୁଣକୁ ଧର୍ମ ବୋଲାଯାଏ ଯୁକ୍ତିବାଦିମାନେ କହନ୍ତି—ମନୁଷ୍ୟର ଯାହା କର୍ତ୍ତବ୍ୟ ତାହା ସଂପାଦନ କରିବାକୁ ଧର୍ମ ବୋଲାଯାଏ; ମନର ଯେଉଁ ପ୍ରକୃତିଦ୍ୱାରା ବିଶ୍ୱବିଧାତା ପରମାତ୍ମାଙ୍କ ପ୍ରତି ଭକ୍ତି ଜନ୍ମେ ଜ୍ଞାନବାଦୀମାନଙ୍କ ମତରେ ତାହାର ନାମ ଧର୍ମ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧର୍ମ)
[ସମ୍ପାଦନା]- ୧. ଧର୍ମଦେବତା; ନିରଞ୍ଜନ; ପରଂବ୍ରହ୍ମ; ଈଶ୍ୱର; ଅଣାକାର —୧. God; the Universal God; the formless God contemplated by the popular mystics of Orissa.
- ୨. ସୂର୍ଯ୍ୟଦେବତା —୨. The Sun-god.
[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କ ମଧ୍ୟରେ ସାଧାରଣ ଲୋକ ବୈଦ୍ଧଧର୍ମ ଓ ହିନ୍ଦୁଧର୍ମ ବିଶ୍ୱାସ ସମନ୍ୱିତ ଅଣାକାରଦେବତା ବା ସୂର୍ଯ୍ୟଦେବତାଙ୍କୁ ଧର୍ମଦେବତା ବୋଲି ବିଶ୍ୱାସ କରନ୍ତି ଲୋକେ ବିଶ୍ୱାସ କରନ୍ତି ଯେ ଏହି ଦେବତା ପାପୀକୁ ଦଣ୍ଡ ଦିଅନ୍ତି ଏଥିପାଇଁ ଅତ୍ୟାଚାରିତ ବ୍ୟକ୍ତି ଧର୍ମକୁ ଡାକେ ଓ ଧର୍ମନାମଧରି ପାଣି ଆଞ୍ଜୁଳା ଦିଏ]
- ୩. ନ୍ୟାୟ; ଆଇନ୍ର ସ୍ଥୂଳବିଚାରବହିଭୂତ ନ୍ୟାୟ; ଆଇନ୍ କାନୁନ୍ର ଦଫା ଅନୁସାରେ ନ ଫାବିଲେ ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଯାହା ଉଚିତ — ୩. Equity.
- ୪. କୌଣସି ଆଚାର୍ଯ୍ୟ ବା ମହାତ୍ମାଙ୍କଦ୍ୱାରା ପ୍ରବର୍ତ୍ତିତ ଈଶ୍ୱର, ପରଲୋକ ଓ କର୍ତ୍ତବ୍ୟ ଆଦି ସମ୍ୱନ୍ଧେ ବିଶ୍ୱାସ ଓ ବିଶିଷ୍ଟ ଉପାସନା ପ୍ରଣାଳୀ —୪. Religion; religious faith or persuation; creed.
ଦେଶଜ - ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ଧର୍ମ ବା ଈଶ୍ୱର ବା ଦେବତା ମହାପ୍ରସାଦକୁ ସାକ୍ଷ୍ୟ ରଖି ଦୁଇ ଜଣଙ୍କ ମଧ୍ୟରେ ଯେଉଁ ପିତା, ମାତା, ପୁତ୍ର, କନ୍ୟା, ଭ୍ରାତା, ଭଗିନୀ ଆଦି ସମ୍ୱନ୍ଧ ସ୍ଥାପନ କରା ଯାଏ —God-relationship; relationship set up between ୨ persons not related to each other by blood or marriage but by calling upon God to witness the establishment of the relationship.
(ଯଥା—ଧର୍ମପୁଅ, ଧର୍ମଭାଇ, ଧର୍ମ ବାପ, ଧର୍ମ ମାଆ)
[ଦ୍ରଷ୍ଟବ୍ୟ —କୌଣସି ଦେବତା ବା ମହାପ୍ରସାଦ ବା କୌଣସି ଦେବତାଙ୍କ ଭୋଗ ବା ଗଙ୍ଗା—ଜଳାଦି ପବିତ୍ର ବସ୍ତୁକୁ ସାକ୍ଷୀ ରଖି ଦୁଇ ଜଣ ବ୍ୟକ୍ତି ପରସ୍ପର ସଙ୍ଗେ ଧର୍ମ ବାପ, ଧର୍ମପୁଅ, ଧର୍ମଭାଇ, ଧର୍ମଭଉଣୀ, ଧର୍ମ ମାଆ, ଧର୍ମ ଝିଅ, ସଙ୍ଗାତ, ମୈତ୍ର, ଓଶକା, ସରପୁଳି, ଅଭଡ଼ା, ଚାନ୍ଦ, ବଉଳ, ଗଙ୍ଗାଜଳ, ତୁଳସୀ, ଗୋଦାବରୀ, ପହିଲି ଭୋଗ, ଏହିପରି ନାନାପ୍ରକାର ଧର୍ମ—ବନ୍ଧୁତା ସ୍ଥାପନ କରନ୍ତି ଏମାନଙ୍କୁ ପ୍ରୀତି ବନ୍ଧୁ ବା ଧର୍ମ ବନ୍ଧୁ ବୋଲାଯାଏ ସମୟ ସମୟରେ ଦେଖା ଯାଏ ଯେ ଏ ବନ୍ଧୁତା ରକ୍ତ ସମ୍ପର୍କ ବା ବିବାହ ସମ୍ପର୍କ ଠାରୁ ଦୃଢ଼ତର ଓ ପବିତ୍ରତର ହୁଏ ସମୟ ସମୟରେ ଏହି ଧର୍ମ ସମ୍ପର୍କ ସ୍ଥାପନ କରିବା ଛଳରେ ମଧ୍ୟ ଲୋକେ ସ୍ୱାର୍ଥସାଧନ ଓ ଇନ୍ଦ୍ରିୟବୃତ୍ତି ସାଧନାଦି ଜଘନ୍ୟ କର୍ମମାନ କରି ଥାଆନ୍ତି]