ଚକ୍ର

ଉଇକିଅଭିଧାନ‌ରୁ

ଚକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (କୃ ଧାତୁ+କର୍ତ୍ତ. ଅ ନିପାତନ)[ସମ୍ପାଦନା]

୧. ଚକ୍ରବାକପକ୍ଷୀ; ଚକୁଆ —୧. The shel drake (bird).
୨. ରଥାଙ୍ଗ; ରଥର ଚକ —୨. Wheel of a car.
୩. ଚକ୍ରରଥ; ଚକ୍ରଯାନ — ୩. Cycle; vehicle; a wheeled conveyance.
୪. କାଳଚକ୍ର —୪. Cycle of time.
୫. ଘୋଡ଼ାଦୈଡ଼ର ଚକ୍ରକାର ପଥ — ୫. Race circle; race course.
୬. ଘେରା; ଚାରିଆଡ଼େ ଘୂରି କରି ବୁଲିବା —୬. Circuit.
୭. ଚକ୍ରାକାର ବେଷ୍ଟନୀ —୭. Ring or circular belt.
୮. କୁମ୍ଭରର ଚକ —୮. Potter's wheel.
୯. ବହୁବର୍ଷର ସମଷ୍ଟି ବା ସମାହାର — ୯. A cycle of years.
୧. ଜଳା ବର୍ତ୍ତ —୧୦. Eddy; whirlpool.
୧୧. ବୃତ୍ତ —୧୧. Circle.
୧୨. ଗୋଳକ —୧୨. Sphere.
୧୩. ବିଷ୍ଣୁଙ୍କ ଶସ୍ତ୍ର; ସୁଦର୍ଶନ ଚକ୍ର — ୧୩. The discus; circular weapon of Bishṇu.
୧୪. ବୃତ୍ତର ପରିଧି —୧୪. Circumference.
୧୫. ଚକ୍ରାକାର ଅସ୍ତ୍ର —୧୫. A sharp circular weapon (disc) of offense.
୧୬. ଗ୍ରାମସମୂହ; ଚକଲା —୧୬. An aggregate of many village; a village union for revenue administration purposes.
୧୭. ଦଳ; ସମୂହ —୧୭. Troop; multitude; collection; assemblage.

ବନ୍ଦୀ ବୋଇଲା ଆହେ ଶୁଣ ଅଷ୍ଟବକ୍ର ପାଠ ଶାଠରେ ମୁହଁ ଜିଣି ଦ୍ୱିଜଚକ୍ର କୃଷ୍ଣସିଂହ. ମହାଭାରତ. ବନ

୧୮. ଗ୍ରହମଣ୍ଡଳ —୧୮. Halo round a planet or disc.
୧୯. ଚକ୍ରବ୍ୟୁହ; ଚକ୍ରାକାର ସୈନ୍ୟସମାବେଶ — ୧୯. A circular batttle-array.
୨. ଦେଶାଂଶ; ପ୍ରବେଶ; ଜିଲ୍ଲା — ୨୦. Province; district.
୨୧. ରାଜ୍ୟ —୨୧. Kingdom; realm.
୨୨. ଜମିଦାରୀ —୨୨. Estate.
୨୩. ରାଶିଚକ୍ର —୨୩. Zodiac; astronomical circle.
୨୪. ବଳୟ, ମୁଦିଆ — ୨୪. A ring used as a ornament.
୨୫. ତେଲ ଘଣା —୨୫. Oil mill.
୨୬. କୂଟ; କପଟ; କୈଶଳ; ଛଳ — ୨୬. Fraud; crooked contrivance; deception.
୨୭. କୁମନ୍ତ୍ରଣା; କୂଟମନ୍ତ୍ରଣା; ଷଡ଼ଯନ୍ତ୍ର — ୨୭. A plot for mischief; conspiracy.
୨୮. ଶାଳ ଗ୍ରାମଶିଳାରେ ଥିବା ଚକ୍ରାକାର ଚିହ୍ନ —The convolutions or spiral marks found in Sāḻagrāma lor the sacred stone of the Hindus.
୨୯. ପୁସ୍ତକ ବା ଗ୍ରନ୍ଥର ଭାଗ ଅଧ୍ୟାୟ — ୨୯. Section of a book.
୩. ଶରୀରର ଥିବା ଚକ୍ରାକାର ଦାଗ —୩୦. A circular spot on the body.
୩୧. ପକ୍ଷୀମାନଙ୍କର ଚକ୍ରବତ୍ ଉଡ୍ଡୟନ — ୩୧. Circular fligts of birds.
୩୨. ସାପର ଫଣା —୩୨. Serpent's hood.
୩୩. ଦେହରେ ରୋଗାଦି ଯୋଗୁ ଦେଖାଯିବା ଚକା ଦାଗ — ୩୩. Circular marks on the body due to disease.
୩୪. ଯୋଗଶାସ୍ତ୍ରବର୍ଣ୍ଣିତ ଶରୀରାଭ୍ୟନ୍ତରସ୍ଥ କାଳ୍ପନିକ ଆଧ୍ୟାତ୍ମିକ ଚକ୍ର —୩୪. The six esoteric circless imagined to be inside the human body.


୩୫. ସେନା; ସୌନ୍ୟଗଣ —୩୫. A host; an army; troop of soldiers.
୩୬. ଦେବାର୍ଚ୍ଚନାରେ ଅଙ୍କିତ ଯନ୍ତ୍ର —୩୬. A circle drawn for worshipping a deity.
୩୭. ନଦୀର ବାଙ୍କ —୩୭. The winding of a rever.
୩୮. ଭେଳ୍କୀ; ଇନ୍ଦ୍ରାଜାଲ —୩୮. Magic; jugglery.
୩୯. (ଜ୍ୟୋତିଷ୍କ) ଷଡ଼୍ଭୂଜାକାର ନକ୍ଷତ୍ରପୁଞ୍ଜ; ବ୍ରହ୍ମକଟାହ ପୁଞ୍ଜ (ଦେଖ) - ୩୯. (astrology) A particular constellation in the from of a hexagon.
୪. ସୁଦ —୪୦. Interest.

୪୧: ରାଜ୍ୟର କୌଣସି ବିଶିଷ୍ଟ ଶାସନବିଭାଗ — ୪୧. Administrative department of a state.

୪୨: ହସ୍ତ ଓ ପାଦସ୍ଥ ଚକ୍ରାକାର ରେଖା —୪୨. Circular lines in the palm of hand heel.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଚକ୍ରବନ୍ଧ (ଦେଖ) - ୧. Chakrabandha (See)
୨. (ଚନ୍ଦନ ତିଳକାଦିର) ଚକ୍ରାକାର ଛାପା —୨. A circular mark of sandal-paste on the body.

ବୈଷ୍ଣବ ସରସୀ ପ୍ରାୟ ଚକ୍ର ଚିହ୍ନେ ଯୋଗ ଭଞ୍ଜ. ବୈଦେହିଶବିଳାସ

୩. ଗୁଡ଼ି; ଘୁଡ଼ି —୩. Kite.

ଚକ୍ର ପ୍ରାୟ ମୋତେ ଉଡ଼ାଇ ଗଗନେ ଛାଡ଼ି ଦେଇ କଲୁ ହେଳା ଗୋ ଲାବଣ୍ୟନିଧି

୪. ନିଆଁ ଲଗାଇଲେ ଚକ୍ର ପରି ବୁଲିବା ବାଣ — ୪. A kind of whirling fire-work.
୫. କୌଣସି ଜଟିଳ ବିଷୟ — ୫. Any intricate matter.