ଅକ୍ଷ

ଉଇକିଅଭିଧାନ‌ରୁ
(file)

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପଶାକାଠି
  • ପଶାଖେଳ
  • ଏକ କର୍ଷ ବା ୧୬ ମସା ପରିମିତ ଓଜନ; ଏକ୍ ତୋଳା ଓଜନ
  • ଭୂଗୋଳକର ପୃଷ୍ଠରେ ବିଷୁବରେଖାଠାରୁ କୌଣସି ସ୍ଥାନର ଉତ୍ତର ବା ଦକ୍ଷିଣ ଦିଗରେ ଦୂରତ୍ଵର ପରିମାଣ
  • ସୂର୍ଯ୍ୟଗତିମାର୍ଗସୂଚକ ପୃଥିବୀର କକ୍ଷଠାରୁ ଖ-ଗୋଲକ ପୃଷ୍ଠରେ କୌଣସି ଗ୍ରହ ବା ନକ୍ଷତ୍ରର ଅବସ୍ଥିତିର ଦୂରତ୍ଵର ପରିମାଣ
  • ଗ୍ରହମାନଙ୍କ ଗତିପଥ
  • ବ୍ୟବହାର ଶାସ୍ତ୍ର; ଆଇନ; ବିବାଦବିଜ୍ଞାନ
  • ଆତ୍ମା
  • ଶକଟ; ରଥ
  • ଅଖ; ଶଗଡ ବା ରଥର ଦୂଇ ଚକର ନାଭିରେ ଗଳିଥିବା ଦଣ୍ଡ
  • ରାଶିଚକ୍ରର ଅବୟବ
  • ଚକ୍ର; ଚକ
  • ଚକ୍ରର ମଧ୍ୟମଣ୍ଡଳ ବା ନାଭି; ନାହିଆ
  • ସର୍ପ; ସାପ
  • ରାବଣ ପୁତ୍ର; ଅକ୍ଷୟ କୁମର
  • ଗରୁଡ; ବିଷ୍ଣୂବାହନ
  • ବିଭୀତିକ ବା ବାହାଡା ଗଛ
  • ରୁଦ୍ରାକ୍ଷ ବୃକ୍ଷ ଓ ଫଳ
  • ଜନ୍ମାନ୍ଧ ବ୍ୟକ୍ତି
  • ସୌବର୍ଚ୍ଚ ଲବଣ
  • ଇନ୍ଦ୍ରିୟ
  • ତୁତ୍ଥ; ତୁତିଆ
  • ରସାଞ୍ଜନ
  • ଝୁଣା
  • ଚକ୍ଷୁ; ଆଖି
  • ଜ୍ଞାତାର୍ଥ; କୌଣସି ଶବ୍ଦର ଲୋକପ୍ରଚଳିତ ଅର୍ଥ
  • ଅସ୍ଥି; ହାଡ
  • ଯୁଦ୍ଧ; ଲଢେଇ
  • ପଦ୍ମବୀଜ
  • କକଡାଶୃଙ୍ଗୀ
  • ଋଷଭକ
  • ତିନିଶ ବୃକ୍ଷ
  • ସଂହତି; ଏକତ୍ର ଜମା ହେବା
  • କାଶ୍ମିରର ରାଜା ଦ୍ଵିତୀୟ ନରରାଜଙ୍କ ପୁତ୍ର ଓ ଗୋପାଦିତ୍ୟଙ୍କ ପିତା| ଏ ଶତାବ୍ଦ ୫୯୮ ପୂର୍ବରେ ଆବିର୍ଭୁତ ହୋଇଥିଲେ| ଏହାଙ୍କ ନିର୍ମିତ ଦେବପୁରୀର ନାମ ଅକ୍ଷବାଳ
  • ପୃଥିବୀ ଓ ଗ୍ରହ ଆଦି ଯେଉଁ କେନ୍ଦ୍ରଭେଦୀ ରେଖାର ଚାରି ପାଖରେ ଘୂରନ୍ତି; ଆବର୍ତ୍ତନ ରେଖା

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଆତ୍ମଜ୍ଞ

ଧାତୁ (ସଂସ୍କୃତ)[ସମ୍ପାଦନା]

  • ବ୍ୟାପିବା
  • ଗଦା ହେବା; ଜମାଟ ବାନ୍ଧିବା
  • ସଂଗ୍ରହ କରିବା

ବିଶେଷଣ (ଗ୍ରାମଜ)[ସମ୍ପାଦନା]

  • ଅକ୍ଷୟ