ଅବାନ୍ତର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ[ସମ୍ପାଦନା]

ସଂ. ବିଣ[ସମ୍ପାଦନା]

  1. ଦୁଇ ବସ୍ତୁର ଅନ୍ତର୍ଗତ ବା ମଧ୍ୟସ୍ଥିତ
  2. ଅନ୍ତଃପାତୀ
  3. ଅପ୍ରଧାନ
  4. ପ୍ରଧାନ ବସ୍ତୁର ଅଙ୍ଗୀଭୁତି
  5. ସମ୍ପର୍କରହିତ
  6. ଆନୁସଙ୍ଗିକ
  7. ଅଧିକା
  8. ଅପ୍ରାସଙ୍ଗିକ; ମୂଳ ପ୍ରସଙ୍ଗର ବହିର୍ଭୂତ

ଦେ. କ୍ରି. ବିଣ[ସମ୍ପାଦନା]

  1. ପ୍ରସଙ୍ଗର ବହିର୍ଭୂତରୂପେ

ଉଦାହରଣ: ଏରୂପ ଚିତ୍ତ ପ୍ରାଣ ହରେ, କୈବଲ୍ୟ ଲରେ ଅବାନ୍ତରେ ଜଗନ୍ନାଥ । ଭାଗବତ—3ଯା

  1. ଅଧିକନ୍ତୁ

ଦେ. ବି.[ସମ୍ପାଦନା]

  1. ଅପ୍ରାସଙ୍ଗିକ.ଗପ; ବାଜେ କଥା
  2. ଅସମ୍ବନ୍ଧ ପ୍ରଲାପ

ଶବ୍ଦ ବିନ୍ୟାସ[ସମ୍ପାଦନା]

ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ୟାହାର)

ଆହୁରି ଦେଖନ୍ତୁ[ସମ୍ପାଦନା]