ଉଇକିଅଭିଧାନ, ଉଇକିପିଡ଼ିଆର ଏକ ସହଯୋଗୀ ପ୍ରକଳ୍ପ । ଓଡ଼ିଆ ଉଇକିଅଭିଧାନରେ ବର୍ତ୍ତମାନ ସୁଦ୍ଧା ୧,୦୮,୬୩୪ଟି ଶବ୍ଦ ରହିଛି । ଏହି ଶବ୍ଦ ଗୁଡ଼ିକ ଓଡ଼ିଆ ସମେତ ଆହୁରି ଅନେକ ଭାଷାରେ ରହିଛି କିନ୍ତୁ ଏହାର ଶବ୍ଦାର୍ଥ ଓ ବ୍ୟାଖ୍ୟା ଓଡ଼ିଆରେ ଅଛି । ଯଥା - ଓଡ଼ିଆ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ବଙ୍ଗାଳୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ; ଇଂରାଜୀ ଶବ୍ଦର ଓଡ଼ିଆ ଶବ୍ଦାର୍ଥ ଇତ୍ୟାଦି ।
ଏହି ଅଭିଧାନଟି ମୁଖ୍ୟତଃ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ତିଆରି ହୋଇଛି । ଏହାକୁ ଯେକେହି ସମ୍ପାଦନା କରିପାରିବେ ଓ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡେନାହିଁ ।
ଆପଣ ବି ଚାହିଁଲେ ଏହି ଅଭିଧାନଟିରେ କୌଣସି ନୂଆ ଶବ୍ଦ, ଯେକୌଣସି ଭାଷାର ଶବ୍ଦ, ଯୋଡିପାରିବେ କିମ୍ବା କୌଣସି ଭୁଲ ସଂଶୋଧନ କରିପାରିବେ । ନୂଆ ଶବ୍ଦଟିଏ ଯୋଡିବା ପାଇଁ ନିମ୍ନୋକ୍ତ ବାକ୍ସରେ ଶବ୍ଦଟିକୁ ଲେଖି କ୍ଲିକ କରନ୍ତୁ ।
|
ପରଷିବା
ଉଚ୍ଚାରଣ: Parashibā ଶବ୍ଦ ବିନ୍ୟାସ: ସଂସ୍କୃତ - ପରିବେଷଣ ଦେଶଜ - କ୍ରିୟା —
- ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା
[ଉଦାହରଣ —ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]
|