ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ନଭେମ୍ବର

ଉଇକିଅଭିଧାନ‌ରୁ

ଗୌଡ଼ିଆ ବଇଷମ

ଉଚ୍ଚାରଣ: Gauṟḍ̠iā baishama
ଶବ୍ଦ ବିନ୍ୟାସ: ସଂସ୍କୃତ - ଗୌଡ଼ୀୟ ବୈଷ୍ଣବ
ଗ୍ରାମ୍ୟ - ବିଶେଷ୍ୟ

  1. ଚୈତନ୍ୟମତାବଲମ୍ୱୀ ବୈଷ୍ଣବ

[ଦ୍ରଷ୍ଟବ୍ୟ —ଏମାନଙ୍କ ବେକରେ ମାଳା ଓ ମୁଣ୍ଡରେ ଚଇତନ ଚୁରୁକୀ ଥାଏ । ଚୈତନ୍ୟ ଦେବଙ୍କ ଦେହତ୍ୟାଗ ପରେ ତଦୀୟ ଭକ୍ତମଣ୍ଡଳଦ୍ୱାରା ଏ ସଂପ୍ରଦାୟ ଗଠିତ ହୋଇଥିଲା । ଉଜ୍ଜ୍ୱଳାଖ୍ୟ ମଧୁର ରସ ସାଧନା ସେମାନଙ୍କର ଚରମ ଲକ୍ଷ୍ୟ । ଶୌଚ, ନାମଳପ, ନିର୍ମଳରାସ ଓ ସହଜ ଭଜନ ପନ୍ଥାଦ୍ୱାରା ଭକ୍ତିସାଧନହିଁ ଏମାନଙ୍କର ଲକ୍ଷ୍ୟ ।]