Jump to content

ଚୂଡ଼ା

ଉଇକିଅଭିଧାନ‌ରୁ

ଚୂଡ଼ା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଚୂଡ଼ ଧାତୁ=ମୁଣ୍ଡନ କରିବା+କର୍ମ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]

ହିନ୍ଦୁ ବାଳକର ମସ୍ତକମୂଣ୍ଡନରୂପ ସଂସ୍କାର — ୧. The ceremony of shaving performed on a Hindu boy.

୨. କେଶ —୨. Hair.
୩. ଜୁଡ଼ା; ଜଟ; ମୁଣ୍ଡ ଉପରେ ପକାଯିବା ଗଣ୍ଠି — ୩. A mass of hair artistically dressed into a knot ever the head; chignon.

ବନ୍ଧୁ ଅଛି କି ଲୋଡ଼ା, ନୂଆ ନିଆଳି ନିର୍ମିତ ଚୂଡ଼ା—କବିସୂର୍ଯ୍ୟ. ସଙ୍ଗୀତ

୪. କେଶର ଶିଖା; ଚୂଟୀ — ୪. Tuft of hair left on the crown of the head after the ୧st shaving ceremony; a single look of hair.
୫. ମୟୁରାଦି ପକ୍ଷିଙ୍କ ମୁଣ୍ଡରେ ହେଉଁ ଉନ୍ନତ ପକ୍ଷଗୁଚ୍ଛ ଥାଏ ୫. Tuft of feathers standing on the head of certain birds (e.g. peacock).
୬. ପର୍ବତର ଶିଖର; ପର୍ବତ ଶୃଙ୍ଗ — ୬. Mountain-peak; crest; pinnacle.
୭. ଅଗ୍ରଭାଗ —୭. Top; summit; crown.
୮. ମୁକୁଟ; ମସ୍ତକଭୂଷଣ — ୮. A conical head-dress; crown.
୯. ମୂକୁଟ ବା ପଗଡ଼ି ଉପରେ ଲମ୍ୱଭାବରେ ଠିଆ ହୋଇ— ଥିବା ଶିଖା —୯. Diadem; an ornament put upright on the crown or turban.
୧. ସ୍ତ୍ରୀମାନଙ୍କ ଚୂଡ଼ି; କରର ଭୂଷଣ — ୧୦. A flat bracelet.
୧୧. ଭୂଷଣ; ଅଳଙ୍କାର — ୧୦. Ornament; jewellery.
୧୨. ମସ୍ତକ (ହିନ୍ଦୀ - ଶବ୍ଦସାଗର) —୧୨. Head.
୧୩. ପ୍ରଧାନ ନାୟକ (ହିନ୍ଦୀ - ଶବ୍ଦସାଗର) — ୧୩. Chief; leader.
୧୪. କୂଅ (ହିନ୍ଦୀ - ଶବ୍ଦସାଗର) —୧୪. Well.
୧୫. କାଇଞ୍ଚ (ହିନ୍ଦୀ - ଶବ୍ଦସାଗର) — ୧୫. A black-topped red seed.
୧୬. ବାହୁଭୁଷଣବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୬. A kind of ornament for the arms; armlet.
୧୭. ଚୂଡ଼ାକରଣ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୧୭. Chūṟḍ̠akaraṇa (See)
୧୮. (ଚୂଦ ଧାତୁ=ପ୍ରେରଣ କରିବା+ଭାବ. ଅ+ସ୍ତ୍ରୀ. ଆ) ପ୍ରେରଣ (ପ୍ରକୃତିବାଦ) —୧୮. Sending.

ବିଶେଷଣ -

[ସମ୍ପାଦନା]

ଶେଷ୍ଠ; ପ୍ରଧାନ — Chief; principal.