Jump to content

ତାର

ଉଇକିଅଭିଧାନ‌ରୁ
  • ଉତୁରିବା; ଉତ୍ତରଣ
  • ତନ୍ତୁ; ଧାତୁନିର୍ମିତ ସରୁ ସୁତ୍ର; ଧାତୁତନ୍ତୁ
  • ବୀଣାଦି ଯନ୍ତ୍ରର ତନ୍ତୁ
  • ରୌପ୍ୟ; ରୂପା
  • ତନ୍ତ୍ରୋକ୍ତ ପ୍ରଣବ ଓ ଅନ୍ୟାନ୍ୟ ଏକାକ୍ଷର ବୀଜ ମନ୍ତ୍ର
  • ଉଚ୍ଚ ସ୍ଵର
  • ପ୍ରଣବ; ଓଁକାର
  • ମୁକ୍ତାର ବିଶୁଦ୍ଧି, ଲାବଣ୍ୟ, ସୌନ୍ଦର୍ଯ୍ୟ ଓ ଉଜ୍ଜ୍ଵଳତା
  • ମୁକ୍ତା
  • ହାରର ମଧ୍ୟମଣି
  • ନକ୍ଷତ୍ର
  • ରାମାୟଣ ବର୍ଣ୍ଣିତ ରାମଚନ୍ଦ୍ରଙ୍କ ସହାୟକ ବାନରସେନାପତି ବିଶେଷ
  • ହରିବଂଶ ବର୍ଣ୍ଣିତ ଦାନବବିଶେଷ
  • ଚକ୍ଷୁର ତାରା
  • ଏକ ପ୍ରକାର ଗୌଣସିଦ୍ଧି; ଗୁରୁଙ୍କଠାରୁ ବିଧିପୂର୍ବକ ବେଦାଧ୍ୟୟନଦ୍ଵାରା ପ୍ରାପ୍ତ ସିଦ୍ଧି
  • ସଙ୍ଗୀତର ଉଚ୍ଚସ୍ଵରଯୁକ୍ତ ସପ୍ତକବିଶେଷ; କେଁ କେଁୟା ସ୍ଵର
  • ଶିବ
  • ବିଷ୍ଣୁ
  • ଅଠର ଅକ୍ଷରବିଶିଷ୍ଟ ଏକ ବର୍ଣ୍ଣବୃତ୍ତ
  • ଅସ୍ଵାଦ
  • କର୍ତ୍ତିକେୟଙ୍କଦ୍ଵାରା ନିହତ ତାରକାସୁରରପିତା
  • ଅଖଣ୍ତ କ୍ରମ
  • ଜ୍ୟୋତିଷୋକ୍ତ ଯୋଗବିଶେଷ
  • ଉତ୍ତମ
  • ଚକ୍ ଚକ୍ କରୁଥିବା; ଉଜ୍ଜ୍ଵଳ; ଭାସ୍କର; ଦୀପ୍ତିଶାଳୀ
  • ଉଚ୍ଚ
  • ନିର୍ମଳ
  • ସ୍ଥୁଳ
  • କେଁ କେଁୟ
  • ବିସୃତ
  • ବଣାଇ ରଜ୍ୟରେ କଥିତ ସାନ୍ତାଳି ଭାଷା
  • ଚିନି ଆଦିର ସିରାର ପାଗ ବା ଅବସ୍ଥା
  • ବିଦ୍ୟୁତ୍ ପ୍ରବାହ ବହନକାରୀ ତାର
  • ଟେଲିଗ୍ରାମ; ତାଡିତ୍ ବାର୍ତ୍ତା; ତାର ଖବର
  • ତେଲିଗ୍ରାଫଦ୍ଵାରା ସମ୍ବାଦ ପ୍ରେରଣ ରୀତି; ତାରଡାକ
  • ଟେଲିଫୋନ୍

ବିଶେଷଣ (ଦେଶଜ)

[ସମ୍ପାଦନା]
  • ଉଚ୍ଚସ୍ଵର; କ୍ରୁଦ୍ଧ ବ୍ୟକ୍ତିର କ୍ରୋଧାନ୍ଵିତ

ସର୍ବନାମ (ଦେଶଜ)

[ସମ୍ପାଦନା]
  • ତାହାରତାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ=ପାର ହେବା+ଅ)

[ସମ୍ପାଦନା]
୧. (+ଭାବ. ଅ) ଉତୁରିବା; ଉତ୍ତରଣ — ୧. Crossing; landing (from a boat)
୨. (+ କରଣ. ଅ) ତନ୍ତୁ; ଧାତୁନିର୍ମିତ ସରୁ ସୂତ୍ର; ଧାତୁତନ୍ତୁ — ୨. Wire; metal wire.

[ଦ୍ରଷ୍ଟବ୍ୟ —କେବଳ ସୀସା ଓ ରାଙ୍ଗା (ଟିଣ) ଛଡ଼ା ଅନ୍ୟ ସମସ୍ତ ଧାତୁରେ ତାର ତିଆରି କରାଯାଏ ପ୍ରଥମେ ଧାତୁକୁ ଆଉଟି ଛାଞ୍ଚରେ ଢାଳି ଲମ୍ୱ କାଢ଼ି କରାଯାଏ ଉକ୍ତ କାଢ଼ିର ଗୋଟିଏ ମୁଣ୍ଡକୁ ପିଟି ମୁନିଆ କରାଯାଏ କାଢ଼ିର ସେହି ମୁନିଆ ମୁଣ୍ଡକୁ ଲୁହାରେ ତିଆରି ବଡ଼ ଓ ସାନ ବହୁଛିଦ୍ରବିଶିଷ୍ଟ ଜନ୍ତା ନାମକ ଯନ୍ତ୍ରର ଗୋଟିଏ କଣାରେ ଗଳାଇ ଦେଇ ଜନ୍ତାର ଆର ପିଠି ଆଡ଼େ ବାହାରି ପଡ଼ିଥିବା କାଢ଼ିର ମୁନକୁ ସଣ୍ଡୁଆସିଦ୍ୱାରା ଖୁବ୍ ଜୋର୍ରେ ଟାଣିଲେ ଜନ୍ତାର ଉକ୍ତ ଛିଦ୍ରର ଆୟତନ ଅନୁସାରେ ତାର ବାହାରେ ସେହି ତାରକୁ ଆହୁରି ସରୁ କରିବାକୁ ଇଛା କଲେ ମୋଟା ତାରର ଅଗକୁ ବାଡ଼େଇ ଆହୁରି ସରୁ କରି ଜନ୍ତାରେ ଥିବା ଅପେକ୍ଷାକୃତ ସାନ ଛିଦ୍ରରେ ଗଳାଇ ସଣ୍ଡୁଆସିଦ୍ୱାରା ଜନ୍ତାରେ ଆର ପାଖକୁ ଟାଣିଲେ ସରୁ ତାର ହୁଏ ଏହିପରି ଜନ୍ତାର କ୍ରମସୂକ୍ଷ୍ମ ଛିଦ୍ରମାନଙ୍କଦ୍ୱାରା ଅତି ସୂକ୍ଷ୍ମ ତାର ତିଆରି ହୁଏ ଜନ୍ତାର ଛିଦ୍ରରେ ତାରକୁ ପୂରାଇ ସଣ୍ଡୁଆସିରେ ଝିଙ୍କିଲେ ତାର କାରଯାଉଥିବା କାଢ଼ି ତାତି ଯାଏ ଓ ତାତି ଯିବାରୁ ତାହା ନମନୀୟ ହୁଏ]

୩. ବୀଣାଦି ଯନ୍ତ୍ରର ତନ୍ତୁ —୩. String of a musical instrument.
୪. (କର୍ତ୍ତୃ. ଅ) ରୌପ୍ୟ; ରୂପା —୪. Sliver.
୫. ତନ୍ତ୍ରୋକ୍ତ ପ୍ରଣବ ଓ ଅନ୍ୟାନ୍ୟ ଏକାକ୍ଷର ବୀଜ ମନ୍ତ୍ର — ୫. The sacred syllable 'Om' or other mono- syllabic mystic incantayion.
୬. ଉଚ୍ଚ ସ୍ୱର —୬. High tone; shrill sound.
୭. ପ୍ରଣବ; ଓଁକାର —୭. The mystic sound 'Om'
୮. ମୁକ୍ତାର ବିଶୁଦ୍ଧି, ଲାବଣ୍ୟ, ସୌନ୍ଦର୍ଯ୍ୟ ଓ ଉଜ୍ଜ୍ୱଳତା — ୮. Excellence of a pearl.
୯. ମୁକ୍ତା —୯. Pearl.
୧. ହାରର ମଧ୍ୟ ମଣି —୧୦. The central gem of a necklace.
୧୧. ନକ୍ଷତ୍ର —୧୧. Star.

ମୋ ପାଶୁଁ ଗଲା ଥାଉଁ ତାର ଅମ୍ୱରେ—ଉପେମନ୍ଦ୍ର ଭଞ୍ଜ,ପ୍ରେମସୁଧାନିଧି

୧୨. ରାମାୟଣ ବର୍ଣ୍ଣିତ ରାମଚନ୍ଦ୍ରଙ୍କ ସହାୟକ ବାନର ସେନାପତି ବିଶେଷ —୧୨. Name of a commander of the monkey army mentiomed in the Rāmāyaṇa.

[ଦ୍ରଷ୍ଟବ୍ୟ — ଏ ବୃହସ୍ପତିଙ୍କ ଅଂଶରେ ଜନ୍ମିଥିଲେ ଓ ବାଳୀଙ୍କ ସ୍ତ୍ରୀ ତାରାଙ୍କର ପିତା ଥିଲେ ହିନ୍ଦୀ - ଶବ୍ଦସାଗର.]

୧୩. ହରବଂଶ ବର୍ଣ୍ଣିତ ଦାନ ବିଶେଷ —୧୩. A demon mentiomed in the Haribaiṁṡa.
୧୪. ଚକ୍ଷୁର ତାରା —୧୪. The pupil of the eye.

ଜ୍ୟୋତିଷ୍ମନ୍ତ ତାର ନୟନ ଥିବ ସମୀପ ଦୀପ ଯେବେ ନ ଦିଶିବ କବିସୂର୍ଯ୍ୟ. କବିତାକଲ୍ଲୋଳ

୧୫. (ସାଂଖ୍ୟଦର୍ଶନ) ଏକପ୍ରକାର ଗୌଣସିଦ୍ଧି; ଗୁରୁଙ୍କଠାରୁ ବିଧିପୂର୍ବକ ବେଦାଧ୍ୟୟନଦ୍ୱାରା ପ୍ରାପ୍ତ ସିଦ୍ଧି (ହିନ୍ଦୀ - ଶବ୍ଦସାଗର) —୧୫. (Saṁkhya philosophy) Success achived by a disciple on being initiated to the scriptured by the preceptor.


୧୬. ସଙ୍ଗୀତର ଉଚ୍ଚସ୍ୱରଯୁକ୍ତ ସପ୍ତକବିଶେଷ; କେଁ କେଁୟା ସ୍ୱର —୧୬. High or shrill octave in music.

[ଦ୍ରଷ୍ଟବ୍ୟ — ଏଥିର ସ୍ୱର କଣ୍ଠରୁ ଉଠି କପାଳର ଅଭ୍ୟନ୍ତର ସ୍ଥାନ ପର୍ଯ୍ୟନ୍ତ ଯାଏ—ହି—ଶବ୍ଦସାଗର]

୧୭. ଶିବ (ହିନ୍ଦୀ - ଶବ୍ଦସାଗର) —୧୭. God Ṡiba.
୧୮. ବିଷ୍ଣୁ (ହିନ୍ଦୀ - ଶବ୍ଦସାଗର) —୧୮. Bishṅu.
୧୯. ଅଠର ଅକ୍ଷର ବିଶିଷ୍ଟ ଏକ ବର୍ଣ୍ଣବୃତ୍ତ (ହିନ୍ଦୀ - ଶବ୍ଦସାଗର) — ୧୯. A Sanskrit metre of ୧୮ syllables.
୨. ଆସ୍ପାଦ (ଯୋଗେଶ୍ଚନ୍ଦ୍ର) — ୨୦. Savour; taste; relish.
୨୧. କାର୍ତ୍ତିକେୟଙ୍କଦ୍ୱାରା ନିହତ ତାରକାସୁରରପିତା (ଶିବ ପୁରାଣ) ୨୦. Name of the father of the Demon Tārakā
୨୨. ଅଖଣ୍ଡ କ୍ରମ (ହିନ୍ଦୀ - ଶବ୍ଦସାଗର) ୨୨. Regular seeqence.
୨୩. [[ ଜ୍ୟୋତିଷୋକ୍ତ ଯୋଗବିଶେଷ; ତାରକ୨[[]] (ଦେଖ) - ୨୩. Tāraka ୨ (See)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଣାଇ ରାଜ୍ୟରେ କଥିତ ସାନ୍ତାଳି ଭାଷା — ୧. A name for the Sāntāḻi language used in the Bonāi state of Orissa.
୨. ଚିନି ଆଦିର ସିରାର ପାଗ ବା ଅବସ୍ଥା —୨. A certain syrupy condition of boiled sugar.

(ଯଥା—ଦୋତାରି, ତିନିତାରି ଚିନିପାଗ)

[ଦ୍ରଷ୍ଟବ୍ୟ —ଚିନି, ଗୁଡ଼ ବା କନ୍ଦକୁ ପାଣି ଦେଇ ନିଆଁ ଉପରେ ପାକ କଲେ ତାହା 'ସିରା' ବା 'ରସ'ରେ ପରିଣତ ହୁଏ ଏହି ସିରାରେ ରସଗୋଲ୍ଲା, ଜିଲିବୀ, ଟବକାବୁନ୍ଦିଆ, ଗୋଲାପଜାମୁ ଆଦି ପକାଇ ଦେଲେ ଉକ୍ତ ପଦାର୍ଥ ମାନଙ୍କ ଭିତରେ ସିରା ପଶିଯାଏ ଚିନି ଆଦିକୁ ପାଗ କରି ଅର୍ଥାତ୍ ସିରାରେ ପରିଣତ କରି ତାହା ଗରମ ଥାଉଁ ଥାଉଁ ସେଥିରେ ଲିଆ ପକାଇ ଘାଣ୍ଟିଲେ ତାହା ଉଖୁଡ଼ା ହୁଏ ଭିନ୍ନ ଭିନ୍ନ ମିଷ୍ଟାନ୍ନ ପାଇଁ ସିରା ପତଳା ବା ଘନା ହେବା ଦରକାର ସିରା ଚୁଲି ଉପରେ ବସିଥିବା ବେଳେ ତହିଁରେ ଚଟୁ ପକାଇ ଚଟୁକୁ ଟେକିଲେ ଚଟୁର ଅଗରୁ ସିରାର ଧାର ବୋହି ପଡ଼େ ସିରା ପତଳା ଥିଲେ ଏହି ଧାର ତିନି ବା ଦୁଇଟି ଦେଖାଯାଏ ଓ ଘନ ହେଲେ ଗୋଟିଏ ମାତ୍ର ଧାର ଚଟୁ ଅଗରୁ ଖସେ ଏହି ଧାରକୁ ତାର ବୋଲା ଯାଏ ଚଟୁ ଅଗରୁ ସିରାର ଯେତେଟି ଧାର ଖସିବାର ଦେଖାଯାଏ ସେ ସିରାକୁ ସେତେ ତାରି ବା ସେତେ ତାରବନ୍ଦ୍ ସିରା ବୋଲାଯାଏ ସିରା ପତଳା ହୋଇଥିଲେ ତାକୁ ଆହୁରି କିଛିକ୍ଷଣ ନିଆଁ ଉପରେ ବସାଇ ଦେଲେ ସେଥିରୁ ପାଣି ମରିଯାଇ ତାହା ଘନ ହେଇ ଯାଏ]

୪. ବିଦ୍ୟୁତ୍ ପ୍ରବାହ ବହନକାରୀ ତାର — ୪. Telegraphic or electric wire.

[ଦ୍ରଷ୍ଟବ୍ୟ —ଧାତୁର ତାର ତଡିତ୍ ବା ବିଦ୍ୟୁତ୍ ପ୍ରବାହର ପରିଚାଳକ ଥିବାରୁ ବିଦ୍ୟୁତ୍ଶକ୍ତିକୁ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ନେବାକୁ ହେଲେ ଧାତୁର ତାରଦ୍ୱାରା ଉକ୍ତ ଶକ୍ତିକୁ ପ୍ରବାହିତ କରାଯାଏ ସବୁ ଧାତୁ ମଧ୍ୟରେ ତମ୍ୱାର ତାରହିଁ ବେଶି ତଡ଼ିତ୍ ପ୍ରବାହକ ଥିବାରୁ ତମ୍ୱା ତାର ବ୍ୟବହୃତ ହୁଏ ଏକ ସ୍ଥାନରେ ଯନ୍ତ୍ରଦ୍ୱାର ତଡ଼ିତ୍ ଉତ୍ପାଦନ କରି ସେହି ସ୍ଥାନରୁ ଯେତେଦୂର ତମ୍ୱାତାର ଲଗାଯାଏ ତଡ଼ିତ୍ ପ୍ରବାହ ସେତେଦୂର ପର୍ଯ୍ୟନ୍ତ ଯାଏ ଏହି ପ୍ରଣାଳୀ ଦ୍ୱରା ବିଜୁଳିବତି, ବିଜୁଳିପଙ୍ଖା, ବିଜୁଳିଦ୍ୱାରା ପରିଚାଳିତ କଳମାନ ଚଳାଯାଏ]

୫. ଟେଲିଗ୍ରାମ; ତାଡ଼ିତ୍ ବାର୍ତ୍ତା; ତାର ଖବର — ୫. Telegram; telegraphic message

[ଦ୍ରଷ୍ଟବ୍ୟ —ଦୂରଦେଶରୁ ସମ୍ୱାଦ ତଡ଼ିତ୍ ସାହାଯ୍ୟରେ ପ୍ରେରଣ କରିବାପାଇଁ ତଡ଼ିତ୍ଶକ୍ତି ଓ ଚୁମ୍ୱକ ଶକ୍ତିକୁ କାମରେ ଲଗାଯାଏ ପ୍ରଥମେ ବୈଜ୍ଞାନିକ ପ୍ରକ୍ରିୟାଦ୍ୱାରା ଗୋଟିଏ ସ୍ଥାନରେ ତଡ଼ିତ ଶକ୍ତି ଉତ୍ପାଦନ କରି ସେହି ସ୍ଥାନରୁ ଦୂରବର୍ତ୍ତୀ ସ୍ଥାନ ପର୍ଯ୍ୟନ୍ତ ଗୋଟିଏ ବିଦ୍ୟୁତ୍ ପ୍ରବାହ ଯୋଡ଼ି ରଖିବାକୁ ହୁଏ ବିଦ୍ୟୁତ୍ ପ୍ରବାହର ଦିଓଟି ମୁଣ୍ଡ ଅଛି ସେ ଦୁଇ ମୁଣ୍ଡରେ ଲାଗିଥିବା ତାର ମଧ୍ୟରୁ ଗୋଟିଏ ତାରକୁ ପୃଥିବୀର ଗର୍ଭରେ ପୋତି ଦିଆଯାଏ ଓ ଅନ୍ୟ ମୁଣ୍ଡର ତାରକୁ ଦୂରବର୍ତ୍ତୀ ସ୍ଥାନ ସଙ୍ଗେ ଲଗାଇ ଦିଆଯାଏ ଉକ୍ତ ଦୂରବର୍ତ୍ତୀ ସ୍ଥାନରେ ସେ ତାର ଲାଗିଲେ ସେଠାରେ ସେ ତାରର ଅନ୍ୟ ମୁଣ୍ଡକୁ ନେଇ ଭୂଗର୍ଭରେ ପୋତି ଦିଆଯାଏ ଭୂଗର୍ଭର ତଡିତ୍ ପ୍ରବାହକ ଗୁଣ ଥିବାରୁ ଏହି ପ୍ରକ୍ରିୟାଦ୍ୱାରା ଉକ୍ତ ଦୁଇ ସ୍ଥାନ ମଧ୍ୟରେ ବିଦ୍ୟୁତ୍ ପ୍ରବାହର ଧାରା ଅଖଣ୍ଡିତ ରହେ ଅତଏବ ଦୁଇ ସ୍ଥାନ ମଧ୍ୟରେ ଉପରେ ଲାଗିଥିବା ତାର ଏବଂ ତଳେ ଭୂଗର୍ଭରେ ଲାଗିଥିବା ତାର ଓ ଭୂଗର୍ଭ ବାଟେ ବିଦ୍ୟୁତ୍ ପ୍ରବାହ ପାଇଁ ଗୋଟିଏ ପୂର୍ଣ୍ଣ ବୃତ୍ତ ବା ଘେର (Circuit)ସୃଷ୍ଟି ହୁଏ ଓ ଏହି ବୃତ୍ତ ବାଟେ ବିଦ୍ୟୁତ୍— ପ୍ରବାହ ଅଖଣ୍ଡିତ ରୂପେ ବହେ ଚୁମ୍ୱକ (Magnet)ର ଗୋଟିଏ ଗୁଣ ଅଛି ଯେ ବିଦ୍ୟୁତ ପ୍ରବାହର ଘେର ମଧ୍ୟରେ ଚୁମ୍ୱକକୁ ହଲାଇଲେ ଏହି ପ୍ରବାହରେ ଚଳୁଥିବା ବିଦ୍ୟୁତ୍ ଶକ୍ତିର ପରିବର୍ତ୍ତନ ଘଟେ ଓ ପ୍ରବାହର ଦିଗ ମଧ୍ୟ ବଦଳେ ପ୍ରବାହର ଦିଗ ପରିବର୍ତ୍ତନର ସୂଚନା କରିବା ପାଇଁ ଗୋଟିଏ ଲୁହାର ଛୁଞ୍ଚି କଳଦ୍ୱାରା ଲଗାଯାଇଥାଏ ଏହି ଘେର ମଧ୍ୟରେ କୌଣସି ସ୍ଥାନରେ ତାରକୁ କାଟିଦେଲେ ପ୍ରବାହ ବନ୍ଦ ହୋଇଯାଏ କଟା ହେଇଥିବା ତାରକୁ ପୁଣି ଯୋଡ଼ିଦେଲେ ପୁଣି ପ୍ରବାହ ଚାଲେ ଜଣେ ମନୁଷ୍ୟ ଯେବେ କଟା ହୋଇଥିବା ତାରର ଦୁଇ ମୁଣ୍ଡକୁ ଧରି ପରସ୍ପର ସଙ୍ଗେ ଲଗାଇ— ଦିଏ ତେବେ ପ୍ରବାହ ଚାଲେ ଓ ଦୁଇ ମୁଣ୍ଡକୁ ଅଲଗା କରି ଦେଲେ ପ୍ରବାହ ବନ୍ଦ ହେଇଯାଏ ପ୍ରବାହ ଚାଲିଲେ ସେ ଘେର ପାଖେ ଥିବା ଚୁମ୍ୱକ ତାର ଆଡ଼କୁ ଆକର୍ଷିତ ହୁଏ ପ୍ରବାହ ବନ୍ଦ ହୋଇ—

ଗଲେ ଚୁମ୍ୱକ ତାରରୁ ଛାଡ଼ିଯାଏ ମନେକର ଏହି ଘେରରେ କଟକଠାରେ ଜଣେ ଲୋକ ତାରକୁ କାଟି ଦେଇ କଟା ହୋଇଥିବା ତାରର ଦୁଇ ମୁଣ୍ଡକୁ ପରସ୍ପର ସଙ୍ଗେ ଲଗାଇ ଦେଲା; ତାହାହେଲେ କଲିକତା ପର୍ଯ୍ୟନ୍ତ ତାରଦ୍ୱାରା ସଂଯୁକ୍ତ ଘେର ପାଖରେ ରଖାଯାଇ ଥିବା ଚୁମ୍ୱକ ଖଣ୍ଡି ସେ ଘେର ଆଡ଼କୁ ଆକର୍ଷିତ ହେଲା; କଟକରେ ଦୁଇ ମୁଣ୍ଡର ତାରକୁ ପରସ୍ପର ଠାରୁ ଅଲଗା କରିଦେଲେ କଲିକତାରେ ଘେର ପାଖେ ରଖାଯାଇ ଥିବା ଚୁମ୍ୱକ ଖଣ୍ଡି ଘେରରୁ ଅଲଗା ହୋଇଯିବ କଟକବାଲା ଯେତେ ଥର ଏ ଦୁଇ ତାରର ମୁଣ୍ଡକୁ ଲଗାଉ ଥିବ ଓ ଛଡ଼ାଉଥିବ, କଲିକତା ବାଲା ଦେଖୁଥିବ ଯେ ଚୁମ୍ୱକ ଏ ଘେରକୁ ସେତେଧର ଛୁଇଁ ଦେଉଥିବ ଓ ଛାଡ଼ିଯାଉ ଥିବ ଚୁମ୍ୱକ ଘେରକୁ ଛୁଇଁଲାବେଳେ ଯେଉଁ ଠକ ଠକ ଶବ୍ଦ ହୁଏ ସେହି ଶବ୍ଦକୁ ବାରି ତାର ଖବର ନିଆ ଅଣା କରାଯାଏ ପ୍ରବାହର ଦିଗ ପରିବର୍ତ୍ତନ ବେଳେ ମଧ୍ୟ ଏକପ୍ରକାର ଶବ୍ଦ ହୁଏ ଏହି ସବୁ ଆବାଜ୍କୁ ଲକ୍ଷ କରି ଓ ପ୍ରବାହର ଦିଗ ପରିବର୍ତ୍ତନର ସୂଚନାକରୀ ଛୁଞ୍ଚିକୁ ଲକ୍ଷ କରି କଟକବାଲା ତାରର ଦୁଇ ମୁଣ୍ଡକୁ କେତେଥର ଲଗା— ଇଲା ଓ ଛଡ଼ାଇଲା ତାହା କଲିକତାବାଲା ସେହିଠାରେ ବସି ଠଉରେଇ ନିଏ ଛୁଞ୍ଚି ଡାହାଣ ଆଡ଼କୁ ବୁଲିଲେ ତାକୁ ବିନ୍ଦୁ (Dot) ଓ ବାଆଁ ଆଡ଼କୁ ବୁଲିଲେ ତାକୁ ରେଖା (Dash) କହନ୍ତି ତାରଖବର ଦେବାବାଲାଙ୍କ ମଧ୍ୟରେ ପୂର୍ବରୁ ସଙ୍କେତ ନିର୍ଦିଷ୍ଟ ହୋଇଥାଏ ଯେ ଛୁଞ୍ଚି ଗୋଟିଏ ବିନ୍ଦୁ ଉତ୍ପାଦନ କଲେ ଜାଣିବ 'ଏ' ଇଂରାଜି ଅକ୍ଷର, ଗୋଟିଏ ରେଖା ଉତ୍ପାଦନ କଲେ ଜାଣିବ 'ସି' ଅକ୍ଷର ଦିଓଟି ରେଖା ଉତ୍ପାଦନ କଲେ ଜାଣିବ (ଡ଼ି) ଅକ୍ଷର ଇତ୍ୟାଦି କଟକବାଲା ଉପରୋକ୍ତ ସଂଙ୍କେତ ଅନୁସାରେ ଯେଉଁ ଅକ୍ଷର ପାଇଁ କଟକରେ ତାରର ଦୁଇମୁଣ୍ଡକୁ ଯୋଡ଼ିବ ବା ଅଲଗା କରିବ, କଲିକତାବାଲା ସେହି ଅକ୍ଷରର ସଂଙ୍କେତ ସେଠାରେ ଦେଖି ପାରିବ ଏହିପରି କଟକବାଲା ଉପରୋକ୍ତ ସଂକେତଦ୍ୱାରା ଯେତୋଟି ଅକ୍ଷର କଟକରେ ଟିପି ଦିଏ, କଲିକତାବାଲା ସେତୋଟି ଅକ୍ଷରର ସଂଙ୍କେତ ସେ ଛୁଞ୍ଚିର ଗତିରୁ ବାରି ନେଇ ସେ ଅକ୍ଷରତକ ଜୋଡ଼ି ବାକ୍ୟମାନ କରି ଉକ୍ତ ବାକ୍ୟରୁ ପ୍ରେରିତ ବାର୍ତ୍ତାର ଭାବ ବୁଝି ପାରେ ଏହି ରୀତିରେ ଟେଲିଗ୍ରାଫ୍ଦ୍ୱାରା ଦୂରଦେଶକୁ ସମ୍ୱାଦ ଯାଏ] 

୬. ଟେଲିଗ୍ରାଫ୍ଦ୍ୱାରା ସମ୍ୱାଦ ପ୍ରେରଣ ରୀତି; ତାରଡାକ — ୬. Telegraph; the system of sending message by wire.
୭. ଟେଲିଫୋନ —୭. Telephone.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ତାର୍ (ଦେଖ) - —Tār (See)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଉତ୍ତମ —୧. Good.
୨. ଚକ୍ ଚକ୍ କରୁଥିବା; ଉଜ୍ଜ୍ୱଳ; ଭାସ୍କର; ଦୀପ୍ତିଶାଳୀ — ୨. Bright; sparking.

ମୋର ହୃଦୟତାର ହାର ହୁଅ ଆରେ ସୁଗୁଣବତୀ କବିସୂର୍ଯ୍ୟ, ସଙ୍ଗୀତ

୩. ଉଚ୍ଚ (ସ୍ୱର) —୩. High (tone)
୪. ନିର୍ମଳ; ସ୍ୱଚ୍ଛ; ପରିଷ୍କୃତ —୪. Clear.
୫. ସ୍ଥୂଳ —୫. Thick.
୬. କେଁ କେଁୟ (ସ୍ୱର) — ୬. Sharp and shrill (tone)
୭. ବିସ୍ତୃତ —୭. Extended; speading.

=== ଦେଶଜ - ବିଶେଷଣ - (ସଂସ୍କୃତ - ତାର ସ୍ୱର=ଉଚ୍ଚସ୍ୱର; କ୍ରୃଦ୍ଧ ବ୍ୟକ୍ତିର ଉଚ୍ଚସ୍ୱରର ଲକ୍ଷଣାରୁ)

କ୍ରୋଧାନ୍ୱିତ —୩. Angry; Wrathful.

ଅନୁବାଦ

[ସମ୍ପାଦନା]

(ତାଙ୍କର, ତାହାଙ୍କର—ଆଦରାର୍ଥକ)

ଦେଶଜ - ସର୍ବନାମ. (ତତ୍ ଶବ୍ଦ ୬ଷ୍ଠୀ ଅନାଦରାର୍ଥ)

[ସମ୍ପାଦନା]

ତାହାର — His; Her; its.

ମୋ ପାଶୁଁ ଗଲା ଥାଉଁ ତାର ଅମ୍ୱର ଉପେନ୍ଦ୍ର ଭଞ୍ଜ, ପ୍ରେମସୁଧାନିଧି