ତାରକ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • କର୍ଣ୍ଣଧାର
  • ଜ୍ୟୋତିଷ ଶାସ୍ତ୍ରୋକ୍ତ ଯୋଗବିଶେଷ
  • ଭେଳା
  • ତାରକା; ନକ୍ଷତ୍ର
  • ଚକ୍ଷୁର ତାରା
  • ତାରକାସୁର
  • ଛନ୍ଦୋବିଶେଷ
  • ବାନରବିଶେଷ
  • ମୁକ୍ତା
  • ଆଖି
  • ରାମ ତାରକ ନାମକ ଷଡ଼କ୍ଷର ମନ୍ତ୍ର ରାଂ ରାମାୟ ନମଃ ମତାନ୍ତରରେ ଓ ରାମାୟ ନମଃ
  • ଭଳ୍ଳାତକ; ଭାଲିଆ
  • ଯେ ଲୋକଙ୍କୁ ନଦୀ ଆଦି ପାରକରେ
  • ଭବ ସାଗରରୁ ଉଦ୍ଧାର କରିବା ବ୍ୟକ୍ତି; ପରିତ୍ରାତାବ୍ୟକ୍ତି

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ରକ୍ଷାକାରୀ; ରକ୍ଷକ
  • ପରିତ୍ରାଣକାରୀ
  • ଯେ ପାରି କରାଏତାରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତାରକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ତୃ ଧାତୁ ଣିକ୍; ତାରି ଧାତୁ—ପାରି କରିବା +କର୍ତ୍ତୃ. ଅକ)[ସମ୍ପାଦନା]

୧. କର୍ଣ୍ଣଧାର — ୧. A pilot; helmsman.
୨. ଜ୍ୟୋତିଷ ଶାସ୍ତ୍ରୋକ୍ତ ଯୋଗବିଶେଷ — ୨. A class of the ୯ astrological conjunctions.

[ଦ୍ରଷ୍ଟବ୍ୟ —ଜ୍ୟୋତିଷୋକ୍ତ ତାରକ ବା ତାର ୯ ଗୋଟି; ଯଥା—ଜନ୍ମ, ସମ୍ପତ ବିପତ୍, କ୍ଷେମ, ପ୍ରତ୍ୟରି, ସାଧକ, ନିଧନ ବା (ବଧ) ମିତ୍ର, ପରମ ମିତ୍ର ଏହି ୯ ଗୋଟି ଯୋଗ ମଧ୍ୟରୁ ଜନ୍ମ, ବିପତ୍, ପ୍ରତ୍ୟରି ଓ ନିଧନ ବା ବଧ ଏହି ୪ଗୋଟି ତାର ଅଶୁଭ ଏହା ଭିନ୍ନ ଅନ୍ୟ ସମସ୍ତ ଶୁଭ ଶୁଭ ତାରକରେ ସମସ୍ତ ଶୁଭକାର୍ଯ୍ୟ କରାଯାଏ ବିବାହ, ଶ୍ରାଦ୍ଧ, ଭୈଷଜ୍ୟ ଯାତ୍ରା ଏବଂ କ୍ଷୌରକର୍ମ ଛାଡ଼ି ଜନ୍ମତାରକରେ ସକଳ ଶୁଭ କାର୍ଯ୍ୟ କରାଯାଇ ପାରେ ଜନ୍ମ ନକ୍ଷତ୍ରଠାରୁ ୫ମ, ୧୪ଶ ଓ୨୩ଶ ନକ୍ଷତ୍ରକୁ ଯଥାକ୍ରମେ ୧ମ,୨ୟ ଓ୩ୟ ପ୍ରତ୍ୟରି ତାରକ କହନ୍ତି ପ୍ରଥମ ପ୍ରତ୍ୟରିର ଯାତ୍ରାତି ଶୁଭ କାର୍ଯ୍ୟ କଲେ କାର୍ଯ୍ୟ ସିଦ୍ଧ, ଦ୍ୱିତୀୟ ପ୍ରତ୍ୟରିରେ କାର୍ଯ୍ୟ କଲେ ଶୁଭ, ମାତ୍ର ତୃତୀୟ ପ୍ରତ୍ୟରିରେ ବିକାଶ ଓ ଅଶୁଭ ଘଟେ]

୩. ଭେଳା —୩. A raft.
୪. ତାରକା; ନକ୍ଷତ୍ର —୪. Star.
୫. ଚକ୍ଷୁର ତାରା — ୫. The pupil of the eye.
୬. ତାରକାସୁର (ଦେଖ) - ୬. Tārakāsura (See).


[ଦ୍ରଷ୍ଟବ୍ୟ —ଏହି ନାମର ଦୁଇ ଅସୁର ଥିଲେ]

୭. ଛନ୍ଦୋବିଶେଷ — ୭. Name of a Sanskrit metre.

[ଦ୍ରଷ୍ଟବ୍ୟ —ଏହାର ପ୍ରତ୍ୟେକ ଚରଣରେ ୪ ସଗଣ ଓ ୧ ଗୁରୁ ବର୍ଣ୍ଣ ଥାଏ—ହିନ୍ଦୀ - ଶବ୍ଦସାଗର]

୮. ବାନରବିଶେଷ —୮. Name of a monkey.
୯. ମୁକ୍ତା —୨. Pearl.
୧. ଆଖି (ହିନ୍ଦୀ - ଶବ୍ଦସାଗର) —୧୦. The eye.

[୧୧: ରାମ ତାରକ ନାମକ ଷଡ଼କ୍ଷର ମନ୍ତ୍ର ରାଂ ରାମାୟ ନମଃ ମତାନ୍ତରରେ ଓଁ ରାମାୟ ନମଃ (ହିନ୍ଦୀ - ଶବ୍ଦସାଗର)] — ୧୧. A formula of ୬ letters recited by the devotees of Rāmachandra.

ବିଧ୍ୱଂସି ଦେଲା ତପ୍ତର ମାତଳି ଆଦିତ୍ୟ ଗିର ସ୍ୱନାମ ତାଉକ ସାର ଉଦିତ କରେ—ଭଞ୍ଜ. ବୈଦେହୀଶବିଳାସ

୧୨. ଭଲ୍ଲାତକ; ଭାଲିଆ (ହିନ୍ଦୀ - ଶବ୍ଦସାଗର) — ୧୨. The marking nut.
୧୩. ଯେ ଲୋକଙ୍କୁ ନଦୀ ଆଦି ପାରକରେ (ହିନ୍ଦୀ - ଶବ୍ଦସାଗର) — ୧୩. Ferryman.
୧୪. ଭବ ସାଗରରୁ ଉଦ୍ଧାର କରିବା ବ୍ୟକ୍ତି; ପରିତ୍ରାତାବ୍ୟକ୍ତି — ୧୪. Redeemer; Saviour.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ରକ୍ଷାକାରୀ; ରକ୍ଷକ —୧. Protecting; saving.

ତାରକ ସେ ମୁହିଁ ଭୃତ୍ୟ ତାର—ଭଞ୍ଜ. ପ୍ରେମସୁଧାନିଧି

୨. ପରିତ୍ରାଣକାରୀ —୨. Redeeming.

ବିଚାର କରି କହି ତାରକ ଆନ ନାହିଁ ତାରକ୍ଷର ବିହୀନ ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ

୩. ଯେ ପାରି କରାଏ —୩. One who carries or ferries across.