ନାଦ
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- ଧ୍ଵନି; ଶବ୍ଦ
- ଉଚ୍ଚ ଶବ୍ଦ
- ଡାକ
- ଗର୍ଜନ
- ଅର୍ଦ୍ଧଚନ୍ଦ୍ରାକୃତି ବର୍ଣ୍ଣ; ଚନ୍ଦ୍ରବିନ୍ଦୁ
- ଗବାଦି ପଶୁର ମଳ; ଲଣ୍ତ
- ପ୍ରାଣୀର ଶରୀରସ୍ଥ ପ୍ରାଣ ବାୟୁ ଓ ଜଠରାଗ୍ନି ସଂଯୋଗରେ ଉତ୍ପନ୍ନ ଧ୍ଵନି
- ବର୍ଣ୍ଣର ଉଚ୍ଚାରଣ ବିଷୟରେ ଏକ ପ୍ରଯତ୍ନ, ଯହିଁରେ କଣ୍ଠକୁ ଅତ୍ୟନ୍ତ ବିସୃତ ନ କରି ବା ଅତି ସଂକୁଞ୍ଚିତ ନ କରି ବାୟୁ ବା ସ୍ଵର ବାହାରେ କରାଯାଏ
- ସଙ୍ଗୀତ
- ବର୍ଣ୍ଣର ଅବ୍ୟକ୍ତମୁଳ ରୂପ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ପ୍ରଶଂସାକାରୀ
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ଲାଦନାଦ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନଦ ଧାତୁ=ଶବ୍ଦ କରିବା+ଭାବ. ଅ)[ସମ୍ପାଦନା]
- ୧. ଧ୍ୱନି; ଶବ୍ଦ — ୧. Sound; voice.
- ୨. ଉଚ୍ଚ ଶବ୍ଦ —୨. Din; loud sound.
- ୩. ଡାକ —୩. Call; cry.
- ୪. ଗର୍ଜନ —୪. Rear.
- ୫. ଅର୍ଦ୍ଧଚନ୍ଦ୍ରାକୃତି ବର୍ଣ୍ଣ; ଚନ୍ଦ୍ରବିନ୍ଦୁ — ୫. The nasal sound represented by a point over a semicircle or crescent.
- ୬. ଗବାଦି ପଶୁର ମଳ; ଲଣ୍ଡ — ୬. Pillet of dung; droppings of a beast.
- ୭. (ସଙ୍ଗୀତ ଶାସ୍ତ୍ର) ପ୍ରାଣୀର ଶରୀରସ୍ଥ ପ୍ରାଣ ବାୟୁ ଓ ଜଠରାଗ୍ନି ସଂଯୋଗରେ ଉତ୍ପନ୍ନ ଧ୍ୱନି — ୭. (music) Vocal sound emitted from the belly of animals.
[ଦ୍ରଷ୍ଟବ୍ୟ —ଭାରତର ପ୍ରାଚୀନ ସଙ୍ଗୀତାଚାର୍ଯ୍ୟମାନେ କହିଅଛନ୍ତି ଯେ ଆକାଶସ୍ଥ ଅଗ୍ନି ଓ ମରୁତ୍ର ସଂଯୋଗରେ ନାବର ଉତ୍ପତ୍ତି ହୋଇଅଛି ଯେଉଁଠାରେ ପ୍ରାଣବାୟୁ ଥାଏ ତାକୁ ବ୍ରହ୍ମ ଗ୍ରନ୍ଥି କହନ୍ତି ସଙ୍ଗୀତ— ଦର୍ପଣରେ ଲେଖାଅଛି ଯେ ଆତ୍ମାଦ୍ୱାରା ପ୍ରେରିତ ହୋଇ ଚିତ୍ତ ଦେହଜ ଅଗ୍ନିକୁ ଆଘାତକରେ ଓ ଅଗ୍ନି ବ୍ରହ୍ମଗ୍ରନ୍ଥିଗତ ପ୍ରାଣକୁ ପ୍ରେରିତ କରେ ଅଗ୍ନିଦ୍ୱାରା ପ୍ରେରିତ ପ୍ରାଣବାୟୁ ଉପରକୁ ଉଠେ ଉପରକୁ ଗତି କଲାବେଳେ ପ୍ରାଣବାୟୁ ନାଭିରେ ଅତି ସୂକ୍ଷ୍ମ, ହୃଦୟରେ ସୂକ୍ଷ୍ମ, ଗଳଦେଶରେ ପୃଷ୍ଟ, ଶୀର୍ଷରେ ଅପୁଷ୍ଟ ଓ ମୂହଁରେ କୃତ୍ତ୍ରିମ ନାଦ ଉତ୍ପନ୍ନ କରାଏ ସଙ୍ଗୀତଦାମୋଦରରେ ନାଦ ୩ ପ୍ରକାର ବୋଲି ଲେଖା ଅଛି—ପ୍ରାଣିଭବ, ଅପ୍ରାଣିଭବ ଉଭୟସମ୍ଭବ ଯେଉଁ ନାଦ ମୁଖ ଆଦି ଅଙ୍ରୁ ଉତ୍ପନ୍ନ ହୁଏ ତାହା ପ୍ରାଣିଭବ, ଯାହା ବୀଣା ଆଦିରୁ ଉତ୍ପନ୍ନ ତାହା ଅପ୍ରାଣିଭବ ଓ ଯାହା ବଂଶୀରୁ ଉତ୍ପତ୍ତି ହୁଏ ତାହା ଉଭୟସମ୍ଭବ ନାଦ ବିନା ଗୀତ, ସ୍ୱର, ରାଗ ଆଦି କିଛି ସମ୍ଭବପର ନୁହେ ଏହା ବିନା ଜ୍ଞାନ ମଧ୍ୟ ଜନ୍ମି ନ ପାରେ ନାଦ ଉପରେ ଜ୍ୟୋତିଃ ବା ବ୍ରହ୍ମରୂପ ଅବସ୍ଥିତ ସମଗ୍ର ଜଗତ ନାଦାତ୍ମକ ଅଟେ ଏ ସୃଷ୍ଟିରେ ନାଦ ୨ ପ୍ରକାର, ଆହତ ଓ ଅନାହତ ଅନାହତ ନାଦକୁ କେବଳ ଯୋଗୀମାନେ ଶୁଣିପାରନ୍ତି ହଠଯୋଗଦୀପିକାରେ ଲେଖାଅଛି ଯେ ଯେଉଁ ମୂ଼ଢ଼ ବ୍ୟକ୍ତିର ତତ୍ତ୍ୱବୋଧ ହୋଇ ପାରେ ନାହିଁ ସେ ନାଦୋପାସନା କରିବ ଶରୀରାଭ୍ୟନ୍ତରସ୍ଥ ନାଦ ଶୁଣିବା ପାଇଁ ଆସନରେ ସ୍ଥିରତା ଓ ଶାନ୍ତିପୂର୍ବକ ଏକାଗ୍ରଚିତ୍ତ ହୋଇ ବସିବ, ଆଖି କାନ ନାକ ଓ ମୂହଁ ଆଦିର ବ୍ୟାପାର ବନ୍ଦ କରିବ ଅଭ୍ୟାସର ଅବସ୍ଥାକ୍ରମେ ପ୍ରଥମେ ମେଘଗର୍ଜନ ଓ ଭେରୀ ଆଦିର ନାଦ ପରି ଗମ୍ଭୀରଧ୍ୱନି ଶୁଣାଯିବ ଅଭ୍ୟାସ କ୍ରମଶଃ ବଢ଼ିଲେ ଏ ଧ୍ୱନି କ୍ରମଶଃ ସୂକ୍ଷ୍ମ ହେବ ଏହିପରି କରୁ କରୁ ଯେଉଁ ନାଦ ଶୁଣି ଚିତ୍ତ ପ୍ରସନ୍ନ ହେବ ତାହାରହିଁ ସାଧନା କରିବ ଓ ଶେଷରେ ଚିତ୍ତ ନାଦରୂପୀ ବ୍ରହ୍ମରେ ଲୀନ ହୋଇଯିବ ନାଦ ଶବ୍ଦର ଉତ୍ପତ୍ତି ବିଷୟରେ ନିମ୍ନ— ଲିଖିତ ଶ୍ଳୋକ ଅଛି:— ନକାଂର ପ୍ରାଣନାମାନଂ ଦକାର ମନଳଂ ବିଦୁଃ, ଜାତଃ ପ୍ରାଣାଗ୍ନି ସଂଯୋଗାତ୍ ତତୋନାଦୋଽଭିଧୀୟତେ ସଙ୍ଗୀତରତ୍ନାକର—ହିନ୍ଦୀ - ଶବ୍ଦସାଗର]
- ୮. ବର୍ଣ୍ଣର ଉଚ୍ଚାରଣ ବିଷୟରେ ଏକ ପ୍ରଯତ୍ନ, ଯହିଁରେ କଣ୍ଠକୁ ଅତ୍ୟନ୍ତ ବିସ୍ତୁତ ନ କରି ବା ଅତି ସଂକୁଞ୍ଚିତ ନ କରି ବାୟୁ ବା ସ୍ୱର ବାହାର କରାଯାଏ (ହିନ୍ଦୀ - ଶ.) — ୮. THe effort of emitting sound or air without inflating or contracting the throat too much.
- ୯. ସଙ୍ଗୀତ (ହିନ୍ଦୀ - ଶ) (ଯଥା—ନାଦବିଦ୍ୟା=ସଙ୍ଗୀତଶାସ୍ତ୍ର) ୯. Music; singing.
- ୧. ବର୍ଣ୍ଣର ଅବ୍ୟକ୍ତମୂଳ ରୂପ — ୧୦. The primal sound of the letters.
ସଂସ୍କୃତ - ବିଶେଷଣ -[ସମ୍ପାଦନା]
ପ୍ରଶଂସାକାରୀ —Praising.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଲାଦ (ଦେଖ) - —Lāda (See)