ପଣକିଆ

ଉଇକିଅଭିଧାନ‌ରୁ

ପଣକିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପଣିକିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପଣ ସମ୍ୱନ୍ଧୀୟ ଗଣିତ — ୧. Arithmetical multiplication table for computing paṇas or annas.

[ଦ୍ରଷ୍ଟବ୍ୟ — ଗଣିତ ଗୁଣନ ଓ ହିସାବ ମୁଖସ୍ଥ କରିବାର ନାନାପ୍ରକାର ପଣିକିଆ ଅଛି ଯଥା— ସାଧା ପଣିକିଆ; ପାହି ପଣିକିଆ; କଡ଼ାଗଣ୍ଡା ପଣିକିଆ]

ପଣିକିଆ ପ୍ରତି ସଂଖ୍ୟାର ଏକଗୁଣ ଠାରୁ ଦଶଗୁଣ ପର୍ଯ୍ୟନ୍ତ ଥାଏ ପ୍ରତି ସଂଖ୍ୟା ବା ଖନ୍ଦାର ପଣିକିଆକୁ ଉକ୍ତ ସଂଖ୍ୟାରେ 'କ' ଲଗାଇ ଏକକ, ଦୁଇକ, ତିନିକ ଏହିପରି ପଚିଶିକ ପଣିକିଆ ପର୍ଯ୍ୟନ୍ତ ଶିଶୁମାନେ ମୁଖସ୍ଥ କରନ୍ତି ।

ଦୁଇକ ସାଧା ପଣକିଆ ଯଥା: / ୨-୧-୨ / ୨-୨-୪ / ୨-୩-୬ / ୨-୪-୮ / ୨-୫-୧୦ / ୨-୬-୧୨ / ୨-୭-୧୪ / ୨-୮-୧୬ / ୨-୯-୧୮ / ୨-୧୦-୨୦ /

/ ୧ମ ଖନ୍ଦା: ଦୁଇ କେ ଦୁଇ ପଣ / ୨ୟ ଖନ୍ଦା: ଦୁଇ ଦୁଣେ ଚାରି ପଣ / ୩ୟ ଖନ୍ଦା: ଦୁଇ ତିରି ଛଅ ଫଣ / ୪ର୍ଥ ଖନ୍ଦା: ଦୁଇ ଚଉ ଆଠ ପଣ / ୫ମ ଖନ୍ଦା: ଦୁଇ ପଞ୍ଚା ଦଣ ପଣ / ୬ଷଷ୍ଠ ଖନ୍ଦା: ଦୁଇ ଷୋହୋ ବାର ପଣ / ୭ମ ଖନ୍ଦା: ଦୁଇ ସଁତା ଚଉଦ ପଣ / ୮ମ ଖନ୍ଦା: ଦୁଇ ଅଷ୍ଟାଁ ଷୋଳ ପଣ, କାହାଣେ / ୯ମ ଖନ୍ଦା: ଦୁଇ ନୁଆଁ ଅଠର ପଣ, କାହାଣେ ଦୁଇ ପଣ / ୧୦ମ ଖନ୍ଦା: ଦୁଇ ଦଶାଁ କୋଡ଼ିଏ ପଣ, କାହାଣେ ଚାରି ପଣ / - ଏହିପରି ପିଲାମାନେ ପଇଟାନ୍ତି ।

ଶିଶୁ ମାନେ ଏହିପରି ପଢ଼ି ପଣିକିଆ ମାନ ମୁଖସ୍ଥ କରନ୍ତି ଭିନ୍ନ ଭିନ୍ନ ପଣିକିଆମାନଙ୍କର ଭିନ୍ନ ଭିନ୍ନ ଡାକ ଅଛି (ପାହି ପଣକିଆ; କଡ଼ାଗଣ୍ଡା ପଣିକିଆ)

୨. ଏକ ପ୍ରକାର ମାଇପଙ୍କର କାଚ — ୨. A kind of glass bangles.

ଦେଶଜ - ବିଶେଷଣ -[ସମ୍ପାଦନା]

ପଣ ସମ୍ୱନ୍ଧୀୟ —Pertaining to one paṇa.