ବ୍ୟବହାରକାରୀଙ୍କ ଆଲୋଚନା:Mr.Jagannath Sahoo

Page contents not supported in other languages.
ଉଇକିଅଭିଧାନ‌ରୁ

ନମସ୍କାର Mr.Jagannath Sahoo,

ଓଡ଼ିଆ ଉଇକିଅଭିଧାନକୁ ଆପଣଙ୍କୁ ସ୍ଵାଗତ । ଆଶାକରେ ଏହି ଅଭିଧାନକୁ ସମୃଦ୍ଧ କରିବାରେ ଆପଣ ସହଯୋଗ କରିବେ । ଉଇକିଅଭିଧାନ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ "ମୋ ଆଲୋଚନା " ରେ ମୋତେ ପଚାରି ପାରିବେ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୨୧, ୧୨ ନଭେମ୍ବର ୨୦୧୭ (UTC)[reply]

"ତାଜ ମହଲ" ପୃଷ୍ଠାରେ ଆପଣଙ୍କ ବଦଳ ବାବଦରେ[ସମ୍ପାଦନା]

ନମସ୍କାର ଜଗନ୍ନାଥ ବାବୁ, ତାଜ ମହଲ ପୃଷ୍ଠାରେ ଆପଣ କରିଥିବା ବଦଳ ଉଇକିଅଭିଧାନର ମାନକ ଅନୁସାରେ ଲେଖାଯାଇନାହିଁ, ଏଣୁ ଏହାକୁ ହଟେଇଦିଆଯାଇଛି । "ଉଇକିଅଭିଧାନ" ଏକ ଅଭିଧାନ ଅଟେ । ଆପଣଙ୍କ ଲେଖା "ଉଇକିପିଡ଼ିଆ"ରେ ରହିବା ଯୋଗ୍ୟ । ଏଥିରେ ଭରସା-ଯୋଗ୍ୟ ଆଧାର ଯୋଗକରି ଉଇକିପିଡ଼ିଆରେ ଲେଖନ୍ତୁ । କିଛି ସହଯୋଗ ଚାହୁଁଥିଲେ ପଚାରିପାରିବେ । ଧନ୍ୟବାଦ । --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୩୨, ୧୨ ନଭେମ୍ବର ୨୦୧୭ (UTC)[reply]


ତାଜମହଲ

ପ୍ରେମ ସ୍ମାରକୀର ଅଜଣା କଥା

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ସ୍ମାରକୀ ତାଜମହଲ । ୧୬୩୨ରୁ ୧୬୫୩ ମସିହା ମଧ୍ୟରେ ବାଦ୍‌ଶାହା ଶାହାଜାହାନ୍‌ ପତ୍ନୀଙ୍କ ଅବର୍ତ୍ତମାନରେ ଏହାର ନିର୍ମାଣ କରାଇଥିଲେ। ଯାହା ପ୍ରେମର ସ୍ମାରକୀ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଛି । ଏହି ସ୍ମୃତି ସ୍କାରକୀ ଭାରତୀୟ ଉତ୍କର୍ଷ କଳାର ଏକ ପ୍ରମୁଖ ଉଦାହରଣ। ହେଲେ ଏହାର ନିର୍ମାଣ, କଳାଚାତୁରୀ ସମ୍ପର୍କରେ ଆଜି ବି ଅନେକ କଥା ଅଜଣା ହୋଇ ରହିଛି । ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ । ଐତିହାସିକ ରାଜକିଶୋର ରାଜେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେମିତି କିଛି ଅଜଣା କଥାକୁ ଲୋକଲୋଚନକୁ ଆଣିଛନ୍ତି। ୫୦ଟି କୂଅ ଉପରେ ନିର୍ମାଣ ହୋଇଥିବା ଏହି ସ୍ମାରକୀର ରହିଛି ଗୋଟିଏ ଖୁଣ । ଖାଲି ଖୁଣ ନୁହେଁ ଏମିତି ଅନେକ ଅକୁହା କଥା ଅଛି ଯାହା ଶୁଣିଲେ ତାଜୁବ୍ ହୋଇଯିବେ। ସେହିଭଳି କିଛି ତଥ୍ୟକୁ ଆଧାର କରି ଆମର ଏହି ଉପସ୍ଥାପନା।

ସୁନ୍ଦର ମହଲରେ ରହିଛି ଖୁଣଟିଏ
ତାଜମହଲ ନିର୍ମାଣ ପରେ ଶାହାଜାହାନ୍ କାମ କରିଥିବା ଶ୍ରମିକଙ୍କ ହାତ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଶୁଣି ଦୁଃଖିତ ଶ୍ରମିକମାନେ ମୁମତାଜଙ୍କ କବର ରହିଥିବା ଛାତରେ ଏକ ଛୋଟ ଗର୍ତ୍ତ କରିଦେଇଥିଲେ। ଜହ୍ନରେ କଳଙ୍କ ଭଳି ଏହି ସୁନ୍ଦର ଭବ୍ୟ ମହଳର ଏହି ସ୍ଥାନଟିରେ ଖୁଣଟିଏ ସୃଷ୍ଟି ହୋଇଥିଲା । ଏବେ ବି ବର୍ଷା ହେଲେ ଏହି ମହଲରୁ ପାଣି ଗେଳ ।

ଯୁମନା ନ ଥିଲେ ନ ଥାନ୍ତା ସତ୍ତା
ଯମୁନା ନଦୀର ଦକ୍ଷିଣ ତୀରରେ ନିର୍ମାଣ ହୋଇଛି ଏହି ଭବ୍ୟ ମହଲ । ଧଳା ଶଙ୍ଖ ମଲମଲ ପଥରରେ ବେଶ୍ ନିଖୁଣ ଭାବେ ପ୍ରସ୍ତୁତ ହୋଇଛି ଏହି ବିରାଟ ମହଲ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହାର ଆଧାର ହେଉଛି ମାତ୍ର ଗୋଟିଏ କାଠ ଖଣ୍ଡ । ଶିଳ୍ପକଳାକୁ ଆଧାର କରି ରାଜକିଶୋର କହିଛନ୍ତି ଯେ, ଏହି କାଠିଟି ସବୁବେଳ ପାଇଁ ତିଷ୍ଠି ରହିବାକୁ ଏହାର ନମନୀୟ ଗୁଣ ସର୍ବଦା ପୂର୍ବବତ୍ ରହିବା ଆବଶ୍ୟକ ରହିଛି। ପ୍ରାକୃତିକ ଉପାୟରେ ଏହାକୁ ନମନୀୟ ରଖିବାକୁ ଯମୁନାର ସ୍ରୋତ ହିଁ ସହାୟକ ହୋଇଥାଏ । ଏଣୁ ବାସ୍ତବରେ କହିବାକୁ ଗଲେ ଯମୁନା ନ ଥିଲେ ତାଜମହଲ ତିଷ୍ଠିପାରି ନ ଥାନ୍ତା ବୋଲି କୁହାଯାଉଛି ।

କଳସରେ ଲାଗିଛି ୪୬୬ କିଲୋ ସୁନା
ନିର୍ମାଣ ସମୟରେ ବାଦ୍‌ଶାହାଙ୍କ ପରାମର୍ଶକ୍ରମେ ତାଜମହଲ ଚୂଡ଼ାରେ ଲଗାଯାଇଥିଲା ଏକ ସୁନା କଳସ । ଯାହାର ନିର୍ମାଣ ପାଇଁ ୪୦ହଜାର ତୋଳା ବା ୪୬୬ କିଲୋ ସ୍ୱର୍ଣ୍ଣ ବ୍ୟବହାର କରାଯାଇଥିଲା । ୩୦ ଫୁଟ ଉଚ୍ଚ ୬ ଇଞ୍ଚ ଲମ୍ବ ଏହି ସ୍ୱର୍ଣ୍ଣ କଳସକୁ ସମୟକ୍ରମେ ୩ ଥର ପରିବର୍ତ୍ତନ କରାଯାଇଛି। ଏପରିକି ଇଂରେଜ ଶାସନ ସମୟରେ ଏହି ସ୍ମାରକୀ ହାତେଇବା ପାଇଁ ଚକ୍ରାନ୍ତ ହୋଇଥିଲା ବୋଲି କୁହାଯାଏ।

ଭଡ଼ାରେ ଲଗୁଥିଲା ‘ମେହମାନଖାନା’
ମୁଖ୍ୟସ୍ମାରକକୁ ଲାଗି ଏକ ମସ୍‌ଜିଦ୍ ଓ ଏକ ଅତିଥି ଭବନ(ମେହମାନଖାନା) ରହିଛି। ଏବେ ଯାହାକୁ ସଂରକ୍ଷିତ ସ୍ମାରକୀ ବୋଲି ଘୋଷଣା କରାଯାଇଛି ଦିନ ତାକୁ ଭଡାରେ ଲଗାଇ ଦିଆଯାଇଥିଲା। ବ୍ରିଟିସ୍ ସରକାରଙ୍କ ଗୋରା ଅତିଥି ଦମ୍ପତି ଏଠାରେ ରାତ୍ରୀଯାପନ କରୁଥିଲେ । ଆଉ ଭଡ଼ା ବାବଦକୁ ବିପୁଳ ପରିମାଣର ଅର୍ଥ ଆଦାୟ କରାଯାଉଥିଲା ।

କବର ଉପରେ ମିଶରୀୟ ସନ୍ତକ
ତାଜମହଲ ପରିସରେର ଶାହାଜାହାନ୍ ଓ ବେଗମ୍‌ ମୁମତାଜଙ୍କ କବର ରହିଛି। ଯାହା ଉପରେ ସୁନ୍ଦର ଭାବେ ସଜେଇ ହୋଇ ରହିଛି ମିଶର ସଭ୍ୟତାର ସ୍ମୃତି ସନ୍ତକ ଏକ ଲ୍ୟାମ୍ପ । ୧୦୮ ବର୍ଷ ପୂର୍ବେ ୧୫ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା ଏହି ଲ୍ୟାମ୍ପ ।
From; JSMEDIA