ମାନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ତୁଳିବା; ଓଜନ କରିବା
  • ମାପିବା; ମାପ
  • ପରିମାଣ ସାଧନ; ଯେଉଁ ପାତ୍ର, ଯନ୍ତ୍ର ବା ଆଦର୍ଶଦ୍ଵାରା ଓଜନ ବା ପରିମାଣ ବା ଦୈର୍ଘ୍ୟ ଆଦି ସ୍ଥିର କରାଯାଏ
  • ଆଦର୍ଶ
  • ତାଳର ବିଭାଗ ସ୍ଥାନ; ତାଳର ବିରାମ
  • ପରିମାଣ
  • ସମ୍ମାନ; ପୂଜା
  • ମର୍ଯ୍ୟାଦା; ମାନ
  • ଇଜ୍ଜତ୍
  • ସୁନାମ
  • ପଦମର୍ଯ୍ୟାଦା
  • କ୍ରୋଧ
  • ଗର୍ବ; ଅହଙ୍କାର; ମୋଠାରୁ ବଳି କେହି ନାହିଁ, ମନରେ ଏ ପ୍ରକାର ଭାବ
  • ଅଭିମାନ
  • ପ୍ରଣୟୀର ଅପରାଧ ଦର୍ଶନରେ ପ୍ରଣୟିନୀର ଗମ୍ଭୀର କୋପ ବା ଅସନ୍ତୋଷ; ରୁଷା
  • ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ପାଠ
  • ଆତ୍ମପ୍ରତ୍ୟୟ
  • ସାମ୍ୟ; ସମାନତା
  • ପ୍ରମାଣ
  • ପ୍ରାମାଣିକତା
  • ମତ
  • ପରିମାଣ; ଆକାର
  • ପୌରାଣିକ ପୁଷ୍କର ଦ୍ଵୀପର ପର୍ବତବିଶେଷ
  • ସାମର୍ଥ୍ୟ; ଶକ୍ତି
  • ଉତ୍ତର ଦିଗର ଦେଶବିଶେଷ
  • ଗ୍ରହ
  • ମନ୍ତ୍ର

ବିଶେଷ୍ୟ (ବିଶେଷ୍ୟ)[ସମ୍ପାଦନା]

  • ଅପମାନ
  • ମାନଗୋବିନ୍ଦର ଡାକ ନାମମାନ(ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ପୂଜା କରିବା — To adore; to worship.



ମାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. (ମା. ଧାତୁ=ମାପ କରିବା+ଭାବ. ଅନ)— ତୁଳିବା; ଓଜନ କରିବା —୧. Weighing.
୨. ମାପିବା; ମାପ —୨. Measuring; measurement.

[ଦ୍ରଷ୍ଟବ୍ୟ — ଚାନ୍ଦମାନ, ସୌରମାନ ଓ ନାକ୍ଷତ୍ରମାନ ଶବ୍ଦର ଅର୍ଥ—ଯାହା ଚନ୍ଦ୍ର ସମ୍ୱନ୍ଧୀୟ ସୂର୍ଯ୍ୟ ସମ୍ୱନ୍ଧୀୟ ଓ ନକ୍ଷତ୍ର ସମ୍ୱନ୍ଧୀୟ ମାପଦ୍ୱାରା ସ୍ଥିର କରାଯାଏ]

୩. (ମା. ଧାତୁ+କରଣ. ଅନ) ପରମାଣ ସାଧନ; ଯେଉଁ ପାତ୍ର, ଯନ୍ତ୍ର ବା ଆଦର୍ଶ—ଦ୍ୱାରା ଓଜନ ବା ପରିମାଣ ବା ଦୈର୍ଘ ଆଦି ସ୍ଥିର କରା— ଯାଏ —୩. Standard of weigh or measure; measuring instrument; a measure or weigh.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ବସ୍ତୁର ପରିମାଣ ଭିନ୍ନ ଭିନ୍ନ ପ୍ରକାରେ ଓ ଭିନ୍ନ ଭିନ୍ନ ଯନ୍ତ୍ରଦ୍ୱାରା ସ୍ଥିର କରାଯାଏ ଯଥା— ଜମିରୁ—ପଦିବା, ଶିକୁଳି, ଫିତା ଓ ହାତ ଦ୍ୱାରା; ଲୁଗା ଆଦିକୁ —ହାତ ଓ ଗଳ କାଠିଦ୍ୱାରା; ତରଳ ପଦାର୍ଥକୁ—ପାତ୍ରଦ୍ୱାରା ଓ ସେର ତରାଜୁ ଓଜନଦ୍ୱାରା; ଘନ ପଦାର୍ଥକୁ—ପାତ୍ରଦ୍ୱାରା ଓ ଓଜନଦ୍ୱାରା, ଶସ୍ୟାଦିକୁ—ପାତ୍ରଦ୍ୱାରା ଓ ସେର ତରାଜୁରେ

ଓଜନଦ୍ୱାରା ମାପ କରାଯାଏ] 

୪. ଆଦର୍ଶ — ୪. Standard.
୫. (ସଙ୍ଗୀତ) ତାଳର ବିଭାଗ ସ୍ଥାନ; ତାଳର ବିରାମ —୫. The stop in musucal measure.

[ଦ୍ରଷ୍ଟବ୍ୟ —ଏହା ସମ, ବିଷମ, ଅତୀତ ଓ ଆନାଘାତ ଭେଦରେ ଚାରି ପ୍ରକାର]

୬. (ମା ଧାତୁ +କର୍ମ ଅନ) ପରିମାଣ —୬. Quantity.
୭. (ମାନ୍ ଧାତୁ=ପୂଜା କରିବା+ଭାବ ଅ) ସମ୍ମାନ; ପୂଜା — ୭. Worship; respect.
୮. ମର୍ଯ୍ୟାଦା; ମାନ — ୮. Honour; dignity.
୯. (ମାନ୍ ଧାତୁ+ କରଣ. ଅ) ଇଜ୍ଜତ୍ —୯. Prestige.
୧. ସୁନାମ — ୧୦. Reputation; credit.
୧୧. ପଦମର୍ଯ୍ୟାଦା — ୧୧. Rank.
୧୨. (ମାନ୍ ଧାତୁ+ଭାବ. ଅ)— କ୍ରୋଧ —୧୨. Anger.
୧୩. ଗର୍ବ; ଅହଙ୍କାର; ମୋଠାରୁ ବଳି କେହି ନାହିଁ, ମନରେ ଏ ପ୍ରକାର଼ ଭାବ —୧୩. Pride; hauteur; arrogance; self-sufficiency; haughtiness.
୧୪. ଅଭି— ମାନ —୧୪. Sensetiveness; taking offence; sulks; wounded sense of honour.
୧୫. (ମନ୍ ଧାତୁ+କରଣ. ଅ) ପ୍ରଣୟୀର ଅପରାଧ ଦର୍ଶ— ନରେ ପ୍ରଣୟିନୀର ଗମ୍ଭୀର କୋପ ବା ଅସନ୍ତୋଷ ; ରୁଷା — ୧୫. Anger or displayer or reserve excited by the feeling of a wife or beloved woman being wronged or wounded on account of actual or supposed infidelity or neglect of her husband or lover; anger excited in the heart of a jealous woman.

[ଦ୍ରଷ୍ଟବ୍ୟ —ଆପଣାର ପ୍ରିୟ ବ୍ୟକ୍ତି (ପ୍ରେମିକ, ପ୍ରେମିକା, ସ୍ତ୍ରୀ, ସ୍ୱାମୀ) ଙ୍କର କୌଣସି ଅପରାଧ ଦର୍ଶନରେ ମନରେ ଯେଉଁ ବିକାର ଜନ୍ମେ ତାକୁ ସାହିତ୍ୟରେ 'ମାନ' ବୋଲାଯାଏ ଅଧିକତଃ ସ୍ତ୍ରୀମାନେ ପୁରୁଷଙ୍କଠାରେ ମାନ କରନ୍ତି ନିଜର ପ୍ରେମିକଙ୍କୁ ବା ସ୍ୱାମୀଙ୍କୁ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ଥିବାର ଦେଖିଲେ ବା ପ୍ରମାଣ ପାଇଲେ ବା ସନ୍ଦେହ କଲେ, ଆପଣାର ଅଭିଳଷିତ ବା ଫରମାସୀ ବସ୍ତୁ ନ ପାଇଲେ, ଆପଣା ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରା ନ ହେଲେ ବା ଆପଣା ପ୍ରତି ଅନାଦର ଦେଖିଲେ ସ୍ତ୍ରୀମାନେ ମାନ କରନ୍ତି ବା ରୁଷନ୍ତି ସ୍ତ୍ରୀଲୋକ— ମାନଙ୍କର ମାନ ଅଧିକାଂଶ ସମୟରେ, ମୌନ, ମୁଖଭଙ୍ଗୀ ଓ କ୍ୱଚିତ୍ ବ୍ୟଙ୍ଗ ଓ ତିରସ୍କାରଦ୍ୱାରା ସୂଚିତ ହୁଏ ଏହି ମାନ ୩ପ୍ରକାର ଯଥା—ଲଘୁ, ମଧ୍ୟମ ଓ ଗୁରୁ

ଲଘୁମାନ କଳ୍ପିତ କୌରୁକାଦିଦ୍ୱାରା ସହଜରେ; ମଧ୍ୟମ ମାନ ଶପଥାଦିଦ୍ୱାରା କଷ୍ଟରେ ଗୁରୁମାନ ଚରଣ— ଧାରଣ ଓ କ୍ଷମାପ୍ରାର୍ଥନାଦିଦ୍ୱାରା ଆଦି କଷ୍ଟରେ ନିବାରିତ ହୁଏ]

୧୬. (ଆଧୁନିକ ପ୍ରୟୋଗ) ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ପାଠ—କ୍ରମ ଅନୁସାରେ ରଚିତ ଭିନ୍ନ ଭିନ୍ନ ଶ୍ରେଣୀ ବିଭାଗ —୧୬. Standard or class in a school.
୧୭. ଆତ୍ମପ୍ରତ୍ୟୟ —୧୭. Self-confidence (Apte).
୧୮. ସାମ୍ୟ; ସମାନତା —୧୮. Equality; resemblance (Apte).
୧୯. ପ୍ରମାଣ —୧୯. Proof (Apte).
୨. ପ୍ରମାଣିକତା — ୨୦. Authority; means of proof or demonstration; (Apte).
୨୧. ମତ —୨୧. Opinion (Apte).
୨୨. ପରିମାଣ; ଆକାର — ୨୨. Dimension (Apte).
୨୩. ପୌରାଣିକ ପୁଷ୍କର ଦ୍ୱୀପର ପର୍ବତବିଶେଷ (ହିନ୍ଦୀ - ଶ) —୨୩. Name of a mythological mountain.
୨୪. ସାମର୍ଥ୍ୟ; ଶକ୍ତି (ହିନ୍ଦୀ - ଶ) —୨୪. Power; ability; strength.
୨୫. ଉତ୍ତର ଦିଗର ଦେଶବିଶେଷ (ହିନ୍ଦୀ - ଶ) —୨୫. Name of a northern country.
୨୬. ଗ୍ରହ (ହିନ୍ଦୀ - ଶ) —୨୬. Planet.
୨୭. ମନ୍ତ୍ର (ହିନ୍ଦୀ - ଶ) —୨୭. Mystic formula.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅପମାନ —୧. Insult.

(ଉ— ବଳିଷ୍ଠ ଶ୍ରେଷ୍ଠ ଗରିଷ୍ଠ ମାନ ଯେବେ ଉଦ୍ଧରି ପାରିବ ଭଞ୍ଜ. ବୈଦେହୀଶବିଳାସ)

୨. ମାନଗୋବିନ୍ଦର ଡାକ ନାମ —୨. Name for calling Mānagobinda.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ମାନ୍ (ଦେଖ) - —Mān (See).

ଦେଶଜ - (ପ୍ରତ୍ୟୟ) (ବହୁବଚନାନ୍ତ ପ୍ରୟୋଗ, ଅଚେତନ ବସ୍ତୁ ଓ ନିକୃଷ୍ଟ ଜୀବଙ୍କ ପ୍ରତି; ଢୁଳ. ପ୍ରା. ମାଗଧି=ବନ୍ ପ୍ରାଚ୍ୟ ହିନ୍ଦୀ=ବନ୍; ପ୍ରା. ଆସାମୀ; ମାନ୍—ଇଂ ମେନୀ)[ସମ୍ପାଦନା]

ସମୂହ; ଗଣ —Many (a plural suffix).

[ଦ୍ରଷ୍ଟବ୍ୟ — ମନୁଷ୍ୟଙ୍କ ବହୁବଚନରେ ମନୁଷ୍ୟମାନେ, ବସ୍ତୁର ବହୁ— ବଚନରେ ବସ୍ତୁମାନ]