ଯାତ୍ରା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଭ୍ରମଣ; ଗମନ
  • କୌଣସି ଉଦ୍ଦେଶ୍ୟରେ କୌଣସି ସ୍ଥାନରୁ ବାହାରିବା
  • କୌଣସି କାର୍ଯ୍ୟର ନିର୍ବାହର ଉପାୟ ବା ଅବଲମ୍ବନ
  • ନିର୍ବାହ
  • ଅଭିଯାନ, ଯୁଦ୍ଧାର୍ଥ ଗମନ
  • ତୀର୍ଥକୁ ଯିବା
  • ଯାତ; ଦେବତାଙ୍କ ଉତ୍ସବ
  • ଧର୍ମସମ୍ବନ୍ଧୀୟମେଳା
  • ବ୍ୟବହାର; ଆଚାର; ପ୍ରଥା
  • ନୃତ୍ୟବାଦ୍ୟାଦି ସହିତ ସାଡ଼ମ୍ବର ଯାତ୍ରା; ଶୋଭାଯାତ୍ରା
  • ନୌକାଦିଦ୍ଵାରାଯିବା
  • ସମୟ ଯାପନ; ଅଭିବାହନ ବା କ୍ଷେପଣ
  • ଜୀବନଯାତ୍ରା; ପେଷା; ବୃତ୍ତି; ଜୀବିକା; ଭରଣପୋଷଣ
  • ଏକପ୍ରକାର ନାଟକାଭିନୟ
  • ସହବାସ
  • ଉପାୟ
  • ଯାନ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଯାତରା; ପଟହୀନ ଗ୍ରାମ୍ୟ ନାଟ୍ୟାଭିନୟ; ନୃତ୍ୟଗୀତାଦି ଅଭିନୟ; ଯେଉଁ ନୃତ୍ୟଗୀତାଦିରେ ଓ ଅଭିନୟରେ ରଙ୍ଗମଞ୍ଚ ପ୍ରସ୍ତୁତ କରିବାକୁ ହୁଏ ନାହିଁ ଓ ଅଭିନେତୃଗଣଙ୍କ ସାଜ୍ଜସଜ୍ଜା ପ୍ରତି ନାଟକାଭିନୟ ଭଳି ଦୃଷ୍ଟି ଦିଆଯାଏ ନାହିଁ
  • ଏକ ସ୍ଥାନରେ ବହୁଲୋକଙ୍କ ସମାଗମ; ଲୋକଗହଳି; ମେଳାଯାତ୍ରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଯା ଧାତୁ+ଭାବ. ତ୍ର+ଆ)[ସମ୍ପାଦନା]

୧. ଭ୍ରମଣ; ଗମନ — ୧. Going; travelling; moving; journey.
୨. କୌଣସି ଉଦ୍ଦେଶ୍ୟରେ କୌଣସି ସ୍ଥାନରୁ ବାହାରିବା —୨. Setting out; proceeding; beginning aa journey for a particular purpose.

[ଦ୍ରଷ୍ଟବ୍ୟ —ହିନ୍ଦୁ ଜ୍ୟୋତିଷାଶାସ୍ତ୍ର ଅନୁସାରେ ଶୁଭକର୍ମ ଓ ଯାତ୍ରା କରିବା ପାଇଁ ଶୁଭ ଓ ଅଶୁଭ ମୂହୂର୍ତ୍ତ ବା ଯୋଗମାନ ନିର୍ଦ୍ଦିଷ୍ଟ ଅଛି ଯାତ୍ରା କରିବା ମୂହୂର୍ତ୍ତର ଶୁଭାଶୁଭତା ଉପରେ ଉଦ୍ଦେଶ୍ୟଲାଭର ଫଳ ମଧ୍ୟ ନିର୍ଭରରେ ବାରବେଳା, କାଳବେଳା, ଯାତ୍ରାବର୍ଜ୍ଜିତ ତିଥି, ତ୍ର୍ୟହସ୍ପର୍ଶ, ତିଥି, ବାରଶୂଳ, ଦିକ୍ଶୂଳ, ଅଶୁଦ୍ଧକାଳ, ଯାତ୍ରାଶୂଳ, ନିଷିଦ୍ଧ ନକ୍ଷତ୍ର, ଘାତଚନ୍ଦ୍ର, ଦକ୍ଷିଣ, ଓ ସମ୍ମୁଖ ଯୋଗିନୀଆଦି ଯୋଗ ଯାତ୍ରାପାଇଁ ଅଶୁଭ କେତେକ ଯୋଗରେ ଯାତ୍ରା ଏକାବେଳକେ ନିର୍ଦ୍ଦିଷ୍ଟ କେତେକ ଯୋଗରେ ନିର୍ଦ୍ଦିଷ୍ଟ ଦିଗକୁ ଯାତ୍ରା ନିଷିଦ୍ଧ ଜ୍ୟୋତିଷମତରେ ଶୁଭଯୋଗ ନ ମିଳିଲେ ଶିବାଗୈରୀ ମତରେ ଯାତ୍ରା କରିବା ପାଇଁ ଓ ଉଷାଗୋଧୂଳି ଯାତ୍ରା କରିବା ପାଇଁ ନିୟମ ଅଛି]

୩. କୈଣସି କାର୍ଯ୍ୟର ନିର୍ବାହର ଉପାୟ ବା ଅବଲମ୍ୱନ — ୩. Expedient; means of accomplishment of a certain work or aim.
୪. ନିର୍ବାହ — ୪. Performance.
୫. ଅଭିଯାନ; ଯୁଦ୍ଧାର୍ଥ ଗମନ ୫. Expedition or march of an army; invasion.
୬. ତୀର୍ଥକୁ ଯିବା —୬. Starting on a pilgrimage.
୭. ଯାତ; ଦେବତାଙ୍କ ଉତ୍ସବ —୭. A festival of a Deity; a holy ceremony.

[ଦ୍ରଷ୍ଟବ୍ୟ —ପୁରୀର ଶ୍ରୀ ଜଗନ୍ନାଥ ମହାପ୍ରଭୃଙ୍କର ବଷକ ମଧ୍ୟରେ ଅନୁଷ୍ଠିତ ଦ୍ୱାଦଶ ଯାତ୍ରା, ଯଥା ===

୧. ଅକ୍ଷୟତୃତୀୟା ବା ଚନ୍ଦନଯାତ୍ରା—ବୈଶାଖ ଶୁକ୍ଳ ତୃତୀୟା ୨ ଦେବସ୍ନାନ ପୂର୍ଣ୍ଣିମା—ଜ୍ୟେଷ୍ଠ ପୂର୍ଣ୍ଣିମା ୩ ଶ୍ରୀ ଗୁଣ୍ଡିଚା ବା ରଥଯାତ୍ରା—ଆଷାଢ଼ ଶୁକ୍ଳ ଦ୍ୱିତୀୟା ୪ ହରି ଶୟନ—ଆଷାଢ଼ ଶୁକ୍ଳ ଦ୍ୱାଦଶୀ ୫ କର୍କଟ (ଚିତାଲାଗି) ସଂକ୍ରାନ୍ତି—ଶ୍ରାବଣ ସଂକ୍ରାନ୍ତି ୬ ପାର୍ଶ୍ୱପରିବର୍ତ୍ତନ—ଭାଦ୍ର ଶୁକ୍ଳ ଏକାଦଶୀ ୭ ଦେବୋତ୍ଥାନ—କାର୍ତ୍ତିକ ଶୁକ୍ଳ ଏକାଦଶୀ ୮ ପ୍ରାବରଣ ଷଷ୍ଠୀ—ମାର୍ଗଶିର ଶୁକ୍ଳ ଷଷ୍ଠୀ ୯ ପୁଷ୍ୟାଭିଷେକ—ପୌଷ ପୂର୍ଣ୍ଣିମା ୧ ମକକର ସଂକ୍ରାନ୍ତି— ମାଘ ସଂକ୍ରାନ୍ତି ୧୧: ଦୋଳଯାତ୍ରା—ଫାଲ୍ଗୁନ ପୂର୍ଣ୍ଣିମା ୧୨: ଦମନକ ଚତୁର୍ଦ୍ଦଶୀ (ଦଅଣାଚୋରୀ)—ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ସ୍କନ୍ଧପୁରାଣାଦିରରେ ବର୍ଣ୍ଣିତ ବିଷ୍ଣୁଙ୍କର ୧୨: ମାସର ଦ୍ୱାଦଶ ଯାତ୍ରା ସଙ୍ଗେ ପୁରୀରେ ଅନୁଷ୍ଠିତ ଆଧୁନିକ ଯାତ୍ରାମାନଙ୍କର କିଞ୍ଚିତ୍ ପ୍ରଭେଦ ଲକ୍ଷିତ ହୁଏ ଯଥା— ୧ ଚନ୍ଦନଯାତ୍ରା—ବୈଶାଖ ଶୁକ୍ଳ ତୃତୀୟା ୨ ସ୍ନାନ ଯାତ୍ରା—ଜୈଷ୍ଠ ପୂର୍ଣ୍ଣିମା ୩ ରଥଯାତ୍ରା—ଆଷାଢ଼ ଶୁକ୍ଳ ଦ୍ୱିତୀୟା ୪ ଶୟନଯାତ୍ରା—ଶ୍ରାବଣ ଶୁକ୍ଳ ଦ୍ୱାଦଶୀ ୫ ଦକ୍ଷିଣ— ପାର୍ଶ୍ୱପରିବର୍ତ୍ତନ—ଭାଦ୍ର ଶୁକ୍ଳ ଏକାଦଶୀ ୬ ବାମପାର୍ଶ୍ୱ— ପରିବର୍ତ୍ତନ—ଆଶ୍ୱିନ ଶୁକ୍ଳ ଏକାଦଶୀ ୭ ଉତ୍ଥାନଯାତ୍ରା— କାର୍ତ୍ତିକ ଶୁକ୍ଳ ଏକାଦଶୀ ୮ ପ୍ରାବରଣଯାତ୍ରା—ମାର୍ଗଶିର ଶୁକ୍ଳ ଷଷ୍ଠୀ ୯ ପୁଷ୍ୟାଭିଷେକ—ପୌଷ ପୂର୍ଣ୍ଣମୀ ୧ ଶାଲ୍ୟୋଦନ (ନୂଆଖିଆ)—ମକର ସଂକ୍ରାନ୍ତି ବା ମାଘ ସଂକ୍ରାନ୍ତି ୧୧: ଦୋଳଯାତ୍ରା—ଫାଲ୍ଗୁନ ପୂର୍ଣ୍ଣିମା ୧୨: ମଦନଭଞ୍ଜିକା ବା ଦମନକ ଭଞ୍ଜିକା—ଚୈତ୍ର ଶୁକ୍ଳ ତ୍ରୟୋଦଶୀ ଭୃବନେଶ୍ୱରର ଶ୍ରୀ ଲିଙ୍ଗରାଜ ମହାପ୍ରଭୃଙ୍କର ବର୍ଷକ ମଧ୍ୟରେ ଅନୁଷ୍ଠିତ ଚତୁର୍ଦ୍ଦଶ ଯାତ୍ରା, ଯଥା— ୧ ଅକ୍ଷୟତୃତୀୟା—ବୈଶାଖ ଶୁକ୍ଳ ତୃତୀୟା ୨ ପରଶୁରାମାଷ୍ଟମୀ—ଆଷାଢ଼ ଶୁକ୍ଳାଷ୍ଟମୀ ୩ ଶୟନ ଚତୁର୍ଦ୍ଦଶୀ— ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ୪ ପବିତ୍ରାରୋପଣ—ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ୫ ଯମ ଦ୍ୱିତୀୟା—କାର୍ତ୍ତିକ ଶୁକକ୍ଳ ଦ୍ୱିତୀୟା ୬ ଶିବୋତ୍ଥାପନ—କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ୭ ପ୍ରଥମାଷ୍ଟମୀ— ମାର୍ଗଶିର କୃଷ୍ଣଷ୍ଟାମୀ ୮ ପ୍ରାବରଣ ଷଷ୍ଠୀ—ମାର୍ଗଶିର ଶୁକ୍ଳ ଷଷ୍ଠୀ ୯ ପୁଷ୍ୟାଭିଷେକ—ପୌଷ ପୂର୍ଣ୍ଣିମା ୧ ମକର ଯାତ୍ରା—ମାଘ କୃଷ୍ଣ ଚତୁର୍ଦ୍ଦଶୀ ୧୧: ମାଘ ସପ୍ତମୀ—ମାଘ ଶୁକ୍ଳ ସପ୍ତମୀ ୧୨: ଶିବରାତ୍ରି—ଫାଲ୍ଗୁନ କୃଷ୍ଣ ଚତୁର୍ଦଶୀ ୧୩: ଅଶୋକାଷ୍ଟମୀ—ଚୈତ୍ର ଶୁକ୍ଳ ଅଷ୍ଟମୀ (ଲିଙ୍ଗରାଜଙ୍କ ରଥଯାତ୍ରା) ୧୪: ଦମନକ ଚତୁର୍ଦ୍ଦଶୀ—ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ]
୮. ଧର୍ମସମ୍ୱନ୍ଧୀୟ —୮. Aa religious fair.
୯. ବ୍ୟବହାର; ଆଚାର; ପ୍ରଥା —୯. Practice; custom.
୧. ନୃତ୍ୟବାଦ୍ୟାଦି ସହିତ ସାଡ଼ମ୍ୱର ଯାତ୍ରା; ଶୋଭାଯାତ୍ରା —୧୦. A procession; festive train.
୧୧. ନୌକାଦିଦ୍ୱାରା ଯିବା —୧୧. Voyage.
୧୨. ସମୟ ଯାପନ; ଅତିବାହନ ବା କ୍ଷେପଣ —୧୨. The passing away of time.
୧୩. (+କର୍ତ୍ତୃ. ତ୍ର+ଆ) ତୀର୍ଥଯାତ୍ରି ଦଳ — ୧୩. company of pilgrims (Apte).
୧୪.
(+ଅଧିକରଣ. ତ୍ର+ଆ)—ପଥ —୧୪. Road (Apte).

୧୫. ଜୀବନଯାତ୍ରା; ପେଷା; ବୃତ୍ତି; ଜୀବିକା; ଭରଣପୋଷଣ — ୧୫. Support of life; livelihood; maintenance (Apte)
୧୬. ଏକ ପ୍ରକାର ନାଟକାଭିନୟ — ୧୬. A kind of dramatic performance (Apte).
୧୭. ସହବାସ —୧୭. Intercourse (Apte).
୧୮. (+କରଣ.ତ୍ର+ଆ)—ଉପାୟ — ୧୮. Means; expedient (Apte).
୧୯. ଯାନ — ୧୯. A vehicle in general (Apte).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଯାତରା; ପଟହୀନ ଗ୍ରାମ୍ୟ ନାଟ୍ୟାଭିନୟ; ନୃତ୍ୟଗୀତାଦି ଅଭିନୟ; ଯେଉଁ ନୃତ୍ୟଗୀତାଦିରେ ଓ ଅଭିନୟରେ ରଙ୍ଗମଞ୍ଚ ପ୍ରସ୍ତୁତ କରିବାକୁ ହୁଏ ନାହିଁ ଓ ଅଭିନେତୃଗଣଙ୍କ ସାଜ୍ଜସଜ୍ଜା ପ୍ରତି ନାଟକାଭିନୟ ଭଳି ଦୃଷ୍ଟି ଦିଆଯାଏ ନାହିଁ —୧. A musical or theatrical performance and dancing without a stage; pantomime.

[ଦ୍ରଷ୍ଟବ୍ୟ —ଆନନ୍ଦ ଉପଭୋଗ କରିବାର ବାସନା ପ୍ରତ୍ୟେକ ପ୍ରାଣୀଙ୍କର ଅଛି ମାନବ ଏ ସଂସାର ଯାତ୍ରା ନିର୍ବ୍ୱାହ କରୁଛି କାହିଁକି ? କେବଳ ସୁଖ— ଭୋଗ ପାଇଁ ସିନା ମାନବ ଗୋଟିଏ ନିରାନନ୍ଦ ସମ୍ଭୂତ ଜଡ଼ବସ୍ତୁ ନୁହେଁ ମାନବ ସର୍ବଦା ସୁଖାଭିଳାଷୀ ସୁଖାନ୍ୱେଷଣ ମାନବର ପ୍ରକୃତି କୌଣସି ଲୋକ ଦୁଃଖ ଚାହେ ନାହିଁ ମାନବ ଯେଉଁ ସୁଖାନ୍ୱେଷଣ କରେ ସେ ସୁଖର ଆକାର ପ୍ରକାର ଅସୀମ ସୁଖ ଦୁଃଖ ଦୁଇଟି ପ୍ରକୃତ ବିଭିନ୍ନ ବସ୍ତୁ ନୁହେ ସୁଖ ଦୁଃଖ, ଏ ଦୁଇଟି ମାନବ ମନର ଦୁଇଟି ବିକୃତ ଅବସ୍ଥା ମାତ୍ର ଜଣେ ଯାହାକୁ ସୁଖ ବୋଲି ମନେକରେ ଅନ୍ୟ ଜଣେ ତାକୁଇ ଦୁଃଖ ବୋଲି ମନେକରେ ମାନବ ସଂସାରର କ୍ଷଣିକ ସୁଖରେ ୛ଡ଼ିତ ହୋଇଯାଏ କାହାର କେଉଁ ବିଷୟରୁ ସୁଖ— ଲାଭ ହୁଏ ତାହାର ଇୟତ୍ତା କରି ହେବ ନାହିଁ ସୁଖଦାୟକ ବସ୍ତୁ ମଧ୍ୟରେ ନୃତ୍ୟ—ଗୀତ—ବାଦ୍ୟ ଗୋଟିଏ ଏଥିରେ ଅଧିକାଂଶ ଲୋକ ସୁଖାନୁଭବ କରନ୍ତି ଏବଂ ତଦ୍ଦ୍ୱରା ଆକୃଷ୍ଟ ହୁଅନ୍ତି ଶ୍ରମାପନୋଦନ ପାଇଁ ଏହା ପ୍ରକୃଷ୍ଟ ଉପାୟ ଅବସରବେଳେ ସଙ୍ଗୀତ ଆସି ମନରେ ସ୍ୱତଃ ଉଦିତ ହୁଏ ମନୁଷ୍ୟ ଆଉ କିଛି ନ ପାଇଲେ ନିଜେ ଗୀତ ଗାଏ ଏବଂ ତାକୁ ଅନ୍ୟ କିଛି ଯନ୍ତ୍ର ନ ମିଳିଲେ ହାତରେ ତାଳ ପକାଏ ଆମର ଗୋଟିଏ ଢଗ ଅଛି, ମନ ଫୁଲାଣିଆ ଗୀତ ଗାଏ ପୃଥିବୀର ସକଳ ଜାତି ଓ ସକଳ ଶ୍ରେଣୀର ଲୋକଙ୍କର ଊଣାଅଧିକ ଉନ୍ନତ ଅବନତ ଅବସ୍ଥା ରହି ଥିଲା ଓ ଥିବ କିନ୍ତୁ ମାନବସମାଜର ଏ ସଙ୍ଗୀତପ୍ରିୟତା କେବେ ଲୋପ ପାଇବ ନାହିଁ ସଭ୍ୟ ଜଗତ୍ ହେଉ ବା ଅସଭ୍ୟ ଜଗତ୍ ହେଉ, ସଙ୍ଗୀତ ସର୍ବତ୍ର ଆଦୃତ କାର୍ଯ୍ୟ କରୁଥିବାବେଳେ ବା କାର୍ଯ୍ୟରୁ ଅବସର ନେଲାବେଳେ ମନୁଷ୍ୟର ମୁହଁରୁ ସଙ୍ଗୀତ ସ୍ରୋତ ସ୍ୱତଃ ଫିଟାଯାଏ ଆମ ଉତ୍କଳ ପ୍ରଦେଶରେ ସକଳ ଶ୍ରେଣୀର ଲୋକେ ସଙ୍ଗୀତପ୍ରୟାସୀ ହଳୁଆ ହଳ କରୁଛି ଅଥଚ ଗୀତ ଗାଉଛି ପାଣିବୁହାଳିମାନେ ପାଣି ବୁହାଉ ଅଛନ୍ତି ଅଥଚ ଗୀତ ଗାଉଛନ୍ତି; ଶଗଡ଼ିଆ ଶଗଡ଼ ବୁହାଉଛି ଓ ଗୀତ ଗାଉଛି ଏହାଦ୍ୱାରା ଶଗଡ଼ିଆ, ହଳୁଆ ଓ ପାଣିବୁହାଳିଙ୍କ ମନ ପ୍ରଫୁଲ୍ଲ ହେଉଛି ଏ ଗୁଡ଼ିକ ଗ୍ରାମ୍ୟ ସାହିତ୍ୟ—ସଙ୍ଗୀତ ଓଡ଼ିଆ ସାହିତ୍ୟର ଏ ଗୁଡ଼ିକ ମୂଳଦୂଆ ଏ ସବୁ କୌଣସିଠାରେ ପୁସ୍ତକରେ ଲିଖିତ ହୋଇ ନାହିଁ ଲୋକଙ୍କ ମୁହେଁ ମୁହେଁ ଅଛି ଏହାର ଉଚ୍ଚତର ସ୍ତର ହେଉଛି ଭାଗବତ ଘରର ଭଜନ, କୀର୍ତ୍ତନ, ପୁରାଣ ପାଠ ଇତ୍ୟାଦି ଲୋକ କେବଳ ଏତିକିରେ ସନ୍ତୁଷ୍ଟ ରହେ ନାହିଁ, ଟିକିଅ ରଙ୍ଗରହସ୍ୟ ମଧ୍ୟ ଚାହେଁ ଏହି ରଙ୍ଗ ରହସ୍ୟରୁ ଯାତ୍ରାର ଉତ୍ପତ୍ତି ଯାତ୍ରାରେ କେବଳ ରଙ୍ଗ ରହସ୍ୟ ନ ଥାଏ, ନାନା ପୌରାଣିକ ଆଖ୍ୟାନ ସଙ୍ଗେ ସଙ୍ଗେ ରଙ୍ଗରହସ୍ୟମିଶ୍ରିତ ଥାଏ ପାଲା, ଶବରଶବରୁଣୀଙ୍କ ଯାତ୍ରା, ମଧୁମଙ୍ଗଳ, ଚଇତି— ଘୋଡ଼ା, ରାମଲୀଳା, ଭାରତଲୀଳା, ପାଟୁଆଯାତ୍ରା, ଝାମୁଯାତ ପ୍ରଭୃତି ଆମଦେଶର ମୌଳିକ ଓ ଲୌକିକ ଯାତ୍ରା ଏ ସବୁ ଯାତ୍ରାରେ ଓଡୢଆ ସଙ୍ଗୀତାର ବା ପଦ୍ୟର ମୌଳିକତା ଦେଖାଯାଏ କ୍ରମବିକାଶ ଜଗତର ନିୟମ ପଦ୍ୟକୁ ଗୀତରେ ଗାଇ ହେବ; ଗଦ୍ୟକୁ ଗୀତରେ ଗାଇ ହେବ ନାହିଁ ଗୀତ ଜନସାଧାରଣଙ୍କ ମନକୁ ଯେଉଁପରି ଆକୃଷ୍ଟ କରେ ଗଦ୍ୟ ସାହିତ୍ୟ ସେପରି ଆକର୍ଷଣ କରି ପାରେ ନାହିଁ ପଦ୍ୟ ରଚନା ସହଜ ନୁହେ କବିମାନେ ଗୀତ ବାନ୍ଧିନ୍ତି ସମାଜରେ ସମସ୍ତେ କବି ନୁହନ୍ତି ଲୋକ— ସାଧାରଣ ମଧ୍ୟରେ କି ପ୍ରକାର କବିତା ପ୍ରଚଳିତ ଥିଲା ତହିଁର ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଦେଲେ ପାଠକମାନେ ବୁଝି— ପାରିବେ 'ଚାଉଳ ଭାଜିଲି ଝାଇଁ (ବା ପୋଖରୀରେ ରଙ୍ଗ କଇଁ) ଡାକି ଡାକି ମୋର ତଣ୍ଟି ଶୁଖିଗଲା, ସାଆନ୍ତ ଶୁଣିଲେ ନାହିଁ " ଏଥିରୁ ଦେଖାଯାଏ, ପ୍ରକୃତ କଥା ପ୍ରକାଶ କରିବାକୁ ଯାଇ ଗାୟକ ଏଥିରେ ଅନାବଶ୍ୟକ ପ୍ରଥମ ପାଦ ଯୋଡ଼ିଅଛି ଯେତେବେଳେ ଲୋକେ ପାଠ ପଢ଼ି ପଣ୍ଡିତ ହୋଇ ନ ଥିଲେ, ଯେତେ— ବେଳେ ଲୋକସାଧାରଣ ମଧ୍ୟରେ ଉଚ୍ଚ ଶିକ୍ଷା ପ୍ରବେଶ କରି ନ ଥିଲା, ଲୋକଙ୍କର ରଚନାଶକ୍ତି ଯେତେବେଳେ ପରିପକ ହୋଇ ନ ଥିଲା ତେତେ ବେଳେ ଉପର୍ଯ୍ୟୁକ୍ତ ପ୍ରକାରର ରଚନାମାନ ପ୍ରଚଳିତ ଥିଲା ଏଗୁଡ଼ିକ ସଂଗୃହୀତ ହୋଇ

ସାଇତା ହେବା ଆବଶ୍ୟକ ବିଲାତରେ ବିଲାତରେ ଚଷର୍ ପ୍ରଭୃତିଙ୍କ ଲେଖାର ଯେଉଁ ସ୍ଥାନ, ଆମ ଦେଶର ଏ ଗୀତମାନଙ୍କର ସେହି ସ୍ଥାନ ଲୋକେ ଏ ସବୁ ଗୀତ ତାତ୍କାଳିକ ରଚନା କରି ଗାଇ ଯାଆନ୍ତି ଏଥିରୁ ଲୋକସାଧାରଣଙ୍କ କବିତା— ଶକ୍ତିର ପରିଚୟ ମିଳେ ବୈଶ୍ୟ ହରି, ସଦାଶିବ ପ୍ରଭୃତି କବିମାନେ ଯାତ୍ରା ପାଇଁ ଗୀତ ରଚନା କରୁଥିଲେ ଯାତ୍ରା— ମାନଙ୍କରେ ଏହି ସବୁ ଗୀତ ବୋଲା ଯାଉଥିଲା ଯାତ୍ରା— ଗୁଡ଼ିଆ ବ୍ୟୟସାପେକ୍ଷ ନ ଥିଲା ଯାତ୍ରାପାଇଁ ରଙ୍ଗମଞ୍ଚର ଆବିଶ୍ୟକତା ନ ଥିଲା, ସାଜସଜ୍ଜାର ବିଶେଷ ଆବଶ୍ୟକତା ନ ଥିଲା, ଉଚ୍ଚ ମୂଳ୍ୟର ବାଦ୍ୟ ଯନ୍ତ୍ରର ଆବଶ୍ୟକତା ନ ଥିଲା, କିମ୍ୱା ବହୁ ତେଜୀୟାନ୍ ଆଲୋକର ଆବଶ୍ୟକତା ନ ଥିଲା ଯାତ୍ରାର ଆଲୁଆ ମଶାଲ; ବାଦ୍ୟ ପଖାଉଜ, କରତାଳି, ଗିନି, ମୃଦଙ୍ଗ, ଘୁମରା, ଖଞ୍ଜଣୀ, ଝାଞ୍ଜ; ସାଦସଜ୍ଜା ମଧ୍ୟରେ ଶାଢ଼ି, ପାଟ, ଖଣ୍ଡୁଆ, ଚୁଡ଼ି, ପାହୁଡ଼. ନୋଥ, ଗୁଣା ଅଳଙ୍କାର, ଯାହା ସମସ୍ତଙ୍କ ଘରୁ ମିଳିବ, ଓ ଯାହା ଧାର ନିଆଯାଇ ଯାତ୍ରା ପରେ ଫେରାଇ ଦିଆଯିବ; ସାବୁନ୍ ବା ପାଉଡ଼ର୍ ନ ଥିଲା ବନକ ମଧ୍ୟରେ ହଳଦି, କଳା, ସିନ୍ଦୁର, ଯାହା ମଫସଲର ପଲ୍ଲିରେ ସହଜରେ ସୁବିଧାରେ ମିଳିବ ଏସବୁ ଥିଲା ଯାତ୍ରାର ପ୍ରଧାନ ସାମଗ୍ରୀ ରଙ୍ଗମଞ୍ଚ ପରିବର୍ତ୍ତରେ ନିଡ଼ିଆ, ବର଼ଡ଼ା ଚାଞ୍ଜିରେ ସହଜରେ ସୁବିଧାରେ ମିଳିବ ଏସବୁ ଥିଲା ଯାତ୍ରାର ପ୍ରଧାନ ସାମଗ୍ରୀ ରଙ୍ଗମଞ୍ଚ ପରିବର୍ତ୍ତରେ ନଡ଼ିଆ, ବରଡ଼ା ଚାଞ୍ଚ, ନତୁବା ହେସ ଦେବା ନେବା ବିଷୟରେ ଲୁଗା ପଇସା, ଯାହାର ଯାହା ଇଚ୍ଛା ସେ ତାହା ଦେଉ ଥିଲା; ବିଷୟ ଥିଲା ରାମାୟଣ, ମହାଭାରତ, ମଥୁରାମଙ୍ଗଳ ? ଏହିସବୁ ଶାସ୍ତ୍ରକୁ ଅବଲମ୍ୱନ କରି ଯାତ୍ରା ଉପ— ଯୋଗୀ ଲେଖା ପ୍ରକାଶିତ ହେଉଥିଲା ଲୋକସାଧାରଣ ଏତ— ଦ୍ଦ୍ୱାରା ସେମାନଙ୍କ କୌତୂହଳ ଚରିତାର୍ଥ କରୁଥିଲେ ରାମ ଓ କୃଷ୍ଣଙ୍କ ଚରିତ ନେଇ ନାନାପ୍ରକାର ଯାତ୍ରାମାନ ହେଉଥିଲା ଏହାଛଡ଼ା ସତ୍ୟନାରାୟଣ ବା ସତ୍ୟପୀରଙ୍କ ପୂଜା ପୋଥିଦ୍ୱାରା ଓ ନୃତ୍ୟ ଗୀତାଦିଦ୍ୱାରା ବୋଲାଯାଉଥିଲା ଏହା ଯଥା କ୍ରମେ ପୋଥିପାଲା ଓ ଠିଆପାଲା ନାମରେ ଅଭିହିତ ପାଲାର ଗାୟକମନେ ଅଗାଧ ପାଣ୍ଡିତ୍ୟ ଲଭ କରୁଥିଲେ ଏତଦ୍ଦ୍ୱାରା ଲୋକସମାଜରେ ବିଦ୍ୟାଚର୍ଚ୍ଚା, ଧର୍ମ୍ମଚଚ୍ଚା,ନୀତି— ଚର୍ଚ୍ଚା ଓ ସଙ୍ଗେ ସଙ୍ଗେ ସଙ୍ଗୀତଚର୍ଚ୍ଚା ହେଉଥିଲା ଲୋକେ ନିରକ୍ଷର ଥାଇ ମଧ୍ୟ ବହୁତ କଥା ଶୁଣୁ ଥିଲେ, ଜାଣୁଥିଲେ, ମନେ ରଖୁଥଲେ, ଏବଂ ତଦ୍ଦ୍ୱାରା ଲୋକଙ୍କ ମଧ୍ୟରେ ଧର୍ମ୍ମଭାବ ସତତ ଜାଗ୍ରତ ରହୁଥିଲା ପାଲବାଲାମାନେ ବହୁତ ଶାସ୍ତ୍ର ମୁଖସ୍ଥ କରିଥିଲେ ପରଦା ଭିତରୁ ଅଭିନେତା ବା ଗାୟକକୁ ମନେ ପକାଇ ଦେବା (Prompt କରିବା) ପ୍ରଥା ନ ଥିଲା ସ୍କୁଲ କଲେଜ ଶିକ୍ଷା ନ ପାଇ, ଅକ୍ଷରଜ୍ଞାନ ନ ଥାଇ ମଧ୍ୟ ଯାତ୍ରାଦଳଙ୍କ ମୁଖରୁ ରାମାୟଣ, ମହାଭାରତ, ଭାଗବତ, ଅଷ୍ଟାଦଶ ପୁରାଣ ଆଦିର କଥା ଶୁଣି ଲୋକେ ବହୁତ ଜ୍ଞାନ ଲାଭ କରୁଥିଲେ ଏହାଦ୍ୱାରା ଧର୍ମ୍ମକଥା, ନୀତି— କଥା ସେମାନଙ୍କ କାନରେ ପଡ଼ୁଥିଲା; ଆମୋଦ ପ୍ରମୋଦ ସଙ୍ଗେ ସଙ୍ଗେ ଧର୍ମ୍ମଶିକ୍ଷା, ନୀତିଶିକ୍ଷା ହେଉଥିଲା ପଲ୍ଲିବାସୀ ନିରକ୍ଷର ବ୍ୟକ୍ତି ଶୁଣି ଶୁଣି ବହୁତ କଥା ଜାଣେ ଏବଂ ବହୁତ ଅଭିଜ୍ଞତା ଲାଭ କରେ, ବହୁତ କଥା ମନେ ରଖେ, କଥା ପଡ଼ିଲେ ବହୁତ କଥା ଆବୃତ୍ତି କରେ ଯାତ୍ରାରେ ହାସ୍ୟ ରସ ପ୍ରଧାନ ଅଭିନେତା ଥିଲା ଦ୍ୱାରୀ ଦ୍ୱାରୀମୁଖରେ ସକଳ ପ୍ରକାର ରଙ୍ଗରହସ୍ୟ, ଥଟା ତାମସା ପ୍ରକାଶ କରା— ଯାଏ ଓ ତଦ୍ଦ୍ୱାରା ଶ୍ରୋତୃସମାଜରେ ହାସ୍ୟରସର ଉଦ୍ରେକ ହୁଏ ହାସ୍ୟରସ ଗୋଟିଏ ପ୍ରଧାନ ରସ ଶୃଙ୍ଗାର, କରୁଣ, ବୀଭତ୍ସ, ବୀର , ହାସ୍ୟ, ଭୟାନକ ପ୍ରଭୃତି ଯେତେ ରସ ଅଛି ତହିଁ ମଧ୍ୟରୁ ହାସ୍ୟରସ ଶୁଣି ଲୋକେ ବିଶେଷ ମୁଗ୍ଧ ହୁଅନ୍ତି ଅନ୍ୟାନ୍ୟ ରସ ଶୁଣି ଶୁଣି ଯେବେ ମନରେ ବିରକ୍ତି ବା ଅବସାଦ ଆସେ ସେତେବେଳେ ହାସ୍ୟରସ ପୁନର୍ବାର ମନକୁ ଆନନ୍ଦ ଉତ୍ଫୁଲ୍ଲ କରିଦିଏ; ଏଥି ସକାଶେ ଯାତ୍ରା ପ୍ରଭୃତିରେ ହାସ୍ୟରସର ବିଶେଷ ଆବଶ୍ୟକତା ହାସ୍ୟରସ ବଡ଼ ଉପାଦେୟ ରସ ତହିଁର ମାତ୍ରା ଅତରିକ୍ତ ହୋଇଗଲେ ଲୋକେ ତାକୁ ଅଶ୍ଳୀଳ ବୋଲି କହନ୍ତି ଯାତ୍ରା— ମାନଙ୍କରେ ଦ୍ୱାରୀ ଟିକିଏ ରସିକତାର ମାତ୍ରା ବଳାଇ ପକାଏ ଓ କଥାଗୁଡ଼ାକ ଖୋଲା ଓ ଅସଂଯତ ଭାଷାରେ କହି ପକାଏ; ଅଙ୍ଗ— ଭଙ୍ଗୀ ଟିକିଏ ଅତିରିକ୍ତ ମାତ୍ରାରେ କରେ; କଥା କହିଲାବେଳେ ପାତ୍ରାପାତ୍ରର ବିବେଚନା ରଖେନାହିଁ ତାର କେବଳ ଲକ୍ଷ୍ୟ, କଥା ଶୁଣିଲେ ଲୋକେ ହୋ ହୋ ହୋଇ ହସିବେ ଏହି ସବୁ କାରଣରୁ ଆମ ପ୍ରାଚୀନ ଯାତ୍ରାଗୁଡ଼ିକ ଆଧୁନିକ ନବ୍ୟସଭ୍ୟମାନଙ୍କ ରୁଚିସମ୍ମତ ହେଉ ନାହିଁ ଯେଉଁ ମାନେ ରଙ୍ଗମଞ୍ଚରେ ନାଟକାଭିନୟ ପ୍ରଭୃତି ଦେଖୁଛନ୍ତି ସେମାନେ ଦେଶୀୟ ଯାତ୍ରାକୁ ପସନ୍ଦ କର ନାହାନ୍ତି, ଘୃଣାଚକ୍ଷୁରେ ଦେଖୁଛନ୍ତି ଏବଂ ସେଗୁଡ଼ିକର ଲୋପ ବାଞ୍ଛା କରୁଅଛନ୍ତି ଏପରି ଅବସ୍ଥାରେ ଆମ୍ଭମାନଙ୍କ କର୍ତ୍ତବ୍ୟ କଅଣ ? ଦେଶର ଏହିପରି ପରିସ୍ଥିତ ଥିଲାବେଳେ ଏଦେଶକୁ ରେଳ ଆସିଲା ଲୋକେ କଲିକତା ଯାଇ ସେଠାରେ ରଙ୍ଗମଞ୍ଚ ପ୍ରଭୃତି ଦେଖିଲେ; ରଙ୍ଗମଞ୍ଚରେ ନାଟକାଭିନୟ ଦେଖୁ ଦେଖୁ କ୍ରମେ ତହିଁ ପ୍ରତି ଆକୃଷ୍ଟ ହେଲେ କ୍ରମେ ଏ ବେଶର ଯାତ୍ରାଦଳ ଭିତରେ ଟିକିଏ ସଂସ୍କାର ପ୍ରବେଶ କଲା ପ୍ରଥମ ସଂସ୍କାରପ୍ରବର୍ତ୍ତକ ବୈଷ୍ଣବ ପାଣ ଅଟନ୍ତି ସେ ଅନେକଗୁଡ଼ିଏ ଗୀତାଭିନୟ ଲେଖି ପ୍ରଚାର କଲେ ଏବଂ ପୋଷାକପତ୍ର, ଯନ୍ତ୍ର ପ୍ରଭୃତି ଓ ବଚନିକାରେ ଟିକିଏ ଆଧୁନିକ ଧରଣ ପ୍ରବେଶ କରାଇଲେ ଆଉ କେତେଜଣ ତାଙ୍କ ସମସାମୟିକ (ଗୋପାଳ ଦାସ ଆଦି) ଏଦିଗରେ ବ୍ରତୀ ହେଲେ ଏମାନେ ଉଚ୍ଚଶିକ୍ଷିତ ହୋଇ ନ ଥିବାରୁ ମଧ୍ୟ ଯୁଗୋଚିତ 
ପୂର୍ଣ୍ଣ ସଂସ୍କାର ଆଣି ପାରିଲେ ନାହିଁ ଏମାନେ ନାଟକୀୟ ଛଟାର ଅନେକ ଅନୁକରଣ କରିବାକୁ ଆରମ୍ଭ କଲେ ଏମାନେ ପ୍ରଥମେ କେବଳ ଗୀତରେ ଅଭିନୟ ଦେଖାଇଲା ପରେ କିଛି କିଛି ଗଦ୍ୟ ଭାଷା ବ୍ୟବହାର କଲେ ଏମାନଙ୍କ ପରେ କବି ବାଳକୃଷ୍ଣ ମହାନ୍ତି କେତେଗୁଡ଼ିଏ ଗୀତାଭିନୟ ଲେଖିଲେ ଏ ମହାଶୟ ଗୀତାଭିନୟକୁ ନାଟକ ଛାଞ୍ଚରେ ଢାଳିବାକୁ ଚେଷ୍ଟା କଲେ ଏହାଙ୍କ ଲେଖାରେ ଗଦ୍ୟାଂଶର ବହୁଳତା ଦେଖାଗଲା ଏବଂ ନାଟକୀୟ ଛଟା, ପୋଷାକ ଓ ଯନ୍ତ୍ର ପ୍ରଭୃତିର ବହୁଳ ଆବଶ୍ୟକତା ଦେଖାଗଲା, ତଥାଚ ଓ ସମସ୍ତ ପରିବର୍ତ୍ତନ ଆଧୁନିକ ରୁଚିର ପୂର୍ଣ୍ଣ ଅନୁମୋଦିତ ହେଲା ନାହିଁ ଓ ଶିକ୍ଷିତ ସମାଜର ପୂର୍ଣ୍ଣ ବୃଷ୍ଟି ଆକର୍ଷଣ କରି ପାରିଲା ନାହିଁ କ୍ରମେ ଦେଶରେ ସ୍ଥାନେ ସ୍ଥାନେ ନାଟକଭିନୟର ସୁତ୍ରପାତ ହେଲା ପ୍ରଥମେ ସ୍ୱର୍ଗୀୟ ଡ଼ାକ୍ତର ଗଗନ ବାବୁ ପୁରୀ ସହରରେ ନାଟକାଭିନୟ ଆରମ୍ଭ କଲେ ଏହି ଅନୁଷ୍ଠାନ ଆଜି ଜଗନ୍ନାଥ କ୍ଳବ୍ ନାମରେ ପରିଚିତ ଗଗନ ବାବୁଙ୍କ ପରେ ସ୍ୱର୍ଗୀୟ ବନମାଳୀ ପତି ମହାଶୟ ବଳଙ୍ଗାଠାରେ ଗୋଟିଏ ନାଟକାଭିନେତୃ— ଦଳର ସୃଷ୍ଟି କଲେ ସେ ମହାଶୟ ଏହି ନାଟକ ଦଳକୁ ଓଡ଼ିଶାର ନାନା ସ୍ଥାନକୁ ପଠାଇ ନାଟକାଭିନୟ ଦେଖାଇଲେ, କିନ୍ତୁ ସେ ଏଥରେ ଲାଭବାନ୍ ହୋଇ ପାରିଲେ ନାହିଁ ବହୁତ କ୍ଷତିଗ୍ରସ୍ତ ହୋଇ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ଏ ଦଳକୁ ବଞ୍ଚାଇ ରଖିଥଲେ ପରେ ତାଙ୍କ ଉତ୍ତରାଧିକାରୀମାନେ ଏ ରଙ୍ଗମଞ୍ଚ ଓ ସାଜସଜ୍ଜାକୁ ବିକ୍ରି କରି ଦେଲେ କଟକରେ ଏହି ଦଳ ଯାଇ ଆର୍ଟ ଥିଏଟର ନାମରେ ପରିଚିତ ହେଲେ ଓ କେତେକ ବର୍ଷ ପରେ ମ୍ରିୟମାଣ ଅବସ୍ଥାକୁ ଆସିଲେ ପୁରୀର ଶ୍ରୀ ମୋହନଗୋସ୍ୱାମୀ, ଶ୍ରୀ ଗୋବିନ୍ଦଚନ୍ଦ୍ର ସୂରଦେଓ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଅଶ୍ୱିମୀ ବାବୁ ଗୋଟିଏ ଗୋଟିଏ ନାଟକଦଳ ସୃଷ୍ଟି କରିଅଛନ୍ତି, କିନ୍ତୁ ଶିକ୍ଷିତ ଓ ଧନୀକମାନଙ୍କଠାରୁ ସମୁଚିତ ସମାଦର ନ ପାଇବାରୁ ସେ ଦଳମାନ ମୃତ ବା ମ୍ରିୟମାଣ ଫଳତଃ ଓଡ଼ିଶାର କୌଣସି ଅଞ୍ଚଳରେ ଏ ପର୍ଯ୍ୟନ୍ତ ଗୋଟିଏ ସ୍ଥାୟୀ ନାଟକ ଦଳ ସ୍ଥାୟୀ ହୋଇ ପାରିଲା ନାହିଁ ଇତିମଧ୍ୟରେ କେତେକ ଲେଖକ ନାଟକ ଲେଖିବା ପାଇଁ ମନ ବଳାଇଲେ କଟକର ଅଶ୍ୱିନୀ ବାବୁ କେତେଗୁଡ଼ିଏ ନାଟକ ଲେଖିଅଛନ୍ତି ଓ ସେମାନ କଟକର ଆର୍ଟ ଥିଏଟରରେ ଅଭିନୀତ କରାଉଅଛନ୍ତି ଅଶ୍ୱିନୀ ବାବୁଙ୍କ ଲେଖାଗୁଡ଼ିକ ମୋଟ ଉପରେ ଭଲ ହୋଇ ପାରେ, ମାତ୍ର ଅନେକ ସ୍ଥଳରେ ଓଡ଼ିଆ ଭାଷାର ରୀତିଗତ ବ୍ୟବହାର (idiomtic use) ସର୍ବଜନସମ୍ମତ ନୁହେ ଉତ୍କଳର ଅନେକ ସ୍ଥାନରେ ସୌଖୀନ ନାଟକ ଦଳର ସୃଷ୍ଟି ହେଲା ସ୍କୁଲ କଲେଜର ଛାତ୍ରମାନେ ଇତିମଧ୍ୟରେ ସୌଖୀନ୍ ନାଟକାଭିନୟ କରୁଅଛନ୍ତି ଯାତ୍ରାଦଳମାନେ ଏହି ସବୁ ପାରିପାର୍ଶ୍ୱକ ଅବସ୍ଥା ଦେଖି ଆଗେ ଆପେ ସଂସ୍କୃତ ହେବାକୁ ଚେଷ୍ଟା କରୁଅଛନ୍ତି, ମାତ୍ର ସେମାନେ ସେପରି ଶିକ୍ଷା ଦୀକ୍ଷା ପାରୁ ନାହାନ୍ତି, କିମ୍ୱ ଅର୍ଥ ସାହାଯ୍ୟ ପାଇ ପାରୁ ନାହାନ୍ତି ଏସବୁ ଅନୁଷ୍ଠାନ ପୂର୍ଣ୍ଣରୂପେ ଆଧୁନିକ ରୁଚିସମ୍ମତ କରି ଗଢ଼ିବାକୁ ହେଲେ ପ୍ରଭୂତ ଧନବଳ ଓ ଜନବଳ ଆବଶ୍ୟକ ଓଡ଼ିଶାରେ ରଙ୍ଗମଞ୍ଚ ସ୍ଥାୟୀ ହେବା ସହଜ ନୁହେଁ ରଙ୍ଗ ମଞ୍ଚ ବହୁ ବ୍ୟୟସାଧ୍ୟ ବହୁତ ପଇସା ଦେଇ ପ୍ରତିଦିନ ନାଟ କାର୍ତ୍ତନଆଦିର ଅଭିନୟ ଦେଖିବା ଲୋକ ଓଡ଼ିଶାରେ ବେଶିନାହାନ୍ତି ସୁତରାଂ ରଙ୍ଗମଞ୍ଚ ସ୍ଥାୟୀଦ୍ଭାବରେ ଓଡ଼ିଶାରେ ତିଷ୍ଠିବ ନାହିଁ ଅଥଚ ଦେଶରେ ଲୋକମାନେ ଆମୋଦ ପ୍ରମୋଦ, ରଙ୍ଗ ରହସ୍ୟ ଛାଡ଼ି ପାରିବେ ନାହିଁ; ଏଥିପାଇଁ ଅଳ୍ପ ପଇସା ଖରଚ କରି ବାୟୋସ୍କୋପ, ସିନେମା, ଟକୀ ଆଡ଼କୁ ଆ୘ୃଷ୍ଟ ହେଉ ଅଛନ୍ତି କେହି କେହି କହନ୍ତି ଏ ଯାତ୍ରା ପ୍ରଭୃତି ଦେଶରୁ ସମୂଳ ଲୁପ୍ତ ହେବା ଉଚିତ, ଏତଦ୍ଦ୍ୱାରା ଲୋକଙ୍କର ବହୁତ ପଇସା ବ୍ୟୟ ହୋଇ ଯାଉଛି ଏ କଥାର ଯୁକ୍ତିତା ଆମ୍ଭେ କିଛି ବୁଝି— ପାରୁ ନାହୁଁ ଲୋକ ସାଧାରଣ ଏ କଥା ଶୁଣିବେ କାହିଁକି ? 

ଧନୀ ଓ ଶିକ୍ଷିତମାନେ ବେଶି ପଇସା ଖରଚ କରି ରଙ୍ଗମଞ୍ଚରେ ନାଟକାଭିନୟ ଦେଖିବେ ସବାକ୍ ଚଳଚ୍ଚିତ୍ର ଦେଖିବେ, ନିର୍ବାକ୍, ଚଳଚ୍ଚିତ୍ର ଦେଖିବେ, ଗ୍ରାମୋଫୋନ୍ ରଖି ଗୀତ ଶୁଣିବେ, ଓ ସଙ୍ଗୀତ ଆଖେଡ଼ାରେ ସଙ୍ଗୀତ ଶୁଣିବେ ଏ ସବୁ ସୁବିଧା ସହରମାନଙ୍କର ଅଛି, ମାତ୍ରପଲ୍ଲୀ ପାଇଁ କଅଣ ଅଛି ? ପଲ୍ଲୀରେ ରଙ୍ଗମଞ୍ଚ ନାହିଁ, କି ପଲ୍ଲୀବାସୀ ରଙ୍ଗମଞ୍ଚ କରି ପାରିବ ନାହିଁ; ଅନ୍ୟ କେହି କଲେ ତାର ପଇସା ନାହିଁ ଯେ ଟିକିଟ କିଣି ସେ ସବୁ ଦେଖି ପାରିବ ଅନ୍ୟ୍ୟାନ୍ୟ ଆମୋଦ ପ୍ରମୋଦ ସାମଗ୍ରୀ ପାଇଁ ମଧ୍ୟ ତାର ଅର୍ଥ ନାହିଁ ଅର୍ଥାଦ୍ଭାବରୁ ଏ ସବୁ ଅନୁଷ୍ଠାନ ସହରମାନଙ୍କରେ ତିଷ୍ଠି ପାରୁ ନାହିଁ, ପଲ୍ଲୀରେ ବା ତିଷ୍ଠିବ କିପରି ? ପଲ୍ଲୀରେ ଦୋଳ, ଚନ୍ଦନ ଭାସ ପ୍ରଭୃତି ସମୟରେ ଠାକୁରଙ୍କ ଉଦ୍ଦେଶ୍ୟରେ ଯାତ୍ରାମାନ ହୋଇଥାଏ ଆଉ ଅନ୍ୟ ସମୟରେ ଯାତ୍ରା କରିବା ବିରଳ ଦେଖାଯାଏ ଠାକୁରମାନଙ୍କ ଯାନିଯାତ୍ରାରେ ପଲ୍ଲୀବାସୀଙ୍କ ଆନନ୍ଦ ଉତ୍ସବ ହୁଏ ଠାକୁରଙ୍କ ଯାନି ଯାତ୍ରାକୁ ଉପଲକ୍ଷ କରି ପଲ୍ଲୀରେ ଭେଦା ପଞ୍ଚା ଆଦାୟ ହୋଇ ଯାତ୍ରା ହୁଏ ଏତକ ବନ୍ଦ କରିଦେଲେ ପଲ୍ଲିବାସୀ ନିରାନନ୍ଦ ହୋଇ କାଳ କାଟିବେ ଏପରି ପ୍ରସ୍ତାବ ଏକ ପ୍ରକାର ନୃଶଂସତା ହେବ ନାହିଁକି ?

ଯାତ୍ରାଦଳର ସଂସ୍କାର ନିତାନ୍ତ ଆବଶ୍ୟକ ଆଧୁନିକ ରୁଚି ଅନୁମୋଦିତ ଭାଷା ଓ ଭାବ ନେଇ ଗୀତାଭିନୟ ଗ୍ରନ୍ଥମାନ ଲେଖାଯାଉ ଶିକ୍ଷିତ ସମାଜ କଲମ ନ ଧରିଲେ କେବଳ ସମାଲୋଚନାରେ କାର୍ଯ୍ୟ ହେବ ନାହିଁ ଯାତ୍ରାକୁ ସଂସ୍କାର କରି ପାରିଲେ ବହୁତ କାର୍ଯ୍ୟ ହେବ ଯାତ୍ରା ପ୍ରଭୃତି ପଲ୍ଲିଶିକ୍ଷାର ଏକମାତ୍ର ଉପାୟ ଲୋକମାନଙ୍କୁ ଯେଉଁପରି ଶିକ୍ଷା ଦେବାର ଆକଶ୍ୟକ ତାହା ଯାତ୍ରା ପାଲା ପ୍ରଭୃତିଦ୍ୱାରା ସହଜରେ ଦିଆଯାଇ ପାରେ ସଭା ସମିତିରେ ବକ୍ତୃତା ବା ଖବର

କାଗଜରେ ଲେଖା ଅପେକ୍ଷା ଏହା ବେଶୀ କାର୍ଯ୍ୟକାରୀ ହେବା ପଲ୍ଲୀରେ ଖବରକାଗଜ କେତେ ଜଣ ପଢ଼ନ୍ତି? ସଭାସମିତିର ବକ୍ତୃତାଦ୍ୱାରା କେତେ ଜଣ ଶିକ୍ଷିତ ହୁଅନ୍ତି ? ଯାହା ଶୁଣନ୍ତି ତାହା ଏକାନରେ ପଶି ସେ କାନରେ ବାହାରିଯାଏ ମାତ୍ର ଯାତ୍ରାରେ ଯେଉଁ ଚରିତ ଶୁଣନ୍ତି ତାହା ସେମାନଙ୍କ ହୃଦୟ ପଟରେ ଅଙ୍କିତ ହୋଇ ରହେ ଯାତ୍ରାରେ ଯେଉଁ ରାମାୟଣ ମହାଭାରତ ଚରିତ ଶୁଣନ୍ତି ସେ ସବୁ ଚରିତ ସେମାନେ ସବୁ ମନେ ରଖିନ୍ତି ଏବଂ ଆବଶ୍ୟକ ବେଳେ ସବୁ କହନ୍ତି ଏଥିରୁ ଦେଖାଯାଏ ଯେ ଯାତ୍ରାର ଚରିତ ଶ୍ରବଣ କରି ସେମାନଙ୍କ ଜ୍ଞାନ ପ୍ରସାରିତ ହୁଏ ଆମ୍ଭେମାନେ ଇଚ୍ଛା କଲେ ସବୁ ଶିକ୍ଷଣୀୟ ବିଷୟ ଯାତ୍ରାଦ୍ୱାରୀ ଲୋକଙ୍କ ମନରେ ବିଶେଷ ଭାବରେ ଅଙ୍କିତ କରି ଦେଇ ପାରିବା ସାମାଜିକ ବିଷୟ ହେଉ, ରାଜନୀତିକ ବିଷୟ ହେଉ, ପୌରାଣିକ ବିଷୟ ହେଉ, ଗୀତାଭିନୟଦ୍ୱାରା ଲୋକସାଧାରଣଙ୍କୁ ଯେତେ ସହଜରେ ଶିକ୍ଷିତ କରାଯାଇ ପାରିବ, ସଭା ସମିତ, ଖବର କାଗଜଦ୍ୱାରା ତେତେ ହୋଇ ଜଣ ସାକ୍ଷର ଅଛନ୍ତି ଯେ, ସେମାନେ ପୁସ୍ତକ ପଢ଼ି ଶିକ୍ଷିତ ହେବେ ? 

ଯେ କୌଣସି ବିଷୟ ନେଇ ଗୀତାଭିନୟଗୁଡ଼ିକ ସୁନ୍ଦର ସରଳ ଭାବଗର୍ଭକ ଭାଷାରେ ଲେଖାଗଲେ ସେଗୁଡ଼ିକଦ୍ୱାରା ଶିକ୍ଷିତ, ଅଶିକ୍ଷିତ, ଉଭୟ ସମ୍ପ୍ରଦାୟଶିକ୍ଷା ଲାଭ କରିବେ ଏହି ଅଭାବ ଅନୁଭବ କରି ଏ ସନ୍ଦର୍ଭର ଲେଖକ କେତେ ଖଣ୍ଡି ଗୀତାଭିନୟ ଲେଖିଥିଲେ ଏବଂ ଅଭିନୟ କରାଇ ଥିଲେ ଦେଖାଗଲା ଯେ, ଶିକ୍ଷିତ ଅଶିକ୍ଷତ ଉଭୟ ସମ୍ପ୍ରଦାୟ ତଦ୍ଦ୍ୱାରା ଆକୃଷ୍ଟ ହୋଇ ମୁଗ୍ଧ ହୋଇଥିଲେ ଏବଂ ଅନେକ ଶିକ୍ଷିତ ଲୋକ ରାତିପାହିବା ପର୍ଯ୍ୟନ୍ତ ବସି ଅନିଦ୍ରା ହୋଇ ଯାତ୍ରା ଦେଖିଲେ ଲେଖକଙ୍କର ନାଟାକାଦି ଲେଖିବାରେ ଅଭିଜ୍ଞତା ନାହିଁ ଯେଉଁ— ମାନଙ୍କର ଏ ଦିଗରେ ବିଶେଷ ଅଭିଜ୍ଞତା ଅଛି, ସେମାନେ ଲେଖିଲେ ଆହୁରି ଅଧିକ କୃତକାର୍ଯ୍ୟ ହୁଅନ୍ତେ ଗୀତାଭିନୟକୁ ବର୍ତ୍ତମାନ ଯାତ୍ରା ଓ ନାଟକର ମଧ୍ୟବର୍ତ୍ତୀ କରିବାକୁ ହେବ ଏପରି ଗୀତାଭିନୟ ଲେଖାଯିବା ଉଚିତ, ଯାହା ନୁହେଁ ପୁରୁଣାକାଳିଆ ସୁଆଙ୍ଗ, ନାଁ ନୁହେଁ ନାଟକ ଏତଦ୍ଦ୍ୱାରା ରଙ୍ଗମଞ୍ଜର ଆବଶ୍ୟକତା ମଧ୍ୟ ଦୂର ହେବ, ବହୁ ବ୍ୟୟସାଧ୍ୟ ରଙ୍ଗମଞ୍ଚ ଆବଶ୍ୟକ ହେବ ନାହିଁ ଏହା ମଫସଲର ଗ୍ରାମେ ଗ୍ରାମେ ଅଳ୍ପ ବ୍ୟୟରେ ହୋଇ ପାରିବ ବଙ୍ଗ ପ୍ରଦେଶରେ ଗୀତାଭିନୟ ଏହିପରି ବହୁଉନ୍ନତି ଲାଭ କରି— ଅଛି ପ୍ରହସନଗୁଡ଼ିକୁ ମଧ୍ୟ ସଂସ୍କାର କରାଯିବ ଆମ ଦେଶରେ ଗୋଟିଏ ହାଡ଼ି ପ୍ରହସନ ଅଭିନୀତ ହୁଏ ତହିଁରେ ହାଡ଼ି ହାତରେ ମଦ ବୋତଲ, ମଦ ଖାଇ ହାଡ଼ିଟୋକା ମାତାଲ, ଏହି ସବୁ ଦୃଶ୍ୟ ଦେଖାଯାଏ ଏ ସବୁ ଉଠାଈ ଦେଇ ତାକୁ ବିଶୁଦ୍ଧ ପ୍ରକାରରେ କରିବାକୁ ହେବ ପାଟୁଆ ପ୍ରଭୃତି ଯାତ୍ରାରେ ବୁଢ଼ା ଦରବୁଢ଼ା ମାନେ ସ୍ତ୍ରୀ ବେଶ ହୋଇ ନାଚ କରନ୍ତି ଏମାନ ବିଷଦୃଶ ଦେଖାଯାଏ ବୁଢ଼ାଙ୍କ ପରି— ବର୍ତ୍ତରେ ଟେକାମାନେ ବେଶ ପିନ୍ଧିଲେ ସେମାନେ ଆହୁରି ସୁନ୍ଦର କରି ନୃତ୍ୟାଦି କରିବେ ଏବଂ ସେମାନଙ୍କ ଗୀତ ଶ୍ରୁତିମଧୁର ହେବ ପାଲା ମଧ୍ୟ କ୍ରମେ ଲୋପ ହୋଇ ଆସୁଛି ପାଲା ମଧ୍ୟ ବୁଢ଼ା ଦର ବୁଢ଼ାମାନେ କରନ୍ତି ପାଲାରେପ ଅନେକ ଶାସ୍ତ୍ରାଲୋଚନା ହୋଇଥାଏ ଜଣେ ଜଣେ ପାଲାଗାୟକ ଅଠରବର୍ଗ ଅଭିଧାନ ମୁଖସ୍ଥ କରି— ଥାଆନ୍ତି; ଅଷ୍ଟାଦଶ ପୁରାଣ ମଧ୍ୟ ସେମାନଙ୍କର ଆୟତ୍ତି; ଗୋଟାଏ ଗୋଟାଏ ଗୀତ ଛାନ୍ଦ ଚଉପଦୀର ତିନି ଚାରି ପ୍ରକାର ଅର୍ଥ କରି ଜାଣନ୍ତି ଗୋଟାଏ ଚଉପଦୀ, ମୂଳଆଡ଼ୁ ବୋଲି ଗଲେ ଗୋଟାଏ ଅର୍ଥ ହୁଏ, ଅଗଆଡ଼ୁ ବୋଲି ଆସିଲେ ଆଉ ପ୍ରକାରେ ଅର୍ଥ ହୁଏ ପାଲା ଆମ ଦେଶର ଦୁଇ ପ୍ରକାର,—ଠିଆ ପାଲା ଓ ପୋଥିପାଲା ଠିଆ ପାଲାରେ ପାଳିଆମାନେ ଗାୟକ ସଙ୍ଗେ ପାଳି ଦିଅନ୍ତି ମଝିରେ ମଝିରେ ଥଟ୍ଟା ତାମସା କଥା ବିଶେଷ୍ୟ - ଚଳିଥାଏ ଓଡ଼ିଆ ଗୀତ ଓ ସଙ୍ଗୀତରେ ବଡ଼ ବଡ଼ ରାଗ— ରାଗଣୀମାନ ପାଳାନାଲାମାନେ ଗାଇ ପାରୁଥିଲେ ପାଲା ବାଲାଙ୍କର ବାଦ୍ୟଯନ୍ତ୍ର ଓ ପୋଷାକର ପରିବର୍ତ୍ତନ ଆବଶ୍ୟକ ଷୋଳପାଲା, ରାସ, କୀର୍ତ୍ତନ, ଏଗୁଡ଼ିକର ଭାଷା ମଧ୍ୟ ଅତି କଦର୍ଯ୍ୟ; ଅଧେ ବଙ୍ଗଳା ଓ ଅଧେ ଓଡ଼ିଆ ଓ଼ଡ଼ିଆ ଭାଷା ପକ୍ଷରେ ଏଗୁଡୢକ କଳଙ୍କ ଅଳ୍ପ ଆୟାସ ଓ ଅଳ୍ପ ପରିଶ୍ରମରେ ଏଗୁଡ଼ିକର ଭାଷା ବିଶୁଦ୍ଧ କରାଯାଇ ପାରିବ ଲେଖକ ଏ ଦିଗରେ ଚେଷ୍ଟା କରି କୀର୍ତ୍ତନ ରସାମୃତ ଲେଖିଥିଲେ ସେ ଇନ୍ଦୁମତୀ, ପ୍ରବୀର, ହରିଶ୍ଚନ୍ଦ୍ର, କର୍ଣ୍ଣାର୍ଜ୍ଜୁନ, ନନ୍ଦିକା, ଚନ୍ଦ୍ରହାସ, ପାଣ୍ଡବଗୌରବ, ମେଘନାଦବଧ ପ୍ରଭୃତି କେତେ ଖଣ୍ଡ ଗୀତାଭିନୟ ଲେଖିଥିଲେ ସେଥିମଧ୍ୟରୁ ୪ ବା ୫ ଖଣ୍ଡ ଅଭିନୀତ ମଧ୍ୟ ହୋଇଅଛି ମାତ୍ର ସେମାନ ମୁଦ୍ରିତ ହୋଇ ନାହିଁ (ସନ୍ଦର୍ଭ ଲେଖକ—ଶ୍ରୀ ଜଗବନ୍ଧୁ ସିଂହ]

୨. ଏକ ସ୍ଥାନରେ ବହୁଲୋକଙ୍କ ସମାଗମ; ଲୋକଗହଳି; ମେଳା —୨. A fair; gathering of a crowd of people at a place.