ରୀତି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପଦ୍ଧତି; ପ୍ରଣାଳୀ; ଢଙ୍ଗ
  • ବିଧି; ଧାରା; ନିୟମ
  • ପ୍ରଥା
  • କ୍ରମ
  • ଚାଲିଚଳଣ; ଆଚରଣ
  • ଆଚାର ବ୍ୟବହାର
  • ସ୍ଵଭାବ; ପ୍ରକୃତି; ପ୍ରବୃତ୍ତି
  • ଗୁଣ; ଧର୍ମ
  • ଗମନ; ଗତି
  • ତାମ୍ର ଓ ଦସ୍ତାମିଶ୍ରିତ ଧାତୁ; ପିତ୍ତଳ
  • ଧାତୁଦ୍ରବ୍ୟ ଉପରେ ପଡିବା କଳଙ୍କି; ମରିଚା; ଧାତୁମଳ
  • କାବ୍ୟର ପଦ ସଂଘଟନ ପ୍ରଣାଳୀ; ସାହିତ୍ୟରେ କୌଣସି ବିଷୟର ବର୍ଣ୍ଣନ କରିବା ଉଦ୍ଦେଶ୍ୟରେ ବର୍ଣ୍ଣମାନଙ୍କର ଯେଉଁ ଯୋଜନାରୁ ଓଜଃ, ପ୍ରସାଦ ବା ମାଧୁର୍ଯ୍ୟ ଗୁଣ ଉତ୍ପନ୍ନ ହୁଏ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କୌଣସି କଥିତ ଭାଷାରେ ବ୍ୟବହୃତ ବାକ୍ୟାଦିର ବିଶେଷତ୍ଵ; ପ୍ରାକୃତି ରୀତି
  • ଭାଷାରେ ବ୍ୟବହୃତ ବିଶିଷ୍ଟ ବାକ୍ୟ, ଯାହା ସେହି ଭାଷାର ବିଶେଷତ୍ଵ ଅଟେ; ମହାବିରାରୀତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୀ ଧାତୁ+ଭାବ. ତି)[ସମ୍ପାଦନା]

୧. ପଦ୍ଧତି; ପ୍ରଣାଳୀ; ଢ଼ଙ୍ଗ —୧. Mode; manner.
୨. ବିଧି; ଧାରା; ନିୟମ —୨. Rule; regulation.
୩. ପ୍ରଥା — ୩. Custom; usage.
୪. କ୍ରମ —୪. Method.
୫. ଚାଳିଚଳଣ; ଆଚରଣ —୫. Conduct; behaviour; deportment.
୬. ଆଚାର ବ୍ୟବହାର — -୬. Customary usage; local custom.
୭. ସ୍ୱଭାବ; ପ୍ରକୃତି; ପ୍ରବୃତ୍ତି — ୭. Nature natural propensity; natural disposition; inclination.
୮. ଗୁଣ; ଧର୍ମ —୮. Quality; attribute.
୯. ଗମନ; ଗତି —୮. Motion, movement.
୧. ତାମ୍ର ଓ ହସ୍ତାମିଶ୍ରିତ ଧାତୁ; ପିତ୍ତଳ —୧୦. Brass (zine and copper).

[ଉ— ଘେନ ତ କ୍ଷତିରେ କେ ରସେ ରୀତିରେ, ସୁନ୍ଦର କୁନ୍ଦନ ବିନା କବିସୂର୍ଯ୍ୟ. ସଙ୍ଗୀତ]

୧୧. ଧାତୁ — ଦ୍ରବ୍ୟ ଉପରେ ପଡ଼ିବା କଳଙ୍କି; ମରିଚା; ଧାତୁମୂଳ —୧୧. Oxide formed on metals; rust.
୧୨. (ଅଳଙ୍କାର ଶାସ୍ତ୍ର) କାବ୍ୟର ପଦ୍ ସଂଘଟନ ପ୍ରଣାଳୀ; କାବ୍ୟାଦିର ରଚନା ପ୍ରଣାଳୀ; ସାହିତ୍ୟରେ କୌଣସି ବିଷୟର ବର୍ଣ୍ଣନ କରିବା ଉଦ୍ଦେଶ୍ୟରେ ବର୍ଣ୍ଣମାନଙ୍କର ଯେଉଁ ଯୋଜନାରୁ ଓଜଃ. ପ୍ରସାଦ ବା ମାଧୁର୍ଯ୍ୟ ଗୁଣ ଉତ୍ପନ୍ନ ହୁଏ —୧୨. The mode or peculiarity of construction of a literary work; style of composition.

[ଦ୍ରଷ୍ଟବ୍ୟ — ସାହିତ୍ୟ ଦର୍ପଣରେ ରୀତିକୁ ୪ ପ୍ରକାରରେ ବିଭକ୍ତ କରାଯାଇ ଅଛି, ଯଥା— ବୈଦର୍ଭୀ , ଗୌଡ଼ୀ, ପଞ୍ଚାଳୀ , ଲାଟିକା ମାଧୁର୍ଯ୍ୟ ବ୍ୟଞ୍ଜକ ବର୍ଣ୍ଣ ବିନ୍ୟାସଯୁକ୍ତ ରଚନା ବୈଦଭୀ, ଓଜଃପ୍ରକାଶକ ବର୍ଣ୍ଣ ଆଡ଼ମ୍ୱରଯୁକ୍ତ ଓ ସମାସବହୁଳ ରଚନା ଗୌଡ଼ୀ, ବୈଦଭୀ, ଓ ଗୌଡ଼ୀ ବ୍ୟଞ୍ଜନ୍ୟ ବର୍ଣ୍ଣ ବ୍ୟତିରିକ୍ତ ବର୍ଣ୍ଣ ଯୁକ୍ତ ରଚନା ପାଞ୍ଜଳୀ, ବୈଦଭୀ, ମିଶ୍ରିତ ପାଞ୍ଚାଳୀ ଲାଟୀ ଅଟେ ଓଡ଼ିଆ ଭାଷାରେ ପ୍ରଚଳିତ ରୀତିକୁ ସାଧାରକଣତଃ ତିନିଭାଗରେ ବିଭକ୍ତ କରାଯାଇ ପାରେ ଯଥା— ସୁଖବୋଧ ରୀତି, ସାଡ଼ମ୍ୱର ରୀତି ଓ ସାଳଙ୍କାର ରୀତି ଗଦ୍ୟ ପଦ୍ୟାଦି ସର୍ବବିଧ ରଚନାରେ ଏହା ପରିଦୃଷ୍ଟ ହୁଏ ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି କଥିତ ଭାଷାରେ ବ୍ୟବହୃତ ବାକ୍ୟାଦିର ବିଶେଷତ୍ୱ; ପ୍ରାକୃତୀ ରୀତି —୧. Peculiarity of expression in any language.
୨. ଭାଷାରେ ବ୍ୟବହୃତ ବିଶିଷ୍ଟ ବାକ୍ୟ, ଯାହା ,ସେହି ଭାଷାରେ ବିଶେଷତ୍ୱ ଅଟେ; ମହାବିରା —୨. Idioms; idiomatic expressions peculiar to a language

[ଦ୍ରଷ୍ଟବ୍ୟ — ଇଂରାଜୀଭାଷାରେ ବ୍ୟବହୃତ Idiom (ଇଡ଼ିଅମ୍) ଶବ୍ଦର ଅନ୍ୟ ପ୍ରତିଦିନ ନ ଥିବାରୁ ତହିଁପାଇଁ ମହାବିରା ଶବ୍ଦର ବ୍ୟବହାର କରାଯାଇ ଅଛି ହିନ୍ଦୀରେ ଏହାକୁ ମହାବା (ବି)ରା କହନ୍ତି]

[ଦ୍ରଷ୍ଟବ୍ୟ — ପ୍ରତ୍ୟେକ ଭାଷାରେ କେତେଗୁଡ଼ିଏ 'ରୀତିଗତ' ବାକ୍ୟଅଛି ଉକ୍ତ ବାକ୍ୟମାନ ପ୍ରତ୍ୟେକ ଭାଷାରେ ବିଶେଷତ୍ୱ ସେହି ବାକ୍ୟର ଅନ୍ୟ ଭାଷାରେ ଆକ୍ଷରିକ ବା ଶାଦ୍ଦିକ ଅନୁବାଦ କଲେ ଅନୁବାଦରେ ମୁଳ ଅର୍ଥ ରହେ ନାହିଁ ଯଥା—'ଜରକରିବା' ଗୋଟାଏ କାମ 'କରି ବସିବା', 'ଦୋଷ ଧରିବା', 'ଘର କଥା ନେଇ ଦାଣ୍ଡରେ ବାଢ଼ିବା', ' ଭୋଜନ ମାରିବା' ଇତ୍ୟାଦିକୁ ଇଂରେଜୀରେ ଶାଦ୍ଦିକ ଅନୁବାଦ କଲେ ତାହା ଇଂରେଜୀ ଭାଷାରେ ରୀତିସମ୍ମତି ହେବା ନାହିଁ


ଅଳଂକାରଶାସ୍ତ୍ରରେ ରୀତିର ଅର୍ଥ ରଚନାପ୍ରଣାଳୀ (Style in composition) ବା ପଦଗୁମ୍ପାନ ପ୍ରଣାଳୀ ରଚକବିଶେଷଙ୍କର ଓ ରଚନାବିଶେଷର 'ରୀତି' ଭିନ୍ନ ଭିନ୍ନ ଅଟେ କଥିତ ଭାଷାମାନଙ୍କରେ ପ୍ରତ୍ୟେକ ଭାଷାର କେତେଗୁଡ଼ିଏ ରୀତି ଅଛି; ଏହା କଥୋପକଥନର ଭାଷାରେ ବ୍ୟବହୃତ ହୁଏ ଏହାକୁ ପ୍ରାକୃତୀରୀତି ବୋଲାଯାଏ ସେହି ରୀତୀର ବିରୁଦ୍ଧ ଭାଷା କର୍କଶ ଲାଗେ ବହୁକାଳରୁ ଭାଷା ସେହି ରୀତିରେ ବ୍ୟବହୃତ ହୋଇ ଆସୁଅଛି କୌଣସି ଭାଷାର 'ରୀତି' ନ ଜାଣି ସେହି ଭାଷାରେ କଥା କହିବା ବା ଲେଖିବା ବ୍ୟକ୍ତି ଗୁଡ଼ିଏ 'ରୀତିବିରୁଦ୍ଧ' ବ୍ୟବହାର ଓ ପ୍ରୟୋଗଦ୍ୱାରା ହାସ୍ୟାସ୍ପଦ ହୁଅନ୍ତି 'ରୀତିଗତ ଭାଷା' ବ୍ୟବାହାର କରି ରଚନା କରିବା ଅୟାସସାଧ୍ୟ ଆଧୁନିକ ସଭ୍ୟଯୁଗରେ ଆମ୍ଭେମାନେ ଅନ୍ୟାନ୍ୟ ଭାଷାର ସଂଶ୍ରବରେ ଆସି ଆମ ଭାଷାର 'ରୀତି' ମାନ ଭୁଲିଯାଇ ଅନ୍ୟ ଭାଷାର 'ରୀତି'ରେ କଥାବାର୍ତ୍ତା କରିବା ଓ ଲେଖାଲେଖି କରିବାଦ୍ୱାରା ଆମ ଭାଷାର ରୀତିଗୁଡ଼ିକ କ୍ରମଶଃ ଲୁପ୍ତ ହେବା ଆରମ୍ଭ ହେଲାଣି

କଥିତ ଭାଷାରେ 'ପ୍ରାକୃତୀରୀତି' ଛଡ଼ା ସଂସ୍କୃତିରେ ସାହୀତ୍ୟଗତ ବା ଲିଖିତ ଭାଷାର 'ରୀତି'କୁ 'ସ୍ୱାଧୀନତି' ବୋଲାଯାଏ ଏହି 'ସ୍ୱାଧୀରୀତି' ବା ସାଧୁଭାଷାରେ ରୀତି ଚାରିପ୍ରକାର ଯଥା ===

୧. ଦମ୍ଭୋଳୀ (ସଂସ୍କୃତ - ଗୌଡ଼ୀ)—ଆଡ଼ମ୍ୱରବଦ୍ଧ ଓଜୋବ୍ୟଞ୍ଜକ ରଚନା
୨. ହୈମୀ (ସଂସ୍କୃତ - ବୈଦର୍ଭୀ)—ସମାସହୀନ ବା ଅଳ୍ପ ସମାସଯୁକ୍ତ ଲଳିତ ରଚନାପଦ୍ଧତି
୩. ଦ୍ୱୈମାତୁରୀ (ସଂସ୍କୃତ - ପାଞ୍ଚାଳୀ)—୧ମ ଓ ୧ୟ ରୀତି ମିଶ୍ରଣଜାତ ପଦ୍ଧତି
୪. ମାଦନୀ (ସଂସ୍କୃତ - ଲାଟୀ) —ଶ୍ରୁତିମାତ୍ର ଅର୍ଥବୋଧକ, ସମାସହୀନ , ମୃଦୁ ଓ ସୁଲଳିତ ଚରନାପଦ୍ଧତି