ଶଙ୍ଖ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଗେଣ୍ତାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ
  • ଲଲାଟାସ୍ଥି; ମୁଣ୍ତର ଖପୁରିର ସମ୍ମୁଖାଂସ
  • ସ୍ତ୍ରୀମାନଙ୍କର ଶଙ୍ଖନିର୍ମିତ କରବଳୟ; ଶଙ୍ଖା
  • ଗଳଦେଶ; ବେକର ସମ୍ମୁଖଦିଗର ନଳି; ଶଙ୍ଖି
  • କୁବେରଙ୍କର ନିଧିବିଶେଷ
  • ଲକ୍ଷ କୋଟି ସଂଖ୍ୟା
  • ସର୍ପବିଶେଷ; ଶଙ୍ଖଚୂଡ଼
  • ଶଙ୍ଖାସୁର
  • ଧର୍ମଶାସ୍ତ୍ରପ୍ରଣେତା ଋଷିବିଶେଷ
  • ହସ୍ତିଦନ୍ତଦ୍ଵୟର ମଧ୍ୟଭାଗ ଅଂଶ
  • ଗନ୍ଧଦ୍ରବ୍ୟ ବିଶେଷ
  • ନଖୀନାମକ ଔଷଧି
  • ରଣବାଦ୍ୟବିଶେଷ
  • ଶଙ୍ଖ ବିଷ; ଶଙ୍ଖୁଆ
  • କାନମୁଣ୍ତା
  • ଚରଣ ଚିହ୍ନ
  • ରାଜା ବିରାଟଙ୍କ ପୁତ୍ର
  • ଚମ୍ପକପୁରୀର ରାଜା ହଂସଧ୍ଵଜଙ୍କ ପୁରୋହିତ ଓ ଲିଖିତଙ୍କ ଭାଇ
  • ରାଜା ବିକ୍ରମାଦିତ୍ୟଙ୍କ ବଡ଼ଭାଇ
  • ବର୍ଣ୍ଣବୃତ୍ତ ବିଶେଷ
  • ବାୟୁ ଚଳିବା

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ସଙ୍ଖ; ଛୋଟ ପୋଲଶଙ୍ଖ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶମ୍ ଧାତୁ=ଶାନ୍ତ କରିବା+କର୍ତ୍ତୃ. ଖ; ଯେ ଆପଣାର ମଧୁର ଶବ୍ଦଦ୍ୱାରା ଜଗତକୁ ଶାନ୍ତ କରେ)[ସମ୍ପାଦନା]

୧. ଗେଣ୍ଡାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ —୧. A marine conch shell; Turbinella Rapa.

[ଦ୍ରଷ୍ଟବ୍ୟ —ଏହା ମଧ୍ୟରୁ ମାଂସ— ଗୁଡ଼ିକ ସଢ଼ିଗଲେ ଏହା ଜଳପାତ୍ରରୂପେ ବ୍ୟବହୃତ ହୁଏ ଏବଂ ହିନ୍ଦୁମାନେ ଦେବାରାଧନାଦିରେ ବ୍ୟବହୃତ ଜଳ ଏଥିରେ ରଖନ୍ତି ଏହାର ପୃଷ୍ଠଭାଗରେ ଏକମୁଣ୍ଡରେ ଆବର୍ତ୍ତ ବା ଭଉଁରୀ ଥାଏ ସେହି ଭଉଁରୀର ମୁଣ୍ଡକୁ ଛିଦ୍ର କରି ସେହି ବାଟେ ଫୁଙ୍କିଲେ ଉଚ୍ଚ ଓ ଗମ୍ଭୀର ସ୍ୱର ହୁଏ ହିନ୍ଦୁମାନଙ୍କ ବିବାହାଦି ମଙ୍ଗଳ କାର୍ଯ୍ୟରେ ଓ ଦେବାଳୟରେ ଏହା ବଜାଯାଏ ଏହା ପୂର୍ବେ ଯୁଦ୍ଧରେ ତୁରୀରୂପେ ବ୍ୟବହୃତ ହେଉଥିଲା ଭିନ୍ନ ଭିନ୍ନ ଯୋଦ୍ଧାଙ୍କର ଶଙ୍ଖର ଭିନ୍ନ ଭିନ୍ନ ନାମ ଥିଲା—ଯଥା—ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ ପାଞ୍ଚଜନ୍ୟ, ଅର୍ଜ୍ଜୁନଙ୍କର ଦେବଦତ୍ତ, ଭୀମଙ୍କର ପୌଣ୍ଡ, ଯୁଧିଷ୍ଠିରଙ୍କର ଅନନ୍ତବିଜୟ, ନକୁଳଙ୍କର ସୁଘୋଷ ଓ ସହଦେବଙ୍କର ମଣିପୁଷ୍ପକ ସିଂହଳ ଓ ତନ୍ନିକଟବର୍ତ୍ତୀ ସମୁଦ୍ରରୁ ସାଧାରଣତଃ ଶଙ୍ଖ ମିଳେ ପୁରୀର ଉପକୁଳ ସମୁଦ୍ରରେ କ୍ଷୁଦ୍ର କ୍ଷୁଦ୍ର ଶଙ୍ଖ ମିଳେ ଶଙ୍ଖକୁ କାଟି ବାହୁ ବଳୟ (ଶଙ୍ଖା) ତିଆରି କରନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଏହା ଉପରସ ମଧ୍ୟରେ ଗଣ୍ୟ ଶଙ୍ଖର ଭସ୍ମ ଔଷଧରେ ଲାଗେ ଶଙ୍ଖ ପୋଡ଼ିଲେ ଚୁନ ହୁଏ ଶଙ୍ଖର ବର୍ଣ୍ଣ ଧଳା କେତେକ ଶଙ୍କର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ ସେହିପରି କେତେକ ଶଙ୍ଖ ବାମାବର୍ତ୍ତକ ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ ଓ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ ବୈଦ୍ୟକ—

ମତରେ ଶଙ୍ଖ ନେତ୍ରହିତକର, ପିତ୍ତ, କଫ, ରୁଧିରବିକାର, ବିଷଦୋଷ, ବାୟୁ, ଶୂଳ, ଶ୍ୱାସ, ଅଜୀର୍ଣ୍ଣ, ସଂଗ୍ରହଣୀ ରୋଗର ଉପକାରକ ଦକ୍ଷିଣାବର୍ତ୍ତ ଶଙ୍ଖର ଗୁଣ ବାମାବର୍ତ୍ତ ଶଙ୍ଖ ଅପେକ୍ଷା ବେଶି 

ଶଙ୍ଖ ଭସ୍ମ ଜ୍ୱର, କାଶ, ଶ୍ୱାସ, ଅତିସାର ଆଦି ରୋଗରେ ଉପକାରୀ ଏହା ସ୍ତମ୍ଭକ ଓ ବାଜୀକରଣରୂପେ ଗଣ୍ୟ ବିଲ, ପୋଖରୀ, ନଈରେ ଯେଉଁ ଗେଣ୍ଡା (Snail) ଦେଖା ଯାଆନ୍ତି ଓ ଯେଉଁ କଉଡ଼ି ଆମ୍ଭେମାନେ ବ୍ୟବହାର କରୁଁ, ଶଙ୍ଖମାନେ ସେହି ଶ୍ରେଣୀର ସାମୁଦ୍ରିକ ଜୀବ; କିନ୍ତୁ ଏମାନଙ୍କ ଅସ୍ଥି ମୋଟା ଇଂରାଜୀଭାଷାରେ ଓ ନାନାଜାତୀୟ ନାନା— ବର୍ଣ୍ଣର ଶଙ୍ଖ ନାମ ଅଛି ଯଥା ===

Queen counch—ଗୋମୁଖୀ ଶଙ୍ଖ , Pujrula- ଏକପ୍ରକାର ଶଙ୍ଖ Music shell—ଯେଉଁ ଶଙ୍ଖର ମୁଣ୍ଡିରେ ଛିଦ୍ର କରି ଲୋକକ ବଜାନ୍ତି Harp shell— ପିଠିରେ ଲମ୍ୱ ଲମ୍ୱ ଡେରା ଥିବା ଚିତ୍ରିତ ଶଙ୍ଖ Drill shell—ଫୋଡ଼ ଥିବା ଶଙ୍ଖ Salaria—କାତିବିଶିଷ୍ଟ ଶଙ୍ଖ Earsnail—ଛୋଟ ଓ ଚିତ୍ରିତ ଶଙ୍ଖ Nassa— ଛୋଟ ଓ ରେଖାଙ୍କିତ ଶଙ୍ଖ Margimellia—ଛୋଟ, ମସୃଣ ଓ ନାଲିଡୋରିଯୁକ୍ତ ଶଙ୍କ Cone—ବଡ଼ ଓ ଛିଟପକା ଶଙ୍ଖ Mitershell—ଖୁବ୍ ଲମ୍ୱ ଗୋଜିଆ ଓ ଛିଟପକା ଶଙ୍ଖ Oliva—ମାଟିଆ ହଳଦିଆ ଓ ଅତି ସୁନ୍ଦରରୂପ ଚିତ୍ର ବିଚିତ୍ରି ଶଙ୍ଖ Nautilus—ଗୋଲ କଟକା ଓ ଆବର୍ତ୍ତମୟ ଶଙ୍ଖ Unicorn shell— ଏକଶିଙ୍ଗା ଶଙ୍ଖ Univalve shell—ଏକପାଖୁଡ଼ିଆ ଶଙ୍ଖ Tulip shell—ବହୁପାଖୁଡ଼ାବିଶିଷ୍ଟ ଶଙ୍ଖା Trition shell—ବଡ଼ ଶଙ୍ଖ Turritella—ଲମ୍ୱ ଗୋଜିଆ ଶଙ୍ଖ Turbenella—ଯେଉଁ ଶଙ୍ଖର ମୁହଁ ଗୋଜିଆ]

୨. ଲଲଟାସ୍ଥି; ମୁଣ୍ଡର ଖପୁରିର ସମ୍ମ୍ରଖାଂଶ ୨. The bone of the forehead; the temporal or frontal bone.

(ଉ—ଶଙ୍ଖ ଶୋଣିତେ ତର୍ପଣ କଲପିତେ—ପ୍ରାଚୀ. ରସବାରିଧି)

୩. ସ୍ତ୍ରୀମାନଙ୍କର ଶଙ୍ଖନିର୍ମିତ କରବଳୟ; ଶଙ୍ଖା —୩. Conch shell bracelets.
୪. ଗଳଦେଶ; ବେକର ସମ୍ମୁଖଦିଗର ନଈ; ଶଙ୍ଖି —୪. The gullet; throat.
୫. କୁବେରଙ୍କର ନିଧିବିଶେଷ —୫. Name of one of the gems of Kubera.
୬. ଲକ୍ଷ କୋଟି ସଂଖ୍ୟା ହୁଏ) ୬. Ten thousand millions; a billion.

(ଉ—ବଳ କେତେ ବୋଲ ଯେତେ ସଙ୍ଖ ସେହି, ବାରିରାଶିରେ ଜନିତ ତେତେ ଶଙ୍ଖ ନାହିଁ— ଭଞ୍ଜ. ବୈଦେହୀଶବିଳାସ)

[ଦ୍ରଷ୍ଟବ୍ୟ —ସଂଖ୍ୟା ଗଣନ ସମ୍ୱନ୍ଧରେ ବ୍ରହ୍ମାଣ୍ଡପୁରାଣଶୋକ୍ତ ନିମ୍ନଲିଖିତ ଶ୍ଳୋକଟି ସହାୟକ— ଏକଂଦଶଂ ଶତଞ୍ଚୈବ ସହସ୍ରମୟୁତଂ ତଥା ଲକ୍ଷଂ ଚ ନିୟୁତଞ୍ଚୈବ କୋଟିରର୍ବୁଦମେବ ଚ ବୃନ୍ଦଃଖର୍ବୋନିଖର୍ବଶ୍ଚ ଶଙ୍ଖପଦ୍ନୌର ସାଗରଃ ଅନ୍ୱ୍ୟଂମଧ୍ୟ ପରାର୍ଦ୍ଧଂଚ ଦଶବୃଦ୍ଧ୍ୟାଯଥାକ୍ରମଂ—ବିଶ୍ୱକୋଷ]

୭. ସର୍ପବିଶେଷ; ଶଙ୍ଖଚୂଡ —୭. Name of a species of serpents.

[ଦ୍ରଷ୍ଟବ୍ୟ —ଏହା ଅଷ୍ଟ ନାଗ ମଧ୍ୟରୁ ଏକ ଅଷ୍ଟ ନାଗଙ୍କ ନାମ—ଅନନ୍ତ, ବାସୁକି, ପଦ୍ମ, ମହାପଦ୍ମ, ତକ୍ଷକ; କୁଳୀର, କର୍କଟ, ଶଙ୍ଖ—ବିଶ୍ୱକୋଷ]

୮. ଶଙ୍ଖାସୁର (ଦେଖ) - —୮. Name of a demon Ṡaṅkhāsura (See)
୯. ଧର୍ମଶାସ୍ତ୍ରପ୍ରଣେତା ଋଷି— ବିଶେଷ —୯. Name of a Hindu lawgiver.
୧. ହସ୍ତିଦନ୍ତଦ୍ୱୟର ମଧ୍ୟଭାଗ ଅଂଶ —୧୦. The part of the elephant's head between the two tunks.
୧୧. ଗନ୍ଧଦ୍ରବ୍ୟ ବିଶେଷ — ୧୧. A fragrant substance.
୧୨. ନଖୀନାମକ ଔଷଧି —୧୨. Fasciolaria; Onyx Unguis; Odoratus; shell.

[ଦ୍ରଷ୍ଟବ୍ୟ —ଏହା ସମୁଦଜାତ ଶମ୍ୱୁକବିଶେଷର ମୁଖର ଖୋଳ ଏହାକୁ ଉତ୍ତପ୍ତ କଲେ ଏଥିରୁ ସୁବାସ ବାହାରେ ଏବଂ ଏହାକୁ ତୈଳରେ ଭାଜିଲେ ତୈଳ ସୁଗନ୍ଧ ହୁଏ]

୧୩. ରଣବାଦ୍ୟବିଶେଷ — ୧୩. Name of a martail musical instrument.
୧୪. ଶଙ୍ଖ ବିଷ; ଶଙ୍ଖୁଆ — ୧୪. White arsenic.
୧୫. କାନମୁଣ୍ଡା (ହିନ୍ଦୀ - ଶ.) —୧୫. The part of the face near the ears.
୧୬. ଚରଣ ଚିହ୍ନ (ହିନ୍ଦୀ - ଶ) —୧୬. Footmarks.
୧୭. ରାଜା ବିରାଟଙ୍କ ପୁତ୍ର (ହିନ୍ଦୀ - ଶ.) —୧୭. A son of king Birāṭa.

[ଦ୍ରଷ୍ଟବ୍ୟ —ବିରାଟଙ୍କ ଅନ୍ୟ ପୁତ୍ରର ନାମ ଉତ୍ତର]

୧୮. ଚମ୍ପକପୁରୀର ରାଜା ହଂସଧ୍ୱଜଙ୍କ ପୁରୋହିତ ଓ ଲିଖିତଙ୍କ ଭାଇ (ହିନ୍ଦୀ - ଶବ୍ଦସାଗର) —୧୩. Name of a priest of king Haṁsadhwaja.
୧୯. ରାଜା ବିକ୍ରମାଦିତ୍ୟଙ୍କ ବଡ଼ଭାଇ (ଧାରାନଗର ରାଜା ଗନ୍ଧର୍ବସେନଙ୍କ ବଡ଼ପୁଅ; ଯାହାଙ୍କୁ ମାରି ପକାଇ ବିକ୍ରମାଦିତ୍ୟ ରାଜା ହୋଇଥିଲେ) (ହିନ୍ଦୀ - ଶ.) —୧୯. Name of the elder brother of Bikramāditya.
୨. ବର୍ଣ୍ଣବୃତ୍ତ ବିଶେଷ —୨୦. Name of a metre.

[ଦ୍ରଷ୍ଟବ୍ୟ — ଏଥିରେ ୨ ତଗଣ ଓ ୧୪: ରଗଣ ଥାଏ ଏହା ଦଣ୍ଡକ ବୃତ୍ତର ଅନ୍ତର୍ଗତ—ହିନ୍ଦୀ - ଶ.)]

୨୧. ବାୟୁ ଚଳିବା ଶବ୍ଦ (ହିନ୍ଦୀ - ଶ.) —୨୧. The sound of blowing of wind.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶଙ୍ଖ; ଛୋଟ ପୋଲ —Culvert.