ଶେଣା

ଉଇକିଅଭିଧାନ‌ରୁ

ଶେଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଶ୍ରେଣୀ ବା ସେଚନୀ)—ଖାଲରୁ ଓ ପୋଖରୀ ପାଣି ବୋହିବା ପାଇଁ ବ୍ୟବହୃତ ବାଉଁଶ ପାତିଆରେ ବୁଣା ଲମ୍ୱା କୁଲା ପରି ପାଖେ ମୁକୁଳା ଥିବା ଜଳ ସେଚନାର୍ଥ ବ୍ୟବହୃତ ଟୋକେଇ; ଜଳ-ସେଚନାର୍ଥ ବ୍ୟବହୃତ ବାଉଁଶର ବଡ଼ ପାତ୍ର ବିଶେଷ — ୧. A bamboo basket shaped like a ladle & used for baling out water from tanks; baling basket.

[ଦ୍ରଷ୍ଟବ୍ୟ: ଏହା କୁଲାଠାରୁ ବେଶି ଗଭୀର ଓ ଲମ୍ୱା ଓ ଏହାର ୩ ପାଖରେ ବାଡ଼ ଥାଏ; ସାମନା ପାଖଟି ଖୋଲା ଥାଏ ଏହାର ଦୁଇ କଡ଼ର ଦୁଇ ମୁଣ୍ଡରେ ଦଉଡ଼ି ଲାଗିଥାଏ ଓ ଉକ୍ତ ଦୁଇ ଯୋଡ଼ା ଦଉଡ଼ିକୁ ଦୁଇ ଜଣ ମନୁଷ୍ୟ ଧରି ଶେଣାକୁ ପାଣିରେ ବୁଡ଼ାଇ ତହିଁରେ ପାଣି ପୂରି ଗଲେ ଉପରକୁ ଟେକି ଆଣି ଉଚ୍ଚତର ନାଳର ମୁଁହରେ ଆଣେଇ ଦେଲେ ତହିଁରେ ଥିବା ପାଣିଯାକ ନାଳିରେ ପଡ଼ି ବୋହିଯାଏ ।

ଶେଣା ବୋହିବା ପାଇଁ ଦୁଇ ଜଣ ମନୁଷ୍ୟ ଦରକାର ଜଳାଶୟର କୂଳରେ ଖୋଳା ହୋଇଥିବା ଶେଣା—ପହଣୀର ବିପରୀତ ପାଖରେ ଶେଣାବୁହାଳି ଦୁହେଁ ଠିଆ ହୋଇ ପାଣି ବୁହାନ୍ତି ଏ ପହଣୀକୁ "ଶାଳ ହପଣି" ବୋଲାଯାଏ ଓ ଜଳାଶୟରୁ ଜଳ ଆସି ସେ ପହଣିରେ ପଶୁଥାଏ ଓ ଶେଣାଦ୍ୱାରା ସେହି ପହଣିରୁ ପାଣି ବୁହା ହୋଇ ଗଲେ ଜଳାଶୟରୁ ଜଳ ବୋହି ଆସି ପୁଣି ସେହି ପହଣିରେ ଭର୍ତ୍ତି ହେଉଥାଏ ଶେଣାବୁହା ଖୁବ୍ ପରିଶ୍ରମସାଧ୍ୟ କର୍ମ ।

ଶାଳ ପହଣିରୁ ଶେଣାଦ୍ୱାରା ପାଣି ଉଠାଇ ଆଣି ଉଚ୍ଚତର ନାଳିରେ ବଦ୍ଧ ମୁଖ ଅଂଶରେ ଅଜାଡ଼ି ଦେବାକୁ ହୁଏ ନାଳିର ବନ୍ଧଦିଆ ମୁଖକୁଲ "ଶେଣା ମୁହଁ" ବୋଲାଯାଏ ଓ ଶେଣାମୁହଁରେ ଅଜଡ଼ା ଯିବା ପାଣି ଉକ୍ତ ମୁହଁପାଖୁ ଖୋଳା ହୋଇ ଥିବା ନାଳି ବାଟେ କ୍ଷେତ୍ରାଦିକୁ ବୋହି ଯାଏ ।

ଶେଣାଦ୍ୱାରା ପାଣି ବୁହା ଗଲେ ଜଳଶୟର ଜଳର ଉଚ୍ଚତା କ୍ରମଶଃ କମିଯାଏ ଓ ଶଷକୁ ଜଳାଶୟରୁ ଜଳ ଶାଳପହଣିକୁ ଆସି ପାରେ ନାହିଁ ଏଥିପାଇଁ ଜଳର ଉଚ୍ଚତାକୁ ଦେଖି ପୂର୍ବ ପହଣୀ ଅପେକ୍ଷା ନିମ୍ନରେ ଆଉ ଗୋଟିଏ ଶାଳପହଣି ଖୋଳା ଯାଏ ସେ ଶାଳପହଣି ଶୁଖି ଗଲେ ଆଉ ଗୋଟିଏ ନିମ୍ନତର ଦେଶରେ ଶାଳପହଣି ଖୋଳିବାକୁ ହୁଏ ଏହିପରି ଜଳାଶୟଟି ନିଃଶେଷ ହେବା ଯାଏ ଏକାଧିକ ସଂଖ୍ୟକ ଶେଣାଦ୍ୱାରା ପାଣି ବୁହାଯାଏ ।

ଶେଣାଦ୍ୱାରା ୫ ଫୁଟ ନିମ୍ନରୁ ପାଣି ଉପରକୁ ବୁହାଯାଏ ପାରେ । ଜଳାଶୟର ନିମ୍ନତା ଭୂମି ଅପେକ୍ଷା ୫ ଫୁଟରୁ ଅଧିକ ହେଲେ ଏକାଧିକ ଶେଣାର ପ୍ରୟୋଜନ ହୁଏ । ଏଥିପାଇଁ ଏକ ଯଡ଼ାରୁ ବେଶି ଲୋକ, ବେଶି ପରିଶ୍ରମ ଓ ବେଶି ସମୟ ଲାଗେ । ଏହି ହେତୁ 'ବହୁ ଲୋକସାଧ୍ୟ ଓ ବହୁ ପରିଶ୍ରମସାଧ୍ୟ ଓ ବହୁ ସମୟସାଧ୍ୟ କାର୍ଯ୍ୟସମ୍ପର୍କରେ ଲୋକେ ଲକ୍ଷଣଆଦ୍ୱାରା ତିନି ଶେଣାରେ ପାଣି ଉଠିବା' ନ୍ୟାୟ ପ୍ରୟୋଗ କରନ୍ତି । ଖୁବ୍ ଗଭୀର ସ୍ଥାନରୁ ଜଳ ଉଠାଇବା ପାଇଁ ଦରକାର ହେଲେ, ଶେଣା ନ ଲଗାଯାଇ 'ତେଣ୍ଡା' ବ୍ୟବହାର କରାଯାଏ । ସମୋଚ୍ଚ ସ୍ଥାନରୁ ପାଣି ବୁହାଇବା ପାଇଁ ଶେଣାଠାରୁ ଛୋଟ ଏବଂ ଜଣେ ବ୍ୟକ୍ତିର ହାତଦ୍ୱାରା ଚାଳିତ କାଠର ଶେଢୁଆ ବ୍ୟବହାର କରାଯାଏ । ]

୨. (ସଂସ୍କୃତ - ଶ୍ୟେକ)—ସଞ୍ଚାଣପକ୍ଷୀ, ବାକ —୨. Hawk.

[ଦ୍ରଷ୍ଟବ୍ୟ: ଶେଣା ପକ୍ଷୀ ପ୍ରାୟେ ଖେପନ୍ତି ଗଗନ ଅତି —ସାରଳା ମହାଭାରତ]