ଷଡୂଷଣ

ଉଇକିଅଭିଧାନ‌ରୁ

ଷଡୂଷଣ

ଓଡ଼ିଆ[ସମ୍ପାଦନା]

ଷଡ଼ଷଣ ଶୁଣ୍ଠୀ, ପିପ୍ପଳୀ, ମରିଚ, ପିପ୍ପଳାମୂଳ, ଚିତାମୂଳଚାଇଁକାଠ ଆଦି ଛ ଗୋଟି ଉଦ୍ଭିଦଜାତ ପଦାର୍ଥକୁ କୁହାଯାଇଥାଏ । ଆୟୁର୍ବେଦ ମତରେ ଏହା ଅଜୀର୍ଣ୍ଣ, ବାୟୁ, ଶୂଳ, ଗୁଳ୍ମ, ଉଦରୀ, ଅର୍ଶ, ଅଗ୍ନିମାନ୍ଦ୍ୟ ଓ ଆଳସ୍ୟ ନିବାରକ ।

ଉଚ୍ଚାରଣ[ସମ୍ପାଦନା]

  • (file)

ସଂ, ବି(ବୈଦ୍ୟକ) (ଷଟ୍=ଛଅ+ଊଷଣ=କଟୁଦ୍ରବ୍ୟ)[ସମ୍ପାଦନା]

ଏକତ୍ର ମିଶ୍ରିତ ଛଅଟି କଟୁଦ୍ରବ୍ୟ; ପିପ୍ପଳୀ, ପିପ୍ପଳୀ ମୂଳ, ଚାରକାଠ, ଶୁଣ୍ଠି, ଚିତାମାଳ ଓ ମରିଚମିଶ୍ରିତ ଔଷଧ —An aggregate for concoction of six bitter articles (viz long pepper pepper root; piper chaba; dried ginger; plumbago root and black pepper) used as medicine.

[ଦ୍ରଷ୍ଟବ୍ୟ —ଏହା ପୀହା, ଗୁଳ୍ମ, ଉଦରାବାଦ ଓ ଶୂଳପ୍ରଶମକ, ଅଗ୍ନିଦୀପ୍ତିକାରକ; କଫ ଓ ବାୟୁ— ନାଶକ ପଞ୍ଚ କୋଳ ସଙ୍ଗେ ମରିଚି ମିଶିଲେ ଷଡୂଷଣ ହୁଏ]