ଠକ
ଦେଖଣା
ଦେଶଜ (ବିଶେଷଣ)
[ସମ୍ପାଦନା]- ପ୍ରତାରକ ବ୍ୟକ୍ତି; ଧୂର୍ତ୍ତ ବ୍ୟକ୍ତି
- ରାଜପଥର ଦସ୍ୟୁ
- ନରହନ୍ତାଠକ
ଉଚ୍ଚାରଣ
[ସମ୍ପାଦନା](ଠାକୁଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗ=ଧୂର୍ତ୍ତ; ସ୍ଥଗ୍ ବା ଷ୍ଠଗ୍ ଧାତୁ=ଗୋପନ)
[ସମ୍ପାଦନା]- ୧. ଠଗ; ପ୍ରତାରକ; ପ୍ରବଞ୍ଚକ — ୧. Cheating; swindling; fraudulent; roguish; deceiving.
ଠକ ମୁଁ ବୋଲେ ମନସେ—କବିସୂର୍ଯ୍ୟ ରତ୍ନାକର ସମ୍ପୁ ଠ ଗୀତ
- ୨. ଛଳକାରକ; କପଟୀ — ୨. Hypocritical.
- ୩. ଛଳମୟ; ପ୍ରତାରଣାପୂର୍ଣ୍ଣ — ୩. Full of deceit; deceitful.
- ୪. ନିଷ୍ଠୁର —୪. Cruel.
- ୫. ଖଳ —୫. Wicked.
- ୬. ଚତୁର —୬. Sly; clever.
ଆରେ ଠିକହାସୀ, ଠକପଣ ପୁଣି କିଛି ଥାଏ ମିଶି କବିସୂର୍ଯ୍ୟ. ସଙ୍ଗୀତ
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତାରକ ବ୍ୟକ୍ତି; ଧୂର୍ତ୍ତ ବ୍ୟକ୍ତି — ୧. A sharper; a rogue; swindler; cheat.
- ୨. ରାଜପଥର ଦସ୍ୟୁ — ୨. Highway robber; thug.
[ଦ୍ରଷ୍ଟବ୍ୟ —ଏମାନେ ପୂର୍ବେ ଭାରତର ରାଜପଥ ମାନଙ୍କର ଅତିଶୟ ଅତ୍ୟାଚାର କରୁଥିଲେ; ମନୁଷ୍ୟଙ୍କୁ ଓ ବିଶେଷତଃ ବାଟୋଇମାନଙ୍କୁ ବିଷ ଦେଇ ବା ତଣ୍ଟି ଚିପି ମାରି ଧନ ଅପହରଣ କରୁଥିଲେ ଇଂରାଜମାନେ ସେମାନଙ୍କୁ ଦମନ କଲେ]
- ୩. ନରହନ୍ତା —୩. A cut-throat.