ଉଇକିଅଭିଧାନ:ବଛା ଶବ୍ଦ/୨୦୨୫
| « ୨୦୨୪ | ୨୦୨୫ | ୨୦୨୬ » |
| ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ପରଷିବା
ଉଚ୍ଚାରଣ: Parashibā
ଶବ୍ଦ ବିନ୍ୟାସ: ସଂସ୍କୃତ - ପରିବେଷଣ
ଦେଶଜ - କ୍ରିୟା —
- ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା
[ଉଦାହରଣ —ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]
ଫେବୃଆରୀ
[ସମ୍ପାଦନା]ତିତଉ
ଉଚ୍ଚାରଣ: Titau
ଶବ୍ଦ ବିନ୍ୟାସ: ତନ୍ ଧାତୁ=ବିସ୍ତାର କରିବା+ଇତଉ
ସଂସ୍କୃତ - ବିଶେଷ୍ୟ —
- ବାଉଁଶ ପାତିଆରେ ତିଆର ହୋଇଥିବା ଚାଲୁଣୀ
ମାର୍ଚ୍ଚ
[ସମ୍ପାଦନା]ଦହଦହତୁ
| (file) |
ଉଚ୍ଚାରଣ: Dahadahatu
ଦେଶଜ - ଅବ୍ୟୟ —
- ଶିଶୁରଞ୍ଜନାର୍ଥ ମାଆମାନେ ବୋଲିବା ପଦ
[ଉଦାହରଣ —ଦହଦହତୁ, କନିଆ ମାଆର ପୁଅ ବହୁତୁ — ଶିଶୁଗୀତ]
ଅପ୍ରେଲ
[ସମ୍ପାଦନା]ପିଟୁଣି
| (file) |
ଉଚ୍ଚାରଣ: Piṭuṇi
ଶବ୍ଦ ବିନ୍ୟାସ: ସଂସ୍କୃତ - ପିଟ୍ ଧାତୁ
ଦେଶଜ - ବିଶେଷ୍ୟ —
- ଓଳିଆକୁ ବାନ୍ଧି ସାରି ତାକୁ ସମତୁଲ କରି ବାଡ଼େଇବା ପାଇଁ ବ୍ୟବହୃତ ପଟା ବା ପିଟଣା
ମଇ
[ସମ୍ପାଦନା]ପହଁରା ପହଁରି
| (file) |
ଉଚ୍ଚାରଣ: Pahañrā pahañri
ଦେଶଜ - ବିଶେଷ୍ୟ —
- ଝାଡ଼ୁଦ୍ୱାରା ପରିଷ୍କାର କରିବା କର୍ମ
ଜୁନ
[ସମ୍ପାଦନା]ଗମନାଗମନ
| (file) |
ଉଚ୍ଚାରଣ: Gamanāgamana
ଶବ୍ଦ ବିନ୍ୟାସ: ଗମନ+ଆଗମନ
ସଂସ୍କୃତ - ବିଶେଷ୍ୟ —
- ଯିବା ଓ ଆସିବା
ଜୁଲାଇ
[ସମ୍ପାଦନା]ପ୍ରପାନ
| (file) |
ଉଚ୍ଚାରଣ: Prapāna
ଶବ୍ଦ ବିନ୍ୟାସ: ପ୍ର+ପାନ
ସଂସ୍କୃତ - ବିଶେଷ୍ୟ —
- ଘୋଡ଼ାର ଉପର ଥୋମଣିର ନିମ୍ନଭାଗ
- ପଣା; ସରବତ୍
ଅଗଷ୍ଟ
[ସମ୍ପାଦନା]ଗରୁଡ଼
ଉଚ୍ଚାରଣ: Garuṟḍ̠a
ଶବ୍ଦ ବିନ୍ୟାସ: ଗର=ବିଷ+ଉଡ଼ ଧାତୁ=ନାଶ କରିବା+କର୍ତ୍ତୃ. ଅ
ସଂସ୍କୃତ - ବିଶେଷ୍ୟ —
- ବିନତାନନ୍ଦନ; ବିଷ୍ଣୁଙ୍କର ବାହନ
ସେପ୍ଟେମ୍ବର
[ସମ୍ପାଦନା]ପିଙ୍ଗଳ କୋଡ଼୍
| (file) |
ଉଚ୍ଚାରଣ: Pīṅgaḻa koḍ
ଶବ୍ଦ ବିନ୍ୟାସ: ଇଂରାଜୀ - ପେନାଲ୍ କୋଡ଼୍ (କଚିରିଆ)
ବୈଦେଶିକ - ବିଶେଷ୍ୟ —
- ଦଣ୍ଡବିଧି ଆଇନ୍; ବିଭିନ୍ନ ଅପରାଧମାନଙ୍କ ପାଇଁ ଯେଉଁ ଆଇନ୍ରେ ବିଭିନ୍ନ ଦଣ୍ଡରେ ବ୍ୟବସ୍ଥା ଅଛି ।
ଅକ୍ଟୋବର
[ସମ୍ପାଦନା]ଗଡ଼ିଶା
| (file) |
ଉଚ୍ଚାରଣ: Gaṟḍ̠iṡā
ଦେଶଜ - ବିଶେଷ୍ୟ —
- ଶେଉଳ ଜାତୀୟ ଛୋଟ ମାଛ
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ —
- ତିରିଶ ପୌଟି ବା ସାତ ଭରଣ ଅଧେ ଶସ୍ୟାଦିର ପରିମାଣ
ନଭେମ୍ବର
[ସମ୍ପାଦନା]ଡିସେମ୍ବର
[ସମ୍ପାଦନା]ମାନ ପାତ୍ର
ଉଚ୍ଚାରଣ: Māna pātra
ସଂସ୍କୃତ - ବିଶେଷ୍ୟ —
- ଖୁରି; ସମୟ ଜାଣିବା ପାଇଁ ବାଲି କିମ୍ୱା ପାଣି ଭର୍ତ୍ତି ହେବା ନିମନ୍ତେ ନିର୍ମିତ ପାତ୍ର