ଶୁଦ୍ଧ

ଉଇକିଅଭିଧାନ‌ରୁ

ଶୁଦ୍ଧ (ବିଶେଷଣ)[ସମ୍ପାଦନା]

  1. ଅମିଶ୍ରିତ; ଖାଣ୍ଟି
  2. ନିରଞ୍ଜନ; ନିର୍ମଳ
  3. ପରିଷ୍କୃତ
  4. ନିର୍ଦ୍ଦୋଷ
  5. ନିଷ୍ପାପ
  6. ଅନିନ୍ଦିତ
  7. ପୂତ, ପବିତ୍ର
  8. ପବିତ୍ରୀକୃତ
  9. ଶୁଭ୍ର; ଶୁକ୍ଳ
  10. ପବିତ୍ରକାରୀ
  11. ଉଜ୍ଜ୍ୱଳ
  12. ସ୍ଵଚ୍ଛ
  13. ଭ୍ରମଶୂନ୍ୟ
  14. କେବଳଶୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୁଦ୍ଧତା[ତ୍ୱ]—ସ୍ତ୍ରୀ)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁଧ୍ ଧାତୁ=ଶୋଧନ କରିବା; ପବିତ୍ର କରିବା+କର୍ତ୍ତୃ. ତ)[ସମ୍ପାଦନା]

୧. ନିର୍ଦ୍ଦୋଷ —୧. Faultless.
୨. ନିଷ୍ପାପ —୨. Sinless.
୩. ଅନିନ୍ଦିତ — ୩. Blameless.
୪. ନିଷ୍କଳଙ୍କ —୪. Stainless.
୫. ନିରଞ୍ଜନ; ନିର୍ମଳ —୫. Clean.
୬. ପରିଷ୍କୃତ —୬. Cleaned.
୭. ପୂତ; ପବିତ୍ର — ୭. Pure; holy.
୮. ପବିତ୍ରୀକୃତ —୮. Purified.
୯. ଶୂଭ୍ର; ଶୁକ୍ଳ —୯. White.
୧. ପବିତ୍ରକାରୀ — ୧୦. Purifying.
୧୧. ଉଜ୍ଜ୍ୱଳ —୧୧. Bright.
୧୨. ସ୍ୱଚ୍ଛ —୧୨. Transparent; pellucid.
୧୩. ଅମିଶ୍ରିତ; ଖାଣ୍ଟି —୧୩. Unadulterated; unmixed.
୧୪. ଭ୍ରମଶୂନ୍ୟ —୧୪. Free from mistake, correct.
୧୫. କେବଳ —୧୫. Mere; only; simple.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁଦ୍ଧି)[ସମ୍ପାଦନା]

୧. ଅଶୌଚାନ୍ତେ କର୍ତ୍ତବ୍ୟ ଶୁଦ୍ଧିକ୍ରିୟା — ୧. Purificatory ceremony after funerals.
୨. ନିର୍ମଳତା; ପବିତ୍ରତା —୨. Cleanliness; purity.

[ଉ—ରାମ ମୋହର ଜ୍ୟେଷ୍ଠ ଭାଇ;, ତାହାଙ୍କ ଚିତ୍ତେ ଶୁଦ୍ଧ ନାହିଁ— ଜଗନ୍ନାଥ, ଭାଗବତ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଗଞ୍ଜାମ ଜିଲାର ପାଟକ ଜାତି ବିଶେଷ —A sudra caste of the district of Gan̄jām.