ଶୋଇବା

ଉଇକିଅଭିଧାନ‌ରୁ

(ଦେଶଜ)[ସମ୍ପାଦନା]

  • ଶୟନ କରିବା; ପହୁଡିବା
  • ଶୋଇବା ନିମନ୍ତେ ଶଯ୍ୟାରେ ଲମ୍ବିବା
  • ଭୂପତିତ ହେବା
  • ଲମ୍ବ ଭାବରେ ଦଣ୍ଡାୟମାନ ନ ହୋଇ ଏକଦିଗକୁ ଢଳିବା
  • ଅଧୋମୁଖ ହେବା; ଓହଳିବା
  • ଉତ୍ଥାନ ରହିତ ହେବା
  • ଶୁଆଇବା
  • କୌଣସି କାର୍ଯ୍ୟରେ ମନ ନ ଦେବା; କାର୍ଯ୍ୟ ନ କରିବା; ପରିଶ୍ରମ ନ କରିବା
  • ଆଳସ୍ୟରେ କାଳ କଟାଇବା
  • ରତି କରିବା

ବିଶେଷଣ (ଦେଶଜ)[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂ, ଶୀ ଧାତୁ)[ସମ୍ପାଦନା]

୧. ଶୟନ କରିବା; ପହୁ ଡ଼ିବା —୨. To sleep.
୨. ଶୋଇବା ନିମନ୍ତେ ଶଯ୍ୟାରେ ଲମ୍ୱିବା —୨. To lie down on the bed to

ଅନୁବାଦ[ସମ୍ପାଦନା]

sleep.

(ଉ— ଧୋଓରେ ବାୟା ଧୋ, ଯେଉଁ କିଆରିରେ ହଗଳ ମାଣ୍ଡିଆ ସେହି କିଆରିରେ ଶୋ— ଶିଶୁରଞ୍ଜନଗୀତ)

୩. ଉପୁଜିତ ହେବା —୩. To lay flat on the ground.

[ଉ— ହଇଜା ରୋଗରେ ଯାତ୍ରୀମାନେ ବାଟ ଘାଟରେ ପଟାଳି ପରି ଶୋଇଛନ୍ତି]

୪. ଲମ୍ୱ ଭାବରେ ଦଣ୍ଡାୟମାନ ନ ହୋଇ ଏକଦିଗକୁ ଢଳିବା — ୪. To incline or lean to one side. (said of an erect thing).

[ଉ— ଏ ଘରର ଖୁଣ୍ଟ ଶୋଇଲାଣି]

୫. ଅଧୋମୁଖ ହେବା; ଓହଳିବା — ୫. O hang down.

[ଉ— ଗ୍ରୀଷ୍ମପ୍ରଧାନ ଦେଶରେ ଯୁବତୀମାନଙ୍କରକ ସ୍ତନ ଅଳ୍ପ ବୟସରେ ଶୁଏ]

୬. (ଲିଙ୍ଗ) ଉତ୍ପାନ ରହିତ ହେବା —୬. To become slack (Said of the penis).
୭. (ଣିଜନ୍ତ) ଶୁଆଇବା — ୭. To cause to sleep.

[ଉ— ପୁଅକୁ ଶୋଇଲି ହିଡ଼ ମୁଣ୍ଡାରେ, କନ୍ଦା କାମୁଡ଼ିରେ କାନମୁଣ୍ଡାରେ—ଶିଶୁ ଗୀତ]

୮. କୌଣସି କାର୍ଯ୍ୟରେ ମନ ନ ଦେବା; କାର୍ଯ୍ୟ ନ କରିବା; ପରିଶ୍ରମ ନ କରିବା —୮. Not to attend to a work; not to work or labour.
୯. ଆଳସ୍ୟରେ କାଳ କଟାଇବା — ୯. To idle away one's time.

(ଯଥା—କ୍ଷେତକୁ ଆବାଦ ନ କରି ଶୋଇ ରହିଲେ ଚଷା ମରେ)

୧. ରତି କରିବା ୧୦. To cohabit.

[ଉ— ନଟ ସ୍ତ୍ରୀରୀଯାକ ଓଷରେ ଭରତାକୁ, ବନ୍ଧି ଘେନି ଶୁଅନ୍ତି ଆନ ପୁରୁଷକୁ—କୃଷ୍ଣସିଂହ. ମହାଭାରତ]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଶୋଇଲା; ଶାୟିତ; ନିଦ୍ରିତ; ସୁପ୍ତ —୧. Asleep; sleeping

(ଯଥା— ଶୋଇବା ପିଲା)

୨. ଶୟନାର୍ଥ ବ୍ୟବହୃତ —୨. Used for sleeping in.

(ଯଥା— ଶୋଇବା ଘର)

୩. ଯାହାର ଶୋଇବା ଉଚିତ ବା କର୍ତ୍ତବ୍ୟ —୩. One who ought to sleep

[ଯଥା— ତୁ ତ ଘରେ ଶୋଇବା ଲୋକ, ତୁ କିଆ ରାତିଯାକ ବାରଦୁଆରେ ବୁଲୁଛୁ?]

(ଦ୍ର—ଶୋଇବାବେଳେ ଶରୀରର ଭିନ୍ନ ଭିନ୍ନ ଅବସ୍ଥିତ ପାଇଁ ଭିନ୍ନ ଭିନ୍ନ ଶଦ୍ଦ ବ୍ୟବହୃତ ହୁଏ ଯଥା— ତିତି ହୋଇ ଶୋଇବା , କଡ଼ମାଡ଼ି ଶୋଇବା; ଲମ୍ୱ ହୋଇ ବା ଚାରିକାତ ଲମ୍ୱେଇ ଶୋଇବା)