ଉଇକିଅଭିଧାନ:ବଛା ଶବ୍ଦ/୨୦୧୪
« ପୁରୁଣା | ୨୦୧୪ | ୨୦୧୫ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ହଳ
ଫେବୃଆରୀ
[ସମ୍ପାଦନା]ଲଙ୍ଗଳ
ହଳ କରିବାର ଯନ୍ତ୍ର; ଭୂମି ଚଷିବାର ଲୌହମୁଖ ଯନ୍ତ୍ର ।
ଏହି ଚାଷଯନ୍ତ୍ରଟି ତିନି ଅଂଶରେ ବିଭକ୍ତ
ଯଥା:
- ଲଙ୍ଗଳ = ଦୁଇ ଅଙ୍ଗଯୁକ୍ତ କାଷ୍ଠ
- ଈଷ = ଲାଙ୍ଗଳଦଣ୍ଡ
- ଜୁଆଳି, ବା ଯୁଗ ଏ ସମସ୍ତଙ୍କୁ ଏକତ୍ରରେ 'ହଳ' ବା ଲଙ୍ଗଳ ସଜ ବୋଲାଯାଏ ପ୍ରଥମୋକ୍ତ ଲଙ୍ଗଳ ମଧ୍ୟ ଦୁଇ ଭାଗରେ ବିଭକ୍ତ :
- (କ) ବକ୍ରମୁଖାକୃତି ଉପର ଖଣ୍ଡି କଣ୍ଟି
- (ଖ) ତଳଖଣ୍ଡ ମୁଣ୍ଡା; ଏହି ମୁଣ୍ଡାରେ ଲଙ୍ଗଳଲୁହା ପଶେ ଲୋକେ ଏହି ସମସ୍ତ ଅଙ୍ଗବିଶିଷ୍ଟ ଯନ୍ତ୍ରକୁ ଲଙ୍ଗଳ ସଜ ବା ଲଙ୍ଗଳ କହିଥାଆନ୍ତି ।
ମାର୍ଚ୍ଚ
[ସମ୍ପାଦନା]ବଳଦ
ଉଚ୍ଚାରଣ: Baḻada
ସ୍ତ୍ରୀଳିଙ୍ଗ: 'ବଳଦା'
ସଂ. ବିଣ. ପୁଂ — ଯେ ବଳ ପ୍ରଦାନ କରେ; ଶକ୍ତିଦାତା
ଶବ୍ଦ ବିନ୍ୟାସ : ବଳ+ ଦା ଧାତୁ+କର୍ତ୍ତୃ. ଅ
ଦେ. ବି.- ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟ ଉପଯୋଗୀ ବୃଷୃ
ଅପ୍ରେଲ
[ସମ୍ପାଦନା]ଶିଳା
ଶବ୍ଦ ବିନ୍ୟାସ: ଶିଳ୍ ଧାତୁ+ସଂଜ୍ଞାର୍ଥେ; କରଣ+ଅ+ସ୍ତ୍ରୀ ଆ
ସଂ. ବି—
- ପାଷାଣ; ପଥର
- ବର୍ଷୋପଳ; କୁଆପଥର
- (ଉଦାହରଣ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ ।- ଭାଗବତ)
- (ଉଦାହରଣ— ଜଳର ସଙ୍ଗେ ଶିଳାପଡ଼ି, ଶବଦ ମେଘ ଘଡ଼ ଘଡ଼ି ଜଗନ୍ନାଥ ।- ଭାଗବତ)
ଦେ. ବି— ଏକପ୍ରକାର ବନ୍ୟ କ୍ଷୁପ
ପ୍ରାଦେ— ବୃହତକାୟ ସାମୁଦ୍ରିକ ମତ୍ସ୍ୟ ବିଶେଷ
ମଇ
[ସମ୍ପାଦନା]ଖଟିଆ
ଉଚ୍ଚାରଣ: Khaṭiā
ଦେ. ବି. (ସଂ. ଖଟ୍ଵିକା; ଖଟ୍ଟିକା)
- ଛୋଟ ଖଟ; ଦଉଡ଼ିଆ ଖଟ
- କାନ୍ଧରେ ବୁହାଯିବା ବାଉଁଶ ଲାଗିଥିବା ଯାନବିଶେଷ; ଡ଼ୋଲି; ଡ଼ୁଲି
- ରୋଗୀ, ମୁର୍ଦ୍ଦାରଆଦିଙ୍କୁ ବହିବାରେ ବ୍ୟବହୃତ ଯାନବିଶେଷ; ରୋଗୀବୁହା କୋକେଇ
ଦେ. ବିଣ. —ଯେ ଖଟେ
ଜୁନ
[ସମ୍ପାଦନା]କବନ୍ଧ
ସଂ. ବି—
(କ = ମସ୍ତକ; ଜଳ + ବଧ ଧାତୁ = ବଧ କରିବା କିମ୍ବା ବନ୍ଧ ଧାତୁ = ବନ୍ଧାଇବା + ସଂଜ୍ଞାର୍ଥେ. ଅ)
୧. ଅଙ୍ଗ ଚାଳନରେ ସମର୍ଥ ମସ୍ତକହୀନ ଦେହ
- (ଦ୍ରଷ୍ଟବ୍ୟ— ଯୁଦ୍ଧଭୂମିରେ ଯୁଦ୍ଧକର୍ମରେ ବ୍ୟାପୃତ ବ୍ୟକ୍ତି ମସ୍ତକ ଶତ୍ରୁର ଶସ୍ତ୍ରାଘାତରେ ଛିନ୍ନ ହେଲା ପରେ କେତେକକ୍ଷଣ ପର୍ଯ୍ୟନ୍ତ ଉକ୍ତ ମସ୍ତକହୀନ ଶରୀର ପୂର୍ବ ପରି ଅଙ୍ଗଚାଳନା କରିବାର ଦେଖା ଯାଏ ଏହିପରି ବଳି ଦିଆଯିବା ପଶୁର ମସ୍ତକ ଛିନ୍ନ ହେଲା ପରେ ପଶୁର ଧଡ଼ କିଛିକ୍ଷଣ ପର୍ଯ୍ୟନ୍ତ ହଲଚଲ ହେବାର ମଧ୍ୟ ଦେଖାଯାଏ । )
୨. ଯେଉଁ ଦେହରୁ ମସ୍ତକ ପୃଥକ କରାଯାଇଅଛି
- (ଉଦାହରଣ— କବନ୍ଧବନ୍ଧୁର ପଥେ ପୃଥୂଙ୍କ ସଙ୍କେତେ ଆସିଲେ ସୈନ୍ଧବୀ ଚମୁ ମନୋରଥଗତି ।- ରାଧାନାଥ, ମହାୟାତ୍ରା)
- (ଉଦାହରଣ— କବନ୍ଧବନ୍ଧୁର ପଥେ ପୃଥୂଙ୍କ ସଙ୍କେତେ ଆସିଲେ ସୈନ୍ଧବୀ ଚମୁ ମନୋରଥଗତି ।- ରାଧାନାଥ, ମହାୟାତ୍ରା)
୩. (ଜ୍ୟୋତିଷ) ରାହୁ
୪. ଶିବଙ୍କ ଅବତାରବିଶେଷ
୫. ଋଷିବିଶେଷ
ଜୁଲାଇ
[ସମ୍ପାଦନା]କଞ୍ଚୁକ
ଉଚ୍ଚାରଣ: Kan̄chuka
ସଂ. ବି.—
(କଞ୍ଚ ଧାତୁ=ବନ୍ଧନ କରିବା+କରଣ. ଉକ; ଯାହାଦ୍ଵାରା ଶୀର ଆବଦ୍ଧ ଥାଏ)
- ନିର୍ମୋକ; ସାପାକାତି
- ବର୍ମ; କବଚ; ସା଼ଞ୍ଜୁ
- ଜାମା; କୁର୍ତ୍ତା; ସ୍ତ୍ରୀମାନଙ୍କର କାଞ୍ଚିଲା
- ଜାକେଟ୍
- ବସ୍ତ୍ର
ଅଗଷ୍ଟ
[ସମ୍ପାଦନା]କୈବଲ୍ୟ
ଉଚ୍ଚାରଣ: Ki̱balya
ସଂ. ବି.—
(କେବଳ+ଭାବେ. ୟ; ଦେହ ଏବଂ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳହ୍ୱ)
- ଐକାନ୍ତିକତା
- ଏକତା
- ପୂର୍ଣ୍ଣାନନ୍ଦ; ଅଖଣ୍ଡାନନ୍ଦ
- ସଂସାର ମୁକ୍ତି; ମୋକ୍ଷ
ଦେ, ବି —
(ମୋକ୍ଷପ୍ରାପ୍ତିର ପ୍ରଧାନସମୟ ବୋଲି) ଦେବତାଙ୍କର ପ୍ରସାଦ ବା ପାଦୁକ
ସେପ୍ଟେମ୍ବର
[ସମ୍ପାଦନା]କାଚ
ଉଚ୍ଚାରଣ: Kācha
ସଂ. ବି.—
(କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+କରଣ. ଅ)
- ବାଲି ଓ କ୍ଷାରରୁ ଅଗ୍ନିସଂଯୋଗରେ ଉତ୍ପନ୍ନ ସ୍ଵଚ୍ଛ ଦ୍ରବ୍ୟ
- କାଚମଣି; ମଣିବିଶେଷ
- ନେତ୍ରରୋଗବିଶେଷ; ପରଳ ରୋଗ
- କୃଷ୍ଣବର୍ଣ୍ଣ ଲବଣ
- ଶିକ୍ୟ; ଶିକା
ଦେ. ବି. —
- ସ୍ତ୍ରୀଲୋକ ହାତରେ ପିନ୍ଧିବା କାଚନିର୍ମିତ ଶଙ୍ଖା
ପ୍ରାଦେ. (ଗଞ୍ଜାମ) ବି. —
- କାଚକୁମ୍ପି; ବୋତଲ
ପ୍ରାଦେ. (ସମ୍ବଲପୁର) ବି. —
- ଦେବତାଙ୍କ କର୍ମରେ ବ୍ୟବହୃତ ସାନ କରିଆ ଲୁଗା ।
ଅକ୍ଟୋବର
[ସମ୍ପାଦନା]କରମ
ଉଚ୍ଚାରଣ: Karama
ଗ୍ରାମ୍ୟ ପଦ୍ୟ- ବି.—
- କର୍ମ; କାର୍ଯ୍ୟ
- କ୍ରିୟାକାଣ୍ଡ; ଶାସ୍ତ୍ରୋକ୍ତ ଅନୁଷ୍ଠାନ
ଉଦାହରଣ —
ଦ୍ଵାଦଶ କରମ ସାରି ସେ ମଦନାବତୀ ପୀତାମ୍ବର । - ନୃସିଂହପୁରାଣ
ନଭେମ୍ବର
[ସମ୍ପାଦନା]ଗଇଁଠା
ଉଚ୍ଚାରଣ: Gaiñṭhā
(ସଂସ୍କୃତ - ଘୁଣ୍ଟିକ=ଘଷି; ଏହା ଘଷିପରି ହାତରେ ବଳାଯିବାରୁ)
ଦେଶଜ - ବିଶେଷ୍ୟ —
- ଚାଉଳ ଚୂନାକୁ ପ୍ରଥମେ ବାମ୍ପରେ ସିଝାଇ ସେ ଖଳିକୁ ଗୋଟି କରି ବଳି ପରେ ପାଣିରେ ସିଝାଇ ତିଆରି କରିବା ପିଠା; ଗେଟେଇ
ଦେଶଜ - ବିଶେଷଣ —
- ଦୁଇଖଣ୍ଡି ସୂତା ବା କନା ବା ଲୁଗା ଏକତ୍ର ଗଣ୍ଠି ପଡ଼ି ସଂଯୁକ୍ତ କରା ଯାଇଥିବା (ବସ୍ତ୍ର)
ଡିସେମ୍ବର
[ସମ୍ପାଦନା]ଗୋସାଇଁ
ଉଚ୍ଚାରଣ: Gosāiñ
ଦେଶଜ - ବିଶେଷ୍ୟ —
- ପ୍ରଭୁ; ସ୍ୱାମୀ
- ମାଲିକ; ପଶୁର ବା ଦ୍ରବ୍ୟର ସ୍ୱାମୀ
- ବ୍ରାହ୍ମଣ
- ଗୋସ୍ୱାମୀ; ବୈରାଗୀ; ସନ୍ନ୍ୟାସୀ ସଂପ୍ରଦାୟବିଶେଷ; ଦଶ— ନାମୀ ସନ୍ନ୍ୟାସୀ
[ଦ୍ରଷ୍ଟବ୍ୟ —ଏ ସଂପ୍ରଦାୟର ଦଶ ଭେଦ ଅଛି, ଏମାନଙ୍କୁ ଦଶନାମୀ ବୋଲାଯାଏ ଗିରି, ପୁରୀ, ଭାରତୀ, ସରସ୍ୱତୀ, ବନ, ତୀର୍ଥ ଆଦି ଏହି ସଂପ୍ରଦାୟର ଅନ୍ତର୍ଭୁକ୍ତ]