ଉଇକିଅଭିଧାନ:ବଛା ଶବ୍ଦ/୨୦୧୭

ଉଇକିଅଭିଧାନ‌ରୁ
« ୨୦୧୬ ୨୦୧୭ ୨୦୧୮ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ[ସମ୍ପାଦନା]

ଗୁଡ଼ା

ଉଚ୍ଚାରଣ: Guṟḍ̠ā
ଶବ୍ଦ ବିନ୍ୟାସ: ଗୁଡ଼ ଧାତୁ+ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

  1. ସେହୁଣ୍ଡ; ସିଝୁଗଛ; ସ୍ନୁହୀବୃକ୍ଷ; ପତରସିଝୁ

ଦେଶଜ - ପ୍ରତ୍ୟୟ (ଅନାଦରାର୍ଥ)

  1. ଅନେକ, ବହୁ ପରିମାଣ

[ଦ୍ରଷ୍ଟବ୍ୟ —ଅନ୍ୟ ଶଦ୍ଦ ସଙ୍ଗେ ବହୁବଚନରେ ବ୍ୟବହୃତ ହୁଏ । ଯଥା— ପିଲାଗୁଡ଼ା]

ଫେବୃଆରୀ[ସମ୍ପାଦନା]

ଘଟ୍ଟଜୀବୀ

ଉଚ୍ଚାରଣ: Ghaṭṭajibī
ଶବ୍ଦ ବିନ୍ୟାସ: ଘଟ୍ଟୁ+ଜୀବ୍ ଧାତୁ+ଇନ୍; ୧ମା. ୧ବ.
ସଂସ୍କୃତ - ବିଶେଷଣ

  1. ନଈଘାଟିଆ; ଯେ ଯାତ୍ରୀମାନଙ୍କୁ ନଈରେ ପାର-ଉତାର କରେ

ମାର୍ଚ୍ଚ[ସମ୍ପାଦନା]

ଅପ୍ରେଲ[ସମ୍ପାଦନା]

ବତାଲି

ଉଚ୍ଚାରଣ: batāli
ବିଶେଷ୍ୟ - ଦେଶଜ

  1. ଜୀବନ ରକ୍ଷାକାରୀ ଛୋଟ ଡଙ୍ଗା ଯାହା ସାଧାରଣତଃ ବୋଇତ/ଜାହାଜ ମାନଙ୍କରେ ଥାଏ

[ଉଦାହରଣ —"ଦିନ ହେଲା, ଦେଖିଲୁ, ଧାମରା ଘଡିଆମାଳ ମୁହାଣ । ଆଉ ଚାରା ନାହିଁ, ବତାଲିକୁ ଓହ୍ଲାଇ ଆସିଲୁଁ ।" -ଗଳ୍ପସ୍ଵଳ୍ପ: ଫକୀରମୋହନ]

ଚାଚେରୀ

ଉଚ୍ଚାରଣ: Chācherī
ଶବ୍ଦ ବିନ୍ୟାସ: ସଂସ୍କୃତ - ଚର୍ଚ୍ଚରୀ
ଦେଶଜ - ବିଶେଷ୍ୟ

  1. ଦୋଳପୂର୍ଣ୍ଣିମୀର ପୂର୍ବ ଦିନ ଅବିର ପିଚକାରୀ ଆଦି ମାରି କରତାଳି ଧ୍ୱନି କରି ଯେଉଁ ହୋରି ଉତ୍ସବ କରାଯାଏ; ବସନ୍ତୋତ୍ସବବିଶେଷ

[ଉଦାହରଣ —ଚାଚେରୀ ଗହଳ ସଖି ଗୋବିନ୍ଦଙ୍କ ଦୋଳ— ପ୍ରାଚୀ. ରହସ୍ୟମଞ୍ଜରୀ, ଦେବଦୁର୍ଲ୍ଲଭ ଦାସ]

ବେଣି

ଉଚ୍ଚାରଣ: Beṇi
ଶବ୍ଦ ବିନ୍ୟାସ: ବେଣ ଧାତୁ+ଇ;ଈ; କିମ୍ୱା ବିଶେଷ୍ୟ - ଧାତୁ=ଗମନ କରିବା+ନି, ନୀ
ସଂସ୍କୃତ - ବିଶେଷ୍ୟ

  1. ବିନ୍ୟସ୍ତ କେଶପାଶ; ଦଉଡ଼ି ପରି ବଳା ହୋଇଥିବା କେଶପାଶ

ଦେଶଜ - ବିଶେଷ୍ୟ

  1. କୁଟାରେ ବା ନଡ଼ାରେ ବୁଣାଯାଇ ଥିବା ମୋଡ଼ା; ନିଆଁ ବଡ଼ିଆ

ଜୁଲାଇ[ସମ୍ପାଦନା]

ବିଜ୍ଞାନ

ଉଚ୍ଚାରଣ: Bijn̄āna
ଶବ୍ଦ ବିନ୍ୟାସ: ବି=ବିଶେଷ+ଜ୍ଞା ଧାତୁ+ଭାବ. ଅନ
ସଂସ୍କୃତ - ବିଶେଷ୍ୟ

  1. ବିଶିଷ୍ଟ ଜ୍ଞାନ; କୌଣସି ବିଷୟ ସମ୍ୱନ୍ଧେ ଜ୍ଞାତବ୍ୟ ତତ୍ତ୍ୱ
  2. (ହିନ୍ଦୁ ମତେ) ଜ୍ୟୋତିଷ ବିଦ୍ୟା ବ୍ୟାକରଣାଦି ସପ୍ତ ବିଜ୍ଞାନ

ଦେଶଜ - ବିଶେଷଣ

  1. ଜ୍ଞାନଶୂନ୍ୟ

[ଉଦାହରଣ —ବାମ ବଚନ ଶୁଣି, ବିଜ୍ଞାନ ସେ ଜ୍ଞାନେ କହେ ବାଣୀ -ଭଞ୍ଜ. ବୈଦେହୀଶବିଳାସ]

ଅଗଷ୍ଟ[ସମ୍ପାଦନା]

ଜଙ୍ଖ

ଉଚ୍ଚାରଣ: Jaṇkha
ଶବ୍ଦ ବିନ୍ୟାସ: ସଂସ୍କୃତ - ଯକ୍ଷ
ଗ୍ରାମ୍ୟ - ବିଶେଷଣ

  1. କୃପଣ

ଦେଶଜ - ବିଶେଷ୍ୟ

  1. ରାତିରେ ଏଣେତେଣେ ଜକ ଜକ ହୋଇ ବୁଲ ଚାଲ କରୁଥିବା ସଜୀବ ପୋତା ଧନ

[ଦ୍ରଷ୍ଟବ୍ୟ —ସାଧାରଣ ଲୋକେ ବିଶ୍ୱାସ କରନ୍ତି ଯେ, ସୁନା ଆଦି ଧନ ବହୁକାଳ ପୋତା ହୋଇ ରହିଲେ ତାହା ଜୀବ ପାଲଟିଯାଇ ଏଣେ ତେଣେ ବୁଲେ ଓ ତାକୁ ଓର ଦେଖି କେହି ତା ଉପରେ ହଳଦୀ ପାଣି ଢାଳିବା ଦ୍ୱାରା ତାକୁ ମାରି ପକାଇଲେ,ସେ ଜୀବଟି ପୁଣି ସୁନା ପାଲଟି ଯାଏ ଏବଂ ଏ ସମୟ ସମୟରେ ମଧ୍ୟ ତାହା ଅଗ୍ନି ଥିବା ଚୁଲିରେ ପଶି ଯାଇ ସୁନା ପାଲଟି ଯାଏ ଏହିପରି ସୁନା ସଂଗ୍ରହ କରି ଯେ ଲୋକ ତାକୁ ନିଜ ସ୍ୱାର୍ଥ ସାଧନରେ ଲଗାଏ ତାହାର କୁଳ ଧ୍ୱଂସ ହେଇଯାଏ ।]

ସେପ୍ଟେମ୍ବର[ସମ୍ପାଦନା]

ମୁଦ୍ଗର

ଉଚ୍ଚାରଣ: Mudgara
ଶବ୍ଦ ବିନ୍ୟାସ: ମୁଦ୍=ହର୍ଷ+ଗୃ ଧାତୁ=ବୃଦ୍ଧି କରିବା=କର୍ତ୍ତୃ+ଅ
(ଏହା ଅଭ୍ୟାସ କଲେ ଶରୀରରେ ହର୍ଷ ବା ସମ୍ପତ୍ତି ବୃଦ୍ଧି ହୁଏ)
ସଂସ୍କୃତ - ବିଶେଷ୍ୟ

  1. ଗଦାପରି ଅସ୍ତ୍ର ବିଶେଷ; ମୁଗୁର; ମୁଦୁଗର; ପ୍ରାଚୀନ ଭାରତରେ ଯୁଦ୍ଧାସ୍ତ୍ର ବିଶେଷ

ଅକ୍ଟୋବର[ସମ୍ପାଦନା]

ଶିପ୍ରା

ଉଚ୍ଚାରଣ: Siprā
ସଂସ୍କୃତ - ବିଶେଷ୍ୟ

  1. କାଳିକାପୁରାଣୋକ୍ତ ଶିପ୍ର ସରୋବରରୁ ଉତ୍ଥିତ ନଦୀବିଶେଷ

[ଦ୍ରଷ୍ଟବ୍ୟ —କ୍ଷୁଦ୍ର ଶିପ୍ରା ସ୍ରୋତ ବିଖ୍ୟାତ ଜଗତେ, ମହାନଦୀ ନାମ ରହିଲା ଗୁପତେ— ରାଧାନାଥ, ଚିଲିକା]

ନଭେମ୍ବର[ସମ୍ପାଦନା]

ଜୀବନୀ

ଉଚ୍ଚାରଣ: Jībanī
ଶବ୍ଦ ବିନ୍ୟାସ: ଜୀବ ଧାତୁ+କରଣ ଅନ+ସ୍ତ୍ରୀ. ଈ
ସଂସ୍କୃତ - ବିଶେଷଣ

  1. ଯାହା ଜୀବନ ଦାନ କରେ, ଆୟୁର୍ବୃଦ୍ଧିକାରକ

ଦେଶଜ - ବିଶେଷ୍ୟ

  1. କୌଣସି ବ୍ୟକ୍ତିଙ୍କ ଜୀବନଚରିତ

ଡିସେମ୍ବର[ସମ୍ପାଦନା]