ଉଇକିଅଭିଧାନ:ବଛା ଶବ୍ଦ/୨୦୧୮

ଉଇକିଅଭିଧାନ‌ରୁ
« ୨୦୧୭ ୨୦୧୮ ୨୦୧୯ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ[ସମ୍ପାଦନା]

ଚୋକଡ଼

ଉଚ୍ଚାରଣ: Chokaṟḍ̠a
ଶବ୍ଦ ବିନ୍ୟାସ: ସଂସ୍କୃତ - ଶକଳ; ଶଳ୍ପ; ତ୍ୱକ୍; ସଂସ୍କୃତ - ଚୋଳକ=ବଳ୍ଲଳ
ଦେଶଜ - ବିଶେଷ୍ୟ

  1. ଗହମର ଚୋପା; ଭୁସି

ଫେବୃଆରୀ[ସମ୍ପାଦନା]

ଚାଟ

ଉଚ୍ଚାରଣ: Chāṭa
ଶବ୍ଦ ବିନ୍ୟାସ: ସଂସ୍କୃତ - ଛାତ୍ର; ନବ୍ୟ ସଂସ୍କୃତ - ଚଟ୍ଟ; ସଂସ୍କୃତ - ଚେଟକ= ସେବକ, ଦାସ
ଦେଶଜ - ବିଶେଷ୍ୟ

  1. ପାଠଶାଳାରେ ପଢୁଥିବା ଛାତ୍ର; ଶିଷ୍ୟ

[ଉଦାହରଣ —କାହିଁ ବା ଚାଟେ ଚାହାଳିରେ ପଢ଼ନ୍ତି ପୋଥି ଧୀରେ ଧୀରେ— ମଧୁସୂଦନ, ଛନ୍ଦମାଳ]

ମାର୍ଚ୍ଚ[ସମ୍ପାଦନା]

ବତ୍ସ

ଉଚ୍ଚାରଣ: Batsa
ଶବ୍ଦ ବିନ୍ୟାସ: ବଦ୍ ଧାତୁ=ସ୍ନେହ ସଂଭାଷଣ; କଥନ+କର୍ମ. ସ; ଯାହାକୁ ସ୍ନେହ ପୂର୍ବକ ଡକାଯାଏ
ସଂସ୍କୃତ - ବିଶେଷ୍ୟ

  1. ପୁତ୍ର
  2. ଜନୈକ ଭକ୍ତ ବ୍ରାହ୍ମଣ; ଶ୍ରୀବତ୍ସ

[ଉଦାହରଣ —ବତ୍ସ ପାରା ଚିହ ପରି ହୃଦରେ, ବାହ୍ୟେ ନ ତିଶି ରଖିଲେ ଭିତରେ— ଭଞ୍ଜ, ବୈଦେହୀଶବିଳାସ]

ଅପ୍ରେଲ[ସମ୍ପାଦନା]

ଭାରତ

ଉଚ୍ଚାରଣ: Bhārata
ଶବ୍ଦ ବିନ୍ୟାସ: ଭରତ+ଅ
ସଂସ୍କୃତ - ବିଶେଷ୍ୟ

  1. ଭରତ ରାଜାଙ୍କ ତନୟ
  2. ଭାରତବର୍ଷ

[ଦ୍ରଷ୍ଟବ୍ୟ —ଏହା ଜମ୍ୱୁଦ୍ୱୀପର ନଅଟି ବର୍ଷ ମଧ୍ୟରୁ ଏକ]

ଡିବି

ଉଚ୍ଚାରଣ: Ḍibi
ଶବ୍ଦ ବିନ୍ୟାସ: ସଂସ୍କୃତ - ଦୀପ; ତୁଳନା. ଗୁଜରାଟୀ- ଡିଓ
ଦେଶଜ - ବିଶେଷ୍ୟ

  1. କିରାସିନି ତେଲ ଜଳିବାର ଧାତୁମୟ ପ୍ରଦୀପ

ନେପଥ୍ୟ

ଉଚ୍ଚାରଣ: Nepathya
ଶବ୍ଦ ବିନ୍ୟାସ: ନେ=ନାୟକ+ପଥ୍ୟ=ଯୋଗ୍ୟ ବା ମନୋହର
ସଂସ୍କୃତ - ବିଶେଷ୍ୟ

  1. ଅଭିନୟ ସ୍ଥଳର ଅନ୍ତରାଳ

ଜୁଲାଇ[ସମ୍ପାଦନା]

ସଣ୍ଠଣା

ଉଚ୍ଚାରଣ: Saṇṭhaṇā
ସ୍ତ୍ରୀ: ସଣ୍ଠଣୀ, ସଣ୍ଠୁଣୀ
ଶବ୍ଦ ବିନ୍ୟାସ: ସଂସ୍କୃତ - ସଂସ୍ଥାନ
ଦେଶଜ - ବିଶେଷ୍ୟ

  1. ଉତ୍ତମ ଚାଲିଚଳଣ

ଦେଶଜ - ବିଶେଷଣ

  1. ଯେଉଁ ବ୍ୟକ୍ତି ପରିପାଟୀ ରୂପେ ବେଶ ଆଦି ପିନ୍ଧେ ବା ବସେ

ଅଗଷ୍ଟ[ସମ୍ପାଦନା]

ବିପ୍ରଲମ୍ଭ

ଉଚ୍ଚାରଣ: Bipralambha
ଶବ୍ଦ ବିନ୍ୟାସ: ବି+ପ୍ର+ଲଭ୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. କଳହ; ବିବାଦ
  2. ପ୍ରତାରଣା; ଛଳନା


ସେପ୍ଟେମ୍ବର[ସମ୍ପାଦନା]

ଅକ୍ଟୋବର[ସମ୍ପାଦନା]

ନଭେମ୍ବର[ସମ୍ପାଦନା]

ଡିସେମ୍ବର[ସମ୍ପାଦନା]