ଉଇକିଅଭିଧାନ:ବଛା ଶବ୍ଦ/୨୦୧୯
« ୨୦୧୮ | ୨୦୧୯ | ୨୦୨୦ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ବିପ୍ରବର
ଉଚ୍ଚାରଣ: Biprabara
ଶବ୍ଦ ବିନ୍ୟାସ: ୭ମୀ ତତ୍; ବିପ୍ର+ବର
ସଂସ୍କୃତ - ବିଶେଷ୍ୟ —
- ଦ୍ୱିଜୋତ୍ତମ; ବ୍ରାହ୍ମଣ-ଶ୍ରେଷ୍ଠ
ଫେବୃଆରୀ
[ସମ୍ପାଦନା]ସଂଶୟ
ଉଚ୍ଚାରଣ: Saṁṡaya
ଶବ୍ଦ ବିନ୍ୟାସ: ସମ୍+ଶୀ. ଧାତୁ=ଶୋଇବା; ସନ୍ଦେହ କରିବା+ଭାବ. ଅ
ସଂସ୍କୃତ - ବିଶେଷ୍ୟ —
- ସନ୍ଦେହ; ସନ୍ଦେହାତ୍ମକ ଜ୍ଞାନ
- ବିଷମ ସମସ୍ୟା; ହଁ କି ନାଁ, ଏହିପରି ଦୋଘାଇ; ଧୋକା
ମାର୍ଚ୍ଚ
[ସମ୍ପାଦନା]ସଂହିତା
ଉଚ୍ଚାରଣ: Saṁhitā
ଶବ୍ଦ ବିନ୍ୟାସ: ସମ୍+ଶ୍ରି ଧାତୁ=ସେବା କରିବା, ପାଇବା, ଅବଲମ୍ୱନ କରିବା+କର୍ମ. ଅ
ସଂସ୍କୃତ - ବିଶେଷ୍ୟ —
- ନାନା ସ୍ଥଳରୁ ସଂଗୃହୀତ ବା ସଂକଳିତ ଗ୍ରନ୍ଥ
- ବେଦର ଶାଖା ବିଶେଷ
ଅପ୍ରେଲ
[ସମ୍ପାଦନା]ବ୍ୟଭିଚାର
ଉଚ୍ଚାରଣ: Byabhichāra
ଶବ୍ଦ ବିନ୍ୟାସ: ବି+ଅଭି+ଚର୍ ଧାତୁ+ଭାବ. ଅ
ସଂସ୍କୃତ - ବିଶେଷ୍ୟ —
- ନିୟମର ବତିକ୍ରମ; ନିପାତନ
- (ନ୍ୟାୟ ମତରେ) ହେତୁଦୋଷ ବିଶେଷ; ଯୁକ୍ତିରେ ଏ ଶବ୍ଦକୁ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରିବା ଦୋଷ
ମଇ
[ସମ୍ପାଦନା]ମୃଣ୍ମୟ
ଉଚ୍ଚାରଣ: Mṛuṇmaya
ସ୍ତ୍ରୀ: ମୃଣ୍ମୟା
ଶବ୍ଦ ବିନ୍ୟାସ: ମୃଦ୍=ମାଟି+ବିକାରାର୍ଥେ. ମୟ
ସଂସ୍କୃତ - ବିଶେଷଣ (ପୁଲିଙ୍ଗ) —
- ମୃତ୍ତିକାନିର୍ମିତ
ଜୁନ
[ସମ୍ପାଦନା]ବିଦଗ୍ଧ
ଉଚ୍ଚାରଣ: Bidagdha
ସ୍ତ୍ରୀ: ବିଦଗ୍ଧା
ଶବ୍ଦ ବିନ୍ୟାସ: ବି+ଦହ୍ ଧାତୁ=ଦାହ କରିବା+କର୍ମ. ତ; କାମଦ୍ୱାରା ଦଗ୍ଧ
ସଂସ୍କୃତ - ବିଶେଷଣ —
- ରସିକ
- ପଟୁ; ନିପୁଣ
ଜୁଲାଇ
[ସମ୍ପାଦନା]ଅଗଷ୍ଟ
[ସମ୍ପାଦନା]ଠିକିରି
ଉଚ୍ଚାରଣ: Ṭhikiri
ଦେଶଜ - ବିଶେଷ୍ୟ —
- ତାସ୍ଖେଳରେ ନାଲିରଙ୍ଗ ଚତୁଷ୍କୋଣ ଆକାରର ତାସ୍; ରୁହିତନ୍
ସେପ୍ଟେମ୍ବର
[ସମ୍ପାଦନା]ଝଞ୍ଜା
ଉଚ୍ଚାରଣ: jhan̄jā
ଶବ୍ଦ ବିନ୍ୟାସ: ଝମ୍, ଅନୁକରଣ ଶବ୍ଦ+ଜନ୍ ଧାତୁ+ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ —
- ବତାସ; ଝଡ଼ି; ଝଡ଼; ତୋଫାନ
[ଉଦାହରଣ —ପରସ୍ପରେ ଦୁଇ ସେନାଏ ପୀଡ଼ା ପାଇ ଝଞ୍ଜାବଜା ଲଚିକା ପ୍ରୟୋଗ ଗଲେ ହୋଇ- କୃଷ୍ଣସିଂହ. ମହାଭାରତ, ଶଲ୍ୟ]
ଅକ୍ଟୋବର
[ସମ୍ପାଦନା]ଫତୁରି
ଉଚ୍ଚାରଣ: Phaturi
ଶବ୍ଦ ବିନ୍ୟାସ: ଆ ଫତୁର୍=ଉପଦ୍ରବ, ହାନି, ବିକାର, ବିଘ୍ନ
ବୈଦେଶିକ - ବିଶେଷ୍ୟ —
- ମିଥ୍ୟା; ମିଛକଥା
ନଭେମ୍ବର
[ସମ୍ପାଦନା]ଧଣ୍ଡା
ଉଚ୍ଚାରଣ: Dhaṇḍā
ଶବ୍ଦ ବିନ୍ୟାସ: ସଂସ୍କୃତ - ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ୱ ଦେଖା ଯିବାରୁ
ଦେଶଜ - ବିଶେଷ୍ୟ —
- ପ୍ରସାଦୀ ମାଳା; ଦେବତାଙ୍କ ବେକରେ ଲମ୍ୱିତ ପୁଷ୍ପମାଳା; ଯାହା ଦେବତାଙ୍କଠାରୁ କଢ଼ା ଯାଇ ଭକ୍ତକୁ ଦିଆ
ଡିସେମ୍ବର
[ସମ୍ପାଦନା]ଧଡ଼ିଆ
ଉଚ୍ଚାରଣ: Dhaṟḍ̠iā
ଶବ୍ଦ ବିନ୍ୟାସ: ସଂସ୍କୃତ - ଧଟୀ; ଡୋରକ
ଦେଶଜ - ବିଶେଷ୍ୟ —
- ମସ୍ତକର କେଶରେ ବାନ୍ଧିବା ଡୋରି ବା ପାଟଫୁଲି