ଉଇକିଅଭିଧାନ:ବଛା ଶବ୍ଦ/୨୦୨୧
« ୨୦୨୦ | ୨୦୨୧ | ୨୦୨୨ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ଦାଳ
(file) |
ଉଚ୍ଚାରଣ: Dāḻa
ଶବ୍ଦ ବିନ୍ୟାସ: ଦଳ+ ସ଼ଞ୍ଚୟାର୍ଥେ. ଅ
ସଂସ୍କୃତ - ବିଶେଷ୍ୟ —
- ଡାଳିମହୁ; ଗଛଡାଳରେ ମହୁମାଛିମାନେ ଯେଉଁ ମହୁ ସଞ୍ଚୟ କରନ୍ତି
ଫେବୃଆରୀ
[ସମ୍ପାଦନା]ଲୁହା ମଳି
ଉଚ୍ଚାରଣ: Luhā maḻi
ଶବ୍ଦ ବିନ୍ୟାସ: ସଂସ୍କୃତ - ମଣ୍ଡର, ଲୋହମଳ
ଦେଶଜ - ବିଶେଷ୍ୟ —
- ଲୌହ-ମଳ, ଲୁହାକୁ ଅଗ୍ନିରେ ଉତ୍ତପ୍ତ କଲେ ତହିଁରୁ ବାହାରିବା ମଳ; ମଣ୍ଡର
ମାର୍ଚ୍ଚ
[ସମ୍ପାଦନା]ପିଲ୍ଲି
ଉଚ୍ଚାରଣ: Pilli
ପ୍ରାଦେଶିକ (ସମ୍ୱଲପୁର, ଗଞ୍ଜାମ) - ବିଶେଷ୍ୟ —
- ପୁଆ; ଡାବଲପୁଆ ଖେଳରେ ଯେଉଁ କ୍ଷୁଦ୍ର କାଠିକୁ ଡାବଲ ବା ବାଡ଼ିଦ୍ୱାରା ଦୂରକୁ ନିକ୍ଷିପ୍ତ କରାଯାଏ
ଅପ୍ରେଲ
[ସମ୍ପାଦନା]ଚିମୁଟା
ଉଚ୍ଚାରଣ: Chimuṭā
ଶବ୍ଦ ବିନ୍ୟାସ: ସଂସ୍କୃତ - ଚିପିଟ=ଚେପଟା
ଦେଶଜ - ବିଶେଷ୍ୟ —
- ଦୁଇ ଟିପଦ୍ୱାରା ଚିପି ଆଘାତ କରିବା
- ବଣିଆ, ସନ୍ୟାସୀ ଓ କମାରମାନଙ୍କର ଯନ୍ତ୍ର ବିଶେଷ
[ଦ୍ରଷ୍ଟବ୍ୟ —ଏଥିରେ ଦୁଇଟି ଲମ୍ୱ ଓ ପତଳା ବାହୁ ଥାଏ; ନିଆଁ ବା ତପ୍ତ ବସ୍ତୁ ଆଦି ଯାହା ହାତରେ ଧରି ହେବ ନାହିଁ, ଏପରି ବସ୍ତୁସବୁକୁ ଚିମୁଟାର ଦୁଇ ବାହୁଦ୍ୱାରା ଚିପି ଧରି ଉଠାଇବାକୁ ହୁଏ]
ମଇ
[ସମ୍ପାଦନା]ଗଟାପର୍ଚା
ଶବ୍ଦ ବିନ୍ୟାସ: ମାଳାୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂରାଜୀ - ଗଟ୍ଟାପର୍ଚା
ବୈଦେଶଜ - ବିଶେଷ୍ୟ —
- ମାଳୟ ଦ୍ୱୀପପୁଞ୍ଜର କେତେକ ବୃକ୍ଷର ଅଠାକୁ ଶୁଖାଇ ଘନୀଭୂତ କରି ତହିଁରୁ ପ୍ରସ୍ତୁତ କରିବା ରବରପରି ବସ୍ତୁ
ଜୁନ
[ସମ୍ପାଦନା]ଜୁଲାଇ
[ସମ୍ପାଦନା]ବହୁଜ୍ଞ
ଉଚ୍ଚାରଣ: Bahujn̄a
ସ୍ତ୍ରୀ: ବହୁଜ୍ଞା
ଶବ୍ଦ ବିନ୍ୟାସ: (ପୁଂ.) ବହୁ+ ଜ୍ଞା ଧାତୁ+ କର୍ତ୍ତୃ. ଅ
ସଂସ୍କୃତ - ବିଶେଷଣ —
- ଯେ ଅନେକ ବିଷୟ ଜାଣେ