ଉଇକିଅଭିଧାନ:ବଛା ଶବ୍ଦ/୨୦୨୨

ଉଇକିଅଭିଧାନ‌ରୁ
« ୨୦୨୧ ୨୦୨୨ ୨୦୨୩ »
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର


ଜାନୁଆରୀ[ସମ୍ପାଦନା]

ଛଡ଼ାଫୁଲ

ଉଚ୍ଚାରଣ: Chhaṟḍ̠āphula
ଶବ୍ଦ ବିନ୍ୟାସ: ସଂସ୍କୃତ - ଛିନ୍ନ+ପୁଷ୍ପ
ଦେଶଜ - ବିଶେଷ୍ୟ

  1. ଦେବତା ବା ମନୁଷ୍ୟଙ୍କର ବ୍ୟବହାର ପରେ ଯେଉଁ ଫୁଲ ଶରୀରରୁ କଢ଼ା ଯାଇଥାଏ; ଉଲାଗି ଫୁଲ

ଫେବୃଆରୀ[ସମ୍ପାଦନା]

ବୈଜୟନ୍ତ

ଉଚ୍ଚାରଣ: Bai̱jayanta
ଶବ୍ଦ ବିନ୍ୟାସ: ବି+ଜି ଧାତୁ=ଜୟ କରିବା+ଅନ୍ତ
ସଂସ୍କୃତ - ବିଶେଷ୍ୟ

  1. ଇନ୍ଦ୍ରପୁରୀ

ମାର୍ଚ୍ଚ[ସମ୍ପାଦନା]

ଦିମାକିଆ

ଉଚ୍ଚାରଣ: Dimākiā
ଶବ୍ଦ ବିନ୍ୟାସ: ଫାରାସୀ - ଦମାଗୀ
ବୈଦେଶିକ - ବିଶେଷଣ

  1. ଅହଂକାରୀ; ଗର୍ବୀ
  2. ଯେଉଁ ଲୋକର ମନୋଭାବ ଅନ୍ୟ ଲୋକେ ସହଜରେ ବୁଝି ପାରନ୍ତି ନାହିଁ

ଅପ୍ରେଲ[ସମ୍ପାଦନା]

ନମସ୍କରିବା

ଉଚ୍ଚାରଣ: Namaskaribā
ଦେଶଜ - କ୍ରିୟା (ପଦ୍ୟ)

  1. ନମସ୍କାର କରିବା

[ଉଦାହରଣ —ବିମାନ ପ୍ରଦକ୍ଷିଣ କରି, ବିଷ୍ଣୁଦୁତଙ୍କୁ ନମସ୍କରି - ଜଗନ୍ନାଥ ଦାସ, ଭାଗବତ]

ଜୁଲାଇ[ସମ୍ପାଦନା]

ଅଗଷ୍ଟ[ସମ୍ପାଦନା]

ସେପ୍ଟେମ୍ବର[ସମ୍ପାଦନା]

ବ୍ରାହ୍ମ ମୁହୂର୍ତ୍ତ

ଉଚ୍ଚାରଣ: Brāhma muhūrtta
ସଂସ୍କୃତ - ବିଶେଷ୍ୟ

  1. ରାତ୍ରିର ଶେଷାର୍ଦ୍ଧ ପ୍ରହର; ରାତ୍ରିର ଅନ୍ତିମ ୨ ଦଣ୍ଡ; ସୂର୍ଯ୍ୟୋଦୟ ପୂର୍ବରୁ ଦୁଇ ଘଡ଼ି ସମୟ

ଅକ୍ଟୋବର[ସମ୍ପାଦନା]

ଷଠି ଉଠିଆରି

ଉଚ୍ଚାରଣ: Shaṭhi uthiāri
ଦେଶଜ - ବିଶେଷ୍ୟ

  1. ଶିଶୁର ଜନ୍ମ ହେବାର ୬ଷ୍ଠ ଦିନ ଓ ଦ୍ୱାଦଶ ଦିନ ମାତା-ସ୍ନାନ କରି ଅନ୍ତୁଡ଼ି ଉଠିବା ଦିନଦ୍ୱୟର ଉତ୍ସବ

ନଭେମ୍ବର[ସମ୍ପାଦନା]

ଭ୍ରୂକ୍ଷେପ

ଉଚ୍ଚାରଣ: Bhrūkshepa
ଶବ୍ଦ ବିନ୍ୟାସ: ୬ଷ୍ଠୀ ତତ୍; ଭ୍ରୁ +କ୍ଷେପ
ସଂସ୍କୃତ - ବିଶେଷ୍ୟ

  1. ସଙ୍କେତ ଜ୍ଞାପନାର୍ଥେ ଭ୍ରୂର ତିର୍ଯ୍ୟକ୍ ଚାଳନା

ଡିସେମ୍ବର[ସମ୍ପାଦନା]

ଜାଇକାଠି

ଉଚ୍ଚାରଣ: Jāi-kāṭhi
ଦେଶଜ - ବିଶେଷ୍ୟ

  1. ଗଞ୍ଜାମରେ ମିଳୁଥିବା ଏକ ପ୍ରକାର ତୃଣ