ନଳ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବାଘ ନଳ; କାଣ୍ଡଶର
  • ଚୁଙ୍ଗା; ଭିତରରେ ପୋଲ ଥିବା ସରୁ ଓ ଲମ୍ବ ଦଣ୍ଡ
  • ଶାଗ; ସାରୁ ଆଦି ଚାରାଗଛ ବା ଲତାର ପତ୍ରହୀନ ଶୁନ୍ୟ ଗର୍ଭ କାଣ୍ଡ ବା ଡାଙ୍ଗ
  • ମୃଣାଳ; ପଦ୍ମନାଡ
  • ପଦ୍ମ
  • ସୁଗନ୍ଧ; ସୌରଭ
  • ଦମୟନ୍ତୀଙ୍କ ସ୍ଵାମୀ; ନିଷଧରାଜ
  • ନଦବିଶେଷ
  • ରାମଚନ୍ଦ୍ରଙ୍କ ସଙ୍ଗେ ଲଙ୍କା ଅଭିଯାନରେ ଯାଇଥିବା ବାନର ସେନାପତି
  • ପିତୃଲୋକବିଶେଷ
  • ଛୋଟ ଗଛର ପୋଲା ଡାଙ୍ଗ
  • ରଙ୍ଗ; ବର୍ଣ୍ଣ
  • ବିପ୍ରଚିତ୍ତ ରାକ୍ଷସର ଚତୁର୍ଥ ପୁତ୍ର ଦାନବବିଶେଷ
  • ରାଜା ଯଦୁଙ୍କର ଏକ ପୁତ୍ର
  • ପ୍ରାଚୀନକାଳର ଏକପ୍ରକାର ଚର୍ମ୍ମାନଦ୍ଧ ଯୁଦ୍ଧବାଦ୍ୟ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ହାତ ଓ ଗୋଡର ନଳିହାଡ
  • ଲଠା; ଜମି ମାପିବାର ଦଣ୍ଡ; ପଦିକା
  • ୪୦୦ ହାତ ଭୁମିର ଲମ୍ବ
  • ନଳା ବା ଜଳନିଃସରଣ ପ୍ରଣାଳୀ
  • ହୁକାର ନଳୀ; ଗୁଡାଖୁ ଧୂଆଁ ଟାଣିବାର ନଳୀ
  • ବନ୍ଧୁକର ନଳୀ
  • ଶ୍ଵାସ ନଳୀ
  • ବଣିଆମାନଙ୍କର ନିଆଁ ଫୁଙ୍କିବାର ନଳୀ
  • କେଳା ଚଢେଇ ଧରିବା ପାଇଁ ବ୍ୟବହାର କରିବା ଲମ୍ବ ବାଉଶ ବାଡିନଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଳ୍ ଧାତୁ=ବନ୍ଧନ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଇଙ୍କଡ଼; ବାଘ ନଳ; କାଣ୍ଡଶର; ଏକପ୍ରକାର ଘାସ —୧. A kind of reed; Phragmites Karaka Arundo Tibialis.

ପୁଣି ଗମିଲି ଘୋର ଦେଶେ; ପୁରିତ ନଳ କୁଶକାଶେ ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଏ ଗଛ ତୃଣଜାତୀୟ ଓ ଏଥିର ପତ୍ର ବାଉଁଶ ପତ୍ର ପରି ଏହା ସନ୍ତସନ୍ତିଆ ଭୁଇଁ ବା ନଦୀକୂଳ ଓଦା ଭୁଇଁରେ ଜନ୍ମେ ଏହାର ପତ୍ରହୀନ କାଣ୍ଡ ବା ଦଣ୍ଡ ଦେଖିବାକୁ ବେତ ପରି ଓ ତହିଁ ଭିତର ପୋଲା ଏଥିରେ ତାଟି ହୁଏ, ହେଁସ ବୁଣାଯାଏ ଓ ଘର ଛଆଣି ହୁଏ ଏହାର କାଣ୍ଡରୁ ମଧ୍ୟ କାଠି କଲମ ହୁଏ ବୈଦ୍ୟଶାସ୍ତ୍ର ମତରେ ଏହା ମଧୁରତିକ୍ତକଷାୟରସ ଓ ଉଷ୍ଣବୀର୍ଯ୍ୟ; ଏହା କଫ, ରକ୍ତ— ଦୋଷ, ହୃଦ୍ରୋଗ, ବସ୍ତଗତ ଦୋଷ, ଯୋନିବ୍ୟାପତ୍; ଦାହ; ପିତ୍ତ ଓ ବିଷପନାଶକ ]

୨. ଚୁଙ୍ଗା; ଭିତରରେ ପାଲ ଥିବା ସରୁ ଓ ଲମ୍ୱ ଦଣ୍ଡ (ପ୍ରକୃତିବାଦ) —୨. Pipe; a tube; a long hollow cyclender.
୩. ଶାଗ, ସାରୁ ଆଦି ଚାରାଗଛ ବା ଲତାର ପତ୍ରହୀନ ଶୂନ୍ୟ ଗର୍ଭକାଣ୍ଡ ବା ଡାଙ୍ଗ —୩. The hollow stalk of pot-herbs other plants.
୪. ମୃଣାଳ; ପଦ୍ମନାଡ଼ —୪. The stem or stalk of lotus plants.
୫. ପଦ୍ମ —୫. Lotus.
୬. ସୁଗନ୍ଧ; ସୌରଭ —୬. Flavour; smell.
୭. ଦମୟନ୍ତୀଙ୍କ ସ୍ୱାମୀ; ନିଷଧରାଜ —୮. The king of Nishadha; husband of Damayantī

[ଦ୍ରଷ୍ଟବ୍ୟ —ଏ ନିଷଧ ଦେଶର ଚନ୍ଦ୍ରବଂଶୀ ରାଜା ବୀର ସେନଙ୍କ ପୁତ୍ର ଥିଲେ ଏ ଖୁବ ସୁନ୍ଦର ଓ ଗୁଣବାନ ଥିଲେ ଏ ଅଶ୍ୱ ପରୀକ୍ଷା, ଅଶ୍ୱ ସଂଚାଳନ, ବିନା ଅଗ୍ନି ସାହାଯ୍ୟରେ ଅନ୍ନାଦି ପାକ, ବୃକ୍ଷର ପତ୍ର ସଂଖ୍ୟା ଗଣନା ଆଦିରେ ଖୁବ୍ ନିପୁଣ ଥିଲେ ବିଦର୍ଭ ଦେଶର ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀ ଓ ନଳ ଦୁହେଁ ଦୁହିଁଙ୍କର ରୂପ ଗୁଣର ବର୍ଣ୍ଣନା ଶୁଣି ପରସ୍ପର ପ୍ରତି ଏକାନ୍ତ ଆସକ୍ତ ହେଲେ ଓ ଗୋଟିଏ ହଂସଦ୍ୱାରା ପରସ୍ପର ମଧ୍ୟରେ ସଂବାଦ ଆଦାନପ୍ରଦାନ କଲେ ଓ

ଦମୟନ୍ତୀ ମନେ ମନେ ନଳଙ୍କୁ ପତିରୂପେ ବରଣ କଲେ ଇନ୍ଦ୍ର, ଯମ, ଅଗ୍ନି ଓ ବରୁଣ ଦମୟନ୍ତୀଙ୍କ ରୂପଗୁଣରେ ମୁଗ୍ଧ ହୋଇ ଦମୟନ୍ତୀଙ୍କ ବରପ୍ରାର୍ଥୀ ହେଲେ ଏବଂ ନଳଙ୍କୁ ଦୂତ ରୂପେ ନିଯୁକ୍ତ କରି ଦମୟନ୍ତୀଙ୍କୁ ବିବାହ କରିବା ପାଇଁ ଦମୟନ୍ତୀଙ୍କଠାରୁ ସଂବାଦ ଦେଲେ; ଦମୟନ୍ତୀ ଏଥିରେ ଅସ୍ୱୀକାର କରି କହିଲେ 'ମୋ ଚିତ୍ତ ନଳଙ୍କୁ କାମନା କରୁଅଛି, ନଳଙ୍କୁ ନ ପାଇଲେ ମୁଁ ଅନଳ କାମନା କରିବି' ସ୍ୱୟଂବର ସଭାରେ ଉକ୍ତ ଦେବତାମାନେ ନଳ ରୂପ ଧାରଣ କରି ଉପସ୍ଥିତ ହେଲେ ଦମୟନ୍ତୀ ପ୍ରକୃତ ନଳ ଓ ନଳ ରୂପଧାରୀ ପ୍ରଚ୍ଛନ୍ନ ଦବତାମାନଙ୍କ ମଧ୍ୟରୁ ପ୍ରକୃତ ନଳଙ୍କୁ ପ୍ରଥମେ ଚିହ୍ନି ନ ପାରି ଦୋଘାଇରେ ପଡ଼ିଲେ ପରେ ଦେବତାମାନଙ୍କୁ ଧର୍ମର ଦ୍ୱାହି ଦେଇ କାତର ପ୍ରାର୍ଥନା କରିବାରୁ ଦେବତାମାନଙ୍କ ସୂଚନାକ୍ରମେ ଦମୟନ୍ତୀ ନଳଙ୍କୁ ଉପସ୍ଥିତ ଦେବତାମାନଙ୍କଠାରୁ ବାରି ନେଲେ ଓ ସ୍ୱଂୟବର ସଭାରେ ନଳଙ୍କଠାରେ ବରଣମାଳା ଅର୍ପଣ କଲେ ଦେବତା— ମାନେ ବିଫଳମନୋରଥ ହୋଇ ସ୍ୱୟଂବର ସଭାରୁ ଫେରିଲାବେଳେ କଳି ସେମାନଙ୍କୁ ବାଟରେ ଭେଟି ସେମାନଙ୍କୁ ଠାରୁ ଏହା ଶୁଣି ନଳଙ୍କ ଉପରେ କୋପ କଲେ ଓ ସେହି କୋପ ଯୋଗୁଁ କଳି ନଳଙ୍କ ଦେହରେ ପ୍ରବେଶ କରି ନଳଙ୍କୁ ଦ୍ୟୁତାସକ୍ତ କରାଇଲେ ଓ ଶେଷକୁ ବଳ ରାଜ୍ୟ ହାରି ସସ୍ତ୍ରୀକ ବନବାସୀ ହେଲେ ଦୈବଦୁର୍ଯୋଗରୁ ନଳ ନିଜର ପିନ୍ଧା ବସ୍ତ୍ର ମଧ୍ୟ ହରାଇଲେ ବନରେ ଦମୟନ୍ତୀ ନିଦ୍ରିତା ଥିବାବେଳେ ତାଙ୍କ ଲୁଗାରୁ ଖଣ୍ଡେ କାଟି ନଳ ସ୍ୱୟଂ ପିନ୍ଧି ଦମୟନ୍ତୀଙ୍କୁ ଛାଡ଼ି ଚାଲିଗଲେ ଦମୟନ୍ତୀ ବହୁ ଦୁଃଖ ଭୋଗ କରି ଶେଷରେ ପିତୃ ଗୃହରେ ଆଶ୍ରୟ ନେଲେ ଏଣେ ନଳ ଛଦ୍ମବେଶରେ ଅଯୋଧ୍ୟାର ରାଜା ଋତୁପୂର୍ଣ୍ଣଙ୍କ ସାରଥି ହେଲେ ଦମୟନ୍ତୀ ଦେଶ— ବିଦେଶ ଖୋଜାଇ ନଳ ଋତୁପର୍ଣ୍ଣଙ୍କ ନିକଟରେ ଥିବାର ପତ୍ତା ପାଇଲେ ଓ ନଳଙ୍କୁ ନିଜର ପିତ୍ରାଳୟକୁ ଅଣାଇବା ପାଇଁ ନିଜର ଗୋଟିଏ କପଟ ସ୍ୱଂୟବରର ଘୋଷଣା କରାଇଲେ ଋତୁପୂର୍ଣ୍ଣ ସେହି ସ୍ୱୟଂବରରେ ଯୋଗ ଦେବା ପାଇଁ ନିଜର ସାରଥି ନଳଙ୍କୁ ସଙ୍ଗେ ଘେନି ବିଦର୍ଭକୁ ଆସିଲେ ସେଠାରେ ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କୁ ଚିହ୍ନି ମିଳିତ ହେଲେ ନଳ ପୁଣି ନିଜ ରାଜ୍ୟ ପାଇଲେ ଓ ଦମୟନ୍ତୀଙ୍କ ସଙ୍ଗେ ଜୀବନଯାପନ କଲେ] 

୯. ନଦବିଶେଷ(ହିନ୍ଦୀ - ଶବ୍ଦସାଗର) — ୯. Name of a large and shallow river.
୧. ରାମଚନ୍ଦ୍ରଙ୍କ ସଙ୍ଗେ ଲଙ୍କା ଅଭିଯାନରେ ଯାଇଥିବା ବାନର ସେନାପତି —୧୦. Name of a monkey general who accompanied Rāmachandra when he livaded Laṅkā

[ଦ୍ରଷ୍ଟବ୍ୟ —ଏ ଘୃତାଚୀ ଅପ୍ସରାର ଗର୍ଭରେ ବିଶ୍ୱକର୍ମାଙ୍କ ଔରସରେ ଜନ୍ମିଥିଲେ ଏହି ବାନର ସେନାପତିଙ୍କର ଗୋଟିଏ ଅସାଧାରଣ ଗୁଣ ଥିଲା ଏ ଯେଉଁ ପଥର ଖଣ୍ଡକ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା ଏ ପଥରମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ ]

୧୧. ପିତୃଲୋକବିଶେଷ —୧୧. One of the abodes of the spirits of the departed ancestors according to the Hindus).
୧୨. ଛୋଟ ଗଛର ପୋଲା ଡାଙ୍ଗ — ୧୨. Hollow stalk of plants.
୧୩. ରଙ୍ଗ; ବର୍ଣ୍ଣ —୧୩. Colour.
୧୪. ବିପ୍ରଚିତ୍ତି ରାକ୍ଷସର ଚତୁର୍ଥ ପୁତ୍ର ଦାନବବିଶେଷ — ୧୪. Name of a demon, the fourth son of Biprachitti.
୧୫. ରାଜା ଯଦୁଙ୍କର ଏକ ପୁତ୍ର — ୧୫. The name of a son of King J̄adu.
୧୬. ପ୍ରାଚୀନକାଳର ଏକପ୍ରକାର ଚର୍ମ୍ମାନଦ୍ଧ ଯୁଦ୍ଧାବାଦ୍ୟ;, ଯାହା ଘୋଡ଼ା ପିଠିରେ ରଖାଯାଇ ଯୁଦ୍ଧବଳରେ ଯୁଦ୍ଧ— କ୍ଷେତ୍ରରେ ବାଦିତ ହେଉଥିଲା (ହିନ୍ଦୀ - ଶବ୍ଦସାଗର) — ୧୬. A kind of leather-bound war drum used in ancient India.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହାତ ଓ ଗୋଡ଼ର ନଳିହାଡ଼ — ୧. The radius or outer bone of the fore- arm; the fibula or outer bone of the leg between the knee and ankle.
୨. ଲଠା; ଜମି ମାପିବାର ଦଣ୍ଡ; ପଦିକା — ୨. A rod for measuring land.

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଲମ୍ୱର ନଳ ବା ପଦିକା ବ୍ୟବହୃତ ହୁଏ ଚବିଶ ଦସ୍ତି ପଦିକାର ଲମ୍ୱ ୬ ହାତ କାଣିଏ= ଫୁଟ ୧,୫: ଇଞ୍ଚ ଓ ଏକ ଯବ ବିଶି ଦସ୍ତି, ଚଉଦ ଦସ୍ତି ଓ ବାର ଦସ୍ତି ପଦିକା ମଧ୍ୟ ଚଳେ]

୩. ୪ ହାତ ଭୂମିର ଲମ୍ୱ —୩. A land-length of ୪୦୦ cubits; a furlong.
୪. ନଳା ବା ଜଳନିଃସରଣ ପ୍ରଣାଳୀ — ୪. Water pipe.
୫. ହୁକାର ନଳୀ; ଗୁଡ଼ାଖୁ ଧୁଆଁ ଟାଣିବାର ନଳୀ — ୫. Smoking pipe; the pipe of a narghile.
୬. ବନ୍ଧୁକର ନଳୀ — ୬. The tube or barrel of a gun.
୭. କଣ୍ଠ ନାଳୀ; ଶ୍ୱାସ ନଳୀ — ୭. Trachea; wind pipe.
୮. ବଣିଆମାନଙ୍କର ନିଆଁ ଫୁଙ୍କିବାର ନଳୀ — ୮. Goldsmith's blow. pipe.
୯. କେଳା ଚଢ଼େଇ ଧରିବା ପାଇଁ ବ୍ୟବହାର କରିବା ଲମ୍ୱ ବାଉଁଶ ବାଡ଼ି —୯. A set of telescopic bamboo staffs used by fowlers to catch birds.

[ଦ୍ରଷ୍ଟବ୍ୟ —କେଳାମାଙ୍କର ବ୍ୟବହୃତ ନଳ କାଠ ୭ କିମ୍ୱା୮ ଖଣ୍ଡ ସରୁଆ ବାଉଁଶ ଅଟେ ଏଥିର ଖଣ୍ଡିକର ମୂଳକୁ ଅନ୍ୟ ଖଣ୍ଡକର ଅଗରେ ଯୋଖି ଏ କାଠିମାନଙ୍କୁ କ୍ରମଶଃ ଲମ୍ୱକରିବାକୁ ହୁଏ

ଅନୁବାଦ[ସମ୍ପାଦନା]

ପ୍ରତି ଖଣ୍ଡର ଦୈର୍ଘ୍ୟ ୩ ହାତ ସଭା ଶେଷ କାଠିର ଅଗରେ ଖଣ୍ଡିଏ ଅଠାଯୁକ୍ତ କାଠି କିମ୍ୱା ମୁନିଆଁ କେଞ୍ଚା ଲାଗିଥାଏ କେଳାମାନେ ତଳେ ଠିଆ ହୋଇ ଏହି ନଳମାନଙ୍କୁ ଯୋଖି ଯୋଖି ଅଗ୍ରରେ ଥିବା ସେହି ଅଠା କାଠି ବା କେଞ୍ଚାକୁ ଗଛ ଡାଳରେ ବସିଥିବା ଚଢ଼େଇର ପେଟରେ ମାରି ଦେବାରୁ ତହିଁରେ ଚଢ଼େଇ ଲାଖିଯାଏ ଓ ଧରାପଡ଼େ ତତ୍ପରେ ଯୋଖା ହୋଇଥିବା ନଳକାଠିମାନଙ୍କୁ କ୍ରମଶଃ ଖସାଇ ଆଣି ଖଣ୍ଡକର ମୂଳରୁ ଅନ୍ୟ ଖଣ୍ଡର ଅଗକୁ ହୁଗାଳି ଦେଲେ ନଳ କାଠିମାନ ପୂର୍ବ ପରି ଖଣ୍ଡ ଖଣ୍ଡ ହୋଇ ଯାଏ ] 

୧. ନଳ ବା ପଦିକାଦ୍ୱାରା ଦୀର୍ଘ ଓ ପ୍ରତି ମାପ କରା ଯାଇଥିବା ଭୂମିର କ୍ଷେତ୍ରଫଳ ସ୍ଥିରୀକରଣରୂପ ଗାଣିତିକ— ପ୍ରକ୍ରିୟା —୧୦. The arimthmetical system of finding out the area of a land measured with a road by multiplying the length with the breadth.

[ଦ୍ରଷ୍ଟବ୍ୟ —ଦୀର୍ଘ ଏତେ ନଳ ପ୍ରତି ଏତେ ନଳ ହେଇଥିବା ଜମିର କ୍ଷେତ୍ରଫଳ ମାଣ, ଗୁଣ, ବିଶ୍ୱାରେ କେତେ ? ଏହା ସ୍ଥିର କରିବା ନିମନ୍ତେ ଗୁଡ଼ିଏ ସୂତ୍ର ଅଛି ସେହି ସୂତ୍ରମାନଙ୍କ ସାହାଯ୍ୟରେ ଜମିର କ୍ଷେତ୍ରଫଳ ସହଜରେ ବାହାରେ ୪ ନଳରେ ଏକ କାହାଣ; ୧ନଳ=୪ପଣ=୨ ଗଣ୍ଡା, ୧ ଗଣ୍ଡା=୪ କଡ଼ା ନଳ ଭାଙ୍ଗିବା ପ୍ରଣାଳୀ ଅନେକ ପ୍ରକାର—ଯଥା—ହାତ ନଳ, ଦସ୍ତି ନଳ, ସମ ନଳ ବା ସାଧା ନଳ ଓ ଦୀର୍ଘ ପ୍ରତି ଜଣା ନ ଥିଲେ ଜମିର କ୍ଷେତ୍ରଫଳ ବାହାର କରିବା କାଣି ବା ବିଷମ ନଳ ନଳ ଭାଙ୍ଗିବାର ଗୋଟିଏ ପୁରୁଣା ସୂତ୍ର ଏହି—

ପଣକୁ ପଣ ପାଞ୍ଚକଡ଼ା ମାଗଣା, ପଣ ଗଣ୍ଡା ଅଷ୍ଟ ଦାଢ଼ ଗଣ୍ଡା ଗଣ୍ଡା ଅଷ୍ଟ ବିଦାଢ଼ ହୁଅଇ, ପଣ କଡ଼ା ବେନି ଦାଢ଼ ଏହିରୂପେ କଡ଼ା ଗଣ୍ଡାକୁ ଗୁଣିଲେ, ହୁଅଇ ବିଦାଢ଼ ବେନି କଡ଼ାକୁ କଡ଼ାରେ ଗୁଣିଲେ ଜାଣିବ ବିଦାଢ଼ର ଅର୍ଦ୍ଧ ଘେନି କାହାଣ ସଙ୍ଗତେ ଯାହାକୁ ଗୁଣିବ ମୂଳ ତାର ସେହି ହୁଏ; ଚାଟମାନଙ୍କର ପ୍ରୟୋଜନ ଅର୍ଥେ ଲୀଳାବତୀ ସୂତ୍ର କହେ " ନଳଦ୍ୱାରା ମାପିବା ଜମିର ସ୍ମାରକ ଲିପି (field book)କୁ ଭଉରିଆଁ ବୋଲାଯାଏ]