ଉଇକିଅଭିଧାନ:ବଛା ଶବ୍ଦ/୨୦୧୫
« ୨୦୧୪ | ୨୦୧୫ | ୨୦୧୬ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ଚପଳ
(file) |
ଉଚ୍ଚାରଣ: Chapaḻa
ସ୍ତ୍ରୀ: ଚପଳା
ଶବ୍ଦ ବିନ୍ୟାସ: ଚପ୍ ଧାତୁ+କର୍ତ୍ତୃ. ଅଳ କିମ୍ୱା କିମ୍ପ୍ ଧାତୁ+କର୍ତ୍ତୃ. ଅଳ ନିପାତନ
ସଂସ୍କୃତ - ବିଶେଷଣ —
- କ୍ଷଣିକ
- ଚଞ୍ଚଳ; ତରତରିଆ
- ରୋଗ ଉତ୍ପାଦନକାରୀ ରାକ୍ଷାସବିଶେଷ
କ୍ରିୟା - ବିଶେଷଣ —
- ଶୀଘ୍ର; ଚଞ୍ଚଳ
ଫେବୃଆରୀ
[ସମ୍ପାଦନା]ଟାକରା
(file) |
ଉଚ୍ଚାରଣ: Ṭākarā
ଦେଶଜ - ବିଶେଷ୍ୟ —
- ତାଳୁ
- ତାଳୁ ଓ ଜିଭଦ୍ୱାରା କୃତ ଅବ୍ୟକ୍ତ ଟକ୍ଟକ୍ ଶବ୍ଦ
[ଦ୍ରଷ୍ଟବ୍ୟ —ଗୋରୁଙ୍କୁ ଅଡ଼ାଇବା ସମୟରେ ଏ ଶବ୍ଦ ଉଚ୍ଚାରିତ ହୁଏ]
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ —
- ମୁଣ୍ଡର ଚନ୍ଦା ବା କେଶହୀନ ସ୍ଥଳ
ମାର୍ଚ୍ଚ
[ସମ୍ପାଦନା]ପଞ୍ଚାକ୍ଷର
(file) |
ଉଚ୍ଚାରଣ: Pan̄chākshara
ସ୍ତ୍ରୀ: ପଞ୍ଚାକ୍ଷରୀ
ଶବ୍ଦ ବିନ୍ୟାସ: ବହୁବ୍ରୀହି; ପଞ୍ଚ+ ଅକ୍ଷର
ସଂସ୍କୃତ - ବିଶେଷଣ —
- ପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର)
[ଦ୍ରଷ୍ଟବ୍ୟ —ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ]
ସଂସ୍କୃତ - ବିଶେଷ୍ୟ —
- ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ
ଅପ୍ରେଲ
[ସମ୍ପାଦନା]ପଞ୍ଜି
(file) |
ଉଚ୍ଚାରଣ: Pan̄ji
ଶବ୍ଦ ବିନ୍ୟାସ: ପିନ୍ଜ ଧାତୁ = ସଂପୃକ୍ତ ହେବା+ଇ. ଈ
ସଂସ୍କୃତ - ବିଶେଷ୍ୟ —
- ପାଞ୍ଜି; ଦିବସ ଓ କାଳଜ୍ଞାପକ ଗ୍ରନ୍ଥ; ପାଞ୍ଚାଙ୍ଗ ପଞ୍ଜିକା
- ହିସାବ ଖାତା
- ପ୍ରତ୍ୟେକ ଶବ୍ଦର ବ୍ୟାଖ୍ୟାଯୁକ୍ତ ନୋଟ
ମଇ
[ସମ୍ପାଦନା]ବିଳାସୀ
ଉଚ୍ଚାରଣ: Biḻāsī
ସ୍ତ୍ରୀ: ବିଳାସିନୀ
ଶବ୍ଦ ବିନ୍ୟାସ: ବିଳାସିନ୍; ବି+ଲସ୍ ଧାତୁ = କ୍ରୀଡ଼ା କରିବା +କର୍ତ୍ତୃ. ଇନ୍
ସଂସ୍କୃତ - ବିଶେଷଣ - ପୁଲିଙ୍ଗ —
- ବିଳାସପରାୟଣ; ବ୍ୟସନ ଓ ବିଳାସରତ
- ରସିକ; ମଉଜି
ଦେଶଜ - ବିଶେଷଣ —
- ଆଗ୍ରହୀ
[ଦ୍ରଷ୍ଟବ୍ୟ —ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚାରଥ ଯେ ଦେଖିଛି ତରକ, ବିଲୋକନେ ବିଳାସୀ ସର୍ବଲୋକ— ଭଞ୍ଜ. ବୈଦେହୀଶବିଳାସ]
ଜୁନ
[ସମ୍ପାଦନା]ପ୍ରଧାନ
ଉଚ୍ଚାରଣ: Pradhāna
ସ୍ତ୍ରୀ: ପ୍ରଧାନା
ଶବ୍ଦ ବିନ୍ୟାସ: ପ୍ର+ଧା. ଧାତୁ=ଧାରଣ କରିବା+କର୍ତ୍ତୃ. ଅନ
ସଂସ୍କୃତ - ବିଶେଷ୍ୟ —
- ଆଦ୍ୟାପ୍ରକୃତି; ସୃଷ୍ଟି ବା ବିକାଶପୂର୍ବରୁ ବିଦ୍ୟମାନା ପ୍ରକୃତି
ଦେଶଜ - ବିଶେଷ୍ୟ —
- କ୍ଷତ୍ରିୟ ଓ ଶୂଦ୍ରଙ୍କ ବଂଶୋପାଧିବିଶେଷ
- ଉତ୍କଳର ସ୍ୱାଧୀନ ରାଜଙ୍କ ସମୟରେ ଗ୍ରାମଶାସନ ପାଇଁ ଗଠିତ ଗ୍ରାମପଞ୍ଚର ବା ଗ୍ରାମ ସଭାର ସଭାପତିଙ୍କ ଉପାଧିବିଶେଷ
ଜୁଲାଇ
[ସମ୍ପାଦନା]ନଗଦ
ଉଚ୍ଚାରଣ: Nagada
ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ଦ) —
- ଗଚ୍ଛିତ ଟଙ୍କା; ରୋକଡ଼; ମୁଦ୍ରାରୂପୀ ଧନ
- ସଙ୍ଗେ ସଙ୍ଗେ ଟଙ୍କା ଆଦାନ ପ୍ରଦାନ
[ଦ୍ରଷ୍ଟବ୍ୟ —ସିଦ୍ଧେଶ୍ୱରପୁର ଦେଶଶାସନ ମକଦମ ନଗଦ ଗଣାଇଲା— ଶିଶୁ ହସ୍ତାକ୍ଷର ଲିପି]
ବିଶେଷଣ —
- ଅତି ଅଳ୍ପ କାଳ ହେଲା ଘଟିଥିବା
ଅଗଷ୍ଟ
[ସମ୍ପାଦନା]ବ୍ୟବହାର
ଉଚ୍ଚାରଣ: Byabahāra
ଶବ୍ଦ ବିନ୍ୟାସ: ବି+ଅବ+ହୃ ଧାତୁ=ହରଣ କରିବା+କରଣ. ଅ
ସଂସ୍କୃତ - ବିଶେଷ୍ୟ —
- କାରବାର; ବ୍ୟବସାୟ; ବାଣିଜ୍ୟ; ବେପାର
- ଆଚରଣ
- ବେଭାର; ଲୌକିକତା; ସାମାଜିକ ନିୟମ ଅନୁସାରେ ଦେୟ ଉପଢୌକନ
[ଦ୍ରଷ୍ଟବ୍ୟ —ଓଡ଼ିଆ ବେଭାର ଶବ୍ଦ ଏଥିରେ ଅପଭ୍ରଂଶ]
ସେପ୍ଟେମ୍ବର
[ସମ୍ପାଦନା]ଶାର୍ଦ୍ଦୂଳ
ଉଚ୍ଚାରଣ: ṡārddūḻa
ସ୍ତ୍ରୀ: ଶାର୍ଦ୍ଦୂଳୀ
ଶବ୍ଦ ବିନ୍ୟାସ: ଶୃ ଧାତୁ=ହିଂସା କରିବା+କର୍ତ୍ତୃ. ଦୂଳ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ —
- ବ୍ୟାଘ୍ର; ବାଘ
- ରାକ୍ଷସ
ସଂସ୍କୃତ - ବିଶେଷ୍ୟ - (ଲକ୍ଷଣାର୍ଥ) —
- ଶ୍ରେଷ୍ଠ
[ଦ୍ରଷ୍ଟବ୍ୟ —ଶ୍ରେଷ୍ଠତା ବୁଝାଇବା ପାଇଁ ଏହା ନର ପ୍ରଭୃତି ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ନରଶାର୍ଦ୍ଦୂଳ]
ଦେଶଜ - ବିଶେଷ୍ୟ —
- ଶାର୍ଦ୍ଦୂଳ ନାମଧାରୀ ରାକ୍ଷସ
ଅକ୍ଟୋବର
[ସମ୍ପାଦନା]ରାକ୍ଷସ
ଉଚ୍ଚାରଣ: Rākshasa
ସ୍ତ୍ରୀ: ରାକ୍ଷସୀ
ଶବ୍ଦ ବିନ୍ୟାସ: ରକ୍ଷ ଧାତୁ+ଅପାଦାନେ ଅସ୍; ଯେଉଁମାନଙ୍କ ଆକ୍ରମଣରୁ ବା କବଳରୁ ଯଜ୍ଞୀୟ ହକି ଆଦିକୁ ରକ୍ଷା କରାଯାଏ, କିମ୍ୱା ରକ୍ଷସ୍+ସ୍ୱାର୍ଥେ. ଅ
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ —
- କୁବେରଙ୍କ ଧନରକ୍ଷକ ଭୃତ୍ୟ ବା ଜୀବବିଶେଷ; ଯକ୍ଷ
- ନିଶାଚର; ଅସୁର
- ନରଖାଦକ ବ୍ୟକ୍ତି
ଦେଶଜ - ବିଶେଷ୍ୟ —
- ପକ୍ଷୀ
[ଦ୍ରଷ୍ଟବ୍ୟ —ବଳହିମନ୍ତ ପର୍ବତ, ପ୍ରବଳ ବାତଜନିତ, ହେବାରୁ ସାଞ୍ଜୁ ଓଢ଼ିତ, ରାକ୍ଷସ ବଂଶେ - ଭଞ୍ଜ, ବୈଦେହୀଶବିଳାସ]
ନଭେମ୍ବର
[ସମ୍ପାଦନା]ଭୂମିଜ
(file) |
ଉଚ୍ଚାରଣ: Bhūmija
ସ୍ତ୍ରୀ: ଭୂମିଜା
ଶବ୍ଦ ବିନ୍ୟାସ: ଭୁମି+ଜନ୍+ଅ
ସଂସ୍କୃତ - ବିଶେଷଣ —
- ଭୂମିରୁ ଉତ୍ପନ୍ନ
- କ୍ଷେତ୍ର ଜାତ; କୃଷିଜାତ
ପ୍ରାଦେଶିକ - ଦେଶଜ —
- ଭୁଇଁଆ ଜାତିର ଭାଷା (ସିଂହଭୂମ, ବୀରଭୂମ, ମୟୂରଭଞ୍ଜ ଅଞ୍ଚଳରେ ପ୍ରଚଳିତ)
ଡିସେମ୍ବର
[ସମ୍ପାଦନା]ଗଣନାଥ
(file) |
ଉଚ୍ଚାରଣ: Gaṇanātha
ଶବ୍ଦ ବିନ୍ୟାସ: ୬ଷ୍ଠୀ ତତ୍; ଗଣ+ନାଥ
ସଂସ୍କୃତ - ବିଶେଷ୍ୟ —
- ଗଣେଶ; ମହାଦେବଙ୍କ କନିଷ୍ଠା ପୁତ୍ର; ପ୍ରଥମ ଗଣର ସେନାଧ୍ୟକ୍ଷ
- ମହାଦେବ
- ଅନେକ ବ୍ୟକ୍ତିଙ୍କର କର୍ତ୍ତା ବା ସ୍ୱାମୀ ବା ନାୟକ
[ଉଦାହରଣ —ସେ ଯୁଦ୍ଧେ କାହାକୁ ନ ଦେଖି ଗଣନାଥ ଭାଜିଲେ ଦେବସୈନ୍ୟ ଛାଡି ଯୁଦ୍ଧପଥ କୃଷ୍ଣସିଂହ । ମହାଭାରତ - ବନ]