କୁଣ୍ଡ

ଉଇକିଅଭିଧାନ‌ରୁ

୧. ଜୀବତ୍ପତିକା ସ୍ତ୍ରୀ ଗର୍ଭରୁ ଜାତ ପରପୁରୁଷଦ୍ଵାରା ଉତ୍ପାଦିତ ପୁତ୍ର - A child born in adultery of a married woman during her husband's lifetime. [ଦ୍ର—ବିଧବାଗର୍ଭଜାତ ଜାରଜ ସନ୍ତାନକୁ ଗୋଳକ ବୋଲାୟାଏ]

୨. ଉମ୍ଭେଇ

୩. ନିଆଁ ରଖିବା ପାଇଁ ଭୂମିରେ କରାୟିବା ଗର୍ତ୍ତ

୪. ଅଗ୍ନିକୁଣ୍ଡ

୫. ଜଳ ରଖିବାର ବଡ଼ମୁହାଁ ଆଧାର; ବେସିନ

୬. ନନ୍ଦିଆ; ଟବ୍; ଜାହାଁଲା

୭. ଗୋରୁ ଗାଈଙ୍କୁ ପିଆଇବା ପାଇଁ କୁଣ୍ଡକୁଳୁଚି ଗୋଳି ତୋଡ଼ାଣି ବା ପାଣି ରଖିବାର ଆଧାର; ଗୋରୁ କୁଣ୍ଡ

୮. କ୍ଷୁଦ୍ର ଜଳାଶୟ ବା ପୋଖରୀ (ଯଥା—ଭୁବନେଶ୍ୱରର ମରିଚକୁଣ୍ଡ)

୯. ଜଳ ରଖିବାପାଇଁ ଭୂମିରେ କରାଯିବା ଗୋଲାକାର ଗାଡ଼

୧୦. ଦେବଜଳାଶୟ

୧୧. ଦେବତାଙ୍କ ନାମଯୁକ୍ତ ଜଳାଶୟ (ଯଥା—ଶ୍ୟାମକୁଣ୍ଡ, ରାଧାକୁଣ୍ଡ, ଗୌରୀକୁଣ୍ଡ, କେଦାର କୁଣ୍ଡ ଇତ୍ୟାଦି)

୧୨. ଚୌବଚ୍ଚା; ପ୍ରସ୍ତର ବା ଇଷ୍ଟକାଦି (ଇଟା ଆଦି) ନିର୍ମିତ ଜଳାଧାର

୧୩. ଗର୍ତ୍ତ

୧୪. ମାପିବା ପାତ୍ରବିଶେଷ

୧୫. ଭିକ୍ଷୁକର ଭିକ୍ଷାପାତ୍ର

୧୬. ଯଜ୍ଞକୁଣ୍ଡ; ଯେଉଁ କୁଣ୍ଡରେ ହୋମାଦି କରାଯାଏ

ଶବ୍ଦ ବିନ୍ୟାସ[ସମ୍ପାଦନା]

ସଂ. ବି—(କଣ୍ଡ ଧାତୁ=ଦାହ କରିବା, ରକ୍ଷାକରିବା+କର୍ମ. ଅ)

ଆହୁରି ଦେଖନ୍ତୁ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]

ଦଶଲୋକ କୁଣ୍ଡ ପାଇବା ବୃକ୍ଷୋତ୍ତମ ତା ଶୁଣି ଓପାଡ଼ିଲେ ଭୀମ ବହ ତମ—କୃଷ୍ଣସଂହ. ମହାଭାରତ. ବନ